ପଞ୍ଚମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ସାମ୍ନାକୁ ଆସିଛି। ପଞ୍ଚମ ଶ୍ରେଣୀର ସାମାଜିକ ବିଜ୍ଞାନ ‘ଆମେ ବିଚିତ୍ର ବିଶ୍ବ’ର ପ୍ରଥମ ପ୍ରସଙ୍ଗରେ ପୃଷ୍ଠା-୪ରେ ବ୍ରହ୍ମପୁରକୁ ଏକ ଜିଲା ଭାବେ ବର୍ଣ୍ଣନା କରାଯାଇଛି। ଓଡ଼ିଶାର ଗଞ୍ଜାମ ଜିଲା ଅଧୀନରେ ବ୍ରହ୍ମପୁର ଏକ ପ୍ରମୁଖ ସହର ଏବଂ ମହାନଗର ନିଗମ ହୋଇଥିବାବେଳେ ପୁସ୍ତକରେ ଏହାକୁ ଜିଲା ବୋଲି ଉଲ୍ଲେଖ କରାଯାଇଛି। ଏହାକୁ ନେଇ ଶିକ୍ଷକ, ଅଭିଭାବକ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।ଏଥିରେ ଉଲ୍ଲେଖ ହୋଇଛି, ଗୁଜରାଟର ଲୁଣିଆ ଅଞ୍ଚଳ ଗୁଡ଼ିକ ଏକ ବିସ୍ତୃତ ସମତଳ ଭୂମି, ଯେଉଁଠାରେ ସମୁଦ୍ର ଜଳକୁ ଶୁଖାଯାଇ ଲୁଣ ସଂଗ୍ରହ କରାଯାଏ । ଏହା ଭାରତର ସବୁଠୁ ବୃହତ ଲୁଣ ଉତ୍ପାଦନକାରୀ ଅଞ୍ଚଳ ମଧ୍ୟରୁ ଗୋଟିଏ । ଆମ ରାଜ୍ୟ ଓଡ଼ିଶାର ବ୍ରହ୍ମପୁର ଜିଲ୍ଲା ‘ହୁମ୍ମା’ଠାରେ ମଧ୍ୟ ଲୁଣ ସଂଗ୍ରହ କରାଯାଉଛି । ଜଣେ ଶିକ୍ଷକ ସାମାଜିକ ଗଣମାଧ୍ୟମରେ ଏହାକୁ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ଆରମ୍ଭରୁ ବିଚିତ୍ର । ପଞ୍ଚମ…
Author: sanitelevision
ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ। ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ନେଇ ଇରାନକୁ ଚେତାବନୀ। ଇରାନ ସହଯୋଗ କରୁ କି ନକରୁ, ହର୍ମୁଜ ଖୋଲିବ ଆମେରିକା।ଶୁକ୍ରବାର ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଶାନ୍ତି କଥାବାର୍ତ୍ତା ବିଫଳ ହେଲେ ତେହରାନ ବିରୋଧରେ ଆହୁରି ବଡ ସାମରିକ ଅଭିଯାନ କରାଯିବ। ଏପରି କି ଇରାନ ବିରୋଧରେ ବଡ ଅଭିଯାନ ନିମନ୍ତେ ଆମେରିକା ତାର ଯୁଦ୍ଧଜାହାଜଗୁଡିକୁ ଭଲ ଭଲ ଯୁଦ୍ଧାସ୍ତ୍ର ଲୋଡ୍ କରିବା ଆରମ୍ଭ କରିଛି। ଏହି ଯୁଦ୍ଧ ଜାହାଜଗୁଡିକୁ ଇରାନ ଅଭିମୁଖେ ପ୍ରେରଣ କରାଯିବ।ଟ୍ରମ୍ପ ଇରାନର ପରାଜୟ ଦାବି କରିଛନ୍ତି। କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀ ନିଜେ ଖୋଲିବ। ସେମାନେ ସାମରିକ ଭାବରେ ହାରିଯାଇଛନ୍ତି। ଏବେ ଆମେ କୌଣସି ଚୁକ୍ତି ସହିତ କିମ୍ବା ବିନା ଉପସାଗର ଖୋଲିବୁ। କିନ୍ତୁ ଏହା ଖୋଲିବ। ଆମେରିକାର ରାଷ୍ଟ୍ରପତି ଆଶା ପ୍ରକାଶ କରିଥିଲେ ଯେ ଏହି ପ୍ରକ୍ରିୟା ଶୀଘ୍ର ଆଗକୁ ବଢ଼ିବ। ସେ ଇରାନକୁ ଚେତାବନୀ ଦେଇ…
