Author: sanitelevision

ସୁଧୁରୁଛି ଓଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟବସ୍ଥା । ଅନେକ କଳାକାରଙ୍କ ସମେତ ରାଜନେତା ମାନେ ମଧ୍ୟ ଉତ୍ତମଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ପିଟାଲରେ ପହଞ୍ଚି ଉତ୍ତମଙ୍କ ପୁଅ ତଥା ଅଭିନେତା ବାବୁସାନ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରି ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି । ଚିକିତ୍ସା ପାଇଁ ଯାହା ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅଭିନେତା ଉତ୍ତମ ମହାନ୍ତି ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ଅଛନ୍ତି । ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଧିରେ ଧିରେ ସୁଧୁରୁଛି ଉତ୍ତମଙ୍କ ସ୍ବାସ୍ଥ୍ୟାବସ୍ଥା । ତାଙ୍କ ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି ନିୟୋଜିତ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ । ଉତ୍ତମଙ୍କୁ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଛି ।…

Read More

ମହାଶିବରାତ୍ରୀ ନେଇ ଏକ ପ୍ରସ୍ତୁତି ବୈଠକ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଦୀପ ଉଠିବ। ଫେବୃଆରୀ ୨୬ରେ ମହାଶିବରାତ୍ରୀ ପଡୁଛି। ବୈଠକରେ କିଭଳି ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ସମ୍ପନ୍ନ ହେବା, ଠିକ୍ ସମୟରେ ମହାଦୀପ ଉଠିବା ଉପରେ ଗୁରୁତ୍ବ ଦେବା ସହ ଟ୍ରାଫିକ୍ ସୁପରିଚାଳନା, ପାଣି ଓ ବିଦ୍ୟୁତ୍ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ଆଦି ବିଷୟ ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ପୂର୍ବରୁ ଖୁବ୍‌ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆସିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ । ନୂଆ ଆଇନ ପାଇଁ କେନ୍ଦ୍ର ସରକାର ଯେଉଁ ସ୍ପଷ୍ଟୀକରଣ ମାଗିଥିଲେ, ତାହା ପ୍ରସ୍ତୁତ ହୋଇ ସାରିଛି । ଖୁବ୍‌ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆସିବ । ୫୦ବର୍ଷ ଧରି ମନ୍ଦିର କାର୍ଯ୍ୟାଳୟରେ ଠାକୁରଙ୍କ ନୀତିକାନ୍ତି ପାଇଁ କୋହିନୂର ପାଞ୍ଜି ଚାଲିଥିବା…

Read More

ବିଦ୍ୟାଳୟରେ ପିଲା ମାନଙ୍କ ଉପସ୍ଥାନ ବୃଦ୍ଧି କରିବା ପାଇଁ ଓଡିଶା ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିଦ୍ୟାଳୟରେ ନବମ ଏବଂ ଦଶମ ପିଲାମାନଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ମିଳିବ। ମାଧ ସିଂ ସ୍କଲାରସିପ ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ୫୦୦୦ ଟଙ୍କା ପ୍ରଦାନ କରାଯିବ । ପୁରାତନ ଓ ୧୦୦ ବର୍ଷର ବିଦ୍ୟାଳୟ ହୋଇଥିବାରୁ ରାଣିହାଟ ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟର ମାନ୍ୟତା ଖୁବଶୀଘ୍ର ଦିଆଯିବ । ରାଣୀହାଟ ବିଦ୍ୟାଳୟ ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀ ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏଥିସହ ଓଡିଶା ସରକାରଙ୍କ ପକ୍ଷରୁ ୪ କୋଟି ଟଙ୍କା ଦିଆଯିବ ବୋଲି ଜଣାପଡିଛି ।ପୂର୍ବରୁ ଅଷ୍ଟମ ଶ୍ରେଣୀ ଯାଏ ମଧ୍ୟାହ୍ନ ଭୋଜନ ମିଳୁଥିବା ବେଳେ ଏଥିରେ ଏବେ ଏହି ଦୁଇ ଶ୍ରେଣୀ ସୁବିଧା ପାଇବେ। କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

