ଓଡିଶା ରାଜ୍ୟପାଳ ତଥା କୁଳାଧିପତି ଡ. ହରି ବାବୁ କମ୍ଭମ୍ପତି ବୁର୍ଲାର ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତ କରିଛନ୍ତି। ଆଜି ପ୍ରଫେସର ଦୀପକ କୁମାର ସାହୁଙ୍କୁ ରାଜ୍ୟପାଳ ତଥା କୁଳାଧିପତି ଡ. ହରି ବାବୁ କମ୍ଭମପତି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି(ଭିଏସଏସୟୁଟି), ବୁର୍ଲାର ନୂଆ କୁଳପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ୫୯ ବର୍ଷୀୟ ପ୍ରଫେସର ସାହୁ ବର୍ତ୍ତମାନ କୋଚିନ୍ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ସିୟୁଏସଏଟି)ର ସ୍କୁଲ ଅଫ୍ ଇଂଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି।ପ୍ରଫେସର ସାହୁଙ୍କର ଶିକ୍ଷାଦାନ କ୍ଷେତ୍ରରେ ୨୪ବର୍ଷର ଅଭିଜ୍ଞତା ଥିବାବେଳେ ପ୍ରଫେସର ଭାବେ ୧୪ ବର୍ଷର ଅଭିଜ୍ଞତା ରହିଛି। ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ, ବୋର୍ଡ଼ ଅଫ୍ ଷ୍ଟଡିଜର ଅଧ୍ୟକ୍ଷ, ଡିନ୍ ଅଫ ଫାକଲ୍ଟି, ଏକାଡ଼େମିକ କାଉନ୍ସିଲର ସଦସ୍ୟ ଏବଂ ସିନେଟ୍ର ସଦସ୍ୟ ଭାବରେ ପ୍ରଫେସର ସାହୁଙ୍କର ପ୍ରଶାସନିକ ଅଭିଜ୍ଞତା…
Author: sanitelevision
ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ରାଜ୍ୟର ୧୮ ଲକ୍ଷରୁ ଅଧିକ ଯୋଗ୍ୟା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା । ଯାଜପୁରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାକି ରହିଥିବା ମହିଳାଙ୍କୁ ମାର୍ଚ୍ଚ ୮ ତାରିଖ ପୂର୍ବରୁ ହେବ ଡିବିଟି । ମହିଳା ଦିବସରେ ମିଳିବ ଦ୍ବିତୀୟ କିସ୍ତି।ସୂଚନାଯୋଗ୍ୟ, ପୂର୍ବରୁ ୩.୩୮ ଲକ୍ଷ ହିତାଧିକାରୀଙ୍କ NPCI କ୍ଲିୟରାନ୍ସ ସମସ୍ୟା ଥିଲା। ସେମାନଙ୍କ ମଧ୍ୟରୁ ୬୮ ହଜାର ମହିଳାଙ୍କର ସମସ୍ୟା ସମାଧାନ ହୋଇଛି। ବାକି ଯେଉଁମାନଙ୍କର ସମସ୍ୟା ରହିଛି, ସେମାନଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ। ଏହାସହ ଯେଉଁମାନେ NPCIରେ ରହିଯିବେ ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡ଼ାଯିବ ବୋଲି ସୂଚନା ଦେଇଥିଲେ ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୮ରେ ଯେଉଁମାନେ ଯୋଡି ହେବେ ସେମାନେ ଉଭୟ ପ୍ରଥମ…
ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ୍)କୁ ଶକ୍ତ ଝଟକା ଲାଗିଛି। ଗୋଟିଏ ପଟେ ବିଜେପି ବିପୁଳ ବିଜୟ ହାସଲ କରିବା ଏକପ୍ରକାର ସ୍ପଷ୍ଟ ହୋଇଥିବାବେଳେ ଅନ୍ୟପଟେ ଆପ୍ର ଟାଣୁଆ ନେତାମାନଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ତେବେ ଦିଲ୍ଳୀ ସିଟ୍ ରୁ ପରାଜୟ ବରଣ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହି ସିଟ୍ ରୁ ବିଜେପି ପ୍ରାର୍ଥି ପରବେଶ ବର୍ମା ବିଜୟ ଲାଭ କରିଛନ୍ତି । ଶେଷରେ ବାଜି ମାରିଲା ବିଜେପି । ସେହିପରି କାଲକାଜୀ ସିଟ୍ ପ୍ରାର୍ଥି ଅତିଶୀ ବିଜେପି ଆଶାୟି ରମେଶ ବିଧୁଡିଙ୍କ ଠାରୁ ଜିତିଛନ୍ତି ।
ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ରେ ଉତ୍ତମ ମହାନ୍ତିଙ୍କୁ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଥିବା ନେଇ ସୂଚନା ମିଳିଛି । ଫିଲ୍ମ ସୁଟିଂ ପାଇଁ ଯଇଥିବା ବେଳେ ଗୁରୁତର । ବୋଉ ବୁଟୁ ଭୂତ ସିନେମା ସୁଟିଂ ଚାଲିଥିବା ବେଳେ ଅସୁସ୍ଥ ହୋଇପଡିଥିଲେ ଉତ୍ତମ । ପତ୍ନୀ ଅପରାଜିତା ଓ ପୁଅ ବାବୁସାନଙ୍କ ସହ ବୋଉ ବୁଟୁ ଭୂତ ସିନେମାରେ ଅଭିନୟ କରିଛନ୍ତି । ସୂଚନା ଥାଉକି, ଉତ୍ତମ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ । ସେ ସର୍ବମୋଟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ଓଡ଼ିଆ କଥାଚିତ୍ର ଅଭିନେତ୍ରୀ, ଅପରାଜିତାଙ୍କୁ ସେ ବିବାହ କରିଛନ୍ତି । ସେମାନଙ୍କ ପୁତ୍ର ବାବୁସାନ ମହାନ୍ତି ଜଣେ ଅଭିନେତା ।
ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ମୋହର ବାଜିଛି । ଏନେଇ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସରକାରୀ କର୍ମଚାରୀଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ୍ ମିଳିବାକୁ ସୁନିଶ୍ଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, କେନ୍ଦ୍ର କ୍ୟାବିନେଟ ୟୁନିଫଆଡ ପେନସନ ଯୋଜନାକୁ ଅନୁମୋଦିତ କରିଛନ୍ତି । ୨୦୨୫ ପହିଲାରୁ ଏହା କାର୍ୟ୍ୟକାରୀ ହେବାର ଅଛି । ଓଡ଼ିଶା ସରକାର ମଧ୍ୟ ଏହି ଯୋଜନାକୁ ସରକାରୀ କର୍ମଚାରୀଙ୍କ ପାଇଁ କାର୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୁନିଶ୍ଚିତ ପେନସନ୍, ପାରିବାରିକ ପେନସନ୍, ମଚୁଦ୍ରା ସ୍ଫିତି ଆଦି ବିଭିନ୍ନ ପ୍ରସଙ୍ଗକୁ ଦୃଷ୍ଟି ରଖି ବିଭିନ୍ନ ସଙ୍ଗଠନର ଦାବିକୁ ଦୃଷ୍ଟିରେ ରଖି ୟୁନିଫାଏଡ୍ ପେନସନ୍ ସ୍କିମକୁ କେନ୍ଦ୍ର ପକ୍ଷରୁ ମଞ୍ଜୁରୀ ମିଳିଛି ।କ୍ୟାବିନେଟ ବୈଠକରେ ଅନ୍ତୋଦୟ ଗୃହ ଯୋଜନାକୁ ମୋହର ମରାଯାଇଛି। ଏହି ଯୋଜନାରେ ରାଜ୍ୟ ସରକାର ୩…