ଆଜି ବିଶ୍ବ ଛେନା ପୋଡ ଦିବସ । ନୟାଗଡ ଛେନା ପୋଡର ସ୍ରଷ୍ଠା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ବ ଛେନା ପୋଡ ଦିବସ ଭାବେ ପାଳନ କରାଯାଉଛି । କେବଳ ନୟାଗଡ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନ , ଭାରତ ଏବଂ ଭାରତ ବାହାରେ ଏହି ଦିବସକୁ ପାଳନ କରାଯାଉଛି ।ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନାପୋଡ଼ ପଛରେ ନୟାଗଡ଼ର ଏକ ସ୍ୱତନ୍ତ୍ର ଅବଦାନ ରହିଛି। ସ୍ୱାଧୀନତା ପୂର୍ବରୁ ନୟାଗଡ଼ ଛେନାପୋଡ଼ ଜନ୍ମ ନେଇଥିଲା । ଛେନାପୋଡ଼ ପଛରେ ରହିଛି ଏକ ରୋଚକ କାହାଣୀ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣା ଗ୍ରାମରେ ୧୯୩୧ ଏପ୍ରିଲ୍ ୧୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଛେନାପୋଡ଼ର ଜନ୍ମଦାତା ସୁଦର୍ଶନ ସାହୁ। ୧୯୪୫ ମସିହାରେ ନୟାଗଡ ଦଶପଲ୍ଲାରେ ସୁଦର୍ଶନ ସାହୁ ଏକ ଜଳଖିଆ ଦୋକାନ କରି ପରିବାର ଚଳାଉଥିଲେ । ଏକଦା ତାଙ୍କ ହୋଟେଲରେ କିଛି ଛେନା ବଳି…
ଗୁଳୁଗୁଳିରେ ଆଜିଠାରୁ ସନ୍ତୁଳି ହୋଇଯିବ ଉପକୂଳ ଓଡ଼ିଶା । ୧୬ ଯାଏଁ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାର ଲୋକେ ଗରମ, ଗୁଳୁଗୁଳିରେ ନୟାନ୍ତ ହେବେ।୧୩ ତାରିଖବେଳକୁ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁପାରେ। ଉପକୂଳ ଓଡ଼ିଶାରେ ପାରଦ ୩୫-୩୭ ଡିଗ୍ରୀ ରହିପାରେ । ଭୁବନେଶ୍ୱର ଓ କଟକରେ ପାରଦ ୧୪ ତାରିଖ ବେଳକୁ ୩୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଉପକୂଳରେ ଆର୍ଦ୍ରତା ପରିମାଣ ପ୍ରାୟ ୭୫% ରହିବ। ତେଣୁ ଅସହ୍ୟ ଗୁଳୁଗୁଳି ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତତଲା ପବନ ପ୍ରବାହିତ ହେବ । ଆଜିଠୁ କାଳବୈଶାଖୀ ସମ୍ଭାବନା ପ୍ରାୟତଃ ନାହିଁ । ରବିବାର ଓ ସୋମବାର ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଶନିବାରଠାରୁ ବାଲେଶ୍ଵର, ଭଦ୍ରକ, ଯଳପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ସହ ଗୁଳୁଗୁଳି ଅସ୍ତବ୍ୟସ୍ତ କରିପାରେ। ଯାହାଳି ୧୬ ତାରିଖ ପର୍ଯ୍ୟନ୍ତ…
ନାସାର ଆର୍ଟେମିସ-୨ ଚନ୍ଦ୍ର ମିଶନର ମହାକାଶଚାରୀମାନେ ଚନ୍ଦ୍ରରୁ ପ୍ରଶାନ୍ତ ମହାସାଗରକୁ ଫେରିଛନ୍ତି। ଓରିଅନ ମହାକାଶଯାନ ୧୦ ଦିନର ସଫଳ ମିଶନ ପରେ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ ଭାବରେ ଅବତରଣ କରିଛି।। ଆଜି ସକାଳ ପ୍ରାୟ ୫ଟା ୩୭ ମିନିଟରେ ମହାକାଶଚାରୀଙ୍କୁ ନେଇ ଆସିଥିବା କ୍ୟାପସୁଲ୍ ସମୁଦ୍ର ମଧ୍ୟରେ ସୁରକ୍ଷିତ ଭାବେ ଅବତରଣ କରିଛି ।ଓରିଅନ ମହାକାଶଯାନରେ ଥିବା କମାଣ୍ଡର ରିଡ ୱିଜମ୍ୟାନ, ପାଇଲଟ ଭିକ୍ଟର ଗ୍ଲୋଭର, ମିଶନ ବିଶେଷଜ୍ଞ କ୍ରିଷ୍ଟିନା କୋଚ (ନାସା) ଏବଂ ଜେରେମି ହାନସନ (କାନାଡିଆନ ସ୍ପେସ ଏଜେନ୍ସି) ପ୍ରାୟ ୧୦ ଦିନର ଏକ ଐତିହାସିକ ଯାତ୍ରା ସମାପ୍ତ କରିଛନ୍ତି। ଏହି ସ୍ପ୍ଲାସଡାଉନ୍ ପରେ ସାରା ବିଶ୍ୱର ବୈଜ୍ଞାନିକ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏହି ମିଶନ କେବଳ ଏକ ସାଧାରଣ ଯାତ୍ରା ନଥିଲା । ଏହି ୪ ଜଣିଆ ଟିମ୍ ମହାକାଶରେ ପ୍ରାୟ ୧୧.୧୭ ଲକ୍ଷ କିଲୋମିଟରର ଏକ ଦୀର୍ଘ ପଥ ଅତିକ୍ରମ କରିଛନ୍ତି। ଚନ୍ଦ୍ରର…
