ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଏବଂ ଆମେରିକା ଗସ୍ତ ସାରି ଦିଲ୍ଲୀ ଫେରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଖୁବ ଶୀଘ୍ର ଅନ୍ତ ହେବ। ନୂତନ ମୁଖ୍ୟମନ୍ତ୍ରୀ ଏବଂ ନୂତନ ସରକାରଙ୍କ ଶପଥ ଗ୍ରହଣ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି।ଆସନ୍ତା ୧୯ ତାରିଖରେ ଦିଲ୍ଲୀରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ। ୧୭ ଓ ୧୮ ତାରିଖରେ ବସିପାରେ ବିଜେପିର ବିଧାୟକ ଦଳ ବୈଠକ। ଦିଲ୍ଲୀ ନିର୍ବାଚନରେ ବିଜେପି ବାଜି ମାରିବା ପରେ କିଏ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ତାହା ଉପରେ ସାରା ଦେଶର ନଜର। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପାଇଁ ମଧ୍ୟ ନୂଆ ଚେହେରା ବାଛିପାରେ ଦଳ ।
ତେବେ ୪୮ ଜଣ ବିଜୟୀ ବିଧାୟକଙ୍କ ମଧ୍ୟରୁ ପ୍ରଥମେ ୧୫ ଜଣଙ୍କ ନାମ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି ଏବଂ ତା’ପରେ ଜାତି ସମୀକରଣ ଆଧାରରେ ୯ ଜଣଙ୍କ ନାମ ସ୍ଥିର କରାଯାଇଛ। ଏହି ୯ ଜଣଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବାଚସ୍ପତିଙ୍କ ନାମ ସ୍ଥିର କରାଯିବ। ଏହାର ଅର୍ଥ ଗୋଟିଏ କଥା ସ୍ପଷ୍ଟ ଯେ ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ।






