Author: sanitelevision

ରାଜଧାନୀରେ ଚାଞ୍ଚଲ୍ୟ। ପ୍ରଶାନ୍ତି ବିହାର, ପଟିଆ ଅଞ୍ଚଳରେ ମଙ୍ଗଳା ମନ୍ଦିର ନିକଟରେ ଥିବା ଖାଲି ଜାଗାରେ ବଣ ବୁଦା ଭିତରେ ଏକ ପରିତ୍ୟକ୍ତ ବିୟର କ୍ୟାନ୍ ଭିତରେ ଏକ ୫ ଫୁଟ ଲମ୍ବର ଢମଣା ସାପ ମୁଣ୍ଡ ଭର୍ତ୍ତି କରି ଦେଇଥିଲା। ସ୍ଥାନୀୟ ବାଳକ ମାନେ ଗତକାଲି ସନ୍ଧ୍ୟାବେଳେ ଉକ୍ତ ସାପଟିକୁ ବୁଦା ଭିତରେ ଛଟପଟ ହେବା ଦେଖି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଉଦ୍ଧାର ପାଇଁ ଫୋନ୍ କରିଥିଲେ।ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟା ନୀହାରିକା ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ସତର୍କତାର ସହିତ ବୁଦା ଭିତରୁ ଢମଣା ଟିକୁ ଉଦ୍ଧାର କରି ବାହାରକୁ ଆଣିଥିଲେ । ବାସ ତା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । କ୍ୟାନ୍ କୁ ଭିଡ଼ି କରି ସାପକୁ ବାହାର କଲେ ତାର ବେକ ବା ମୁଣ୍ଡ କଟି ଯିବାର ସମ୍ଭାବନା ଥିଲା । ଏଣୁ…

Read More

ବଢ଼ିଲା ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା । ବିଭିନ୍ନ ଭତ୍ତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ମୁ୍‌ଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ଡାଏଟ ଭତ୍ତା ୯୦୦ରୁ ୧୪୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ମୋଟର ସାଇକେଲ ଭତ୍ତା ୩୦୦ରୁ ୧୦୫୦କୁ ବୃଦ୍ଧି, ମୋବିଲିଟି ଭତ୍ତା ୧୫୦ରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ଉପକୃତ ହେବେ ୬ ହଜାର ୫୮ ଜଣ କର୍ମଚାରୀ ।ସେହିପରି ମୋବିଲିଟି ଭତ୍ତା ୧୫୦ରୁ ୩ ଶହ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ରିସ୍କ ଭତ୍ତା ୪ ଶହରୁ ୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଫେବୃୟାରୀ ଆରମ୍ଭରୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ । ଅଗ୍ନିଶମ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଏବଂ ବିଭିନ୍ନ ପରିସ୍ଥିତିରେ ଲୋକଙ୍କୁ ତ୍ୱରିତ ସେବା ଯୋଗାଉଥିବା ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ପ୍ରଦାନ ସହ ସେମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ…

Read More

ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଅସୁସ୍ଥ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ଶ୍ବାସକ୍ରିୟା ଜନିତ ସମସ୍ୟାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ବରଗଡ଼ରୁ ଭୁବନେଶ୍ବର ଅଣାଯାଇଛି। ବିଜେଡିର ଅନ୍ୟ ବରିଷ୍ଠ ନେତା ମଧ୍ୟ ଗୁରୁତର ସୁଶାନ୍ତଙ୍କୁ ଭେଟିଛନ୍ତି । ସୂଚନା ଥାଉକି, ପୂର୍ବତନ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଅବସ୍ଥା ଗୁରୁତର ହୋଇଛି । ଏହି ଅବସରରେ ସୁଶାନ୍ତ ସିଂଙ୍କୁ ଭେଟିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ଏକ ଘରୋଇ ହସ୍ପିଟାଲ ଯାଇ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ନବୀନ । କେବଳ ସେତିକି ନୁହେଁ, ସୁଶାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ବି ଆଲୋଚନା କରିଛନ୍ତି ନବୀନ । ଗତ କିଛିଦିନ ହେବ ସୁଶାନ୍ତ ସିଂ ଅସୁସ୍ଥ ରହିଛନ୍ତି । ତେବେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡ଼ି ଯିବାରୁ ସେ ଆପୋଲୋରେ…

