Author: sanitelevision

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଅସୌଜନ୍ୟମୂଳକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ସଂସଦର ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ‘ବୋରିଂ’ କହିବା ସହ ‘ବିଚାରୀ’ ବୋଲି ମନ୍ତବ୍ୟ ଦେବାପରେ ବିବାଦ ଆରମ୍ଭ ହୋଇଛି। ଭାଜପା କହିଛି ଯେ, ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି।ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ଏସପି ସିଂହ ବାଘେଲ। ସେ କହିଛନ୍ତି, ସୋନିଆ ଗାନ୍ଧୀଙ୍କ ବକ୍ତବ୍ୟ ସର୍ବୋଚ୍ଚ ପଦବୀରେ ବସିଥିବା ଜଣେ ଆଦିବାସୀ ମହିଳାଙ୍କ ପ୍ରତି ଅପମାନ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଏକ ବିବରଣୀ ଥିଲା। ପୂର୍ବ ବଜେଟ ଏବଂ ସରକାରଙ୍କ ବିଭିନ୍ନ ଯୋଜନାରୁ ଲୋକଙ୍କୁ ଲାଭ ମିଳିଛି। ସମାଜର ପ୍ରତ୍ୟେକ ବର୍ଗ ଉପକୃତ ହୋଇଛି। ଏହା ଏକ ଚମତ୍କାର ହିସାବ ଥିଲା।ସୂଚନା ଅନୁସାରେ ଗଣମାଧ୍ୟମ ପ୍ରତିନିଧି…

Read More

ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ହଟାଇ ଦିଆଯାଇଛି।ତାଙ୍କ ସହିତ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପଦବୀରୁ ହଟାଇ ଦିଆଯାଇଛି। ଉଭୟଙ୍କୁ ଆଖଡାରୁ ବହିଷ୍କାର କରାଯାଇଛି। କିନ୍ନର ଆଖଡ଼ାର ପ୍ରତିଷ୍ଠାତା ରିଷି ଅଜୟ ଦାସ ଏହି ପଦକ୍ଷେପ ନେଇଛନ୍ତି।ସୂଚନା ଅନୁଯାୟୀ, ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ନିକଟରେ ସନ୍ନ୍ୟାସ ଦୀକ୍ଷା ନେଇଥିଲେ। ଯାହାପରେ ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା। ତାଙ୍କୁ ହଠାତ୍ ଏଭଳି ପଦବୀ ମିଳିବାରୁ ଖୁବ୍ ବିରୋଧ କରାଯାଇଥିଲା।ମମତା କିଛି ଦିନ ପୂର୍ବରୁ ମହାକୁମ୍ଭରେ ତାଙ୍କର ସନ୍ୟାସ ଘୋଷଣା କରିଥିଲେ। କିନ୍ନର ଆଖଡ଼ାରେ ମମତା ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠିଙ୍କୁ ଭେଟିଥିଲେ। ଏହା ପରେ, ମମତା ସଙ୍ଗମରେ ପିଣ୍ଡଦାନର ବିଧି କରିଥିଲେ ଏବଂ ତାଙ୍କର ରାଜ୍ୟାଭିଷେକ କିନ୍ନର ଆଖଡ଼ାରେ ହୋଇଥିଲା। ମହାକୁମ୍ଭରେ ସନ୍ୟାସ ଗ୍ରହଣ କରିବା ପରେ, ମମତାଙ୍କୁ ଏକ ନୂତନ ଆଧ୍ୟାତ୍ମିକ ନାମ ‘ଶ୍ରୀ ଯମୟୀ ମମତା ନନ୍ଦ ଗିରି’ ଦିଆଯାଇଥିଲା।…