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର। ୨୦୨୭ ଜାନୁଆରୀ ୧୩ ଯାଏଁ ଅବଧି ବୃଦ୍ଧି କରାଯାଇଛି। ଜଳ ସମ୍ପଦ ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ୍୧୩ରେ ଟ୍ରବ୍ୟୁନାଲ୍ ଅବଧି ସରୁଥିଲା। ଟ୍ରିବ୍ୟୁନାଲ୍ ପୂର୍ବରୁ ଓଡ଼ିଶା ଓ ଛତିଶଗଡ଼କୁ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ସମୟ ଦେଇଥିଲେ। କିନ୍ତୁ ଦୁଇ ରାଜ୍ୟର ଯୁଗ୍ମ ବୈଷୟିକ କମିଟି ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ରିପୋର୍ଟ ଦାଖଲ କରିପାରି ନାହାନ୍ତି । ଗତ ଫେବ୍ରୁଆରୀ ୨୬ରୁ ମାର୍ଚ୍ଚ ୨ ଯାଏ ଜଷ୍ଟିସ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ଟିମ୍ ହୀରାକୁଦ, ସାତକୋଶିଆ, ଚିଲିକା ଏବଂ ସମୁଦ୍ର ମୁହାଣ ପରିଦର୍ଶନ କରିଥିଲେ। ସେହିପରି ମାର୍ଚ୍ଚ ୭ରୁ ୧୧ ଯାଏ ଟ୍ରିବ୍ୟୁନାଲ୍ ଟିମ୍ ଉପର ମୁଣ୍ଡରେ ଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ପରଖିଥିଲେ । କ୍ଷେତ୍ର ପରିଦର୍ଶନକୁ ‘ଫଳପ୍ରଦ’ ବୋଲି ଦର୍ଶାଇ ଏହାର ତଥ୍ୟଭିତ୍ତିକ ରିପୋର୍ଟ ପ୍ରସ୍ତୁତ କରିବାକୁ…
ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ ଭାବରେ କାର୍ଯ୍ୟ କରେ, ତଥାପି ସଂଘର୍ଷ ପରେ ମଧ୍ୟ, ଏହି ଅଞ୍ଚଳରେ ସାମୁଦ୍ରିକ ପରିବହନରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି।ରିପୋର୍ଟ ମୁତାବକ ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ କରୁଥିବା କିଛି ଜାହାଜରୁ ୨୦ ଲକ୍ଷ ଡଲାର ଟୋଲ ଆଦାୟ କରୁଛି। ଭାରତ ଏହି ରାସ୍ତା ଦେଇ ମୁକ୍ତ ଏବଂ ସୁରକ୍ଷିତ ଯାତ୍ରା ବଜାୟ ରଖିଥିବା କୁହାଯାଉଛି। ପାକିସ୍ତାନରେ ହେଉଥିବା ଆମେରିକା-ଇରାନ ଆଲୋଚନାରେ ଏହା ଏକ ବିବାଦର ବିଷୟ ପାଲଟିଛି।ଇରାନ ସଂସଦର ଜାତୀୟ ସୁରକ୍ଷା କମିଟିର ସଦସ୍ୟ ଆଲାଏଦ୍ଦିନ ବୋରୋଜେର୍ଦି ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ ବ୍ରଡକାଷ୍ଟିଂ (IRIB)କୁ କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ କରୁଥିବା କିଛି ଜାହାଜରୁ ୨୦ ଲକ୍ଷ ଡଲାର ପରିବହନ ଶୁଳ୍କ ଆଦାୟ କରାଯାଉଛି, ଯାହା…
