Author: sanitelevision

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’ କାର୍ଯ୍ୟକ୍ରମ ସକାଳ ୧୧ଟାରେ ଆରମ୍ଭ ହୋଇଛି। ଏହା ପରୀକ୍ଷା ପେ ଚର୍ଚ୍ଚାର ଅଷ୍ଟମ ସଂସ୍କରଣ। ପ୍ରଧାନମନ୍ତ୍ରୀଙ୍କ ଏହି ଆଲୋଚନା କାର୍ଯ୍ୟକ୍ରମ ଶିକ୍ଷା ବିଭାଗ ଦ୍ୱାରା ସ୍କୁଲଗୁଡ଼ିକରେ ସିଧା ପ୍ରସାରଣ କରାଯାଇଛି। କେବେ କେବେ ନିଜ ସହ ମଧ୍ୟ କଥା ହେବା ଉଚିତ୍ । ଯେଉଁଠି କେହି ପହଞ୍ଚିନଥିବେ ସେଠି ପିଲାମାନଙ୍କୁ ପହଞ୍ଚି, ନେତୃତ୍ବ ନେବାକୁ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହିତ ଉତ୍ତମ ସ୍ବାସ୍ଥ୍ୟ ପାଇଁ ମଦ୍ୟ ଟିପ୍ସ ଦେଇ କହିଛନ୍ତି, ପିଲାମାନେ ଚାଷୀମାନଙ୍କ ଭଳି ଡାଏଟ୍ ଆଉ ଭରପୁର ନିଦ ଗ୍ରହଣ କରିବା ଆବଶ୍ୟକ । ଚାପ, ଚିନ୍ତା ଏବଂ ପରୀକ୍ଷା ଜନିତ ମାନସିକ ଅବସାଦରୁ ବଞ୍ଚିବା ଉଚିତ୍ । ଏଥିପାଇଁ ଅଭିଭାବକ ଓ ଶିକ୍ଷକ ମଧ୍ୟ ପିଲାଙ୍କ ଉପରେ ଚାପ ପକାଇବା ଉଚିତ୍ ନୁହେଁ । ପିଲାମାନଙ୍କୁ ଅନ୍ୟ ପିଲାଙ୍କ ସହ ମଧ୍ୟ ତୁଳନା ନକରିବାକୁ ଉପଦେଶ…

Read More

ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ମହାମହିମ। ପ୍ରୟାଗରାଜର ମହାକୁମ୍ଭରେ ସକାଳୁ ସକାଳୁ ବୁଡ଼ ପକାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ଦେଇଛନ୍ତି।ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉତ୍ତରପ୍ରଦେଶ ମୁ୍ଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ରହିଛନ୍ତି । ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ପରେପ୍ରଥମ ଥର ପାଇଁ ଦ୍ରୌପଦୀ ମୁର୍ମୁ କୁମ୍ଭମେଳାରେ ବୁଡ ପକାଇଛନ୍ତି । ରାଷ୍ଟ୍ରପତି ତ୍ରିବେଣୀରେ ପକ୍ଷୀମାନଙ୍କୁ ମଧ୍ୟ ଖାଇବାକୁ ଦେଇଛନ୍ତି। ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ତ୍ରିବେଣୀରେ ବୁଡ଼ ପକାଇଛନ୍ତି। ଏବଂ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ଆଉ ଆଜି ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ମହାକୁମ୍ଭରେ ବୁଡ଼ ପକାଇ ଇତିହାସ ରଚିଛନ୍ତି ଦ୍ରୌପଦୀ।

