ଅନୁଗୁଳ ସହରର ପି.ଏମ୍. କମ୍ପ୍ଲେକ୍ସ ପୂଜା ମଣ୍ଡପରେ ପ୍ରଭୁ ଗଣେଶଙ୍କ ଭସାଣି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ‘ଆଜ୍ଞା ଲଡ଼ୁ’ ନିଲାମ । ଗଣେଶଙ୍କ ‘ଆଜ୍ଞା ଲଡ଼ୁ’ ନିଲାମ ପାଇଁ ଭକ୍ତମାନଙ୍କ ମଧ୍ୟରେ ଲାଗିଥିଲା ପ୍ରତିଯୋଗିତା । ଶେଷରେ ଆଜ୍ଞା ଲଡ଼ୁଟି ୯୦ ହଜାର ଟଙ୍କାରେ ନିଲାମ ହୋଇଥିଲା । ଶୋଭାଯାତ୍ରାର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ସାମ୍ପ୍ରଦାୟିକ ଏକତାର ବାର୍ତ୍ତା । ଜାତି, ଧର୍ମ ଓ ସମ୍ପ୍ରଦାୟର ଭେଦଭାବ ଭୁଲି ସମସ୍ତ ଧର୍ମର ଲୋକେ ଏହି ପୂଜା ଉତ୍ସବରେ ସାମିଲ ହୋଇଥିଲେ । ପରସ୍ପରକୁ ଅବିର ବୋଳି ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ଖୁସିରେ ରଙ୍ଗୀନ ହେଉ ବୋଲି ପ୍ରାର୍ଥନା କରିଥିଲେ ।






