Author: sanitelevision

ଉତ୍ତରପ୍ରଦେଶ ମଥୁରା ଜିଲ୍ଲା ବୃନ୍ଦାବନ ଯମୁନା ନଦୀରେ ଡଙ୍ଗା ଓଲଟି ୧୧ ଜଣଙ୍କ ମୃତ୍ୟୁ ହୋଇଛି ।ତେବେ ଅଘଟଣ ଘଟିବା ପୂର୍ବର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଭକ୍ତମାନେ ଖୁସିର ସହ ରାଧେ ରାଧେ ଗାଉଥିଲେ । ହଠାତ ଡଙ୍ଗା ବୁଡ଼ିବାକୁ ଲାଗିଥିଲା । ଏହି ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି ।ଭିଡିଓରେ ଦେଖାଯାଇଛି କି,ଭକ୍ତମାନେ ଆନନ୍ଦରେ “ରାଧେ-ରାଧେ” ମନ୍ତ୍ର ଗାନ କରୁଥିଲେ, କିଛି ଭିଡିଓ କରୁଥିଲେ, ଅନ୍ୟମାନେ ତାଳି ବଜାଉଥିଲେ । ହଠାତ୍ ଡଙ୍ଗାଟି ହଲିବାକୁ ଲାଗିଲା, ଏବଂ ଲୋକମାନେ ଚିତ୍କାର କରିବାକୁ ଲାଗିଲେ। ଏହା କିଛି ସମୟ ପରେ ଓଲଟି ପଡ଼ିଲା, ଏବଂ ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ । ତଥାପି, କିଛି ଡଙ୍ଗା ଚାଳକଙ୍କ ସତର୍କତା ଯୋଗୁଁ କିଛି ଜୀବନ ବଞ୍ଚିଗଲା।୨୭ଜଣ ଶ୍ରଦ୍ଧାଳୁ ଯାଉଥିବାବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି…

Read More

ରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ । ଗ୍ରାମଞ୍ଚଳରେ ପାନୀୟ ଜଳ ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ନୀତି ୨୦୨୬ କାର୍ଯ୍ୟକାରୀ କରିବାରେ ରହିବ ବଡ଼ ଭୂମିକା। ଖୁବଶୀଘ୍ର ମଧ୍ୟପ୍ରଦେଶ ଓ କର୍ଣ୍ଣାଟକକୁ ଓଡିଶା ଟିମ ଯିବ । ନିଗମର ରୂପରେଖ କେମିତି ହେବ ସେ ବାବଦରେ ଅନୁଧ୍ୟାନ କରିବେ । ଆଇଟିଓ ଡିଜିଟାଲ ପ୍ଲାଟଫର୍ମ ସହ ନିଗମ କାମ କରିବ । ମେଗା ପ୍ରକଳ୍ପର ଦାୟିତ୍ୱ ୫ ବର୍ଷ ପାଇଁ ଏକ ଏଜେନ୍ସି ନେବ । ପାଞ୍ଚ ବର୍ଷ ପରେ ଦାୟିତ୍ୱ ପଞ୍ଚାୟତର ସରପଂଚକୁ ହସ୍ତାନ୍ତର କରିବୁ । ଭିଲେଜ ୱାଟର ସାନିଟେସନ କମିଟିର ଭାଗିଦାରୀରେ ହେବ । ପାଣି ପହଂଚିଲାଣି କି ନାହିଁ, କେଉଁଠି ବିଶୋଧନ ହେବ। ଏହା ଗାଁ କମିଟି ବ୍ଲକକୁ ଅବଗତ କରିବ । ବ୍ଲକ ଜିଲ୍ଲା ତଥା ଭିଲେଜ ୱାଟର ସାନିଟେସନ କମିଟିରେ ଥିବା ମ୍ୟାନେଜରଙ୍କୁ ଜଣାଇବାକୁ ମଧ୍ୟ ଦାୟିତ୍ୱ ଦିଆଯିବ ।