Read More

ଫେବ୍ରୁଆରି ୧୫ ସୁଦ୍ଧା ଯେଉଁମାନେ ରାସନ କାର୍ଡର ଇକେୱାଇସି ନ କରିବେ, ସେମାନଙ୍କ ନାଁ କଟାଯିବ। ଆଉ ଡେଡ ଲାଇନ୍ ବୃଦ୍ଧି କରାଯିବ ନାହିଁ। ପୁଣି ଥରେ ଏଭଳି ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ସମୟ ଭିତରେ ଯେଉଁମାନେ E-KYC କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ । ୩୭ ଲକ୍ଷ ୮୫ ହାଜର ୪୯୬ ଜଣ ଲୋକ ଏବେ ସୁଦ୍ଧା କରିନାହାନ୍ତି E-KYC । E-KYC ନ କରିଥିବା କାର୍ଡ ଗୁଡ଼ିକୁ କାଟି ଦିଆଯିବ । ତେବେ ନୂଆ ଲୋକଙ୍କୁ ବି ଯୋଡ଼ା ଯିବ । ଇତି ମଧ୍ୟରେ ୬ ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃୃଷ୍ଣ ଚନ୍ଦ୍ର ପାତ୍ର । ରାସନ କାର୍ଡ ଫେରାଇ ଦେବାକୁ ଅଧିକ ରୋଜଗାରିଆଙ୍କୁ ମନ୍ତ୍ରୀ ଆହ୍ଵାନ ଦେଇଛନ୍ତି। ସେ କହିଛନ୍ତି, ସରକାରୀ ଅଧିକାରୀମାନଙ୍କୁ ସର୍ଭେ କରିବାକୁ କୁହାଯାଇଛି। ଅଧିକ…

Read More

ନିଶାଙ୍କ ପାଇଁ ଯାତ୍ରା ପଡ଼ିଆ ପାଲଟିଲା ରଣକ୍ଷେତ୍ର। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍, ଛୁରା ମାଡ଼। ଆହତ ହେଲେ ଶତାଧିକ ବ୍ୟକ୍ତି। ଥାନାରେ ପହଞ୍ଚିଲା ମାମଲା। କେନ୍ଦ୍ରାପଡ଼ା ଗରଦପୁର ବ୍ଲକ କୁଦାନଗରୀ ଥାନା ଶୁକ ପରୀକ୍ଷିତ ଆଶ୍ରମ ଠାରେ ଚାଲିଥିବା ମାଘ ମେଳା ଅବସରରେ ଏଭଳି ଘଟଣା ଘଟିଛି । ନିଶାଙ୍କ ନାଚ ଆରମ୍ଭ ହେବା ମାତ୍ରେ କିଛି ଦର୍ଶ ଛିଡା ହୋଇ ନାଚକୁ ବନ୍ଦ କରିଦେଇଥିଲେ। ହେଲେ ନିଶା ଷ୍ଟେଜରେ ଡ୍ୟାନ୍ସ କରିବେ ବୋଲି ଜିଦି ଧରି ବସିଥିଲେ ଯାତ୍ରା କମିଟି ଓ କିଛି ଦର୍ଶକ। ଯାହାକୁ ନେଇ ଆରମ୍ଭ ହେଲା ମହାଭାରତ। ଦୁଇ ଗୋଷ୍ଠୀଙ୍କ ଭିତରେ ଯୁକ୍ତିତର୍କ ଏତେ ବଢି ଗଲା ଯେ, ହାତାହାତି ପର୍ଯ୍ୟନ୍ତ କଥା ଗଲା। ଜୋରଦାର ହେଲା ଗଣ୍ଡଗୋଳ। ନିଶା ପେଣ୍ଡାଲରୁ ଚାଲିଯିବା ପରେ ଉଗ୍ର ରୂପ ନେଲା ବଚସା।ଏହି ଗଣ୍ଡଗୋଳରେ ଅନେକ ଲୋକ ଠେଲାପେଲାର ଶିକାର ହେଲେ। ୨ ଜଣ ଗୁରୁତର ହୋଇଥିବା…

