ଡିଆରଡିଏ ମହିଳା ୱାସରୁମରେ ଲଗାଇଯାଇଥିଲା ସିକ୍ରେଟ କ୍ୟାମେରା। କ୍ୟାମେରା ଉଦ୍ଧାର ହେବା ପରେ ଏବେ ଚାଞ୍ଚଲ୍ୟ। ଏଭଳି ଘଟଣା ଘଟଣା ଘଟିଛି ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳରେ। ଘଟଣା ଜଣାପଡିବା ପରେ ତିର୍ତ୍ତୋଲ ଥାନାରେ ଏତଲା ଦିଆଯାଇଛି।ଏତଲା ପାଇ ପୋଲିସ କ୍ୟାମେରା ଟିକୁ ଜବତ କରି ତଦନ୍ତ ଚଳାଇଛି ।ଗତ ୨୫ତାରିଖ ଦିନ ଡିଆରଡିଏର ଜଣେ ମହିଳା କର୍ମଚାରୀ ୱାସରୁମ ଯାଇଥିବା ବେଳେ କ୍ୟାମେରାଟି ଖସି ପଡ଼ିଥିଲା। ତାକୁ ଦେଖି ମହିଳା ଜଣକ ଅତିରିକ୍ତ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ପରେ ଗତ ୨୬ତାରିଖ ଦିନ ଏନେଇ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ। ପରେ ପୋଲିସ ଡିଆରଡିଏ କାର୍ଯ୍ୟାଳୟର ପହଂଚି ତଦନ୍ତ ଚଳାଇଛି।
Author: sanitelevision
ସିବିଏସ୍ଇ ଅନ୍-ସ୍କ୍ରିନ୍ ମାର୍କିଂ ସିଷ୍ଟମକୁ ନେଇ ଅସନ୍ତୋଷ ଜାରି ରହିଥିବାବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି ଓ ଏହାର ସମାଧାନ କରାଯିବ ବୋଲି କହିଛନ୍ତି। ଗୁରୁବାର ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସେ ତ୍ରୁଟି ପାଇଁ ଦାୟିତ୍ୱ ନେଉଛନ୍ତି। ଛାତ୍ର ଓ ଅଭିଭାବକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଯଦି ମୂଲ୍ୟାଙ୍କନ ପ୍ରକ୍ରିୟାରେ ଅନିୟମିତତା ଦେଖାଯାଏ ତେବେ କାହାକୁ ଛଡାଯିବ ନାହିଁ।ବୁଧବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)କୁ ତୀବ୍ର ସମାଲୋଚନା କରିଥିଲେ। ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ମୂଲ୍ୟାୟନ ପାଇଁ ବୋର୍ଡର ଓଏସ୍ଏମ୍ ସିଷ୍ଟମରେ ‘ବ୍ୟାପକ ହେରଫେର’ ହୋଇଥିବା ରାହୁଲ ଅଭିଯୋଗ କରିଥିଲେ। ଏହାର ଜବାବ ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନରେ ପ୍ରଥମ ଥର ପାଇଁ ହୋଇଛି ଡିଜିଟାଲ୍ ବ୍ୟବସ୍ଥା । କେହି ବି ସନ୍ତୁଷ୍ଟ ନହେଲେ ଦେଖିପାରିବେ ଖାତା ।…
କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ତାଙ୍କ ପଦ ଛାଡିଛନ୍ତି। ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ତାଙ୍କ ମନ୍ତ୍ରୀମାନଙ୍କ ସହିତ ଏକ ପ୍ରାତଃଭୋଜନ ବୈଠକରେ ସେ ଏହି ଘୋଷଣା କରିଛନ୍ତି। ସେ ତାଙ୍କ ନିଷ୍ପତ୍ତି ବିଷୟରେ ମନ୍ତ୍ରୀମାନଙ୍କୁ ଅବଗତ କରାଇଛନ୍ତି। ଅପରାହ୍ନ ୩.୦୦ଟାରେ ସିଦ୍ଦରାମାୟା ଲୋକଭବନ ଯିବାର କାର୍ଯ୍ୟକ୍ରମ ରହିଛି। ସେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଇସ୍ତଫା ପ୍ରଦାନ କରିବେ । ସିଦ୍ଦରମୈୟା ତାଙ୍କ ମନ୍ତ୍ରୀମାନଙ୍କୁ ଅବଗତ କରାଇଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡ ତାଙ୍କୁ ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ଏବଂ ପଦ ଛାଡିବାକୁ କହିଛନ୍ତି, ଯାହା କାରଣରୁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଏପର୍ଯ୍ୟନ୍ତ ସିଦ୍ଦରମୈୟାଙ୍କୁ ‘ସମୟ ମିଳିନାହିଁ ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି । ସିଦ୍ଦରମୈୟାଙ୍କ ପରେ ଡିକେ ଶିବକୁମାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଡିକେ ଶିବକୁମାରଙ୍କ ସମର୍ଥକଙ୍କ ମଧ୍ୟରେ ମିଠା ବଣ୍ଟନ ମଧ୍ୟ ଆରମ୍ଭ ହୋଇଛି ।ସିଦ୍ଧରମୈୟା କହିଛନ୍ତି, ଆମେ ୨୦୨୮…
ଆଜି ହେଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଏବଂ ଏହାକୁ ନେଇ ସମାଜରେ ଥିବା ଅନ୍ଧବିଶ୍ୱାସ ତଥା ଲଜ୍ଜାବୋଧକୁ ଦୂର କରି ସଚେତନତା ସୃଷ୍ଟି କରିବା | ମାସିକ ଋତୁଚକ୍ର ସାଧାରଣତଃ ୨୮ ଦିନର ହୋଇଥାଏ ଏବଂ ମାସର ୫ ତମ ମାସ ହେଉଛି ମେ’। ତେଣୁ ପ୍ରତିବର୍ଷ ମେ’ ୨୮ ତାରିଖକୁ ଏହି ଦିବସ ପାଇଁ ଚୟନ କରାଯାଇଛି | ଜର୍ମାନୀର ‘ୱାଶ୍’ (WASH) ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ୨୦୧୪ ମସିହାରୁ ଏହି ଦିବସ ପାଳନର ଶୁଭାରମ୍ଭ ହୋଇଥିଲା |ଋତୁସ୍ରାବ ହେଉଛି ଜଣେ ନାରୀ ଜୀବନର ଏକ ସ୍ୱାଭାବିକ ଏବଂ ପ୍ରାକୃତିକ ପ୍ରକ୍ରିୟା। ଏହି ସମୟରେ ଝିଅ ଓ ମହିଳାମାନଙ୍କୁ ସମାଜରେ ସହଯୋଗ ଏବଂ ସଠିକ୍ ସୂଚନା ପ୍ରଦାନ କରିବା ସମସ୍ତଙ୍କର ଦାୟିତ୍ୱ।
