Author: sanitelevision

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । SDRF ଫଣ୍ଡରୁ ଚାଷୀଙ୍କୁ ସମସ୍ତ କ୍ଷତିପୂରଣ ଦିଆଯିବ । ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ସହାୟତା ମିଳିବ। ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ୨ ଲକ୍ଷ ୯୧ ହଜାର ହେକ୍ଟର ଫସଲ କ୍ଷତି ହୋଇଥିବା ବେଳେ ୨୯୧ କୋଟି ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Read More

କରୋନା ମହାମାରୀର ୫ ବର୍ଷ ପରେ ଚୀନ୍‌ରେ ପୁଣି ଏକ ରହସ୍ୟମୟ ଭାଇରସ୍‌ର ଆତଙ୍କ। ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍’ ବା ଏଚଏମପିଭି ସମେତ ଆଉ କେତେକ ନୂଆ ଭୂତାଣୁ ଚୀନର ଚିନ୍ତା ବଢ଼ାଇଛି ।’ସାଇଣ୍ଟିଷ୍ଟ ଅର୍ଗ’ ଅନୁଯାୟୀ, ଚୀନରେ ବ୍ୟାପିଥିବା ନୂତନ କରୋନା ଭାଇରସ୍ ମହାମାରୀକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ବିବେଚନା କରିଛି । ଜେନେଭା ସାମ୍ବାଦିକ ସମ୍ମିଳନୀରେ ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ ଏହି ସୂଚନା ଦେଇଛନ୍ତି । ଏହି ନୂତନ ଭୂତାଣୁ ୧୮ଟି ଭିନ୍ନ ଭିନ୍ନ ଦେଶରେ ୭,୮୩୪ ଜଣଙ୍କୁ ସଂକ୍ରମିତ କରିଛି । ଏଥିରେ ୧୭୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ସମସ୍ତେ ଚୀନର । ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ ଓ ୧୭୦ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଭୂତାଣୁ ବ୍ୟାପିବା ଖବରକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା କରାଯାଉଛି । ଚୀନର…

Read More

ବିଚାରାଧିନ ଆପରାଧିକ ମାମଲାରେ ବ୍ୟକ୍ତିଙ୍କ ପାସପୋର୍ଟ ବାଜ୍ୟାପ୍ତି କରାଯିବ ନାହିଁ । ଏ ନେଇ ଓଡ଼ିଶା ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି । ଜଣେ ବ୍ୟକ୍ତିଙ୍କ ପାସ୍‌ପୋର୍ଟ ବାଜ୍ୟାପ୍ତି ନେଇ ପାସ୍‌ପୋର୍ଟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଆପରାଧିକ ମାମଲା ବିଚାରାଧୀନ ଥିବା କାରଣରୁ ପାସପୋର୍ଟ ପ୍ରଦାନ ବା ନବୀକରଣ କରିବା ପ୍ରସଂଗରେ ଆଇନ‌ରେ କୌଣସି କଟକଣା ନାହିଁ । ପାସ୍‌ପୋର୍ଟ ଆଇନର ଧାରା ୧୦(୩)ରେ ଥିବା ବ୍ୟବସ୍ଥା ବାଧ୍ୟତାମୂଳକ ନୁହେଁ, ଇଚ୍ଛାଧୀନ ।ରିପୋର୍ଟ ଅନୁସାରେ ଆବେଦନକାରୀଙ୍କ ନାଁରେ ୨୦୧୦ରେ ଜଗତସିଂହପୁର ମେରାଇନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଉକ୍ତ ବ୍ୟକ୍ତିଙ୍କ ପାସପୋର୍ଟ ବାଜ୍ୟାପ୍ତି ନେଇ ପୋଲିସ ପକ୍ଷରୁ ଆବେଦନ କରାଯାଇଥିଲା । କିନ୍ତୁ ଆବେଦନକାରୀଙ୍କ ପାସପୋର୍ଟର କାର୍ଯ୍ୟକାଳ ୨୦୨୯ ପର୍ଯ୍ୟନ୍ତ ଥିଲା ।ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ପରେ ୨୦୨୦ ଜାନୁଆରୀ ୨୭ ଓ ଏପ୍ରିଲ…

