ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଶନିବାର ମନୋଜ ସାହୁ ନିଯୁକ୍ତ ହୋଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗର ବିଜ୍ଞପ୍ତି । ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ମନୋଜ କୁମାର ସାହୁ ନିଯୁକ୍ତି । ୨୦୦୬ ବ୍ୟାଚ୍ର ଆଇଏଏସ୍ ମନୋଜ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କ୍ୟାଡର୍ ଅଧିକାରୀ। ମନୋଜ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକର ସିଙ୍ଗାରପୁର ଗ୍ରାମର ବାସିନ୍ଦା। ସେ ବିଭିନ୍ନ ସମ୍ବେଦନଶୀଳ ଜିଲାରେ ଜିଲାପାଳ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟରେ ହର ଘର୍ ଜଲ୍ରେ କାମ କରି ଖୁବ୍ ପ୍ରଶଂସିତ ହୋଇଛନ୍ତି ।
Author: sanitelevision
ଯାହା ଆଶା କରାଯାଉଥିଲା ତାହା ସତ ପ୍ରମାଣିତ ହୋଇଛି । ଓଡିଶାରେ ବୃଦ୍ଧି ପାଇଛି ମଦ ଦର । ଆସ୍କା-୪୦ ଓ ବିୟର୍ର ଦାମ୍ ବୃଦ୍ଧି କଲେ ମୋହନ ସରକାର ।ଆସ୍କା ୪୦ ସାଙ୍ଗକୁ ବିୟରର ଦାମ୍ ୧୦ ଟଙ୍କାଙ୍କୁ ବୃଦ୍ଧି କରିଚନ୍ତି ରାଜ୍ୟ ସରକାର । ବିୟର୍ ବୋତଲ ପିଛା ୧୦ ଟଙ୍କା ଦର ବଢ଼ିଥିବା ବେଳେ ଏବେ ଆସ୍କା-୪୦ର ଦାମ୍ ୬୦ ଟଙ୍କାରୁ ୭୦ ଟଙ୍କାକୁ ବୃଦ୍ଧି ପାଇଛି । ଗତ ଡିସେମ୍ବର ୧ରୁ ଏହି ବର୍ଦ୍ଧିତ ଦାମ୍ ଲାଗୁ ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜସ୍ବ କ୍ଷତିକୁ ଦେଖି ପ୍ରାଇସ୍ ଫ୍ରିକ୍ସେସନ୍ କମିଟି ରିପୋର୍ଟ ଆଧାରରେ ଦର ବୃଦ୍ଧି ହୋଇଥିବା କଥା ମନ୍ତ୍ରୀ କହିଛନ୍ତି ।
କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍ଓ)ର ପେନ୍ସନଭୋଗୀମାନେ ବର୍ତ୍ତମାନ ଯେକୌଣସି ବ୍ୟାଙ୍କରୁ ପେନ୍ସନ ବାହାର କରିବାକୁ ସକ୍ଷମ ହେବେ। ଇପିଏଫଓ ଏହାର ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପେନ୍ସନ ପେମେଣ୍ଟ ସିଷ୍ଟମ (ସିପିପିଏସ୍) ର ଲାଗୁ କରିବାର କାର୍ଯ୍ୟ ସମାପ୍ତ କରିଛି। ଖୁବଶୀଘ୍ର ଇପିଏଫ୍ଓ- ୩.୦ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡିଭ୍ୟ ଘୋଷଣା କରିଛନ୍ତି । ମାଣ୍ଡିଭ୍ୟ କହିଛନ୍ତି ଇପିଏଫ୍ଓ- ୩.୦ର ନୂଆ ବ୍ୟବସ୍ଥା ଦେଶର ବ୍ୟାକିଂ ସିଷ୍ଟମ୍ ଭଳି ସୁବିଧା ଯୋଗାଇବ । ଏହାସହିତ ଇପିଏଫଓ ୱେବସାଇଟ୍ ଗ୍ରାହକଙ୍କ ପାଇଁ ଆହୁରି ସହଜ ହେବ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଇପିଏଫ୍ଓ- ୩.୦ ଲାଗୁହେଲେ ଏହାର ସଦସ୍ୟଙ୍କୁ ମିଳିବ ଏକ ସ୍ବତନ୍ତ୍ର ଏଟିଏମ୍ କାର୍ଡ । ୱେବସାଇଟ୍ରେ ଥିବା ସବୁ ସମସ୍ୟାକୁ ଜାନୁଆରୀ ମାସ ଶେଷ ସୁଦ୍ଧା ସମାଧାନ କରିଦିଆଯିବ ।