Read More

ଲାଞ୍ଚ ନେଇ ଧରା ପଡିଲେ ପୁଲିସ୍ ବାବୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସଆଇ ବୁଦୁ ଭୋଇଙ୍କୁ ୬ ହଜାର ଟଙ୍କା ଲାଞ୍ଚ ଟଙ୍କା ଗ୍ରହଣ କରିବା ଅଭିଯୋଗରେ ଅଟକ ରଖିଛି ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍ । ମୋଟର ସାଇକେଲ ଛାଡ଼ିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ବୁଡୁ। ବର୍ତ୍ତମାନ ବୁଡୁ ଭୋଇଙ୍କ ସୁବର୍ଣ୍ଣପୁର ପଟାଭାଡ଼ି ସ୍ଥିତ ଘର ସହିତ ବୀରମହାରାଜପୁର ଥାନାରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍। ଏହା ସହିତ ବୁଦୁ ଭୋଇଙ୍କ ଦୁଇଟି ସ୍ଥାନରେ ଭିଜିଲାନ୍ସ ଏବେ ଅଧିକ ଯାଞ୍ଚ ସହିତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ ବି ଆରମ୍ଭ କରି ଦେଇଛି ।ଭିଜିଲାନ୍ସର ତଥ୍ୟ ଅନୁସାରେ ବୀରମହାରାଜପୁର ଥାନା ଅତିରିକ୍ତ ପୋଲିସ ସବ୍ ଇନ୍ସପେକ୍ଟର ବୁଦୁ ଭୋଇ ଏକ ଗାଡି ଧକ୍କା ମାମଲାରେ ଅଭିଯୋଗକାରୀଙ୍କୁ ତାଙ୍କ ଦୁଇ ଚକିଆ ଗାଡି ମୁକୁଳାଇବା ପାଇଁ ଦୀର୍ଘ…

Read More

ଆଜି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଖାଲି ସେତିକି ନୁହେଁ ଏନେଇ ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ର ମାନଙ୍କୁ ସଚେତନ କରିଆସୁଛି । ୨୦୨୨-୨୩ ଓ ୨୦୨୪ ପାଇଁ ଥିମ୍ ରହିଛି ‘କ୍ଲୋଜ୍ ଦି କେୟାର ଗ୍ୟାପ୍’ ।ତମାଖୁ ସେବନ, ମଦ୍ୟପାନ, ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ, ଶାରୀରିକ ବ୍ୟାୟାମ ଅଭାବ ଏବଂ ବାୟୁ ପ୍ରଦୂଷଣ ହିଁ କର୍କଟ ରୋଗର ମୁଖ୍ୟ କାରଣ ଅଟେ। କର୍କଟ ସ୍କ୍ରିନିଂ, ପ୍ରତିରୋଧ ଏବଂ ଚିକିତ୍ସା ଦ୍ୱାରା ହିଁ ଭାରତ ଏବଂ ବିଶ୍ୱସ୍ତରରେ ଏହି ରୋଗର ହାରକୁ ହ୍ରାସ କରିହେବ। ବିଶେଷକରି ସ୍ୱଳ୍ପ ଏବଂ ମଧ୍ୟମ ଆୟ…

Read More

କଟକ ଏସସିବିରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍ ।ଏହାଦ୍ବାରା ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ମିଳି ପାରିବ ତୁରନ୍ତ ଉନ୍ନତ ଚିକିତ୍ସା। ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ପ୍ରତିଷ୍ଠା ହେବାକୁ ଥିବା ଟ୍ରମା ସେଣ୍ଟରକୁ କେନ୍ଦ୍ର ସରକାରଙ୍କ ଅନୁମତି ପରେ, ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଏଥିପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ବିନିଯୋଗ କରିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ବିନିଯୋଗ କରିବେ।କଟକ SCB ରେ ଏହି ଟ୍ରମା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ୨୦୨୪ ଜୁଲାଇ ୨ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ.ପି ନଡ୍ଡା ଙ୍କ ନିକଟକୁ ପତ୍ର ଲେଖି ଅନୁରୋଧ କରିଥିଲେ ।ଏବେ ଏହା ରାଜ୍ୟ ସରକାରଙ୍କ ଅନୁମୋଦନ ମଧ୍ୟ ହାସଲ କରିଛି। ଏହାପରେ ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ ।

Read More

ଭୋପାଳରେ ଏଣିକି ଭିକ ମାଗିଲେ ଏବଂ ଦେଲେ ଉଭୟ ହିଁ ଅପରାଧ ହେବ । ଭିକ ନେଉଥିବା ଏବଂ ଦେଉଥିବା ବ୍ୟକ୍ତିଙ୍କ ଉପରେ ମାମଲା ରୁଜୁ କରାଯିବ । ଏହାକୁ ତଦାରଖ କରିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରାର ସହାୟତା ନେବ ।ବର୍ତ୍ତମାନ ନଗର ନିଗମକୁ ସହରର ଗୋଟିଏ ଆଶ୍ରୟସ୍ଥଳ ଚିହ୍ନଟ କରିବାକୁ କୁହାଯାଇଛି । ଏହାକୁ ଭିକ୍ଷୁ ଗୃହରେ ପରିଣତ କରାଯିବ । ସ୍ଥାନ ଚିହ୍ନଟ ହେବା ମାତ୍ରେ ଆଦେଶ ଜାରି କରାଯିବ । ଏହି ଆଦେଶରେ ସମ୍ବନ୍ଧିତ ସ୍ଥାନକୁ ସୂଚିତ କରାଯିବ । ଆଦେଶ କାର୍ଯ୍ୟକାରୀ ହେବା ମାତ୍ରେ ଭୋପାଳରେ ଭିକ ମାଗିବା ଏବଂ ଦେବା ଉପରେ FIR ପଞ୍ଜୀକୃତ ହୋଇପାରିବ ।ପ୍ରଶାସନ ପାଖରେ ଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ରାଜଧାନୀରେ ପ୍ରାୟ ୨୫୦ ଭିକାରୀ ଅଛନ୍ତି । ଛକଗୁଡ଼ିକରେ ସ୍ଥାପିତ ସିସିଟିଭି କ୍ୟାମେରା ମାଧ୍ୟମରେ ଭିକାରୀଙ୍କୁ ଚିହ୍ନଟ କରାଯିବ । ଏହା ବ୍ୟତୀତ…

