ନୟାଗଡ଼ ମାଓ ହମଲାକୁ ପୂରିଲା ୧୭ ବର୍ଷ । ନୟାଗଡ଼ ଜିଲ୍ଲା ମାଓ ମୁକ୍ତ ଘୋଷଣା ହୋଇଛି I ୨୦୦୮ ମସିହା ଫେବୁୟାରୀ ମାସ ୧୫ ତାରିଖ ରାତିପ୍ରାୟ ୧୦ ଟା ସମୟରେ ନୟାଗଡ ସହର ଜନଶୂନ୍ୟ ହେଇଥିଲା I ୧୭ ବର୍ଷ ତଳେ ଆଜିର ଦିନରେ ନୟାଗଡ଼ରେ ତାଣ୍ଡବ ରଚିଥିଲେ ସଶସ୍ତ୍ର ମାଓବାଦୀ । ନୟାଗଡ଼ ଜିଲ୍ଲା ମୁଖ୍ୟାଳୟର ଅସ୍ତ୍ରାଗାର ସମେତ ନୂଆଗାଁ, ଦଶପଲ୍ଲା ଓ ମହିପୁର ଫାଣ୍ତିକୁ ଘେରାବନ୍ଦୀ କରି ତାଣ୍ଡବଲୀଳା ରଚିଥିଲେ ସଶସ୍ତ୍ର ମାଓବାଦୀ। ନୟାଗଡ଼, ବୌଦ୍ଧ, କନ୍ଧମାଳ ଏବଂ ଗଞ୍ଜାମ ସୀମାରେ ଥିବା ଗସ୍ମାହ ଜଙ୍ଗଲରେ ନକ୍ସଲମାନେ ଛାଡ଼ି ଯାଇଥିବା ଅପହୃତ ଗାଡ଼ିର ଭଗ୍ନାବଶେଷ ଓ ଗଛରେ ଫୁଟି ରହିଥିବା ଗୁଳିର ଚିହ୍ନ ଆଜି ବି ସେହି କାଳରାତ୍ରିର କଳା କାହାଣୀକୁ ମନେ ପକାଇ ଦେଉଛି। ତେବେ ମାଓବାଦୀଙ୍କୁ ପ୍ରତିହତ କରିବାକୁ ଯାଇ ଦଶପଲ୍ଲା ଥାନା ନାହାକପଡ଼ା ଗ୍ରାମର ସୁରେନ୍ଦ୍ର ବେହେରା ପ୍ରାଣ ହରାଇ ଅନେକ…
Author: sanitelevision
ଦେଶରେ ମଦ୍ୟପାନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏକ ସର୍ଭେ କରାଯାଇଛି, ଯେଉଁଥିରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି।ଏହି ରିପୋର୍ଟରେ ଖୁଲାସା ହୋଇଛି ଯେ, କେଉଁ ରାଜ୍ୟରେ ପୁରୁଷ ଏବଂ ମହିଳାମାନେ ଅଧିକ ମଦ ପିଉଛନ୍ତି। ସର୍ଭେ ମୁତାବକ ଭାରତର ଉତ୍ତର-ପୂର୍ବ ରାଜ୍ୟ ତାଲିକାରେ ମଦ ପିଉଥିବା ଲୋକ ସଂଖ୍ୟା ଅଧିକ ରହିଛି। ସର୍ବେକ୍ଷଣ ଅନୁଯାୟୀ, ଉତ୍ତର ପୂର୍ବର ମହିଳାମାନେ ଅଧିକ ମଦ ପିଉଛନ୍ତି।ଦେଶର ଆସାମ ରାଜ୍ୟର ମହିଳାମାନେ ସବୁଠୁ ଅଧିକ ମଦ ପିଉଛନ୍ତି। ଆସାମ ରାଜ୍ୟରେ ୧୫-୧୯ ବର୍ଷ ମଧ୍ୟରେ ମଦ ପିଉଥିବା ମହିଳାଙ୍କ ସଂଖ୍ୟା ୧.୨ ପ୍ରତିଶତ ରହିଛି। ସେହିପରି ଆସାମରେ ଏହି ସଂଖ୍ୟା ବଢିଯାଇଛି। ସର୍ଭେ ଅନୁଯାୟୀ, ଏଠାରେ ୧୬.୫ ପ୍ରତିଶତ ମହିଳା ମଦ୍ୟପାନ କରନ୍ତି। ଏହା ବ୍ୟତୀତ ଆସାମ ପରେ ମେଘାଳୟ ଦ୍ୱିତୀୟ ସ୍ଥାନରେ ଅଛି। ଏଠାରେ ୮.୭ ପ୍ରତିଶତ ମହିଳା ମଦ୍ୟପାନ କରନ୍ତି।ମହିଳାଙ୍କ…
ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ପୁଲିସ ମହାନିର୍ଦେଶକ(ଡିଜିପି)ଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରଥଯାତ୍ରା ଆୟୋଜନକୁ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା। ରଥଯାତ୍ରାରେ ସମ୍ଭାବ୍ୟ ଭିଡ଼ ନିୟନ୍ତ୍ରଣ ଓ ଗତ ବର୍ଷ ହୋଇଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଏବେଠାରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ଡିଜିପି ଖୁରାନିଆ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଉତ୍ତରା ଛକରୁ ପୁରୀ ପର୍ଯ୍ୟନ୍ତ ସିିସିଟିଭି ଲଗାଇବା, ଟ୍ରାଫିକ ସମସ୍ୟା, ଗାଡ଼ି ପାର୍କିଂ, ଶୃଙ୍ଖଳିତ ରଥଟଣା ଏବଂ ବ୍ୟାରିକେଡ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହୋଇଛି।
ଆଜିଠୁ ଆରମ୍ଭ ହେଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ସକାଳ ସାଢ଼େ ୧୦ଟାରୁ ଏକ୍ସଜାମ୍ ଆରମ୍ଭ ହେବ । ଦଶମ ପରୀକ୍ଷା ମାର୍ଚ୍ଚ ୧୮ ତାରିଖ ଯାଏ ଏବଂ ଦ୍ୱାଦଶ ପରୀକ୍ଷା ଆସନ୍ତା ଏପ୍ରିଲ ୪ ଯାଏ ଚାଲିବ । ଆଜି ପ୍ରଥମ ଦିନରେ ଦଶମ ଶ୍ରେଣୀର ଇଂରାଜୀ ପରୀକ୍ଷା ରହିଛି । ୨୦ ତାରିଖରେ ବିଜ୍ଞାନ, ୨୫ରେ ସୋସିଆଲ ସାଇନ୍ସ, ମାର୍ଚ୍ଚ ୧୦ରେ ଗଣିତ, ୧୩ ତାରିଖରେ ହୋମ୍ ସାଇନ୍ସ ପରୀକ୍ଷା ରହିଛି। ସେହିପରି ପ୍ରଥମ ଦିନରେ ଦ୍ବାଦଶ ଶ୍ରେଣୀର ଏଣ୍ଟରପ୍ରିନୁଅରସିପ୍ ବିଷୟ ପରୀକ୍ଷା ହେବ । ଏଥର ସାରା ଦେଶରେ ୭, ୮୪୨ ଏବଂ ବିଦେଶରେ ୨୬ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୪୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସିବିଏସ୍ଇ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର ସୁପରିଚାଳନା ପାଇଁ ସିବିଏସଇର…
ଦୀର୍ଘ ଦେଢ଼ ମାସ ଧରି ଚାଲିଛି ମହାକୁମ୍ଭ ମେଳା। ଏହି ମହାକୁମ୍ଭରେ ଦେଶର କୋଣ ଅନୁକୋଣରୁ ଲୋକ ଆସି ସଙ୍ଗମରେ ବୁଡ଼ ପକାଉଛନ୍ତି। ହେଲେ ସବୁଠୁ ବଡ଼ କଥା ହେଉଛି କି , ଏହି ମହାକୁମ୍ଭ ପାଇଁ ୟୁପି ସରକାର କୋଟି କୋଟି ଟଙ୍କାର ଲାଭ ପାଇଛନ୍ତି। ମହାକୁମ୍ଭ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି କୁମ୍ଭ ଆୟୋଜନରେ ୧୫୦୦ କୋଟି ଟଙ୍କା ବ୍ୟୟ ହୋଇଛି ଓ ଏଥିରୁ ୩ଲକ୍ଷ କୋଟି ଟଙ୍କା ଆୟ ହୋଇଛି। ସୂଚନା ଅନୁସାରେ ମହାକୁମ୍ଭ-୨୦୨୫ରେ ପବିତ୍ର ବୁଡ଼ ପକାଇଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୫୦ କୋଟି ପାର ହୋଇଯାଇଛି। ଚୀନ୍ ପରେ ଭାରତ ବିଶ୍ୱର ପ୍ରଥମ ବଡ଼ ଜନସଂଖ୍ୟାର ଦେଶ। ଶୁକ୍ରବାର ଲକ୍ଷ୍ନୌରେ ଫ୍ଲାଇଓଭର ଉଦଘାଟନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଛନ୍ତି ଯେ ‘ପ୍ରୟାଗରାଜ ମହାକୁମ୍ଭରେ ମାତ୍ର ମାସକରେ…