ଦିଲ୍ଲୀ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟ ତାଲିକାରେ ୨୯ ପମୁଖ ପ୍ରାର୍ଥୀ ସାମିଲ । ଭାଜପା ନୂଆଦିଲ୍ଲୀ ବିଧାନସଭା ଆସନରୁ ପରବେଶ ସାହିବ ସିଂ ବର୍ମା ଏବଂ କାଲକାଜୀ ଆସନରୁ ରମେଶ ବିଧୁରୀଙ୍କୁ ପ୍ରାର୍ଥୀ କରିଛି। ଉଭୟ ଯଥାକ୍ରମେ କେଜରିୱାଲ ଏବଂ ଅତିଶୀଙ୍କ ବିପକ୍ଷରେ ଲଢ଼ିବେ।ଏହାବ୍ୟତୀତ ଆପ୍ ବିରୋଧରେ ବିଦ୍ରୋହ କରି ଭାଜପାରେ ଯୋଗ ଦେଇଥିବା କୈଳାସ ଗେହଲୋଟଙ୍କୁ ବିଜୱାସନ ଆସନରୁ ପ୍ରାର୍ଥୀ କରାଯାଇଛି।ଗାନ୍ଧୀ ନଗର ବିଧାୟକ ଅନୀଲ ବାଜପେୟୀଙ୍କୁ ଏଥର ଟିକେଟ ଦେଇନି ବିଜେପି। ତାଙ୍କ ବଦଳରେ ପୂର୍ବତନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲୀଙ୍କୁ ଦଳ ଟିକେଟ ଦେଇଛି। ଶୀଲା ଦିକ୍ଷୀତଙ୍କ ନେତୃତ୍ୱାଧୀନ ସରକାରରେ ୨୦୦୩ରୁ ୨୦୧୩ ପର୍ଯ୍ୟନ୍ତ ମନ୍ତ୍ରୀ ଥିବା ଲଭଲୀ ଗତ ବର୍ଷ ବିଜେପିରେ ଯୋଗ ଦେଇଥିଲେ। କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ମନ୍ତ୍ରୀ ରାଜକୁମାର ଚୌହାନଙ୍କୁ ମଙ୍ଗଲପୁରୀରୁ ଟିକେଟ ମିଳିଛି।ସେହିପରି ଶିଲା…
ସୁରକ୍ଷା କର୍ମୀଙ୍କୁ ବାନ୍ଧୀ ତାଡିନେଲେ କ୍ୟାସ ବାକ୍ସ । ରାଉରକେଲା ବେଦବ୍ୟାସ ଅଞ୍ଚଳରୁ ଏପରି ଲୁଟ୍ ହୋଇଛି । ତିନି ଜଣ ଦୁର୍ବୃତ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଧମକ ଚମକ ଦେବା ସହ ହାତଗୋଡ଼ ବାନ୍ଧି ଦେଇଥିଲେ। ଏହାପରେ ଶୋ’ ରୁମରେ ଥିବା କ୍ୟାସ୍ ବକ୍ସକୁ ଲୁଟି ନେଇଛନ୍ତି ଡକାୟତ। ଏନେଇ ଶୋ ରୁମ୍ ମାଲିକ ଅଭିଯୋଗ କରିଛନ୍ତି। ଲୁଟର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି ।କ୍ୟାସ୍ ବକ୍ସରେ ଲକ୍ଷାଧିକ ଟଙ୍କା ଥିବା କୁହାଯାଉଛି । କେବଳ ସେତିକି ନୁହେଁ କ୍ୟାସ୍ ବାକ୍ସରେ ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ସହ କ୍ରେଡିଟ୍ କାର୍ଡ ମଧ୍ୟ ଥିବା ଶୋ’ ରୁମ୍ ମାଲିକ କହିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଅଭିଯୋଗ ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।