Read More

ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ରେ ହେବ । ଗତ ମାସରେ ହୋଇଥିବା କ୍ଷେତ୍ରୀୟ ପରିଦର୍ଶନର ରିପୋର୍ଟକୁ ଶୁଣାଣିରେ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ ।ମହାନଦୀ ବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଅନେକ ଅଗ୍ରଗତି ଘଟିଛି। ୨ ରାଜ୍ୟର ବୈଷୟିକ ଟିମ୍ ପାଖାପାଖି ୧୩ଟି ବୈଠକ କରି ସାରିଛନ୍ତି। ମୁଖ୍ୟ ସଚିବ ଓ ସଚିବସ୍ତରୀୟ ମିଟିଂରେ ଅନେକ ବିବାଦୀୟ ପ୍ରସଙ୍ଗରେ ସହମତି ହୋଇଛି।ମୁଖ୍ୟ ସଚିବ ଓ ସଚିବସ୍ତରୀୟ ମିଟିଂରେ ଅନେକ ବିବାଦୀୟ ପ୍ରସଙ୍ଗରେ ସହମତି ହୋଇଛି। ଆପୋଷ ମିଳାମିଶା ପାଇଁ ହୋଇଥିବା ଆଲୋଚନାରେ ଟ୍ରିବ୍ୟୁନାଲ ସନ୍ତୁଷ୍ଟ ଅଛନ୍ତି। କେନ୍ଦ୍ର ମଧ୍ୟସ୍ଥତାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଆହୁରି ମଧ୍ୟ ସେ କହିଛନ୍ତି ମହାନଦୀ ପ୍ରସଙ୍ଗରେ ଯଥେଷ୍ଟ ପ୍ରଗତି ହୋଇଛି। ଖୁବଶୀଘ୍ର ସମାଧାନ ହେବ।ଏଜିଙ୍କ କହିବା ଅନୁଯାୟୀ ଓଡ଼ିଶା ସ୍ୱାର୍ଥକୁ ଅଗ୍ରାଧିକାର ମହାନଦୀର ଜଳକୁ ଓଡ଼ିଶା ପାଇଁ କିପରି ସୁବିନିଯୋଗ କରାଯିବ ତା ଉପରେ ଗୁରୁତ୍ୱ…

Read More

ସିଜିମାଳି ପ୍ରସଙ୍ଗରେ ଜୁଏଲ ଓରାମଙ୍କ ହସ୍ତକ୍ଷେପ ଲୋଡିଲେ ସାଂସଦ ସସ୍ମିତ ପାତ୍ର । ଆଦିବାସୀ ବ୍ୟାପାର ମନ୍ତ୍ରୀ ଓରାମଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଲେ ।ଏଥିରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ, ଆଦିବାସୀ କଲ୍ୟାଣ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ସହ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରି ନାହାଁନ୍ତି। କି ଆଦିବାସୀ ଭାଇଭଉଣୀଙ୍କ ସହ ଏପରି ଅତ୍ୟାଚାର କାହିଁକି ହେଉଛି ଓ ଏହାକୁ କିପରି ଭାବରେ ରୋକା ଯାଇ ପାରିବ।ଗ୍ରାମସଭାରେ ବକ୍ସାଇଟ ପ୍ରୋଜେକ୍ଟ ପାଇଁ ଯାହା କୁହାଯାଉଛି, ଗ୍ରାମସଭା ଗୁଡିକ ଠିକ୍ ଭାବେ ହୋଇନଥିଲା। କୌଣସି ଜାଗାରେ ଆଦିବାସୀ ଭାଇଭଉଣୀଙ୍କ ଯେଉଁ ମୂଳ ଇଚ୍ଛା ଥିଲା ସେଠାରେ ନ ହେଉ ବୋଲି ତାହାକୁ ଉପେକ୍ଷା କରି ଜବରଦସ୍ତି କରାଯିବା ସହ ପେଶା ଆଇନ ଏବଂ ଫରେଷ୍ଟ ରାଇଟସ୍ ଆକ୍ଟର ଉଲଂଘନ ମଧ୍ୟ ହୋଇଛି ବୋଲି ସେ କହିଛନ୍ତି। ଜୁଏଲ ଓରାମ ଓଡିଶାରୁ ଥିବାରୁ ଜଣେ ଓଡିଆ…