ଶ୍ରୀମନ୍ଦିରରେ ଅଘଟଣ । ଶ୍ରୀମନ୍ଦର ନୀଳଚକ୍ରରେ ପତିତପାବନ ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡଟି ଭାଙ୍ଗିଯାଇଛି । ସଂଧ୍ୟା ସମୟରେ ଏଭଳି ଅଘଟଣର ଦୃଶ୍ୟ ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ଅପରାହ୍ନରେ ବାନା ପରିବର୍ତ୍ତନ କରାଯାଇଥାଏ। ତେବେ ଗତ ସନ୍ଧ୍ୟାରେ ଚୁନରା ସେବାୟତ ବାନା ପରିବର୍ତ୍ତନ କରିବାକୁ ଯାଇଥିବା ବେଳେ ଅକ୍ଷୟ ଦଣ୍ଡଟି ଭାଙ୍ଗିଯାଇଥିବା ଦେଖିବାକୁ ପାଇଥିଲେ।ଏଥିପାଇଁ ଶ୍ରୀମନ୍ଦିର ଚୂଡ଼ାରେ ବାନା ବାନ୍ଧି ନପାରି, କେବଳ ନୀଳଚକ୍ରରେ ବାନା ବାନ୍ଧିଛନ୍ତି ଚୁନରା ସେବକ । ଫଳରେ ଶ୍ରୀମନ୍ଦିର ଚୂଡ଼ାରେ ସବୁଦିନ ଫର ଫର ଉଡୁଥିବା ନୀଳଚକ୍ର ବାନା ଗତକାଲି ଉଡ଼ିପାରିନି । ଅକ୍ଷୟ ଦଣ୍ଡ ଭାଙ୍ଗିଯିବା ଅଶୁଭ ସଙ୍କେତ ଦେଉଛି ବୋଲି ଚର୍ଚ୍ଚା ହେଉଛି ।
ସିଲଭର ସିଟିରେ ଚାଞ୍ଚଲ୍ୟ, ମହିଳାଙ୍କୁ ଗଳାକାଟି ବୀଭତ୍ସ ହତ୍ୟା । କଟକ ପୋତାପୋଖରୀ ଗାନ୍ଧିପଲ୍ଲୀ ଅଞ୍ଚଳରୁ ଆସିଛି ଏଭଳି ହତ୍ୟାକାଣ୍ଡର ଚିତ୍ର ।ନିଜ ପଡ଼ୋଶୀଙ୍କୁ ବୀଭତ୍ସ ହତ୍ୟା କଲା ଅନ୍ୟ ଜଣେ ପଡ଼ୋଶୀ। ଅଭିଯୁକ୍ତ ସନ୍ତୋଷ ସିନ୍ହା ଏକ ଧାରୁଆ ଅସ୍ତ୍ରରେ ପଡ଼ୋଶୀ ପ୍ରିୟତମା ଦଳାଇଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ପ୍ରାୟ ୧୧ ଟା ସମୟରେ ସନ୍ତୋଷର ପ୍ରିୟତମାଙ୍କ ସହ ବଚସା ହୋଇଥିଲା। ପୂର୍ବରୁ ଶତ୍ରୁତା ରହିଥିବାରୁ ଉତକ୍ଷିପ୍ତ ହୋଇ ସନ୍ତୋଷ ପ୍ରିୟତମାଙ୍କୁ ଏକ ପନିକିରେ ଅତି ନିର୍ମମ ଭାବରେ ହାଣି ହତ୍ୟା କରିଥିଲା। ଏମିତିକି ଚିତ୍କାର ଶୁଣି ଯେତେବେଳେ ସନ୍ତୋଷଙ୍କ ମାଆ ଅଟକାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ସନ୍ତୋଷ ତାଙ୍କୁ ମଧ୍ୟ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ଆଉ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସନ୍ତୋଷ ଫେରାର ମାରିଥିଲା। ଅବଶ୍ୟ ପୋଲିସ ତାକୁ ଧରିବାରେ ସଫଳ ହୋଇଛି।ସେପଟେ ଅଭିଯୁକ୍ତ ପୁଅ ଅଧିକାଶଂ…
ସଫଳ ହେଲା ଧାରଣା ମିଳିବ ବକେୟା ଅର୍ଥ । ସିଆରପି, ବ୍ୟାଙ୍କମିତ୍ର, ଏମ୍ବିକେ ଓ ପ୍ରାଣୀମିତ୍ରଙ୍କ ପାଇଁ ବଡ଼ ଖବର । ଗତବର୍ଷ ଏପ୍ରିଲରୁ ୧୦ ମାସର ବକେୟା ଦରମା ନୂଆ ସରକାର ଦେବେ। ଏନେଇ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରିଛନ୍ତି। ଏଥିରୁ ୬୨ ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ ଉପକୃତ ହେବେ।