Author: sanitelevision

ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଜାତୀୟ ମହିଳା ଆୟୋଗ ‘ଜାତୀୟ ମହିଳା କମିଶନ- ଆପଣଙ୍କ ଦ୍ୱାରରେ’ ଶୀର୍ଷକ ନାମକ ଏକ ଜନ ଶୁଣାଣି ଆୟୋଜିତ ହେବ।ଏହି କାର୍ଯ୍ୟକ୍ରମରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ଉପସ୍ଥିତ ରହିବେ । ସମସ୍ୟାରେ ପୀଡ଼ିତ ମହିଳା ଜନ ଶୁଣାଣିକୁ ଆସି ଭାଗ ନେଇ ପାରିବେ ବୋଲି କୁହାଯାଇଛି । ତେବେ ପଡ଼ି ରହିଥିବା ଅଭିଯୋଗଗୁଡ଼ିକର ସମାଧାନ କରିବା ଏବଂ ଅଞ୍ଚଳର ମହିଳାମାନଙ୍କଠାରୁ ନୂତନ ଅଭିଯୋଗ ଗ୍ରହଣ କରିବା ହେଉଛି ମହିଳା ଜନ ସୁନଓ୍ବାଇ କାର୍ଯ୍ୟକ୍ରମର ପ୍ରଧାନ ଲକ୍ଷ୍ୟ ରହିଛି ।ଭୁବନେଶ୍ୱର ଏବଂ ଆଖପାଖ ସମସ୍ତ ସହରର ମହିଳାମାନେ କୌଣସି ପ୍ରକାରର ସମସ୍ୟାରେ ପୀଡିତ ଥିଲେ, ସେମାନେ ଏହି ଜନଶୁଣାଣିରେ ଅଂଶଗ୍ରହଣ କରି ନିଜର ସମସ୍ୟା ଉପସ୍ଥାପିତ କରିବାକୁ କୁହାଯାଇଛି। ମହିଳାମାନଙ୍କ ସହ ଜଡିତ ବିଚାରଧୀନ ମାମଲାଗୁଡ଼ିକର ସମାଧାନ କରିବା ଏବଂ ଯଥାସମ୍ଭବ ସମସ୍ତ…

Read More

କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବାଂଶପାଣି ନିକଟ ଟୋଲ ଗେଟ୍‌ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହରୁ ପୁଅର କାଠଫାଳିଆ ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି। ସୂଚନାମୁତାବଳକ ବିକାଶ ଜଣେ ଝିଅକୁ ଭଲ ପାଉଥିଲେ। ତାଙ୍କୁ ବିବାହ କରିବାକୁ ଘରେ ଜିଦ୍‌ କରୁଥିଲେ। ମାତ୍ର ଘରେ ବିକାଶଙ୍କ ଜଣେ ଭଉଣୀ ଓ ଭାଇ ରହିଥିବାରୁ ଘରଲୋକ ତାଙ୍କୁ କାମଧନ୍ଦା କରି ନିଜ ଗୋଡ଼ରେ ଛିଡ଼ା ହେବାକୁ କହୁଥିଲେ। ଏହି ଘଟଣାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ରବିବାର ଅନୁରୂପ ବିକାଶ ବିବାହ କରିବାକୁ ଜିଦ୍‌ କରିଥିଲେ। ଫଳରେ ଏହାକୁ ନେଇ ବାପପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ବିକାଶ ଉତ୍ତ୍ୟକ୍ତ ହୋଇବାପାଙ୍କ ମୁଣ୍ଡକୁ ଏକ କାଠଫାଳିଆରେ ପିଟି ଦେଇଥିଲେ। ଫଳରେ ଅଜୟ ଗୁରୁତର ହୋଇପଡ଼ିଥିଲେ। ତେବେ ବାପା ଅଜୟ ସେଠୀଙ୍କୁ ତାଙ୍କ ପୁଅ ଆକ୍ରମଣ କରିବା ପରେ ପରିବାର ଲୋକେ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି…