Read More

ଭାରତୀୟ ରାଜନୀତିରେ ଆଜି ସକାଳେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ମହାନ ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀ ଅବସରରେ ଦିଲ୍ଲୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପରସ୍ପରକୁ ‘ନମସ୍ତେ’ କରିବା ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଛନ୍ତି।ପ୍ରଧାନମନ୍ତ୍ରୀ ମୋଦି ଗାଡ଼ିରୁ ଓହ୍ଲାଇବା ପରେ ରାହୁଲଙ୍କୁ ଦେଖି ଅଟକି ଯାଇଥିଲେ ଏବଂ ତାଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ସାଧାରଣତଃ ପରସ୍ପରକୁ କଡ଼ା ସମାଲୋଚନା କରୁଥିବା ଏହି ଦୁଇ ନେତାଙ୍କୁ ଏକାଠି ଦେଖି ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଜ୍ୟୋତିରାଓ ଫୁଲେଙ୍କୁ ମହିଳା ଏବଂ ଦଳିତଙ୍କ ଅଧିକାର ପାଇଁ…

Read More

ଏଣିକି ୟୁପିଆଇରେ ୧୦ହଜାର ଟଙ୍କାରୁ ଅଧିକ ପଠାଇ‌ଲେ ଘଣ୍ଟାଏ ବିଳମ୍ବ ହେବ।ଦେଶରେ ଡିଜିଟାଲ ଠକେଇ ବୃଦ୍ଧି ପାଉଥିବାରୁ କେତେକ ନିର୍ଦ୍ଦିଷ୍ଟ ପ୍ରକାର ୟୁପିଆଇ କାରବାର ଉପରେ କଟକଣା ଲଗାଇବା ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଚାର କରୁଛି। ‌ପେମେଣ୍ଟ୍‌ କରିବା ମାତ୍ରେ ପଠାଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟ୍‌ରୁ ଟଙ୍କା କଟିଯିବ, କିନ୍ତୁ ତାହା ପାଇବାକୁ ଥିବା ବ୍ୟକ୍ତିଙ୍କ ଖାତାରେ ଜମା ହେବ ନାହିଁ। ତାହା ଅଲଗା ରହିବ। ଯଦି ପଠାଇଥିବା ବ୍ୟକ୍ତିଙ୍କୁ ଲାଗିବ ଯେ ସେ ଭୁଲରେ ଟଙ୍କା ପଠାଇ ଦେଇଛନ୍ତି, ତେବେ ଉକ୍ତ ସମୟ ସୀମା ଭିତରେ ସେ ସେହି କାରବାରକୁ ବାତିଲ କରିପାରିବେ। ଫଳରେ ତାଙ୍କ ଖାତାକୁ ସେହି ଟଙ୍କା ଫେରିଆସିବ। ବିଳମ୍ବ ସମୟ ଭିତରେ କାରବାରଟି ସ୍ବାଭାବିକ ଲାଗୁଛି ନା ନାହିଁ, ତାହାକୁ ବ୍ୟାଙ୍କଗୁଡ଼ିକ ଯାଞ୍ଚ କରିପାରିବେ। ‌କିଛି ଅସ୍ବାଭାବିକ ମନେ ହେଲେ ବ୍ୟାଙ୍କ ସେହି କାରବାରର ପ୍ରକ୍ରିୟାକରଣକୁ ଅଟକାଇପାରିବେ। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୪୫ ପ୍ରତିଶତ…