Read More

ଭୁବନେଶ୍ୱର ବିମାନବନ୍ଦରରେ ଜଣେ ରହସ୍ୟମୟୀ ମହିଳାଙ୍କୁ ଆଲିଙ୍ଗନ କରୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଭାରତୀୟ ବ୍ୟାଟସମ୍ୟାନ ବିରାଟ କୋହଲି ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଏହା ମହିଳାଙ୍କ ପରିଚୟ ବିଷୟରେ ଅନୁମାନ ଏବଂ ପ୍ରଶ୍ନ ମଧ୍ୟ ଉଠାଇଛି।ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଦିନିକିଆ ମ୍ୟାଚ ଜିତିବା ପରେ ଟିମ୍ ଇଣ୍ଡିଆ ଭୁବନେଶ୍ବରରୁ ଅହମଦାବାଦକୁ ଉଡ଼ାଣ ଭରିଥିଲା । ଏହି ସମୟରେ ଭୁବନେଶ୍ବର ଏୟାରପୋର୍ଟରେ ଟିମ୍ ଇଣ୍ଡିଆ ଯାଉଥିବା ବେଳେ ବିରାଟ କୋହଲି ମଧ୍ୟ ଯାଉଥିଲେ । ଏହି ସମୟରେ ଏୟାରପୋର୍ଟରେ ଜଣେ ମହିଳା ପ୍ରଶଂସକ ବିରାଟଙ୍କୁ ଆଲିଙ୍ଗନ ପାଇଁ ଆଗକୁ ଆସିଥିଲେ । ଏହି ସମୟରେ ବିରାଟ କୋହଲି ମହିଳା ଫ୍ୟାନଙ୍କ ପାଖକୁ ଯାଇ ଆଲିଙ୍ଗନ କରିଥିଲେ । ଏହା ଦେଖି ସିକ୍ୟୁରିଟି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । କିଛି ସମୟ ପାଇଁ ଆଲିଙ୍ଗନ କରିବା ପରେ, ଦୁହିଁଙ୍କ ମଧ୍ୟରେ…

Read More

ଓଡ଼ିଶାରେ ଯୁବପିଢ଼ିଙ୍କ ମଧ୍ୟରେ ଛାଡପତ୍ର ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ନିଆରା ପ୍ରୟାସ ଗ୍ରହଣ କରିଛନ୍ତି । Premarital counseling center ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସେଣ୍ଟରର ବିବାହ ପୂର୍ବରୁ ଉଭୟ ଯୁବକ ଓ ଯୁବତୀଙ୍କୁ ବିବାହ ବନ୍ଧନରେ କିଭଳି ଖୁସି ରହିପାରିବେ ସେ ନେଇ ବୁଝାଯିବ। ସମଗ୍ର ଦେଶରେ ଏହି ସେଣ୍ଟର ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଜାତୀୟ ମହିଳା କମିଶନ। ଓଡିଶା ପ୍ରଥମେ ଏହାକୁ ଲାଗୁ କରିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏହି ସେଣ୍ଟରରେ ମେଣ୍ଟାଲ ହେଲଥ ଉପରେ ଗୁରୁତ୍ୱ ଦିଆଯିବ । ବର୍ତ୍ତମାନ ଦେଶ ଓ ରାଜ୍ୟରେ ଛାଡପତ୍ର ସଂଖ୍ୟା ବଢ଼ୁଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ଏହି ସଂଖ୍ୟା କମାଇବା ପାଇଁ ପ୍ରି ମାରିଟାଲ କାଉନସେଲିଂ ସେଣ୍ଟର କରିବା ସହ ଗ୍ରାମାଞ୍ଚଳରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗ୍ରାମ ସଭା କରିବାକୁ…