Read More

ରାଜ୍ୟରେ ନୂତନ ସରକାର କ୍ଷମତାକୁ ଆସିବା ପରେ ଗ୍ରାମାଂଚଳରେ ଧିମେଇ ଯାଇଥିବା ଭିଭିତ୍ତିମି ବିକାଶ କାର୍ଯ୍ୟକୁ ପୁଣିଥରେ ତ୍ୱରାନ୍ୱିତ ପାଇଁ ପଦକ୍ଷେପ ନେଇଛନ୍ତି । ଚଳିତ ମାସ ୫ରୁ ରାଜ୍ୟରେ ଆରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା।ଖୋର୍ଦ୍ଧା ଜିଲା ଜଙ୍କିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ଶୁଭାରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ, ସାଂସଦ ପ୍ରମୁଖ ଯୋଗ ଦେବେ। ଏଣିକି ଗ୍ରାମସଭା ନିଷ୍ପତ୍ତି ଅନୁଯାୟୀ ଗାଁର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହେବ। ବିନା ଗ୍ରାମସଭାରେ ଗ୍ରାମରେ କୌଣସି ବିକାଶମୂଳକ କାର୍ଯ୍ୟ ହେବନାହିଁ। ଆସନ୍ତା ୫ବର୍ଷ ପାଇଁ ଗ୍ରାମସଭା ମାଧ୍ୟମରେ ଗ୍ରାମ ବିକାଶର ନୀଳନକ୍ସା ପ୍ରସ୍ତୁତ ହେବ। ଫେବୃଆରୀ ୧୪ସୁଦ୍ଧା ଗ୍ରାମସଭାରେ ପ୍ରକଳ୍ପ ତାଲିକା ମନୋନୟନ କରିବେ। ସମସ୍ତ ପଞ୍ଚାୟତ ୧୫ରେ ବ୍ଲକରେ ନିଜ ନିଜ ଗ୍ରାମର ପ୍ରକଳ୍ପ ତାଲିକା ଦାଖଲ କରିବେ। ୧୮ସୁଦ୍ଧା ପଞ୍ଚାୟତ ସମିତିର…

Read More

ବୁଧବାର ମାଘ ମାସ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ସନ୍ଧ୍ୟା ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ।ବନକଲାଗି ନୀତି ସଂପନ୍ନ ହେବା ପରେ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୩ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ପାରନ୍ତି। ଘଟଣାକ୍ରମ ସହ ଜଡ଼ିତ ଜନୈକ ଅଧିକାରୀଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଯାତ୍ରା ସମୟରେ ଟ୍ରମ୍ପ ଖୋଦ୍ ମୋଦୀଙ୍କ ପାଇଁ ରାତ୍ର ଭୋଜନର ଆୟୋଜନ କରି ପାରନ୍ତି। ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଉଭୟ ନେତାଙ୍କ ସାକ୍ଷାତ ଉପରେ ସାରା ବିଶ୍ବର ନଜର ରହିଥିଲା । ଏବେ ଏହି ସାକ୍ଷାତ ୱାସିଂଟନରେ ହେବାର ସମ୍ଭାବନା ରହିଛି । ଉଭୟ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା ଓ ବାଣିଜ୍ୟ ସମ୍ପର୍କ ନେଇ ଆଲୋଚନା ହୋଇପାରେ । ପ୍ରଧାନମନ୍ତ୍ରୀ ମୋଦୀ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ କଲ୍‌କୁ ନେଇ ଟ୍ରମ୍ପ କହିଥିଲେ ଯେ, ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଟ୍ରମ୍ପ କହିଥିଲେ, ମୁଁ ମୋଦୀଙ୍କ ସହ ଲମ୍ବା ସମୟ ଆାଲୋଚନ କରିଥିଲି। ସମ୍ଭବତଃ…

Read More