ବିଧାନସଭା ଆରମ୍ଭରୁ ମାଡିଆସିଲେ ବିରୋଧୀ। ଆରମ୍ଭରୁ କଲେ ହଙ୍ଗାମା। ଏହାରି ଭିତରେ ମୁହାଁମୁହିଁ ହୋଇଗଲେ ବିଜେଡି ବିଧାୟକ ଆଉ ଭାଜପା ବିଧାୟକ। ଗୃହରେ ଜମିଲା ଅସ୍ମିତା କଳି। ଏପରି କିଛି ଦୃଶ୍ୟ ଥିଲା ଶୁକବ୍ରାର ବିଧାନସଭା ଅଧିବେଶନର।ବିଧାନସଭାରେ ବିଧାୟକ ଅରୁଣ ସାହୁ ଲିଖିତ ପ୍ରଶ୍ନ କରି ଓଡ଼ିଆ ଅସ୍ମିତାର ଅର୍ଥର ମାନେ କଣ ବୋଲି ପଚାରିଥିଲେ । ଯାହାର ଉତ୍ତରରେ ଓଡ଼ିଆ ଅଭିଧାନରେ ଦିଆଯାଇଥିବା ଅର୍ଥକୁ ଉଲ୍ଲେଖ କରି, ଅସ୍ମିତା ଶବ୍ଦର ବ୍ୟାଖା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ । ଓଡ଼ିଆ ଅସ୍ମିତାର ଅର୍ଥ ମୁଁ ପଣ ଏବଂ ଅହଂଜ୍ଞାନ, ଏପରିକି ମୁଁ ଭାବ, ମୁଁ ଅଛି ଏବଂ ଆତ୍ମ ପରିଚିତି ବୋଲି କହି ପୂର୍ବ ସରକାରର ଗୋହି ଖୋଳିଛନ୍ତି ସୂର୍ଯ୍ୟବଂଶୀ । ଅରୁଣ ସାହୁ ନିଜେ ମାନିଛନ୍ତି ଯେ ଅହଂଭାବ ଯୋଗୁ ବିଜେଡି ଯାଇଛି ।ତେବେ ଆମେ ଓଡ଼ିଶା ଅସ୍ମିତାକୁ ମୁଦ୍ଦା କହି ତାକୁ ସଙ୍କୁଚିତ କରିପାରିବା ନାହିଁ । ଅସ୍ମିତା…
Author: sanitelevision
୧୯ରୁ ୨୧ ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୯ରୁ ୨୧ ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଅନୁଭୂତ ହେବ । ଜଗତସିଂହପୁରଳ କେନ୍ଦ୍ରପଡା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ବର୍ଷା ସମ୍ଭାବନା ରହିଛି ।ଅନ୍ୟପକ୍ଷେ ରାଜ୍ୟରେ ବୁଧବାର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଥିବାବେଳେ ଗୁରୁବାର ଏଥିରେ ସାମାନ୍ୟ ହ୍ରାସ ପାଇଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଗୁରୁବାର ସର୍ବୋଚ୍ଚ ତାପମାତ୍ରା ଅନୁଗୋଳରେ ୩୫.୯ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ୫ ସହରରେ ପାରଦ ୩୫ ଡିଗ୍ରୀ ବା ତା’ଠାରୁ ଅଧିକ ରହିଥିଲା। । ଦିନ ତାପମାତ୍ରା ବି ଅଳ୍ପ ଖସିବ। ସାମୟିକ ଭାବେ ଗରମ ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଆଉ ୧୯…
ନନ୍ଦନକାନନର ପ୍ରବେଶ ଓ ପ୍ରସ୍ଥାନରେ ପରିବର୍ତ୍ତନ ହୋଇଛି । ନନ୍ଦନକାନନର ଉନ୍ନତିମୂଳକ କାର୍ଯ୍ୟ ଚାଲୁଥିବା ଯୋଗୁଁ ପର୍ଯ୍ୟଟକମାନଙ୍କ ପାଇଁ ପ୍ରବେଶ ଏବଂ ପ୍ରସ୍ଥାନରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ପର୍ଯ୍ୟଟକମାନେ ନନ୍ଦନକାନନ ମୁଖ୍ୟ ଫାଟକ ଦେଇ ସମ୍ମୁଖରେ ଥିବା ଟିକେଟ କାଉଣ୍ଟରରେ ଟିକେଟ କରି ପ୍ରବେଶ କରୁଥିଲେ। ବର୍ତ୍ତମାନ ଏହି ମାର୍ଗ ପରିବର୍ତ୍ତନ ହୋଇଛି। ପୂର୍ବରୁ ଗୋଟିଏ ମାର୍ଗରେ ଆସି ଜୀବଜନ୍ତୁଙ୍କୁ ସଠିକ୍ ଭାବେ ଦେଖି ସେହି ମାର୍ଗରେ ଫେରୁଥିଲେ। ଏଥିରେ ବ୍ୟାଟେରୀ ଚାଳିତ ଗାଡ଼ି, ସଫାରୀ ଆଦି ଟିକେଟ ପାଇଁ ପର୍ଯ୍ୟଟକଙ୍କୁ କୌଣସି ଅସୁବିଧା ହେବାକୁ ପଡୁନଥିଲା । କିନ୍ତୁ ନନ୍ଦନକାନନର କାଞ୍ଜିଆ ଲେକ ସଂଲଗ୍ନରେ ଡ୍ରେନ ନିର୍ମାଣ ପାଇଁ ହେଉଥିବା କାର୍ଯ୍ୟ ଯୋଗୁଁ ପର୍ଯ୍ୟଟକ କିଛି ମାତ୍ରାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ତେବେ ନନ୍ଦନକାନନର ବହୁତଳ ପାର୍କିଂ ପାର୍ଶ୍ଵରେ ନିର୍ମାଣ ହୋଇଥିବା ପ୍ରସ୍ଥାନ ପଥରେ ବର୍ତ୍ତମାନ ଏହି ଅସ୍ଥାୟୀ ପ୍ରବେଶ ଓ ପ୍ରସ୍ଥାନ ମାର୍ଗ…
ବିଧାନସଭା ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ଗୃହ ଅଚଳ । ପ୍ରଥମେ ଦିନ ୧୨ ଯାଏଁ ମୁଲତବୀ ହୋଇଥିଲା ଗୃହ। ମୁଲତବୀ ପରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ବିରୋଧୀଙ୍କ ହୋହାଲ୍ଲା ଏବଂ ହଟ୍ଟଗୋଳ ଲାଗି ବିଧାନସଭାକୁ ୪ଟା ମୁଲତବୀ ରଖିଛନ୍ତି ବାଚସ୍ପତି । ତେବେ ଏହାରି ମଧ୍ୟରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନ ଥିଲା ଯେ ରାଜ୍ୟରେ ଭିକାରୀଙ୍କ ସଂଖ୍ୟା କେତେ ଅଛି | ଏହାର ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେ ରାଜ୍ୟରେ ଭିକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ , ରାଜ୍ୟରେ ଏବେ ପାଖାପାଖି ୫ହଜାରୁ ଅଧିକ ଭିକାରୀ ଅଛନ୍ତି। କଟକରେ ସର୍ବାଧିକ ୧୦୬୦ ଭିକାରୀ ଅଛନ୍ତି। ଏହାସହ ବରଗଡ଼ରେ ୫୯୫, ଗଞ୍ଜାମରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡ ରେ ୪୧୭ ଓ ପୁରୀରେ ୩୫୦…
ଅନଲାଇନରେ ଲାପଟପ କିଣିବା ପଡିଲା ମହଙ୍ଗା । ଲାପଟପ ବଦଳରେ ଆସିଲା ମାର୍ବଲ ପଥର । ଠକାମିର ଶିକାର ହୋଇଛନ୍ତି ସମ୍ବଲପୁର ଟାଉନ ଥାନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଏକ କ୍ଲିନିକ ମାଲିକ । ୬୧ ହଜାର ଟଙ୍କା ଅଗ୍ରୀମ ଦେଇ ଲାପଟପ ମଗାଇଥିଲେ। ଗତ ୪ ତାରିଖରେ ଟଙ୍କା ଦେଇଥିଲେ। ଗତକାଲି ପହଞ୍ଚିଥିଲା ପାର୍ସଲ । ପାର୍ସଲ ଖୋଲିଲା ବେଳକୁ ତା ଭିତରୁ ମାର୍ବଲ ପଥର ବାହାରିଥିଲା ।