Read More

ରାଜ୍ୟର ପ୍ରତି ଜିଲ୍ଲାରେ ୫୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେସିଆଲିଟି ହସ୍ପିଟାଲ୍ ସ୍ଥାପନ କରାଯିବ। ଏହି ପ୍ରସ୍ତାବକୁ ଗୃହୀତ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମ୍ ହେଲ୍‌ଥ କେୟାର ସର୍ଭିସେସ୍ ପକ୍ଷରୁ ଏହି ଯୋଜନା ହାତକୁ ନିଆଯାଇଛି।ଏହି ପରିପ୍ରେକ୍ଷୀରେ ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ପ୍ରସ୍ତାବ ଗୃହୀତ ହୋଇଛି ବୋଲି ବୁଧବାର ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଘୋଷଣା କରାଯାଇଛି। ଏଥିପାଇଁ ୧୦୦୦ କୋଟି ଟଙ୍କା ନିବେଶ ହେବ। ଉଭୟ ପ୍ରାଇମେରୀ ଏବଂ ସେକେଣ୍ଡାରୀ ସ୍ୱାସ୍ଥ୍ୟ ସେବା ସହ ଏହି ହସ୍ପିଟାଲ୍ ଗୁଡ଼ିକରେ ଅତ୍ୟାଧୁନିକ ଡାଇଗ୍ନୋସିସ୍ ଲ୍ୟାବ୍‌, ବୟୋଜ୍ୟେଷ୍ଠଙ୍କ ଲାଗି ସ୍ୱତନ୍ତ୍ର ଯତ୍ନ, ଫାର୍ମାସୀ, ଟ୍ରମା କେୟାର, ଇମର୍ଜେନ୍ସି ଏବଂ ଫିଜିଓଥେରାପି ସୁବିଧା ପ୍ରଦାନ କରାଯିବ। ଏଥି ନିମନ୍ତେ ୧୦୦୦ କୋଟି ଟଙ୍କାର ନିବେଶ ହେବ ଓ ୯୦୦ ଲୋକଙ୍କ ଲାଗି ସିଧାସଳଖ ଓ ୬୦୦୦ ଲୋକଙ୍କ ନିମନ୍ତେ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି…

Read More

ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସାଙ୍କ ସ୍ବାମୀ ମନୋଜ କୁମାର ଆଚାର୍ଯ୍ୟ ହାଇକୋର୍ଟରୁ ନିରାଶ । ମନୋଜଙ୍କ ଆଗୁଆ ଜାମିନ ଖାରଜ କଲେ ଜଷ୍ଟିସ୍ ଭି.ନରସିଂହଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ । ୧୯୮୦ ମସିହାର ଗୁରୁବକ୍ସ ସିଂ ଶିବ୍ବା ବନାମ ପଞ୍ଜାବ ସରକାର ମାମଲା ଆଧାରରେ ଜାମିନ ଖାରଜ ହୋଇଥିବା ସୂଚନା ।ସୂଚନାଯୋଗ୍ୟ, ବଡ଼ ବଡ଼ିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଚୂନ ଲଗାଉଥିଲେ ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସା ଓ ତାଙ୍କ ସହଯୋଗୀ ଅନୀଲ ମହାନ୍ତି । ଏମିତିକି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ରଙ୍କ ନାଁ ନେବାକୁ ବି ପଛାଇ ନଥିଲେ । ଖାଲି ସେତିକି ନୁହେଁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏମଜି ଗିରିଶ ମୁର୍ମୁଙ୍କ ଭଳି ବଡ଼ ବଡ଼ିଆଙ୍କ ସହ ନିଜ ଫଟୋ ଏଡିଟ୍ କରି ଦେଖାଉଥିଲେ । ତେବେ ଗତ ୧୯ ତରିଖରେ ହାଇକୋର୍ଟରେ ଆଗୁଆ ଜାମିନ…

Read More

ସମର୍ଥରେ ନିର୍ଯାତିତ ୪୨ ଜଣ ମାନସିକ ଅନଗ୍ରସରଙ୍କୁ ସ୍ଥାନାନ୍ତରିତ କଲେ ସରକାର। ଅନ୍ତେବାସୀଙ୍କ ମଧ୍ୟରେ ଅଛନ୍ତି ୧୫ ମହିଳା ଓ ୨୭ ଜଣ ପୁରୁଷ। ସମ୍ବଲପୁର ସମର୍ଥ ଅନୁଷ୍ଠାନରେ ଦିବ୍ୟାଙ୍ଗଙ୍କୁ ନିର୍ୟାତନା ପରେ ପ୍ରଶାସନର ତତ୍ତ୍ବାବଧାନରେ ୪୨ଜଣ ଅନ୍ତେବାସୀଙ୍କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଖୁବଶୀଘ୍ର ହେବ ବିଭାଗୀୟ ଅଧିକାରୀଙ୍କୁ ଜେରା ସହ କାହିଁକି ଏପରି ଘଟଣା ଘଟିଲା ? କାହିଁକି ବିଭାଗୀୟ ଅଧିକାରୀ ଉକ୍ତ ଅନୁଷ୍ଠାନକୁ ଯାଉନଥିଲେ? ସେନେଇ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ । ସେପଟେ ରିମାଣ୍ଡରେ ଆସିବ ଅନୁଷ୍ଠାନର ପରିଚାଳକ ହରିଶ୍ଚନ୍ଦ୍ର ।ଏହି ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି। ପ୍ରଥମେ ଅନୁଷ୍ଠାନର ସମ୍ପାଦକ ହରିଶ୍ଚନ୍ଦ୍ର ଦାସ ଓ କେୟାର ଟେକର ଗିରଫ ହୋଇଥିଲେ। ବୁଧବାର ସମ୍ପାଦକଙ୍କ ପୁଅ ଶୁଭ୍ରଜିତ ଦାସ ଅନ୍ୟ ଜଣେ ଗିରଫ ହୋଇଛନ୍ତି।…