Read More

ଆସନ୍ତ ୨୧ ତାରିଖରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଆଡମଟି କାର୍ଡ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ www.bseodisha.ac.in ୱେବସାଇଟକୁ ଯାଇ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଆସନ୍ତା ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରାୟ ୫ ଲକ୍ଷ ୧୦ ହଜାର ୭୭୮ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବେ। ପରୀକ୍ଷା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ପ୍ରଥମ ଦିନ ଅର୍ଥାତ ୨୧ ରେ ମାତୃଭାଷା ଓଡ଼ିଆ, ୨୪ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ, ୨୭ ତାରିଖରେ ଗଣିତ , ମାର୍ଚ୍ଚ ୧ରେ ସାଧାରଣ ବିଜ୍ଞାନ, ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୬ରେ ତୃତୀୟ…

Read More

ବହୁ ବିବାଦ ପରେ ଶେଷରେ ମମତା କୁଲକର୍ଣ୍ଣୀ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଇଛନ୍ତି। ସେ ସୋମବାର ସାମାଜିକ ଗଣମାଧ୍ୟମରେ ଏହାର ସୂଚନା ଦେଇଛନ୍ତି। ମମତା କୁଲକର୍ଣ୍ଣୀ କହିଛନ୍ତି, ମୁଁ ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଉଛି। ଦୁଇ ଆଖଡ଼ା ମଧ୍ୟରେ ମୋତେ ନେଇ ଯେଉଁ ବିବାଦ ଚାଲିଛି ସେଥିରେ ନେଇ ମୁଁ ମର୍ମାହତ। ମୁଁ ଜଣେ ସାଧ୍ଵୀ ଥିଲି ଏବଂ ଆଗକୁ ରହିବି ମଧ୍ୟ।ମୋତେ ମହାମଣ୍ଡଳେଶ୍ୱରର ସମ୍ମାନ ଦିଆଯାଇଥିଲା। ହେଲେ କିଛି ଲୋକଙ୍କ ପାଇଁ ଏହା ସମସ୍ୟା ସାଜିଛି। ମୁଁ ବଲିଉଡକୁ ୨୫ ବର୍ଷ ପୂର୍ବେ ଛାଡ଼ିଦେଇଥିଲି।”ମୋର ଯେଉଁ ଗୁରୁ ଅଛନ୍ତି, ଯାହାଙ୍କ ସାନିଧ୍ୟରେ ଘୋର ତପସ୍ୟା କଲି, ତାଙ୍କ ବରାବର ତ ମୋତେ ସମ୍ମାନ ଦେଲେ ନାହିଁ। ଓଲଟା ବହୁ କିଛି ଶୁଣିବାକୁ ପଡ଼ିଲା। ମୋତେ କୌଣସି କୈଳାସ କିମ୍ବା ମାନସରୋବର ଯିବାର ଆବଶ୍ୟକତା ନାହିଁ। ମୋତେ ନେଇ ଯେଉଁ ଲୋକଙ୍କ ଆପତ୍ତି ଅଛି, ସେମାନଙ୍କ ବିଷୟରେ କମ…