Read More

ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସେସ (ମେଥଡ୍‌ ଅଫ୍‌ ରିକ୍ୟୁଟ୍‌ମେଣ୍ଟ ଆଣ୍ଡ କଣ୍ଡିସନ୍‌ସ ଅଫ୍‌ ସର୍ଭିସେସ) ଆମେଣ୍ଡମେଣ୍ଟ ରୁଲସ୍‌-୨୦୨୫ କରାଯିବ। ଅର୍ଥାତ ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସେସ ଆମେଣ୍ଡମେଣ୍ଟ ରୁଲସ୍‌ ୨୦୧୭ରେ ପରିବର୍ତ୍ତନ ଅଣାଯିବ। ଏହାଦ୍ୱାରା ଡାକ୍ତରଙ୍କ ନିଯୁକ୍ତିଠାରୁ ଆରମ୍ଭ କରି ପଦୋନ୍ନତି ପାଇଁ ସ୍ୱତନ୍ତ୍ର ନିୟମ ରହିବ।ଏନେଇ ସୋମବାର ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁଯାୟୀ, ନୂଆ ନିୟମରେ ଗ୍ରେଡ୍‌ ‘ଏ’ (ଜୁନିୟର ବ୍ରାଞ୍ଚ), ଗ୍ରେଡ୍‌ ‘ବି’( ସିନିୟର ବ୍ରାଞ୍ଚ), ଜୁନିଅର ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ଗ୍ରେଡ୍‌( ଜଏଣ୍ଟ ଡାଇରେକ୍ଟର), ସିଲେକ୍ସନ୍‌ ଗ୍ରେଡ୍‌ (ଆଡିସ୍‌ନାଲ ଡାଇରେକ୍ଟର), ସିନିୟର ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ଗ୍ରେଡ୍‌(ସିଡିଏମ୍‌ ଓ ପିଏଚ୍‌ଓ) ଓ ସୁପର ଟାଇମ୍‌ ପେ ଗ୍ରେଡ୍‌(ଡାଇରେକ୍ଟର କିମ୍ବା ସ୍ପେସାଲ୍‌ ସେକ୍ରେଟେରୀ) ପଦବିରେ ପଦୋନ୍ନତି କରାଯିବ। ଏଥିରେ କେବଳ ଗ୍ରେଡ୍‌ ‘ଏ’ (ଜୁନିୟର ବ୍ରାଞ୍ଚ) ପଦବୀକୁ ବାଦ ଦେଇ ଅନ୍ୟ ପଦବୀରେ ରୁଲ୍‌ସ୍‌-୮ ଅନୁଯାୟୀ ପଦୋନ୍ନତି ମିଳିବ। କେବଳ ଗ୍ରେଡ୍‌ ‘ଏ’ (ଜୁନିୟର ବ୍ରାଞ୍ଚ) ପଦବୀ କ୍ଷେତ୍ରରେ କମିଶନଙ୍କ…

Read More

ରାସନ୍‌କାର୍ଡ ଇ-କେୱାଇସି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ସୂଚନା ଅନୁସାରେ ଇ-କେୱାଇସି ପାଇଁ ରାସନ ହିତାଧିକାରୀଙ୍କ ପାଖରେ ଆଉ ମାତ୍ର ୪ ଦିନ ସମୟ ରହିଛି। ୧୫ ତାରିଖ ଭିତରେ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ସରେଣ୍ଡର ନକଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।ଆଉ ଯେଉଁମାନେ ଇକେୱାଇସି ନ କରିବେ ତାହା ସରେଣ୍ଡର କରାଗଲା ବୋଲି ଧରି ନିଆଯିବ । ସେହି ଜାଗାରେ ନୂଆ ଲୋକଙ୍କୁ ରାସନ କାର୍ଡ ଦିଆଯିବ ।

Read More

ଆଜି କଟକ ସହରରେ କମିଶନରେଟ ଟ୍ରାଫିକ ପୁଲିସ ପକ୍ଷରୁ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି। କମିଶନରେଟ ଟ୍ରାଫିକ ପୁଲିସ ପକ୍ଷରୁ କଟକ ଓଏମପି ଛକରେ ସବୁ ଭାରିଯାନକୁ ଅଟକାଇ ଯାଞ୍ଚ କରାଯାଉଛି। ସେହିପରି ହେଲମେଟ୍ ପିନ୍ଧୁ ନଥିବା ଗାଡି ଚାଳକଙ୍କୁ ଧରୁଛି ପୋଲିସ ଏବଂ ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯାଉଛି । ସେହିପରି ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କଠାରୁ ୧୦ ହଜାର ଟଙ୍କାର ଫାଇନ୍ ମଧ୍ୟ ଆଦାୟ କରିଛି ଏବଂ ଗାଡିକୁ ସିଜ୍ ମଧ୍ୟ କରାଯାଇଛି । ତେବେ ଵସ୍ ଓ ଟ୍ରକ ଗୁଡିକ ମଲ୍ଟି ହର୍ଣ୍ଣ ଓ ପ୍ରେସର ହର୍ଣ୍ଣ ଵ୍ୟଵହାର ଉପରେ କଟକଣା ରହିଛି । ଏଭଳି ହର୍ଣ୍ଣ ଦ୍ୱାରା ସାଧାରଣ ପଥଚାରୀ ଓ ଵାଇକ ଚାଳକ ଭୟଭୀତ ହେଵା ସହ ବେଳେ ବେଳେ ଏହି ହର୍ଣ୍ଣ ଦୁର୍ଘଟଣାର କାରଣ ପାଲଟୁଛି । ଏହା ସହ ଏଭଳି ମଲଟି ହର୍ଣ୍ଣ…