ଭୁବନେଶ୍ୱର ଜନତା ମୈଦାନରେ ଅନୁଷ୍ଠିତ ହେବ ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ। ଆସନ୍ତା ୮ରୁ ୧୦ ଯାଏ ଏହି ସମ୍ମିଳନୀ ଚାଲିବ।ସମ୍ମିଳନୀ ସମୟରେ ଭୁବନେଶ୍ୱରରେ ପଥ ଉତ୍ସବ ଚାଲିବ। ପୁରୀରେ ସିବିଚ୍ ଫେଷ୍ଟିଭାଲ ଚାଲିବ। ରାଜ୍ୟର କଳା ସଂସ୍କୃତି ସମେତ ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ପ୍ରଦର୍ଶିତ କରାଯିବ। ବୁଦ୍ଧିଷ୍ଟ କରିଡ଼ର ହେଉ ବା ସ୍ପିରିଚୁଆଲ ଟୁରିଜିମ୍ ସବୁ କିଛି ବ୍ୟବସ୍ଥା ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।ପ୍ରବାସୀ ଭାରତୀୟଙ୍କୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଇ ଦେଖାଯିବ। ଏଥିପାଇଁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ କହି ପାରୁଥିବା ଗାଇଡ୍ ରହିବେ। ଯେଉଁ ହୋଟେଲରେ ପ୍ରବାସୀ ଭାରତୀୟ ରହିବେ, ସେସବୁ ହୋଟେଲର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ସେଠାରୁ ବିଭିନ୍ନ ସ୍ଥାନକୁ କିଭଳି ଡବଲ ଡେକର ଗାଡ଼ିରେ ବୁଲିପାରିବେ ଅତିଥି, ତାହା ମଧ୍ୟ ସୁନିଶ୍ଚିତ କରାଯାଇଛି।ଅଢ଼େଇ ହଜାର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବା ପାଇଁ ପଞ୍ଜିକରଣ କରି ସାରିଛନ୍ତି। ଆଉ କିଛି ପ୍ରବାସୀ ଭାରତୀୟ…
ଜାନୁଆରୀ ୧୫ ତାରିଖ ପରେ ମିଳିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ତେବେ ନିର୍ଦ୍ଦଷ୍ଟ କେତେ ତାରିଖରେ ଟଙ୍କା ମିଳିବ, ସେନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନକଲା ଯାଏଁ ଚାଲିବ ପଞ୍ଜୀକରଣ । ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା କିନ୍ତୁ ମାର୍ଚ୍ଚ ୩୦ ପରେ ଆବେଦନ କଲେ ବି ମିଳିବ ଦୁଇଟି କିସ୍ତି ଟଙ୍କା । ଏଥିପାଇଁ ବ୍ୟାଙ୍କ ଗୁଡିକ ସହିତ ବୈଠକ ସରିଲାଣି ।ଯାହାର ୫ ଏକର ଜମି ଅଛି ବା ନାହିଁ, ଏହି ଦ୍ଵନ୍ଦ ପାଇଁ ଡିସେମ୍ବର ୩୦ ଯାଏଁ ସମୟ ଦିଆ ଯାଇଥିବା ବେଳେ ବର୍ତ୍ତମାନ ଏହି ସମୟ ଅବଧିକୁ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି ।
କାଲିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ସାତକୋଶିଆ। ୬ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହେବାକୁ ଥିବାରୁ ଉଭୟ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ସାତକୋଶିଆ ମନା ରହିଛି। ୬, ୭ ଏବଂ ୮ ତାରିଖ ୩ ଧରି ସାତକୋଶିଆରେ କୁମ୍ଭୀର ଗଣନା ହେବ। ସେହିପରି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ପାଇଁ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ । ନଦୀରେ ମାଛ ଧରିବା ପାଇଁ ମସ୍ୟଜୀବୀଙ୍କୁ ମଧ୍ୟ ବାରଣ କରାଯାଇଛି । ସାତକୋଶିଆର ମହାନଦୀରେ କୁମ୍ଭୀର ଗଣନା ପାଇଁ ବନ ବିଭାଗର ୧୪ଟି ଦଳ ନିୟୋଜିତ କରିବାକୁ ଯୋଜନା ରହିଛି । ମୋଟ ୭୦ଜଣ କର୍ମଚାରୀ ନିୟୋଜିତ ରହିବେ।