Read More

ପାରିବାରିକ ସମ୍ପତ୍ତି ବିବାଦକୁ ନେଇ ଆନ୍ଧ୍ରପ୍ରଦେଶର ୮୬ ବର୍ଷୀୟ ଶିଳ୍ପପତି ଭେଲମତି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓଙ୍କୁ ତାଙ୍କ ନାତି କୀର୍ତ୍ତି ତେଜା ୭୦ ଥର ଛୁରି ଭୁସି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ଅଭିଯୁକ୍ତଙ୍କ ନାଁ କେ. କୀର୍ତ୍ତି ତେଜା (୨୮) ।ମୃତକ ‘ଭେଲଜାନ୍’ ନାମକ ଗ୍ରୁପର ସିଏମଡି ଥିଲେ । ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଘଟଣା ସାମ୍‌ନାକୁ ଆସିଛି । ସମ୍ପତ୍ତିକୁ ନେଇ ଝଗଡ଼ା ପରେ ଆମେରିକା ଫେରନ୍ତା ୨୯ ବର୍ଷୀୟ ନାତି କୀର୍ତ୍ତି ଜେଜେ ଜନାର୍ଦ୍ଦନଙ୍କୁ ୭୦ ଥର ଛୁରି ଭୁସିଥିଲେ । ଜନାର୍ଦ୍ଦନ ଏଲୁରୁର ମୂଳ ବାସିନ୍ଦା ହୋଇଥିବାବେଳେ ସେ କିଛି ମାସ ହେଲା ହାଇଦ୍ରାବାଦର ସୋମାଜିଗୁଡ଼ା ଅଞ୍ଚଳରେ ଥିବା ବାସଭବନରେ ରହୁଥିଲେ । ସେଠାରେ ତେଜାଙ୍କ ମା’ କଫି ଆଣିବାକୁ ଯାଇଥିବା ସମୟରେ ଏପଟେ ତେଜା ଓ ତାଙ୍କ ଜେଜେବାପାଙ୍କ ମଧ୍ୟରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଯୁକ୍ତିତର୍କ ଆରମ୍ଭ…

Read More

ବାରବାଟୀରେ ଫ୍ଲଡ୍ ଲାଇଟ୍ ବିଭ୍ରାଟକୁ ନେଇ ସବୁଠି ଚର୍ଚ୍ଚା। ଏହାରି ଭିତରେ ବାରବାଟୀରେ ବ୍ୟବହାର ହେଉଥିବା ଜେନେରେଟରକୁ ନେଇ ଆସିଛି ଚାଞ୍ଚଲ୍ୟକର ଖବର।ବାରବାଟୀ ବିଭ୍ରାଟ ପାଇଁ ଏବେ ସେଠାରେ ଠିଆ ହୋଇଥିବା ବସ୍ କର୍ମଚାରୀଙ୍କୁ ଦାୟୀ କରାଯାଉଥିବା ବେଳେ ବସ୍ କର୍ମଚାରୀ ଏହାକୁ ଖଣ୍ଡନ କରିଛନ୍ତି। ବସ କର୍ମଚାରୀ ଖେଳ ଦେଖିବାକୁ ଯାଇନଥିଲେ, ୱେଟିଂ ରୁମରେ ବସିଥିଲେ, ଘଟଣା ଘଟିବା ପରେ ଖବର ପାଇ ଦୁଇ ମିନିଟରେ ପହଞ୍ଚିଥିଲୁ। ଗାଡି ସାଇଡ୍ କରିଥିଲୁ। ଖେଳାଳି ବସରୁ ବାହାରି ଯିବା ପରେ କର୍ମଚାରୀ ବସ ଭିତରେ ରହିବାର ନିୟମ ନାହିଁ। କାରଣ ବସ ଭିତରେ ସେମାନଙ୍କ ଅନେକ ସାମଗ୍ରୀ ରହି ଥାଏ। ସବୁଠାରୁ ବଡ କଥା ବସ୍ ଡ୍ରାଇଭରକୁ ଦୋଷ ଦେଇ ଖସିଯିବା ଠିକ ନୁହେଁ ବୋଲି ସେ କହିଛନ୍ତି। ଫ୍ଲଡଲାଇଟ୍ ପାଇଁ ବ୍ୟବହାର ହେଉଥିବା ଡିଜି ଅନେକ ସମୟରେ ଭଡାରେ ଯାଉଥିବା କଥା କହିଛନ୍ତି ପୂର୍ବତନ କ୍ରୀଡ଼ା ପ୍ରଶାସକ ବ୍ରଜ ନନ୍ଦ।…