Read More

ବାରବାଟୀରେ ବଡ଼ ବିଭ୍ରାଟ । ଅନ୍ତର୍ଜାତୀୟ ମ୍ୟାଚ୍ ଚାଲିଥିବା ବେଳେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍ । ଭାରତୀୟ ଦଳର ଇନିଂସ ସମୟରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା । ଫଳରେ ଖେଳ ଅଧାରୁ ବନ୍ଦ ରହିଥିଲା ।ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ବାରବାଟୀ ମ୍ୟାଚ ନେଇ ବହୁ ଆୟୋଜନ କରାଯାଇଥିଲା। ଏନେଇ ଓସିଏକୁ ଆମେ ଜବାବ ମାଗିବୁ। ଯେଉଁମାନେ ସମ୍ପୃକ୍ତ କାର୍ଯ୍ୟରେ ନିୟୋଜିତ ଥିଲେ କାହିଁକି ଏପରି ଘଟିଲା ତାହା ଯାଞ୍ଚ କରାଯିବ। ଘଟଣାର ଠିକ୍ ଯାଞ୍ଚ ହେବା ଉଚିତ ବୋଲି ସେ କହିଛନ୍ତି। ସେପଟେ ବାରବାଟୀରେ ଫ୍ଲଡ୍ ଲାଇଟ୍ ବନ୍ଦହେବା ଘଟଣାକୁ ନେଇ ଅଜବ ସଫେଇ ରଖିଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା । କହିଛନ୍ତି, ଜେନେରେଟର୍ ଆସିବା ବାଟରେ ଖେଳାଳିଙ୍କ ବସ୍ ରହିଯାଇଥିଲା । ରାସ୍ତାରେ ରାସ୍ତାରେ ବସ୍‌ ଥିବାରୁ ଲାଇଟ୍ ଆସିବାରେ ହେଲା ବିଳମ୍ୱ । ଖେଳାଳିଙ୍କ ବସ୍‌ ଛାଡ଼ି ଖେଳ…

Read More

ଫେବୃଆରୀ ୧୦ ତାରିଖ ଅର୍ଥାତ୍ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ବନ୍ଦ ରହିବ।ଏହି ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି lତେବେ ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶାସନର ଦାୟିତ୍ୱ ଭାର ନେବା ପରଠୁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ସାଧାରଣ ଜନତା ନିଜର ଅସୁବିଧା ଏବଂ ସମସ୍ୟାକୁ ନିଜେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ । ଏହାପରେ ଘଟଣାର ତଦନ୍ତ କରାଯାଇ ସମସ୍ୟାର ସମାଧାନ କରାଯାଉଛି।

Read More

ରାଜ୍ୟରେ ଆସନ୍ତା ଦୁଇ ଦିନ ତାପମାତ୍ରା ସାମାନ୍ୟ କମିବ । ସେହିପରି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହୋଇପାରେ । ଏହାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଉରକେଲାରେ ୬ ତାରିଖରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ଥିବାବେଳେ ରବିବାର ୮.୮ ଡିଗ୍ରୀ ସେଲସିୟସ୍‌କୁ ହ୍ରାସ ପାଇଛି। ଅର୍ଥାତ୍‌ ୩ଦିନରେ ପ୍ରାୟ ୯.୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା କମିଛି। ସେହିପରି ଝାରସୁଗୁଡାରେ ୧୮.୩ ଡିଗ୍ରୀ ସେଲସିୟସ୍‌ରୁ ୯.୭ ଡିଗ୍ରୀ ସେଲସିୟସ୍‌କୁ ଅର୍ଥାତ୍‌ ପ୍ରାୟ ୮.୬ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ହ୍ରାସ ପାଇଛି। ସେହିପରି ଆସନ୍ତାକାଲି ଅର୍ଥାତ ମଙ୍ଗଳବାରରେ ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳରେ ମଧ୍ୟମ ଧରଣରେ କୁହୁଡି ହୋଇପାରେ । ଯାନବାହାନ ଧୀରେ ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି ।

