ଦିଲ୍ଲୀ ଦଖଲ ପାଇଁ ପ୍ରଚାର ଘମାସାନ। ଆଜି ସଂଧ୍ୟାରେ ସରିବ ପ୍ରଚାର ଯୁଦ୍ଧ । ଶେଷ ଦିନରେ ସବୁ ଦଳ ଭୋଟରଙ୍କୁ ଆପଣାଇବାକୁ ଜୋରଦାର କସରତ ଜାରି ରଖିଛନ୍ତି । ପ୍ରତିଶ୍ରୁତି, ସମାଲୋଚନା, ଆରୋପ- ପ୍ରତ୍ୟାରୋପର ପର୍ବ ଦିଲ୍ଲୀ ନିର୍ବାଚନକୁ ସରଗରମ କରିବାରେ ଲାଗିଛି । ବିଜେପି ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ପିଏମ ମୋଦି ।ଆସନ୍ତା ୫ ତାରିଖରେ ହେବ ଭୋଟଗ୍ରହଣ। ଫେବୃଆରୀ ୮ରେ ହେବ ଭୋଟ ଗଣତି।ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ଜୋରସୋରରେ ପ୍ରଚାର କରାଯାଉଛି। ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ। ସେହିପରି ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର ଚାଲିଛି। ବିଜେପି ପକ୍ଷରୁ ପ୍ରଚାରରେ ସାମିଲ ହୋଇଛନ୍ତି ଏକାଧିକ କେନ୍ଦ୍ରମନ୍ତ୍ରୀ। ଏପଟେ କଂଗ୍ରେସ ପକ୍ଷରୁ ସନ୍ଦୀପ ଦିକ୍ଷୀତ ଜୋରସୋର ପ୍ରଚାର କରୁଛନ୍ତି ।
Author: sanitelevision
ମହାକୁମ୍ଭରେ ବସନ୍ତ ପଞ୍ଚିମୀ ଅମୃତସ୍ନାନ ଆରମ୍ଭ ହୋଇଯାଇଛି । ହଜାର ହଜାର ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ପ୍ରୟାଗରାଜର ସଙ୍ଗମସ୍ଥଳରେ ଆସ୍ଥା ଓ ବିଶ୍ୱାସର ପବିତ୍ର ବୁଡ ପକାଉଛନ୍ତି । ପ୍ରୟାଗରାଜ ପାଲଟିଯାଇଛି ଜନ ସମୁଦ୍ର । ମୌନି ଅମାବାସ୍ୟାର ହୋଇଥିବା ଅଘଟଣ ଯେପରି ଆଉ ରିପିଟ୍ ନହେବ, ସେନେଇ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରୟାଗରାଜକୁ ନୋ-ଭେହିକିଲ୍ ଜୋନ୍ ଘୋଷଣା କରାଯାଇଛି । ଭିଭିଆଇପି ପାସ୍କୁ ହଟାଇ ଦିଆଯାଇଛି । ଉତ୍ତର ପ୍ରଦେଶ ସରକାରଙ୍କ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ମାନ୍ୟତା ଅନୁସାରେ ମହାକୁମ୍ଭ ବସନ୍ତ ପଞ୍ଚମୀର ଅମୃତସ୍ନାନ ୧୪୪ ବର୍ଷ ପରେ ପଡିଛି ଏହି ସଂଯୋଗ । ମହାକୁମ୍ଭ ଅମୃତସ୍ନାନରେ ବୁଡ଼ ପକାଇଲେ ମାତା ସରସ୍ୱତୀଙ୍କ ବରଦାନ ପାଇବା ସହ ଜ୍ଞାନ ଓ ଶକ୍ତି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି…
ମାଘ ମାସରେ ବାଘ ଭଳି ଖରା। ଏଇ କିଛି ଦିନ ଭିତରେ ପାଗରେ ଅଚାନକ ପରିବର୍ତ୍ତନ ହୋଇଛି । ମାଘ ମାସରେ ବାଘ ଭଳି ଜାଡ ହେବା କଥା । କିନ୍ତୁ ସାରା ରାଜ୍ୟରୁ ଶୀତ ଗାଏବ ହୋଇଯାଇ ଖରା ମାଡ଼ି ଆସିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୩୬ ଡିଗ୍ରୀ ପାର୍ କରିଛି । ରବିବାର ବଲାଙ୍ଗିରରେ ତାତି ୩୬.