ସେ ତୁରନ୍ତ ଅନଲାଇନ ଟ୍ରେଡିଙ୍ଗ କମ୍ପାନୀ ଶହ ଯୋଗା ଯୋଗ କରିଥିଲେ। ହେଲେ କୌଣସି ଉତ୍ତର ମିଳି ନଥିଲା। ଏନେଇ ଟାଉନ ଥାନାରେ ସେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ସ୍ପାଇଡ଼ର ସତ୍ତିର କୁକୁରଙ୍କୁ ନେଇ ଚର୍ଚ୍ଚା । ଯହାର ଫଟୋ ଏବେ ଭାଇରାଲ ହେଉଛି । ଦୁଇ ଦୁଇଟି ପତ୍ନୀ ଓ ଗାର୍ଲଫ୍ରେଣ୍ଡ ପରେ, କୁକୁରଙ୍କ ପଛରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା ସତ୍ତି ଓ କୁକୁରଙ୍କ ଖେଳିବା ପାଇଁ ପାଇଁ ଲକ୍ଷେ ଟଙ୍କିଆ “ବଲ” କିଣିଥିଲା ସ୍ପାଇଡର ଓ ପ୍ରତି ମାସରେ କୁକୁରଙ୍କ ପାଇଁ ସ୍ପା’, ବାଥରେ ଖର୍ଚ୍ଚ କରୁଥିଲା ଲକ୍ଷ ଲକ୍ଷ ଟଙ୍କା । । ସେ ଗତ ବର୍ଷ ତ୍ରିଭେନ୍ଦ୍ରମ୍ ଜେଲରୁ ବାହାରିବା ପରେ ତୃତୀୟ ସ୍ତ୍ରୀ ପାଇଁ କିଣିଥିଲା ଦୁଇଟି କୁକୁର। ଲାବ୍ରାଡର ଓ ସିଡଜୁ ପ୍ରଜାତିର କୁକୁର ପାଳୁଥିଲା । ଗୋଟିଏ କୁକୁର ୭୦ ହଜାର ଟଙ୍କାରେ କିଣିଥିବା ବେଳେ ଅନ୍ୟଟି ଦେଢ଼ ଲକ୍ଷ ଟଙ୍କାରେ କିଣିଥିଲା । ସୂଚନା ଅନୁସାରେ ମାତ୍ର ମାଟ୍ରିକ ପାସ କରିଥିବା ସତୀଶ ୨୦୦୭ ମସିହାରେ ସିଙ୍ଗାପୁର ଯାଇ ସେଠାରେ ୱେଲଡର ଭାବେ କାମ କରିଥିଲା ।…
ରାଜ୍ୟରେ ନୂଆ ଅବକାରୀ ନୀତି ୨୦୨୫-୨୬ ଖୁବ୍ଶୀଘ୍ର ପ୍ରସ୍ତୁତ ହେବ। ଏନେଇ ଫର୍ଚ୍ୟୁନ୍ ଟାଓ୍ବାରସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅବକାରୀ ବିଭାଗ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଦେଶୀ ଓ ବିଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି, ମୂଲ୍ୟ ନିର୍ଦ୍ଧାରଣ, ଟିକସ ଢାଞ୍ଚାର ନବୀକରଣ, ବିଭିନ୍ନ ବିଭାଗ ସହ ସମନ୍ବୟ, ସଡ଼କ ସୁରକ୍ଷା, ହୋଟେଲ ଶିଳ୍ପ, ବେଆଇନ ମଦ କାରବାର ରୋକିବାକୁ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ଅବକାରୀ କମିଶନର ନରସିଂହ ଭୋଳ, ଓଏସ୍ବିସି ଏମ୍ଡି ଅମ୍ବର କର, ସିଜିଏମ୍ ମାନସ ସ୍ବାଇଁ, ଜିଏମ୍ ସଞ୍ଜୟ ରାଉତଙ୍କ ସମେତ ବିଭିନ୍ନ ବିଭାଗର ନୋଡାଲ ଅଧିକାରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ବିଷାକ୍ତ ମଦ୍ୟପାନଜନିତ ମୃତ୍ୟୁ କିମ୍ବା ଅସୁସ୍ଥତାକୁ ସରକାର କୌଣସି ପରିସ୍ଥିତିରେ ଗ୍ରହଣ କରି ପାରିବେ ନାହିଁ। ଏହିଭଳି ବେଆଇନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିସମୂହଙ୍କୁ କଡ଼ା ଦଣ୍ଡବିଧାନ ଲାଗି ରାଜ୍ୟ ସରକାର ପ୍ରାଥମିକତା…
ଆମେରିକା ଭାରତକୁ ଏହାର ସବୁଠାରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ-୩୫ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଭାରତ ପାଇଁ ଏଫ-୩୫ ଲଢ଼ୁଆ ବିମାନ ପାଇବାର ପଥ ଖୋଲି ଦେଇଛି।