Read More

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲା ବ୍ୟାସନଗର ଉପକଣ୍ଠରେ ଥିବା ପ୍ରାଚୀନ ଏବଂ ପୂରାଣ ପ୍ରସିଦ୍ଧ ବ୍ୟାସ ସରୋବରର ନବୀକରଣର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ମହର୍ଷି ବ୍ୟାସଦେବଙ୍କ ଏଠି ମହାଭାରତର ଶେଷପର୍ବ ରଚନା କରିଥିବା ବିଶ୍ୱାସ କରାଯାଏ।ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ବିଭିନ୍ନ ସାଂସ୍କୃତିକ ଏବଂ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଏହି ଟାଉନ ହଲ ବିଶେଷ ସହାୟକ ହେବ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ବ୍ୟାସନଗର ଉପକଣ୍ଠରେ ଥିବା ପ୍ରାଚୀନ ଏବଂ ପୂରାଣ ପ୍ରସିଦ୍ଧ ବ୍ୟାସ ସରୋବରର ନବୀକରଣର ମଧ୍ୟ ଉଦଘାଟନ କରିଛନ୍ତି। ମହର୍ଷି ବ୍ୟାସଦେବ ସେଠାରେ ମହାଭାରତର ଶେଷ ପର୍ବ ରଚନା କରିଥିବା ବିଶ୍ୱାସ କରାଯାଏ।ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମା’ ବିରଜାଙ୍କ ପବିତ୍ର ମାଟି ଯାଜପୁର ଠାରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ପ୍ରଦାନ କରିଥିଲେ। ଏହି…

Read More

ମୋ ବସ୍ ନେଇ ବଡ଼ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ । ‘ମୋ ବସ୍‌’ର ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍‌’ । ଏନେଇ କହିଛନତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଗଣମାଧ୍ୟମକୁ ଆଜି ସେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।ଏହା ସହ ସେ କହିଛନ୍ତି, ଦୁର୍ଘଟଣା ରୋକିବାକୁ ବସ୍‌ ଆଗରେ ଓ ପଛରେ କ୍ୟାମେରା ଲାଗିବ। ଡ୍ରାଇଭର ଆଲର୍ଟ ରହିବାପାଇଁ ବସ୍‌ରେ ଆଡସ ମଧ୍ୟ ଲାଗିବ। ଯଦି ଡ୍ରାଇଭରଙ୍କ ଆଖି ଲାଗିଯାଏ ତାହେଲେ ସାଇରନ ବାଜିବ।

Read More

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି, ଦିଲ୍ଲୀରେ ଏକଜିଟ୍ ପୋଲ୍ ଏକଜାଟ୍ ପୋଲରେ ପରିଣତ ହୋଇଛି । ନୂଆଦିଲ୍ଲୀ ଆସନରୁ ହାରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ, ଆଉ ଜିତିଛନ୍ତି ବିଜେପି ପ୍ରାର୍ଥୀ ପରଭେଶ ବର୍ମା । ଚଳିତ ବିଧାନସଭା ନିର୍ବାଚନରେ ଗେରୁଆ ଦଳକୁ ସ୍ପଷ୍ଟ ବହୁମତ ମିଳିବା ନିଶ୍ଚିତ ହୋଇଛି। ତେବେ ଦିଲ୍ଲୀ ନିର୍ବାଚନ ଫଳାଫଳ ଆସିବା ପରେ ଦିଲ୍ଲୀ ସଚିବାଳୟରେ ଦୌଡଧାପଡ଼ ସ୍ଥିତି ଦେଖାଦେଇଛି । ଆମ୍ ଆଦମୀ ପାର୍ଟିର ନେତା ସଚିବାଳୟରେ ନଜର ଆସିଛନ୍ତି । ସଚିବାଳୟରୁ ଗୁରୁତ୍ବପୂର୍ଣ୍ଣ ଫାଇଲ ଗାଏବ ହୋଇପାରେ । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସଚିବାଳୟର ଜେନେରାଲ ଆଡମିନିଷ୍ଟ୍ରେଟିଭ ବ୍ରାଞ୍ଚର ଜଏଣ୍ଟ ସେକ୍ରେଟାରୀ ପ୍ରଦୀପ ତାୟର ତରଫରୁ ଏକ ଆଦେଶ ଜାରି କରାଯାଇଛି । ଏହି ନୋଟିଫିକେସନ କୁହାଯାଇଛି କି, ସଚିବାଳୟରୁ କୌଣସି ଫାଇଲ ବିନା ଅନୁମତିରେ ବାହାରକୁ ଯିବ ନାହିଁ । ନୂଆଦିଲ୍ଲୀ ଆସନରୁ ବିଜେପିର ବିଜୟ ପରେ ରାଜନୈତିକ ମାହୋଲରେ…

Read More