Read More

ପଞ୍ଜିକା ସମନ୍ବୟ ନେଇ ଶେଷ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ। ତେବେ ଏହି ବୈଠକରେ ନିର୍ଭୁଲ ଓ ତ୍ରୁଟିବିହୀନ ପଞ୍ଜିକା ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ବୈଠକରେ ଶ୍ରୀମନ୍ଦିରର ବାର୍ଷିକ ପର୍ବପର୍ବାଣୀକୁ ଅନୁମୋଦିତ କରାଯାଇଛି । ଶ୍ରୀମନ୍ଦିରର ପ୍ରଚଳିତ ପର୍ବପର୍ବାଣୀ ତିଥିକୁ ନେଇ କୌଣସି ତାରତମ୍ୟ ରହିବ ନାହିଁ । ଭୁଲ୍ ରହିଲେ ଶ୍ରୀମନ୍ଦିର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ପାଞ୍ଚଟି ପାଞ୍ଜିକା ରାଧାରମଣ,କୋହିନୁର, ଅରୁଣଦୋୟ, ଜି ଏ ନ ତ୍ରିପାଠୀ ଓ ଭାଗ୍ୟଦୀପ ପାଣ୍ଡୁଲିପି ଦାଖଲ କରିଛନ୍ତି । ସମସ୍ତ ଜନସାଧାରଣ ଏହି ପାଞ୍ଚୋଟି ପଞ୍ଜିକାକୁ ଗ୍ରହଣ କରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଭୁଲ ରହିଲେ ଶ୍ରୀମନ୍ଦିର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ଜନସାଧାରଣ ଏହି ପାଞ୍ଚୋଟି ପଞ୍ଜିକାକୁ ଗ୍ରହଣ…

Read More

ସନ୍ଧ୍ୟା ହେଲେ କନ୍ଦାଏ ବାଣୀବିହାର ଠାରୁ ଜୟଦେବ ବିହାର ଦେଇ ପଟିଆ ରାସ୍ତା । ଭିଡ , ଗାଡି ଜାମ୍ ନକହିବା ଭଲ । ଘଣ୍ଟା ଘଣ୍ଟା ଧରି ଜାମରେ ହନ୍ତସନ୍ତ ହୁଅନ୍ତି ରାଜଧାନୀବାସୀ । ହେଲେ ଏବେ ସେମାନେ ସୁରୁଖୁରୁରେ ଘରେ ପହଞ୍ଚିବେ । ଖୁବଶୀଘ୍ର ଆରମ୍ଭ ହେବ ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର କାର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ସରକାର ସେ ପ୍ରକଳ୍ପକୁ ଅନୁମତି ଦେଇ ସାରିଛନ୍ତି । ଖୁବଶୀଘ୍ର ଟେକ୍ନିକାଲ କାର୍ଯ୍ୟ ଆରମ୍ଭ ହେବ । ଜୟଦେବ ବିହାରରେ ଜାତୀୟ ରାଜପଥର ଯେଉଁ ଫ୍ଲାଏ ଓଭର ରହିଛି ତାକୁ ସଂଯୋଗ କରି ସେ ଫ୍ଲାଏ ଓଭର ନନ୍ଦନ କାନନ ପର୍ଯ୍ୟନ୍ତ ଯିବ । ମଝିରେ ମଝିରେ ଯେଉଁଠି ବଡ଼ ବଡ଼ ଛକ ଅଛି ସେଠି ଏସକେପ ୱେ ରହିବ । ଯେଉଁମାନେ…

Read More