ଦେଶରେ ଖୁବ୍ଶୀଘ୍ର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗିବ । କୌଣସି ଅଳ୍ପ ବୟସର ପିଲା ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିଲେ ଅଭିଭାବକଙ୍କ ଅନୁମତି ଦରକାର ପଡ଼ିବ । ଶୁକ୍ରବାର କେନ୍ଦ୍ର ସରକାର ଜାରି କରି କରିଥିବା ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକସନ୍ ଆକ୍ଟରେ ଏଭଳି ନିୟମ କରିବାର ଯୋଜନା ରହିଛି।କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷା ଆଇନ (DPDP) ନିୟମ ପାଇଁ ଏକ ଡ୍ରାଫ୍ଟ ନିୟମ ଜାରି କରିଛି। କେନ୍ଦ୍ର ସରକାରଙ୍କର ଏହି ଯୋଜନା ବାବଦରେ ଲୋକେ MyGov.in ୱେବ୍ସାଇଟ୍ରେ ଯାଇ ଫେବ୍ରୁଆରୀ ୧୮ ମଧ୍ୟରେ ନିଜର ମତ ରଖିପାରିବେ। ମତ ଅନୁସାରେ ଏଥିରେ ପରିବର୍ତ୍ତନ କରାଯିବ। ନଚେତ୍ ସରକାର ଡ୍ରାପ୍ଟ ହୋଇଥିବା ନିୟମକୁ ଦେଶର ଲାଗୁ କରିବେ।୨୦୨୫ ମସିହା ଫେବୃୟାରୀ ୧୮ ତାରିଖ ପର୍ଯ୍ୟନ୍ତ ଲୋକେ ନିଜର ମତାମତ ଦେଇପାରିବେ । ଫେବୃଆରୀ ୨୮ ତାରିଖ ପରେ…
ଆସନ୍ତା ୮ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ସାମିଲ ହେବେ। ୮ ତାରିଖ ରାତିରେ ରାଜଭବନରେ ରାତ୍ରୀଯାପନ କରିବେ। ସେହିପରି ୯ ତାରିଖ ଜନତା ମଇଦାନରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ରହିଛି। ପ୍ରବାସୀ ଭାରତୀୟ ଦିବସରେ ପ୍ରାୟ ୫୦୦୦ ଅଂଶଗ୍ରହଣକାରୀ ଭାଗନେବେ। କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବହିର୍ବ୍ୟାପାର ମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ, ଦେଶବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରବାସୀ ଭାରତୀୟ ଯୋଗଦେବେ।ସେପଟେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ୱାଇ ବି ଖୁରାନିଆ। ଅତିଥିଙ୍କ ରହଣି ସ୍ଥାନ, କାର୍ଯ୍ୟକ୍ରମ ସ୍ଥଳ ଜନତା ମଇଦାନ ସହ ଭୁବନେଶ୍ୱର, କଟକ ଓ ପୁରୀର ପର୍ଯ୍ୟଟନ ସ୍ଥଳୀରେ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ କହିଛନ୍ତି। ଏଥିସହ ହୋଟେଲ୍ ଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଡିଜିପି।