Read More

ବିରାଟ କୋହଲି ୧୩ ବର୍ଷ ପରେ ରଣଜୀ ଟ୍ରଫି ଖେଳିଥିଲେ । ତାଙ୍କ ବ୍ୟାଟିଂ ଦେଖିବା ଲାଗି ଅରୁଣ ଜେଟଲୀ ଷ୍ଟାଡିୟମରେ ହଜାର ହଜାର ସଂଖ୍ୟାରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । ସମସ୍ତଙ୍କୁ ଆଶା ଥିଲା ଯେ, ଇଣ୍ଟରନେସନାଲ କ୍ରିକେଟରେ ସଂଘର୍ଷ କରୁଥିବା କୋହଲି ରେଲୱେଜ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିବେ, କିନ୍ତୁ ଏହା ହୋଇପାରିଲା ନାହିଁ ।ଏହି ଷ୍ଟାର ବ୍ୟାଟ୍ସମ୍ୟାନ ମାତ୍ର ୬ ରନ କରି ପାଭିଲିୟନ ଫେରିଯାଇଛନ୍ତି । ବିରାଟ ଆଉଟ ହେବା ପରେ ପୂରା ଷ୍ଟାଡିୟମରେ ନୀରବତା ଦେଖିବାକୁ ମିଳିଥିଲା । ୩୦ ଜାନୁଆରୀରେ ରେଲଓ୍ବେ ବିପକ୍ଷରେ ଦିଲ୍ଲୀ ପାଇଁ ରଣଜୀ ମୈଦାନକୁ ଓହ୍ଲାଇଥିଲେ ବିରାଟ । ପ୍ରଥମ ଦିନରେ ଦିଲ୍ଲୀ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ସେହି ଦିନ ଦର୍ଶକ ବିରାଟଙ୍କ ବ୍ୟାଟିଂ ଦେଖିପାରିନଥିଲେ ସତ କିନ୍ତୁ ପଡିଆରେ ବିରାଟଙ୍କ ଝଲକ ଦେଖିଥିଲେ । ଦ୍ବିତୀୟ ଦିନରେ ଦିଲ୍ଲୀ ୨ ଓ୍ବିକେଟ…

Read More

ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବ୍ରୁଆରି ୨ ଏବଂ ୩ ତାରିଖ ତଥା ଫେବ୍ରୁଆରି ୫ ଓ ୬ ତାରିଖ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି।ଏ ନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଶ୍ରୀ ପଞ୍ଚମୀ, ବନକଲାଗି ଆଦି ବିଶେଷ ନୀତି ଯୋଗୁଁ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସ୍ଥଗିତ ରହିବ । ଏହି ଦିନ ବ୍ୟତୀତ ଅନ୍ୟ ଦିବସରେ ମରାମତି କାମ ଚାଲୁ ରହିବ।ସୂଚନାଯୋଗ୍ୟ ଏଏସ୍‌ଆଇ ପୁଣିଥରେ ଗତ ୨୭ ତାରିଖଠାରୁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ କରିଥିଲା। ଶ୍ରୀମନ୍ଦିର ପ୍ରଶାସନ ଚିଠିକ୍ରମେ ଗତ ଜାନୁଆରି ୨୬ ପର୍ଯ୍ୟନ୍ତ ଏଏସ୍‌ଆଇ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରଖିଥିଲା।