Meta ଏକ ବଡ଼ ଘୋଷଣା କରିଛି । ଯାହାର ସିଧାସଳଖ ପ୍ରଭାବ ସୋସିଆଲ ମିଡିଆ ଆପ୍ସ ଏବଂ ମେସେଜିଂ ଆପ୍ସ ବ୍ୟବହାର କରିବା ଉପରେ ପଡିବ । କମ୍ପାନୀ ଏବେ ନିଜର ଏହି ଲୋକପ୍ରିୟ ଆପ ଗୁଡ଼ିକୁ କେବଳ ମାଗଣା ସେବା ମଧ୍ୟରେ ସୀମିତ ନରଖି ଏହାକୁ ଏକ ନୂଆ ରୂପ ଦେବାକୁ ଘୋଷଣା କରିଛି। ବର୍ତ୍ତମାନ ମୋବାଇଲ ରିଚାର୍ଜ ଭଳି ୟୁଜର୍ସଙ୍କୁ ଏହି ଆପ୍ସ ଚଲାଇବା ପାଇଁ ପ୍ରତି ମାସରେ ଟଙ୍କା ଦେବାକୁ ପଡ଼ିବ। ଏଥିପାଇଁ ମେଟା ପକ୍ଷରୁ ନୂଆ Plus ସବସ୍କ୍ରିପସନ ପ୍ଲାନ (Paid Subscription Plans) ଲଞ୍ଚ କରାଯାଇଛି।Metaର ନିଜର ରୋଜଗାର ବଢାଇବାକୁ ଏହି ପ୍ଲାନ୍ କରୁଛି । ଏବେ କମ୍ପାନୀ ରେଭେନ୍ୟୁ ପାଇଁ କେବଳ ଆଡଭର୍ଟାଇଜ୍ ଉପରେ ନିର୍ଭର କରେ ନାହିଁ ବୋଲି ସ୍ପଷ୍ଟ କରିଛି । କମ୍ପାନୀ ତାର ରେଭେନ୍ୟୁ ଜେନେରେଟ୍ ପାଇଁ ନିଜର ରାସ୍ତା ଖୋଜି ପାଇଛି । ଏଥିସହିତ ପ୍ରିମିୟମ୍ ଫିଚର୍ସ,…
ମହଙ୍ଗା ପଡ଼ିଲା ଥାନାରେ ଥାର୍ଡ ଡିଗ୍ରୀ । ସସପେଣ୍ଡ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା । ଜଣେ ସଧବା ମହିଳାଙ୍କ ମୁଣ୍ଡରୁ ସିନ୍ଦୂର ପୋଛିଦେଇ ଆଖି ସାମ୍ନାରେ ଭେଣ୍ଡିଆ ପୁଅକୁ ‘ଥାର୍ଡଡିଗ୍ରୀ’ ଦେଇ ସମାଲୋଚନାର ସମ୍ମୁଖୀନ ହୋଇଥିବା ଥାନା ଅଧିକାରିଣୀଙ୍କୁ ବାଜିଛି ପୋଲିସ ମହାନିର୍ଦ୍ଦେଶକଙ୍କ ଛାଟ ।ନିଲମ୍ବିତ କରିଛନ୍ତି ପୋଲିସ ଡିଜି । ଅଭିଯୋଗ ଆଧାରରେ ସନ୍ଧ୍ୟାରାଣୀଙ୍କୁ ଡିଜିପି ନିଲମ୍ବିତ କରିଛନ୍ତି । ନିଲମ୍ବନ ସମୟରେ ସେ କେନ୍ଦ୍ରାଞ୍ଚଳ ଆଇଜି ଅଧୀନରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନରେ ରହିବେ ।କାର୍ଯ୍ୟରେ ଚରମ ଅବହେଳା ଓ ଅସଦାଚରଣ ପାଇଁ ନିଲମ୍ବନ କରାଯାଇଥିବା ବେଳେ ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜି । ତେବେ ଆଇଆଇସିଙ୍କ ବିରୋଧରେ ମା’, ପୁଅଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।ପାରିବାରିକ କଳହ ଯୋଗୁଁ ତାଳଚୁଆ ଗିରିଆପାହି ଗାଁର ଅନ୍ନପୂର୍ଣ୍ଣା ମଣ୍ଡଳ ଓ ତାଙ୍କ ପୁଅ ସୋମବାର ସନ୍ଧ୍ୟା ୬ ଘଟିକା…