ସୂଚନା ଅନୁସାରେ, ରାଜ୍ୟରେ ପ୍ରାୟ ୬୨ ହଜାରରୁ ଊର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କାର୍ଯ୍ୟରତ ଥିବା ବେଳେ ସମାଜର ବିଭିନ୍ନ କ୍ଷେତ୍ରରେ ଏମାନେ ସେବା ଯୋଗାଉଛନ୍ତି । କିନ୍ତୁ ରାଜ୍ୟରେ ସରକାର ବଦଳିବା ପରେ ଏମାନଙ୍କୁ ଦରମା ମିଳୁନଥିଲା । ଯେଉଁଥିପାଇଁ ଭୁବନେଶ୍ବରର ଲୋୟର ପିଏମ୍ଜି ଛକରେ ଧାରଣ ଦେଇଥିଲେ କର୍ମୀ । ଶେଷରେ ଦୀର୍ଘ ଦିନ ପରେ ସପୋର୍ଟ ଷ୍ଟାଫଙ୍କ ଦାବୀ ଶୁଣିଛନ୍ତି ସରକାର ।କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ମଧ୍ୟରେ Community Resource Person for Community Mobilization (CRP-CM), Master…
ବିଧାନସଭାର ଦ୍ୱିତୀୟ ଦିନରେ ମଧ୍ୟ ସ୍ୱାଭାବିକ ଢଙ୍ଗରେ ଗୃହ ଚାଲି ପାରୁନାହିଁ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ଦିନରେ ଦୁଇଥର ବିଧାନସଭା ମୁଲତବି ହୋଇଥିଲା । ଏହାରି ମଧ୍ୟରେ ଗୃହର ସଦସ୍ୟ ବିଧାୟକ ଚକ୍ରମଣି କହଁର ବିଦ୍ୟାଳୟରେ ଡ୍ରପ୍ ଆଉଟ୍ ସଂଖ୍ୟା ରୋକିବା ନେଇ ପ୍ରଶ୍ନ କରିଥିଲେ । ତେବେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସେ କହିଛନ୍ତି ଯେ ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ଫେଡାଣ ଓ ହରଣ । ୬୮.୫% ପିଲା ଫେଡ଼ାଣ ଓ ୪୫.୮% ପିଲା ହରଣ ଜାଣିନାହାଁନ୍ତି । ତେବେ ପ୍ରତି ବର୍ଷ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି । ୨୦୧୪ରେ ୬୩.୪% ଥିବା ବେଳେ ୨୦୨୪ରେ ୬୯.୫% ଛାତ୍ରଛାତ୍ରୀ ଫେଡାଣ ଜାଣି ନ ଥିଲେ । ସେହିପରି ୨୦୧୪ରେ ୩୭.୯% ଜାଣି ନଥିବା ବେଳେ ୨୦୨୪ରେ ୪୫.୮% ହରଣ ଜାଣି ନ ଥିଲେ ବୋଲି କହିଛନ୍ତି ଗଣଶିକ୍ଷା…
୬ ଲକ୍ଷ ଛୁଆର ବାପା । ଦାମ ୩୬ ଲକ୍ଷ ଟଙ୍କା । ଦିନକୁ ଖାଏ ୭୫ ହଜାର ଟଙ୍କା ର ଖାଦ୍ୟ । ୨୪ କୋଟି ଟଙ୍କାର ମଇଁଷି ଭୀମ ସହ ଫୋଟୋ, ଭିଡିଓ ଉଠାଇବାକୁ ଲୋକଙ୍କ ଭିଡ଼ । ରାଜସ୍ଥାନ ଜୋଧପୁର ରୁ ଆସିଛି ଭୀମ । ରାଜା ଭଳି ସଜେଇ ହୋଇଛି । ୧୬ଶହ କେଜି ଓଜନର, ଚିକଣ କଳା ରଙ୍ଗର ଭୀମ ଦେହରେ ପ୍ରତିଦିନ ଲାଗୁଛି ଏକ କେଜି ଭେସଲିନ, ୧ଲିଟର ସୋରିଷ ତେଲ । କାଜୁ ବାଦାମ ଏକ କେଜି ସହ ଦିନକୁ ପ୍ରାୟ ୩୫ କେଜିର ଖାଦ୍ୟ ଖାଉଛି ଭୀମ । ଇଓ ଦ୍ୱାରା ଭୀମରୁ ସିମେନରୁ ଏବେ ସୁଦ୍ଧା ୬ ଲକ୍ଷ୍ ମଇଁଷି ଛୁଆ ଜନ୍ମ ହେଇସାରିଲେଣି । ବାଂଲାଦେଶ ଓ ପାକିସ୍ତାନରେ ମଧ୍ୟ ଏଇ ପ୍ରଜାତି ମଇଁଶିର ବେଶ ଚାହିଦା ରହିଛି ।ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫ ରେ ସ୍ଵତନ୍ତ୍ର ଷ୍ଟଲ୍…