Read More

ସାବଧାନ ହୋଇଯାଆନ୍ତୁ ଅମାନିଆ ଗାଡି ଚାଳକ । ହେଲମେଟ୍ ପିନ୍ଧିନଥିଲେ, ଗାଡିର କାଗଜପତ୍ର ଠିକ୍ ନଥିଲେ, ଗାଡିର ଇନ୍ସୁରାନ୍ସ ନଥିଲେ କିମ୍ବା ମଦ ମିଇ ଟ୍ରାଫିକରେ ଧରାପଡିଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ । କେବଳ ଏତିକି ନୁହେଁ ନାବାଳକ କିମ୍ବା ନାବାଳିକା ଗାଡି ଚଲାଉଥିବାର ଧରାପଡିଲେ ମଧ୍ୟ ଲାଗିବ ମୋଟା ଅଙ୍କର ଫାଇନ୍ । ରାଜଧାନୀ ଭୁବନେଶ୍ୱରର ପ୍ରତିଟି ସ୍ଥାନରେ ହେବ କଡାକଡି ଚେକିଂ । କଳାକାଚ, ବିକଟାଳ ହର୍ଣ୍ଣ, ଫିଲ୍ମ ଆଦି ଚେକିଂ ପୂର୍ବରୁ କାଢି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ନଚେତ୍ ଜରିମାନା ଲାଗିବ ବୋଲି ବୋଲି ସୂଚନା ଜାରି କରାଯାଇଥିଲା । ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତ ଯାତ୍ରୀଙ୍କ ଉପରେ ନଜର ରଖାଯିବ । ରାଜ୍ୟରେ ଦୁର୍ଘଟଣା ବଢିବାରେ ଲାଗିଛି । ମଦ ପିଇ ଅଧିକାଂଶ ଦୁର୍ଘଟଣା ଘଟୁଥିବା ସୂଚନାରୁ ଜଣାପଡିଛି । ଏହା ବ୍ୟତିତ ବିନା ହେଲମେଟରେ ଗାଡି ଚଲାଇବା ବିପଦ…

Read More

ଆସୁଛି ଖରା, ସରକାର ସତର୍କ । ଖରା ପୂର୍ବରୁ ସରକାରଙ୍କୁ ଘାରିଛି ପାଣି ଚିନ୍ତା । ରାଜ୍ୟରେ ପୁଣି ଥରେ ଖୋଳାଯିବ ଟ୍ୟୁବୱେଲ୍ ବା ନଳକୂପ । ୭୦ ଜନସଂଖ୍ୟା ବିଶିଷ୍ଟ ଗାଁରେ ୨ଟି ନଳକୂପ ଖୋଳିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନଳକୂପ ଖୋଳିବା ପାଇଁ ପୂର୍ବ ସରକାର ପ୍ରକ୍ରିୟା ବନ୍ଦ କରିଥିଲେ। ଉପକୂଳ ଅଞ୍ଚଳରେ ସାଲାଇନ ପାଣି ଥିବାରୁ ଦଶ ବର୍ଷ ପରେ ମଧୁର ପାଣି ସରିଯାଉଛି। ଏଥିପାଇଁ ଅଧିକ ଆଡି ବନ୍ଧ ନିର୍ମାଣ ହେବ। ଖରାଦିନ ପାଇଁ ପାନୀୟ ଜଳ ବ୍ୟବସ୍ଥା ପାଇଁ ସୋଲାର ମାଧ୍ୟମରେ ପାନୀୟ ଜଳ ଦେବେ ସରକାର | ସେହିଭଳି ଅନ୍ୟ ଅସୁବିଧା ହେଲେ ଟ୍ୟାଙ୍କର ମାଧ୍ୟମରେ ଦିଆଯିବ ପାଣି।ଜଙ୍ଗଲ ଅଞ୍ଚଳରେ ସମସ୍ୟା ଥିବାରୁ କେନ୍ଦ୍ରକୁ ପ୍ରସ୍ତାବ ଯାଇଛି । ୨୦୨୫ ମାର୍ଚ୍ଚ ସୁଦ୍ଧା ୭୨ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସରିବାକୁ ଲକ୍ଷ୍ୟ…