ଯୁଦ୍ଧର ପ୍ରଭାବ ପଡ଼ିଛି ଘରୋଇ ବିମାନ ଚଳାଚଳ ଉପରେ।ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି। ବାୟୁ ସୀମା କଟକଣା ସହ ବିମାନ ଇନ୍ଧନ ଦର ବୃଦ୍ଧି କାରଣରୁ ବାହାର ଦେଶକୁ ବିମାନ ସେବା ଯୋଗାଇବା ଅତ୍ୟଧିକ ବ୍ୟୟବହୁଳ ହୋଇପଡ଼ିଥିବା ଦର୍ଶାଇ ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାରଲାଇନ୍ସ ଏହାର ଅନ୍ତର୍ଜାତୀୟ ଉଡ଼ାଣ ୨୭ ପ୍ରତିଶତ ହ୍ରାସ କରିଥିବାବେଳେ ୨ ସପ୍ତାହ ପରେ ଘରୋଇ ବିମାନ ସେବା କମାଇଛି।ସେହିପରି ୫ରୁ ୭%କମାଇବାକୁ ଇଣ୍ଡିଗୋ ଯୋଜନା କରିଛି। ଜୁନରୁ ଏହାଲାଗୁ ହେବ । ଇନ୍ଧନ ଦରବୃଦ୍ଧି ଚାପ ଅସହ୍ୟ ହେବାରୁ ଦେଶର ଦୁଇ ବଡ଼ ଏୟାରଲାଇନ୍ ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ଘରୋଇ ବିମାନ ଉଡ଼ାଣ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି।ପ୍ରତି ସପ୍ତାହରେ ଏୟାର ଇଣ୍ଡିଆ ହାରାହାରି ୪୪୦୦ ଉଡ଼ାଣ କରିଥାଏ। ସେଥିରୁ ୩୬୦୦…
ପଞ୍ଚାୟତରୁ ବ୍ଲକ ଏବଂ ତହସିଲରୁ ଜିଲ୍ଲା, ସବୁ ସ୍ତରରେ ସରକାରୀ କ୍ଷେତ୍ରରେ ଆଗାମୀ ଦିନରେ ବ୍ୟବହାର ହେବ ଇଭି (ଇଲେକ୍ଟ୍ରିକ୍ ଯାନ) । କୌଣସି ନୂଆ ଡିଜେଲ, ପେଟ୍ରୋଲ ଭଡା ଗାଡି ଆଉ ସରକାରୀ ସ୍ତରରେ ବ୍ୟବହାର ହେବନାହିଁ । ପେଟ୍ରୋଲ ଗାଡି ବ୍ୟହହାର ନେଇ ଯଦି ନିହାତି ଆବଶ୍ୟକ ପଡେ ତାହେଲେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ନିଷ୍ପତ୍ତି ନେବେ ।ସରକାର ଇଭି ଗାଡି ଉପରେ ଗୁରୁତ୍ୱ ଦେଲେ, ଘରୋଇ କ୍ଷେତ୍ରରେ ବିଶେଷକରି ଟ୍ରାଭେଲସ, ଟୁର ଅପରେଟରମାନେ ମଧ୍ୟ ଇଭି ଗାଡି ବ୍ୟବହାର କରିବାକୁ ଉତ୍ସାହିତ ହେବେ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।ସୂଚନା ଥାଉ କି ବିଭିନ୍ନ ବିଭାଗରେ ଏବେ ସରକାର ପ୍ରାୟ ସାଢ଼େ ତିନି ହଜାର ଡିଜେଲ ପେଟ୍ରୋଲ ଗାଡି ଭଡ଼ାରେ ବ୍ୟବହାର କରୁଛନ୍ତି । ସେହି ଗାଡିର ପଞ୍ଜିକରଣ ଅବଧି ଶେଷ ହେବା ପରେ ସେହି ସ୍ଥାନରେ ଇଭି ଗାଡି ବ୍ୟବହାର ହେବ ।…