ଉଦ୍ୟୋଗପତି ଗୌତମ ଅଦାନୀଙ୍କ ସାନ ପୁଅ ଜିତ୍ ଅଦାନୀ ଏବଂ ଦିଭା ଶାହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଅବସରରେ ଗୌତମ ଅଦାନୀ ୧୦ ହଜାର କୋଟି ଟଙ୍କା ଦାନ କରିଛନ୍ତି।ହେଲଥ କେୟାର, ଏଜୁକେସନ ଏବଂ ସ୍କିଲ ଡେଭଲପମେଣ୍ଟରେ ଖର୍ଚ୍ଚ ହେବ ।ତାଙ୍କ ସାନ ପୁଅ ଜିତ୍ଙ୍କ ବିବାହ ଅବସରରେ ଗୌତମ ଆଦାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ତାଙ୍କ ବୋହୂଙ୍କୁ “ବେଟି ଦିବା” ବୋଲି ସମ୍ବୋଧନ କରିଥିଲେ । ସେ ଲେଖିଛନ୍ତି, “ସର୍ବଶକ୍ତିମାନ ଈଶ୍ୱରଙ୍କ ଆଶୀର୍ବାଦରେ, ଜିତ ଏବଂ ଦିବା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅହମ୍ମଦାବାଦରେ ପାରମ୍ପରିକ ରୀତିନୀତି ଏବଂ ପ୍ରିୟଜନଙ୍କ ମଧ୍ୟରେ ଶୁଭ ମଙ୍ଗଳ ଭାବ ସହିତ ବିବାହ ଅନୁଷ୍ଠିତ ହୋଇଛି ।ଏହା ଏକ ଛୋଟ ଏବଂ ବ୍ୟକ୍ତିଗତ ସମାରୋହ ଥିଲା, ତେଣୁ ଆମେ ଚାହୁଁଥିଲେ ମଧ୍ୟ ସମସ୍ତ ଶୁଭେଚ୍ଛୁଙ୍କୁ ନିମନ୍ତ୍ରଣ କରିପାରିଲୁ ନାହିଁ, ଯାହା ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି…
ଏଡିଜେ-୨ କୋର୍ଟଙ୍କ ଜାମିନ ଖାରଜ ପରେ ଏବେ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଠକ ଦମ୍ପତ୍ତି ହଂସିତା-ଅନୀଲ୍ । ଇନ୍ଫୋସିଟି ଥାନାରେ ରୁଜୁ ହୋଇଥିବା ମାମଲାର ଜାମିନ ଆବେଦନ କରିଛନ୍ତି ଉଭୟ ହଂସିତା-ଅନୀଲ୍। ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍ ଜାନୁଆରୀ ୧୮ ତାରିଖରେ ଜାମିନ ଖାରଜ କରିଥିଲେ ।ସୂଚନାଯୋଗ୍ୟ ଯେ, ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ କମିଶନରେଟ୍ ପୋଲିସ ହଂସିତା-ଅନିଲ୍ଙ୍କୁ ଗିରଫ କରିଥିଲା । ଏହାପରେ ଲଗାତର ୪ ଦିନ ଧରି ହଂସିତା ଏବଂ ଅନିଲଙ୍କର ବିଭିନ୍ନ ସ୍ଥାନରେ ଥିବା ବାସ ସ୍ଥାନ ଏବଂ ସଂପର୍କୀୟଙ୍କ ଘରେ ଚଢାଉ ହୋଇଥିଲା । ଏହି ଚଢାଉରେ ଆୟକର ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା । ସେପଟେ ଠକ ଦମ୍ପତ୍ତିଙ୍କ ପିଛା ଛାଡୁନି ଆୟକର ବିଭାଗ । ଚନ୍ଦ୍ରଶେଖରପୁରରେ ଅନୀଲ୍ଙ୍କ ଜନ୍ମଦିନ ପାର୍ଟି ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଇଥିଲା ଏବଂ ପାଖାପାଖି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପାର୍ଟିରେ ଖର୍ଚ୍ଚ…
ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀ କାମ କରୁଥିବା ଦୋକାନ ମାଲିକଙ୍କ ଉପରକୁ ଗୋଡିବୋମା ଫୋପାଡିଲା ସ୍ବାମୀ । ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳାରେ ଘଟିଛି ଏହିଭଳି ଘଟଣା |ସୂଚନାମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବ ବ୍ୟବସାୟୀ ସନ୍ତୋଷ କୁମାର ସାହୁଙ୍କ ଉପରେ ବୋମା ମାଡ଼ ହୋଇଛି l ଗୁରୁତର ଭାବେ ଭୁବନେଶ୍ୱରରେ ଚିକିତ୍ସିତ ଅଛନ୍ତି ସନ୍ତୋଷ l । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।ବୋମା ମାଡ଼ର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି l ପୁର୍ବଶତ୍ରୁତାକୁ ହିଁ କାରଣ l
ପ୍ରକାଶ ପାଇଲା ନୀଟ ୟୁଜି ୨୦୨୫ ପରୀକ୍ଷା ତାରିଖ। ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଫେବ୍ରୁଆରୀ ୪ ତାରିଖରୁ ମାର୍ଚ୍ଚ ୭ ଯାଏ ଆବେଦନ କରିପାରିବେ। ଚଳିତ ବର୍ଷ ମେ ୪ ତାରିଖରେ ଡାକ୍ତରୀ ପ୍ରବେଶିକ ପରୀକ୍ଷା ଆୟୋଜନ ହେବ। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି।ପ୍ରାର୍ଥୀମାନେ neet.nta.nic.in ୱେବସାଇଟକୁ ଯାଇ ନିଟ୍ ୟୁଜି ୨୦୨୫ ପାଇଁ ଆବେଦନ କରିପାରିବେ । ଏନଟିଏ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ନିଟ୍ ୨୦୨୫ ପାଇଁ ଏପିଏଆର ଆଇଡି ବାଧ୍ୟତାମୂଳକ ନୁହେଁ ।ପୂର୍ବ ପରିକ୍ଷାର ଭଳି ନିଟ୍ ୟୁଜି ୨୦୨୫ ପରୀକ୍ଷା କାଗଜ କଲମରେ ଫର୍ମାଟ୍ରେ କରାଯିବ ବୋଲି ଏନ୍ଟିଏ ଘୋଷଣା କରିଛି। ଫଳରେ ଅନ୍ଲାଇନ୍ କିମ୍ବା ଏକାଧିକ ସିଫ୍ଟ ମାଧ୍ୟମରେ ପରୀକ୍ଷା ହେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୨୦୨୫ ଜୁନ୍ ୧୪ ସୁଦ୍ଧା ନିଟ୍ ୟୁଜି ୨୦୨୫ର ଫଳାଫଳ ପ୍ରକାଶ ପାଇବ…
ଗତ କିଛି ଦିନ ରାଜ୍ୟରେ ଅଚାନକ ଶୀତ ଉଭାନ ହୋଇଯାଇଥିଲା କିନ୍ତୁ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ପାଇଛି ତାପମାତ୍ରା । ପୂର୍ବ ଉପକୂଳ ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ଦିନ ତାପମାତ୍ରା ସ୍ବାଭାବିକ ରହୁଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ । ଦିନ ତାପମାତ୍ରା ସହ ରାତି ତାପମାତ୍ରା ହ୍ରାସ ହୋଇଛି । ଯାହାର ପ୍ରଭାବରେ ରାଜ୍ୟରେ ହାଲୁକା ଶୀତ ଅନୁଭବ ହେଉଛି । ଆଜି ଗଞ୍ଜାମ ଗଜପତି, ନୟାଗଡ଼,ପୁରୀରେ ଘନ କୁହୁଡି ନେଇ ସତର୍କ ସୂଚନା ଜାରି ହୋଇଛି । ୧୧ ତାରିଖ ପରେ ବଢିପାରେ ତାପମାତ୍ରା ବୋଲି ଆକଳନ କରାଯାଇଛି ।