Read More

ସ୍ଥିର ରହିଛି ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା। ଲିଭର ସିରୋସିସ୍ ରେ ପୀଡ଼ିତ ଅଛନ୍ତି ପୁରୁଣା ଦିନର ଓଡ଼ିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି। ଆଶା କରାଯାଉଛି ସେ ଖୁବଶୀଘ୍ର ଭଲ ହୋଇ ଘରକୁ ଫେରିବେ। ଆଉ ଅଧା ରହିଯାଇଥିବା ଫୁଲ୍ମ ସୁଟିଂକୁ ପୁରା କରିବେ।କିନ୍ତୁ ଏଥର ଦୀର୍ଘ ବର୍ଷ ପରେ ସେ ଏକ ଫିଲ୍ମ ସୁଟିଂ କରୁଥିଲେ। ଯେଉଁଥିରେ ସହ କଳାକାର ଥିଲେ ସ୍ତ୍ରୀ ଅପରାଜିତା ମହାନ୍ତି ଓ ପୁଅ ବାବୁଶାନ ମହାନ୍ତି। ସୁଟିଂ ସେଟରେ ହଠାତ୍ ତାଙ୍କ ଦେହ ଖରାପ ହୋଇଯାଇଥିଲା। ପରେ ୫ ଦିନ ତଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରିବାର ଲୋକ ଉତ୍ତମ ଚିକିତ୍ସା ପାଇଁ ଉତ୍ତମଙ୍କୁ ଦିଲ୍ଲୀ ନେଇଯାଇଛନ୍ତି। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।। ଓଲିଉଡ୍ ଓ ଶୁଭେଛୁମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଦର୍ଶକଙ୍କୁ ଅନେକ ସୁପରହିଟ୍…

Read More

ତିରୁପତି ମନ୍ଦିରର ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ମିଶୁଛି ପଶୁ ଚର୍ବି ଓ ମାଛ ତେଲ ମାମଲାରେ ୪ ଜଣ ଗିରଫ ହୋଇଛନ୍ତି । ଏମାନେ ହେଲେ ଭୋଳା ବାବା ଡାଏରୀର ପୂର୍ବ ନିର୍ଦ୍ଦେଶକ ବିପିନ ଜୈନ ଏବଂ ପୋମିଲ ଜୈନ, ବୈଷ୍ଣବ ଡାଏରୀର ଅପୂର୍ବ ଚାୱଡା ଏବଂ ଏଆର ଡେରୀର ରାଜୁ ରାଜଶେଖରନଙ୍କ ବୋଲି ଜଣାପଡିଛି । ଏସଆଇଟି ଏମାନଙ୍କୁ ଗିରଫ କରିଛି ।ତେବେ ତିରୁପତି ମନ୍ଦିରର ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ମିଶୁଛି ପଶୁଙ୍କ ଚର୍ବି ଓ ମାଛ ତେଲ । ଏଭଳି ଅଭିଯୋଗ ଆସିବା ପରେ ମାମଲା ପହଞ୍ଚିଥିଲା ସୁପ୍ରିମକୋର୍ଟରେ । ପ୍ରସାଦରେ ଅପମିଶ୍ରଣ କରାଯାଇଥିବା ଅଭିଯୋଗ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ପ୍ରସାଦ କଣ୍ଟ୍ରାଟ ନେଇଥିବା ସଂସ୍ଥା ବିରୋଧରେ ପିଟିସନ ଦାଖଲ କରିଥିଲେ ଆଇନଜୀବୀ । ସେପଟେ ଏହି ପ୍ରସଙ୍ଗ ରାଜନୈତିକ ମୁଦ୍ଦା ପାଲଟିଥିବା ବେଳେ ପ୍ରସାଦର ସ୍ବଚ୍ଛତା…

Read More