ଆମ ବସ୍ ଟିକେଟରେ ରିହାତି ପାଇଁ ଏଣିକି ବୟସ୍କ ବ୍ୟକ୍ତିଙ୍କୁ ଦେଖାଇବାକୁ ପଡ଼ିବ ବୟସ ପ୍ରମାଣ ପତ୍ର। ନହେଲେ କରିବାକୁ ପଡିବ ପୁରା ପେମେଣ୍ଟ। ଏନେଇ କଡ଼ା ନିୟମ କଲା କ୍ରୁଟ୍। ବାଧ୍ୟତାମୂଳକ କଲା ଆମ ବସରେ ବୟସ ପ୍ରମାଣ ପତ୍ର।ଆମ ବସ୍ ଟିକେଟରେ ରିହାତି ପାଇଁ ଏଣିକି ବୟସ୍କ ବ୍ୟକ୍ତିଙ୍କୁ ଦେଖାଇବାକୁ ପଡ଼ିବ ବୟସ ପ୍ରମାଣ ପତ୍ର। ନହେଲେ କରିବାକୁ ପଡିବ ପୁରା ପେମେଣ୍ଟ। ଏନେଇ କଡ଼ା ନିୟମ କଲା କ୍ରୁଟ୍। ବାଧ୍ୟତାମୂଳକ କଲା ଆମ ବସରେ ବୟସ ପ୍ରମାଣ ପତ୍ର। ସୂଚନାମୁତାବକ ଗୁରୁବାର ସନ୍ଧ୍ୟା ପ୍ରାୟ ୮:୩୦ ବେଳେ, ଯଦୁପୁରରୁ ରାଜଧାନୀ ଇଞ୍ଜିନିୟରିଂ କଲେଜ ଯାଉଥିବା ଆମ ବସ ରୁଟ୍ ନଂ ୨୬ ରେ ଏକ ସାମାନ୍ୟ ଘଟଣାରୁ ବରିଷ୍ଠ ଯାତ୍ରୀଙ୍କ ଦୁର୍ବ୍ୟବହାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ତାର ନିୟମକୁ ପୁନଶ୍ଚ ଦୋହରାଇଛି କ୍ରୁଟ୍।
ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ କାରଣରୁ ଏହି ଫିଲ୍ମଟି ଅନେକ ଥର ସ୍ଥଗିତ ରଖାଯାଇଛି। ଏବେ ଫିଲ୍ମର କିଛି ଦୃଶ୍ୟ ଅନଲାଇନରେ ଲିକ ହୋଇଛି। ଏହା ନିର୍ମାତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପାଇରେସି ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି।ପ୍ରଥମେ ସୋସିଆଲ ମିଡିଆରେ ଫିଲ୍ମର ଟାଇଟଲ୍ କ୍ରେଡିଟ୍ସ, ଇଣ୍ଟ୍ରୋ ସିନ୍ (ପ୍ରବେଶ ଦୃଶ୍ୟ) ଏବଂ କ୍ଲାଇମାକ୍ସ କ୍ଲିପ୍ ଲିକ୍ ହୋଇଥିଲା। ନିର୍ମାତାମାନେ ଏହାକୁ ତୁରନ୍ତ ଏକ୍ସ (X) ଓ ଅନ୍ୟାନ୍ୟ ପ୍ଲାଟଫର୍ମରୁ ହଟାଇବାରେ ଲାଗିଥିବା ବେଳେ, ହଠାତ୍ ସମ୍ପୂର୍ଣ୍ଣ HD ଫିଲ୍ମଟି ଲିକ୍ ହେବା ସମସ୍ତଙ୍କୁ ଚକିତ କରିଛି। ଏପରିକି ଶୁକ୍ରବାର ସକାଳେ ଫିଲ୍ମର ଉଇକିପିଡିଆ (Wikipedia) ପେଜ୍ରେ ମଧ୍ୟ ଏକ ଲିକ୍ ହୋଇଥିବା ୟୁଆରଏଲ୍ (URL) ଦେଖିବାକୁ ମିଳିଥିଲା, ଯଦିଓ…
୨୦୨୭ରେ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ପଞ୍ଚାୟତିରାଜ ବିଭାଗ । ୱାର୍ଡ ମେମ୍ବର,ସରପଞ୍ଚ ଓ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ସଂରକ୍ଷଣ ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛି। ଏପ୍ରିଲ ୨୦୨୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ବିଜ୍ଞପ୍ତିର ଅଭିଯୋଗ ଥିଲେ ଏପ୍ରିଲ ୧୭ ସୁଦ୍ଧା ସେମାନେ ଅଭିଯୋଗ ଆବେଦନ କରିବେ । ଯଦି ଅଭିଯୋଗ ଆସେ ୨୪ ଏପ୍ରିଲ ଭିତରେ ଏହାର ସମାଧାନ ବା ଶୁଣାଣି କରାଯିବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ୧୩ରେ ଚିଠା ବିଜ୍ଞପ୍ତି ଏବଂ ୨୯ରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ପୂର୍ବ ନିର୍ବାଚନ ସଂରକ୍ଷଣ ନୀତି ଅନୁସାରେ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ, ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଯାଏଁ ସଂରକ୍ଷଣ ରହିବ । ମହିଳାଙ୍କ ପାଇଁ…