ଏହି ପ୍ରସ୍ତାବ ନୂଆଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ଆଗ୍ରହ ସୃଷ୍ଟି କରିଛି, କାରଣ ଏଫ-୩୫ କୁ ବିଶ୍ୱର ସବୁଠାରୁ ଘାତକ, ଦୃଢ ଏବଂ ସଂଯୁକ୍ତ ଲଢ଼ୁଆ ବିମାନ ଭାବରେ ବିବେଚନା କରାଯାଏ। “ଆମେ ଭାରତକୁ ବହୁ ବିଲିୟନ ଡଲାର ସାମରିକ ବିକ୍ରୟ ବୃଦ୍ଧି କରିବୁ। ଆମେ ଭାରତକୁ ଏଫ-୩୫ ଷ୍ଟିଲ୍ଥ ଲଢ଼ୁଆ ବିମାନ ଯୋଗାଇବା ପାଇଁ ପଥ ପ୍ରଶସ୍ତ କରୁଛୁ,” ଟ୍ରମ୍ପ ଖବରଦାତାମାନଙ୍କୁ କହିଛନ୍ତି।ଏଫ-୩୫ ଲଢ଼ୁଆ ବିମାନ ଏକ ପଞ୍ଚମ ପିଢ଼ିର ଲଢ଼ୁଆ ଯୁଦ୍ଧ ବିମାନ। ଏହି ମାସର ଆରମ୍ଭରେ, ଏହା ବେଙ୍ଗାଲୁରୁର ୟେଲାହାଙ୍କା ବାୟୁସେନା ଷ୍ଟେସନରେ ଏସିଆର ସର୍ବବୃହତ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ପ୍ରଦର୍ଶନୀ ଏରୋ ଇଣ୍ଡିଆର ୧୫ତମ ସଂସ୍କରଣରେ ଅଂଶଗ୍ରହଣ କରିଥିଲା।ପ୍ରଧାନମନ୍ତ୍ରୀ ମୋଦି ଏବଂ ଟ୍ରମ୍ପ ଏହି ବର୍ଷ ଭାରତରେ…
କୋଇଲା ବୋଝେଇ ଟ୍ରେନରୁ ପାଲ ଚୋରୀ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ । କଟକ ଆଠଗଡ଼ ଗୁରୁଡ଼ିଝାଟିଆ ରେଳ ଷ୍ଟେସନ୍ ପାର୍କିଂରେ ଘଟିଛି ଘଟଣା ଏପରି ଘଟଣା । ମୃତ ଯୁବକ ହେଲେ ଛଅ ଗାଁର ଜିତେନ୍ଦ୍ର ବେହେରା ।ଯୁବକ ଜଣକ ବିଦ୍ୟୁତ ତାର ସଂସ୍ପର୍ଷରେ କିପରି ଆସିଲେ ତାହା ଜଣାପଡ଼ି ନାହିଁ ।ପାର୍କିଂରେ ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ନିଆଁ ଲାଗି ଜଳିଯାଇଥିବା ଜଣାପଡ଼ିଛି ।ଏ ସମ୍ପର୍କରେ ସୂଚନା ପାଇ ରେଳବାଇ ପୋଲିସ ଏବଂ ରେଳ ବିଭାଗର ଅଧିକାରୀମାନେ ଘଟଣାସ୍ଥଳକୁ ପହଁଞ୍ଚି ମାମଲାରେ ତଦନ୍ତ ଆରମ୍ଭ କରିଛି ।
ରାଜସ୍ଥାନରେ ପ୍ରଥମ ଥର ପାଇଁ ଦେଶୀ ଉପାୟରେ କ୍ୟାନ୍ସର ଟିକା ପ୍ରସ୍ତୁତ କରାଯାଉଛି । ଦୀର୍ଘ ୨୭ ବର୍ଷର ଗବେଷଣା ପରେ ଏହା ସଫଳ ହେବାକୁ ଯାଉଛି । ଯଦି ଟିକା ପ୍ରସ୍ତୁତି ସମ୍ପୂର୍ଣ୍ଣ ସଫଳ ହୁଏ, ତେବେ ଏହାର ମୂଲ୍ୟ ୧୦ ହଜାର ଟଙ୍କା ରହିବ ।ରାଜସ୍ଥାନ ଜୟପୁର ସ୍ଥିତ ମହାତ୍ମାଗାନ୍ଧୀ ମେଡିକାଲ କଲେଜକୁ ଡେଣ୍ଡ୍ରିଟିକ ସେଲ୍ ଟିକା ପ୍ରସ୍ତୁତ କରିବା ପାଇଁ ଡିସିଜିଆର ଅନୁମତି ମିଳିଛି । ଏହି ଟିକା ଦ୍ବାରା 5 ପ୍ରକାର କ୍ୟାନ୍ସର ଟିକାର ଚିକିତ୍ସା ସମ୍ଭବ ହୋଇପାରିବ ।ତେବେ ଏହି ଟିକା ଦେଶର ପ୍ରଥମ ସ୍ବଦେଶୀ ଟିକା ହେବ ବୋଲି କୁହାଯାଉଛି । ଆମେରିକାରେ କ୍ୟାନ୍ସର ଟିକାର ଦାମ୍ 25 ଲକ୍ଷ ରହିଥିବା ବେଳେ ଭାରତରେ ଏହାର ଦାମ୍ 10 ହଜାର ହେବ ବୋଲି ଆଶା କରାଯାଉଛି ।ଏହି ଟିକା ଉପରେ ଗବେଷଣା କରୁଥିବା ମହାତ୍ମା ଗାନ୍ଧୀ ୟୁନିଭର୍ସିଟି ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ…