Read More

ଆଜି ଶେଷ ହୋଇପାରେ ବାହାର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା। ଆସନ୍ତା ୧୩ ତାରିଖ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହୋଇପାରେ ଭିତର ରତ୍ନଭଣ୍ଡାର ଗଣତିମଣତି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଗତକାଲି ତୃତୀୟ ଦିନରେ ବାହାର ରତ୍ନଭଣ୍ଡାର ଅଳଙ୍କାରର ପ୍ରାୟ ୯୦% ଅଳଙ୍କାରର ଗଣତି ମଣତି ସରିଛି। ସମସ୍ତ ଅଳଙ୍କାରର ଥ୍ରୀଡୀ ମ୍ୟାପିଂ ସହ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ହୋଇଛି।୧୪ ତାରିଖ ମହାବିଷୁବ ସଂକ୍ରାନ୍ତିରେ ପାଇଁ ବନ୍ଦ ରହିବ ଗଣତି ମଣତି। ପୁଣି ୧୬ରୁ ୧୮ ଯାଏଁ ଗଣତି ମଣତି ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Read More

ରାଜଧାନୀରୁ ଜଣେ ଆତଙ୍କୀ ଗିରଫ । କ୍ୟାପିଟାଲ ଥାନା ଅଞ୍ଚଳରେ ୟୁନିଟ୍ 6 ରେ ଜଣେ ଯୁବକଙ୍କୁ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ଗିରଫ କରିଛି I ପାକିସ୍ତାନ ଲିଙ୍କ ସହିତ ଦେଶଦ୍ରୋହ ମାମଲରେ ତାକୁ ଉଠାଇଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ I ଦେଶ ବିରୋଧରେ ସୋସିଆଲ୍ ମିଡ଼ିଆରେ ପ୍ରଚାର କରୁଥିବା ଅଭିଯୋଗରେ ଗିରଫ କରିଛି ଦିଲ୍ଲୀ ପୋଲିସ ।ଦିଲ୍ଲୀ ଲାଲ୍‌କିଲ୍ଲା ନିକଟରେ ବିସ୍ଫୋରଣ ଘଟଣାରେ ଉଠାଇ ନେଇଥିବା ସୂଚନା ମିଳିଛି । ଯୁବକ ଜଣକ ଘର କଟକରେ ହୋଇଥିବା ସୂଚନା । ଯୁବକ ଜଣକ କିଛି ମାସ ହେବ ୟୁନିଟ୍ 6 ଅଞ୍ଚଳର ଏକ ବସ୍ତିରେ ଘରଭଡ଼ା ନେଇ ରହୁଥିଲା । ସେଠାରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହମୂଳକ ଉତ୍ତେଜକ ସ୍ଲୋଗାନମାନ ପୋଷ୍ଟ କରୁଥିଲା । କିଛି ଦିନ ତଳେ ସୁନ୍ଦରପଦାରେ ମଧ୍ୟ ବିସ୍ଫୋରଣ ହୋଇଥିଲା। ସେହି ମାମଲାରେ NIA ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି। ଏହି ଯୁବକ ଜଣକ କେଉଁ…