Read More

ସଂସଦର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି। ଏହି ଅଧିବେଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ଆରମ୍ଭ ହୋଇଛି। ମହାକୁମ୍ଭରେ ମୌନୀ ଅମାବାସ୍ୟାରେ ଘଟିଥିବା ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି |ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ନିଷ୍ପତ୍ତି ନେଉଛି। ୨ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ସ୍ଵାମୀତ୍ଵ କାର୍ଡରେ ସାମିଲ କରାଯାଇଛି। ଆୟୁଷ୍ମାନ୍ ଯୋଜନାରେ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ସୀମା ବୃଦ୍ଧି କରାଯାଇଛି। ସମସ୍ତଙ୍କୁ ଆବାସ ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି। ୧୦ ବର୍ଷ କାର୍ଯ୍ୟକାଳରେ ବିକଶିତ ଭାରତକୁ ଗତି ଦେଇଛି।ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିସ୍ତାର କରିବା ଏବଂ ତିନି କୋଟି ଅତିରିକ୍ତ ପରିବାରକୁ ନୂତନ ଘର ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି।’ ଆଦିବାସୀ ସମାଜର ପାଞ୍ଚ କୋଟି ଲୋକଙ୍କ ପାଇଁ ‘ଧରତୀ ଆବା ଜନଜାତୀ ଗ୍ରାମ ଉତ୍କର୍ଷ’ ଅଭିଯାନ ଆରମ୍ଭ କରାଯାଇଛି। ଆଜି, ମୋ ସରକାର…

Read More

ରାଜ୍ୟ ନିର୍ବାଚନ କମିଶନର ଭାବେ ଶୁକ୍ରବାର ଦାୟିତ୍ୱ ନେଇଛନ୍ତି ମଧୁସୂଦନ ପାଢ଼ୀ। ତୋଶାଳୀ ଭବନରେ ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି। ଆଦିତ୍ୟ ପାଢ଼ୀଙ୍କ ଅବସର ପରେ କମିଶନର ପଦ ଖାଲି ପଡ଼ିଥିଲା । ଏବେ ଦାୟିତ୍ୱର ଭାର ମଧୁସୂଦନ ପାଢୀଙ୍କ ହାତକୁ ହସ୍ତାନ୍ତର କରାଯାଇଛି।ମଧୁସୂଦନ ପାଢ଼ୀ ହେଉଛନ୍ତି ୧୯୯୧ ବ୍ୟାଚ୍ ଆଇଏଏସ୍ ଅଫିସର, ଯିଏ କି ପୂର୍ବରୁ ଓଡ଼ିଶା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିଲେ।ଦୀର୍ଘ ବର୍ଷର କ୍ୟାରିୟରରେ ମଧୁସୂଦନ ପାଢ଼ୀ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ପରିବହନ ସମେତ ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରିଛନ୍ତି।

Read More

ମୋଟର ଯାନ ଫିଟନେସ୍ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ରାଜ୍ୟରେ ପଞ୍ଜୀକୃତ ହୋଇଛି ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା (ଏଟିଏସ)।ପ୍ରଥମ ଦିନରେ ୭୩ ଗାଡ଼ି ଯାଞ୍ଚ କରାଯାଇଛି । ରାଜ୍ୟରେ ପ୍ରଥମ ଥର କଟକରେ ଆରମ୍ଭ ହୋଇଥିବା ଏଟିଏସ୍ ବ୍ୟବସ୍ଥାରେ ଗତକାଲି ଠାରୁ ତ୍ରୁଟିଶୂନ୍ୟ ପରୀକ୍ଷା କରାଯାଇଛି । ଚାରି ଚକିଆରୁ ଦଶ ଚକିଆ ଗାଡ଼ି ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ପ୍ରଥମ ଦିନରେ ପରିବହନ କମିଶନର ଅମିତାଭ ଠାକୁର ନରାଜ ସ୍ଥିତ ଏହି କେନ୍ଦ୍ର ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଖୁବ ଶୀଘ୍ର ରାଜ୍ୟରେ ଆହୁରି ୨୧ ଏଟିଏସ ସ୍ଥାପନା ହେବ। ରାସ୍ତାରେ ଗାଡ଼ି ଚାଲିବା ପାଇଁ ଗାଡ଼ିର ସ୍ଥିତି କିଭଳି ଥିବା ଦରକାର ସେଥିପାଇଁ ମୋଟର ଯାନ ନିୟମାବଳୀ ରହିଛି।ତେବେ ପୂର୍ବରୁ ଫିଟନେସ୍ ସାର୍ଟିଫିକେଟ ତଥା ଗାଡ଼ିର ପଞ୍ଜୀକରଣ ନବୀକରଣ ମନୁଷ୍ୟ ମୂଲ୍ୟାୟନ ଆଧାରରେ ହେଉଥିଲା। ଏହି ପରୀକ୍ଷଣ…

Read More