ଆଜି ମୁସଲିମ ସଂପ୍ରଦାୟ ପାଳନ କରୁଛନ୍ତି ତ୍ୟାଗର ପର୍ବ ‘ଉଦ୍-ଉଜ୍-ଜୁହା’।ପବିତ୍ର ରମଜାନ ମାସର ଶେଷ ଦିନ ପରେ ଇଦ୍-ଉଲ-ଫିତର ପାଳନ କରାଯାଉଥିବା ବେଳେ ଏହାର ପ୍ରାୟ ଦୁଇ ମାସ ପରେ ଇଦ୍-ଉଲ-ଜୁହା ପର୍ବ ଆସେ। ଏହି ଦୁଇଟି ଯାକ ପର୍ବରେ ମୁସଲମାନ ଭାଇଭଉଣୀମାନେ ନୂଆ ଡ୍ରେସ ପିନ୍ଧି ସ୍ବତନ୍ତ୍ର ନମାଜ ପାଠ କରିଥାନ୍ତି। କାନ୍ଧରେ କାନ୍ଧ ମିଳାଇ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି। ହେଲେ ଏହି ଦୁଇ ପର୍ବରେ ପ୍ରତ୍ୟେକ ମୁସଲମାନ ପରିବାରରେ ଖାଇବା ପିଇବାର ଆସର ଜମେ।ଇଦ୍-ଅଲ-ଇଦ୍-ଉଲ୍-ଅଦାକୁ ବକ୍ରି ଇଦ୍ କୁହାଯାଏ କାରଣ ମୁସଲମାନମାନେ ଇଦ୍-ଉଲ୍-ଅଦା ଅବସରରେ ଛେଳି କିମ୍ବା ମେଣ୍ଢା ବଳି ଦିଅନ୍ତି। ଉପ-ମହାଦେଶ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଇଦ୍-ଉଲ୍-ଅଜାକୁ ବକ୍ରି-ଇଦ୍ କୁହାଯାଏ ନାହିଁ। ଛେଳି ବଳିଦାନ ହେତୁ ଇଦ୍-ଉଲ୍-ଆଦା ଏହାର ନାମ ବକ୍ରି-ଇଦ୍ ଭାବରେ ପାଇଲା। ହଜରତ ଇବ୍ରାହିମଙ୍କ ବଳିଦାନକୁ ସ୍ମରଣ କରି ଇଦ୍-ଉଲ୍-ଆଦା ପାଳନ କରାଯାଏ। ଆଲ୍ଲହାଙ୍କ ଆଦେଶ ପ୍ରତି ତାଙ୍କର ବିଶ୍ୱସ୍ତତା ଦେଖାଇବା ପାଇଁ…
ଭୀଷଣ ଗରମ, ପ୍ରବଳ ଗୁଳୁଗୁଳି। ଦୁଇ ସପ୍ତାହ ହେବ ଏହି ଯନ୍ତ୍ରଣାରେ ଘାଣ୍ଟି ଚକଟି ହେଉଛନ୍ତି ସାରା ରାଜ୍ୟବାସୀ।ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଇଥିବା କାଳବୈଶାଖୀ ବର୍ଷା ପ୍ରକୃତିକୁ ଶୀତଳ କରିଦେଇଛି । ସୂର୍ଯ୍ୟଙ୍କ ପ୍ରଖର କିରଣ ଏବଂ ନିଆଁ ବର୍ଷା କରୁଥିବା ଝାଞ୍ଜି ପବନର ପ୍ରଭାବକୁ ଧୋଇ ଦେଇଛି ବର୍ଷା। ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ବର୍ଷା ଯୋଗୁଁ ପାରଦ ହଠାତ୍ ତଳକୁ ଖସିଆସିଛି। ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୫ ରୁ ୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥିବା ରେକର୍ଡ ହୋଇଛି। ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଗୁରୁବାର ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଓ ଉପକୂଳ ଏବଂ ଦକ୍ଷିଣର କିଛି ଜିଲ୍ଲାରେ ଗୁଳୁଗୁଳି ପ୍ରଭାବ ରହିପାରେ । ଶୁକ୍ରବାର ଠାରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବନି । କେବଳ ଗୁଳୁଗୁଳି ପ୍ରକୋପ ରହିପାରେ ୩୧ ଯାଏ ।