Read More

ପଞ୍ଚମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ସାମ୍ନାକୁ ଆସିଛି। ପଞ୍ଚମ ଶ୍ରେଣୀର ସାମାଜିକ ବିଜ୍ଞାନ ‘ଆମେ ବିଚିତ୍ର ବିଶ୍ବ’ର ପ୍ରଥମ ପ୍ରସଙ୍ଗରେ ପୃଷ୍ଠା-୪ରେ ବ୍ରହ୍ମପୁରକୁ ଏକ ଜିଲା ଭାବେ ବର୍ଣ୍ଣନା କରାଯାଇଛି। ଓଡ଼ିଶାର ଗଞ୍ଜାମ ଜିଲା ଅଧୀନରେ ବ୍ରହ୍ମପୁର ଏକ ପ୍ରମୁଖ ସହର ଏବଂ ମହାନଗର ନିଗମ ହୋଇଥିବାବେଳେ ପୁସ୍ତକରେ ଏହାକୁ ଜିଲା ବୋଲି ଉଲ୍ଲେଖ କରାଯାଇଛି। ଏହାକୁ ନେଇ ଶିକ୍ଷକ, ଅଭିଭାବକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।ଏଥିରେ ଉଲ୍ଲେଖ ହୋଇଛି, ଗୁଜରାଟର ଲୁଣିଆ ଅଞ୍ଚଳ ଗୁଡ଼ିକ ଏକ ବିସ୍ତୃତ ସମତଳ ଭୂମି, ଯେଉଁଠାରେ ସମୁଦ୍ର ଜଳକୁ ଶୁଖାଯାଇ ଲୁଣ ସଂଗ୍ରହ କରାଯାଏ । ଏହା ଭାରତର ସବୁଠୁ ବୃହତ ଲୁଣ ଉତ୍ପାଦନକାରୀ ଅଞ୍ଚଳ ମଧ୍ୟରୁ ଗୋଟିଏ । ଆମ ରାଜ୍ୟ ଓଡ଼ିଶାର ବ୍ରହ୍ମପୁର ଜିଲ୍ଲା ‘ହୁମ୍ମା’ଠାରେ ମଧ୍ୟ ଲୁଣ ସଂଗ୍ରହ କରାଯାଉଛି । ଜଣେ ଶିକ୍ଷକ ସାମାଜିକ ଗଣମାଧ୍ୟମରେ ଏହାକୁ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ଆରମ୍ଭରୁ ବିଚିତ୍ର । ପଞ୍ଚମ…

Read More

ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ। ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ନେଇ ଇରାନକୁ ଚେତାବନୀ। ଇରାନ ସହଯୋଗ କରୁ କି ନକରୁ, ହର୍ମୁଜ ଖୋଲିବ ଆମେରିକା।ଶୁକ୍ରବାର ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଶାନ୍ତି କଥାବାର୍ତ୍ତା ବିଫଳ ହେଲେ ତେହରାନ ବିରୋଧରେ ଆହୁରି ବଡ ସାମରିକ ଅଭିଯାନ କରାଯିବ। ଏପରି କି ଇରାନ ବିରୋଧରେ ବଡ ଅଭିଯାନ ନିମନ୍ତେ ଆମେରିକା ତାର ଯୁଦ୍ଧଜାହାଜଗୁଡିକୁ ଭଲ ଭଲ ଯୁଦ୍ଧାସ୍ତ୍ର ଲୋଡ୍‌ କରିବା ଆରମ୍ଭ କରିଛି। ଏହି ଯୁଦ୍ଧ ଜାହାଜଗୁଡିକୁ ଇରାନ ଅଭିମୁଖେ ପ୍ରେରଣ କରାଯିବ।ଟ୍ରମ୍ପ ଇରାନର ପରାଜୟ ଦାବି କରିଛନ୍ତି। କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀ ନିଜେ ଖୋଲିବ। ସେମାନେ ସାମରିକ ଭାବରେ ହାରିଯାଇଛନ୍ତି। ଏବେ ଆମେ କୌଣସି ଚୁକ୍ତି ସହିତ କିମ୍ବା ବିନା ଉପସାଗର ଖୋଲିବୁ। କିନ୍ତୁ ଏହା ଖୋଲିବ। ଆମେରିକାର ରାଷ୍ଟ୍ରପତି ଆଶା ପ୍ରକାଶ କରିଥିଲେ ଯେ ଏହି ପ୍ରକ୍ରିୟା ଶୀଘ୍ର ଆଗକୁ ବଢ଼ିବ। ସେ ଇରାନକୁ ଚେତାବନୀ ଦେଇ…

Read More