୭ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଟିଟିଲାଗଡ଼ରେ ୩୬, ପାରଳାଖେମୁଣ୍ଡିରେ ୩୫.୮, ଝାରସୁଗୁଡ଼ାରେ ୩୫.୬, ସମ୍ବଲପୁରରେ ୩୫.୧ ଓ ଭବାନୀପାଟଣାରେ ୩୫ ଡିଗ୍ରୀ ରେକର୍ଡ ହୋଇଛି । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ରହୁଥିବାରୁ ତାପମାତ୍ରା ବୃଦ୍ଧି ପାଉଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରା ବଡିବ। ତାପମାତ୍ରା ବୃଦ୍ଧି ସହ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।…
ପବିତ୍ର ମାଘ ସପ୍ତମୀରେ ବୁଡ଼ ପକାଇବା ପାଇଁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଯାହାକୁ ନଜରରେ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। । ମୁତୟନ ହେବେ ୩୩ ପ୍ଲାଟୁନ ପୋଲିସ ଫୋର୍ସ । ୬ ଜଣ ଅତିରିକ୍ତ ଏସପିଙ୍କ ସହ ୧୩ ଡିଏସପି, ୩୯ ଇନ୍ସପେକ୍ଟର ନିୟୋଜିତ ହେବେ । ବୁଡ଼ ସ୍ଥାନ ଓ ସମୁଦ୍ର କୂଳରେ ଲାଇଫ ଗାର୍ଡ ମୁତୟନ ରହିବେ । କାକଟପୁର ଓ ନିମାପଡ଼ା ପଟୁ ଆସୁଥିବା ବସଗୁଡିକ ପାଇଁ କୋଣାର୍କ ହେଲିପ୍ୟାଡ୍ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ପୁରୀ ପଟୁ ଆସୁଥିବା ୪ ଚକିଆ ଗାଡ଼ି ରାମଚଣ୍ଡି ଥାନା ନିକଟରେ ଓ କାକଟପୁର ଓ ନିମାପଡ଼ା ପଟୁ ଆସୁଥିଲେ କୋଣାର୍କ ହେଲିପ୍ୟାଡ୍ ନିକଟରେ ରହିବେ ।
କଳାହାଣ୍ଡି ଜିଲ୍ଲା ପୁଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଧର୍ମଗଡ଼ ଥାନା ପୁଲିସ ଏକ ବଡ଼ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡ଼ି ଏବଂ ମାରଣାସ୍ତ୍ର ଆଦି ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି।ଧର୍ମଗଡର ଏକ ମଦ ଭାଟିରେ ପଶି ଡକାୟତି ପରେ 6 ଜଣ ଡକାୟତ ବୋଲେରୋରେ ପଳାଇଥିଲେ । ହେଲେ ଦୁଇ ଡକାୟତ ନ ଯାଇ ପାରି NH ରେ ରହି ଯାଇଥିଲେ ଓ ଲିଫ୍ଟ ମାଗିଥିଲେ । ହେଲେ ଲିଫ୍ଟ ନ ମିଳିବାରୁ ଶେଷରେ ପୋଲିସ ଗାଡ଼ିକୁ ମଧ୍ୟ ଲିଫ୍ଟ ମାଗିଥିଲେ । ପୋଲିସ ତାଙ୍କୁ ଗାଡ଼ିରେ ନେଇଥିବା ବେଳେ ପଚରା ଉଚୁରାରୁ ମିଳିଥିଲା ତଥ୍ୟ ।…
ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଏସଆଇଙ୍କୁ ଉଠାଇନେଲା ଭିଜିଲାନ୍ସ । ଲାଞ୍ଚ ନେଉଥିବାବେଳେ ଧରାପଡିଲେ ଏସଆଇ ଅଭୟ କୁମାର ନାୟକ । ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ।ଚାକିରି ପାଇଁ ସରକାର ମାସିକ ଦରମା ଦେଉଥିବାବେଳେ ଏସ୍ଆଇଙ୍କୁ ଟଙ୍କା ନିଅଣ୍ଟ ପଡ଼ିଲା । ମିଳିଥିବା ସୂଚନା ମୁତାବକ, ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ କହି ପୋଲିସ ଏସ୍ଆଇ ଅଭୟ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସର ଏକ ଟିମ୍ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ମୁତାବକ, ନୀଳାଚଳ ଇସ୍ପାତ କାରଖାନା ଆଗରେ ଏସ୍ଆଇ ଅଭୟ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା।ଏହା ସହ ଏହି ସମ୍ପର୍କରେ, କଟକ ଭିଜିଲାନ୍ସ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ…
ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର। ତୋଡକା ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ୮ରୁ ଅଧିକ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏବେବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । STF, DRG ଏବଂ CRPF ଜବାନଙ୍କ କମ୍ବିଙ୍ଗ ଅପରେସନ ବେଳେ ପୋଲିସକୁ ମିଳିଛି ବଡ଼ ସଫଳତା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ AOB ଡିଭିଜନର ସଦସ୍ୟ, CNM ସଭାପତି, DKMS ସଭାପତି, PLGA ସଦସ୍ୟ ଓ ଜନତାନା ସରକାର ସଦସ୍ୟ ଅଛନ୍ତି । ହେଲେ ଆତ୍ମସମର୍ପଣ ପରେ ଏମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ବିଜାପୁର ଏସପି କହିଛନ୍ତି । ତେବେ ଟପ୍ ମାଓବାଦୀ ହିଡ଼ମାକୁ ବଡ଼ ପଦବୀରୁ ହଟାଇଲା ମାଓ ସଂଗଠନ। ଛତିଶଗଡ଼ରେ ସୁରକ୍ଷା ବାହିନୀର ଘନଘନ ଆକ୍ରମଣ ପରେ ଦୁର୍ବଳ ହୋଇ ପଡ଼ିଛି ନକ୍ସଲ ସଂଗଠନ। ଟପ୍…
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ଗ୍ରାମରେ ଘଟିଛି ଏକ ଅଲୌକିକ ଘଟଣା । ପରଟା ରେ ଜଗନ୍ନାଥଙ୍କ ଆବିର୍ଭାବ ଘଟଣା ପ୍ରଚାର ହେବା ପରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ ଜମିଛି । ଗ୍ରାମର ଲିଜାରାଣୀ ପଣ୍ତା ଆଜି ସକାଳେ ରୋଷେଇ ଘରେ ଜଳଖିଆ ପାଇଁ ପରଟା ବନାଉଥିବାବେଳେ ପରଟାରେ ଜଗନ୍ନାଥଙ୍କ ଦୂର୍ଲଭ ବେଶ ଆବିର୍ଭାବ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହେବା ସହ ଭାବବିହ୍ୱଳ ହୋଇଯାଇଥିଲେ ।ପ୍ରଥମେ ପରିବାର ଲୋକଙ୍କୁ ଏକଥା ଜଣାଇବା ପରେ ସମସ୍ତେ ଖୁସି ହୋଇ ଯାଇଥିଲେ । ଲିଜାରାଣୀଙ୍କ ବହୁତ ଇଚ୍ଛା ଥିଲା ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ । ମାତ୍ର କାଳିଆର ଡୋରି ଲାଗନଥିବାରୁ ସେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ପାରୁନଥିଲେ ।ପରଟା ରେ ବିରାଜମାନ ହୋଇ ଦର୍ଶନ ଦେଇଛନ୍ତି । ପରଟା କୁ ନେଇ ଠାକୁର ଘରେ ଫୁଲ, ଚନ୍ଦନ,…
ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଭଳି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ମୋଦୀ ସରକାର ଖୁବଶୀଘ୍ର ଏହି ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ ଏବଂ ସେମାନଙ୍କୁ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିବେ। କେନ୍ଦ୍ରୀୟ ବଜେଟ ୨୦୨୫-୨୬ ଉପସ୍ଥାପନ କରି ସୀତାରାମନ କହିଛନ୍ତି ଯେ ସହରାଞ୍ଚଳ ଶ୍ରମିକଙ୍କ ସାମାଜିକ-ଆର୍ଥିକ ଉନ୍ନତି ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଯାହାର ଫାଇଦା ଫ୍ଲିପକାର୍ଟ, ଆମାଜନ୍, ଜୋମାଟୋ ଆଉ ସ୍ୱିଗି ଭଳି କମ୍ପାନୀରେ ଡେଲିଭରୀ କରୁଥିବା କୋଟି କୋଟି କର୍ମଚାରୀଙ୍କୁ ମିଳିବ ।ମିଳିଥିବା ସୂଚନା ମୁତାବକ, ଶ୍ରମ ମନ୍ତ୍ରାଳୟ ଆଗାମୀ ଦିନରେ ୧୦ କୋଟି ରେଜିଷ୍ଟ୍ରେସନ୍ କରିବାକୁ ଯାଉଛି । ଖାସ୍ କରି ଓଲା, ଉବେର, ଆମାଜନ୍, ଫ୍ଲିପକାର୍ଟ ଭଳି କମ୍ପାନୀରେ ପାର୍ଟ ଟାଇମ୍ ଜବ୍ କରୁଥିବା କର୍ମଚାରୀଙ୍କୁ ଏହାର ଫାଇଦା ମିଳିବ । ସୂଚନାଯୋଗ୍ୟ, ଗତ କିଛି ବର୍ଷ ମଧ୍ୟରେ ଦେଶରେ ଏଭଳି କର୍ମୀଙ୍କ…
ଫେବ୍ରୁଆରି ୧୮ରୁ ଯୁକ୍ତ୨ ଥିଓରି ପରୀକ୍ଷା। ହାତରେ ଆଉ କମ୍ ସମୟ ରହିଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ୧୨୭୬ କେନ୍ଦ୍ରରେ ଏଥର ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ଗୋଟିଏ ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଆରମ୍ଭ ହେଉଥିବାରୁ ପ୍ରଶ୍ନପତ୍ର ସୁରକ୍ଷା ଉପରେ ପ୍ରାଥମିକତା ଦିଆଯାଇଛି। ତାରିଖ ଘୋଷଣା ସହ ପରୀକ୍ଷା କେନ୍ଦ୍ର ଚିହ୍ନଟ ପ୍ରକ୍ରିୟା ସରିଛି। ପ୍ରତିବର୍ଷ ପରି ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ହବ୍(ଇଏମ୍ଏଚ୍)କୁ ପ୍ରଶ୍ନପତ୍ର ପଠାଯିବ। ପ୍ରଥମ ପର୍ଯ୍ୟାୟରେ ଫେବ୍ରୁଆରି ୧୨ରୁ ୧୫ ତାରିଖ ମଧ୍ୟରେ ବିଭିନ୍ନ ବିଷୟର ପ୍ରଶ୍ନପତ୍ରଗୁଡ଼ିକ ଯିବ। ଉପାନ୍ତ ତଥା ଦୂର ଜିଲ୍ଲାରେ ଥିବା ହବ୍ଗୁଡ଼ିକୁ ପ୍ରଥମେ ପ୍ରଶ୍ନପତ୍ର ପଠାଯିବ। ସ୍ବତନ୍ତ୍ର ଗାଡ଼ି, ସୁରକ୍ଷା କର୍ମୀ ଓ ସିଏଚ୍ଏସ୍ଇ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରଶ୍ନପତ୍ର ପଠାଯିବା କାର୍ଯ୍ୟ ଅନୁଷ୍ଠିତ ହେବ।