Read More

ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗ୍ରାମରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତି ଅଧରେ ଦୁର୍ବୃତ୍ତ ପଶି ଘରେ ଶୋଇଥିବା ନାବାଳକ ଭାଇଭଉଣୀଙ୍କୁ ଗୁଳିମାଡ଼ କରିଛନ୍ତି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ତେବେ ଦୁର୍ବୃତ୍ତ ପତ୍ତା ମିଳି ପାରିନି। ଏଥିରେ ଭାଇଭଉଣୀ ଗୁରୁତର ହୋଇଛନ୍ତି । ୯ ବର୍ଷର ପୁଅ ଓ ୧୩ ବର୍ଷ ଝିଅର ପେଟରେ ଗୁଳି ବାଜିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ କୁନି କୁନି ଭାଇ ଭଉଣୀଙ୍କୁ କାହିଁକି ଗୁଳିମାଡ଼ ହୋଇଛି, ତାର କାରଣ ଜଣାପଡିନାହିଁ ।କିଶୋରନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l

Read More

ଫେସବୁକ୍‌ରୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ଦେଖୁଦେଖୁ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ବିତିଯାଇଥିଲା ଅଢ଼େଇ ବର୍ଷ। ଏଣୁ ପ୍ରେମିକାକୁ ଥରେ ଆଖି ପୁରାଇ ଭେଟିବାକୁ ଇଚ୍ଛା କରିଥିଲେ ପ୍ରେମିକ। ହେଲେ ଏଥିରେ ବାଧା ସାଜିଥିଲା ଭାରତ-ପାକିସ୍ତାନ ମଧ୍ୟରେ ଥିବା ସୀମାରେଖା। ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାର ୩୦ ବର୍ଷୀୟ ବାଦଲ ବାବୁଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ମଣ୍ଡି ବାହାଉଦ୍ଦିନ ଜିଲ୍ଲା ପୁଲିସ୍‌ ଗିରଫ କରିଛି। ସେ ବେଆଇନ ଭାବେ ସୀମା ଅତିକ୍ରମ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। ବାବୁ ସୀମା ଡେଇଁ ତାଙ୍କର ଜଣେ ଅନଲାଇନ ବନ୍ଧୁଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଗିରଫ ପରେ ବାବୁ ପାକିସ୍ତାନ ପୁଲିସ୍‌କୁ ସବୁ କହିଥିଲେ। ବାବୁ ଗିରଫ ହେବା ପରେ ତାଙ୍କ ପ୍ରେମ କାହାଣୀ ପୁଲିସକୁ କହିଥିଲେ । ହେଲେ ବେଆଇନ ଭାବେ ସେ ପାକିସ୍ତାନରେ ପ୍ରବେଶ କରିଥିବାରୁ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା ।…

Read More

ଖସିଛୁ ପାରଦ ଓ ବଢୁଛି ଶୀତ। କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ। ଏମିତିକି ୧ରୁ ସାଢ଼େ ୪ ଡିଗ୍ରୀ ସେଲସିୟସ୍‌ କମିଯାଇଛି, ପୂର୍ବ ରାତି ତୁଳନାରେ । ରାଉରକେଲା ପାଲଟିଛି ସବୁଠୁ ଥଣ୍ଡା ସହର । ଇସ୍ପାତ ସହର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ରାଜ୍ୟରେ ତାପମାତ୍ରା ଅଚାନକ ଖସିଛି । ରାଜ୍ୟ ତମାମ ଏବେ ପାଗ ଶୁଖିଲା ରହିଛି । ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ଦେଖାଯାଉନି । ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୫ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ତେବେ ୫ ତାରିଖରୁ ରାତି ତାପମାତ୍ରା ଧୀରେ ଧୀରେ ବଢ଼ିବ । ଶୀତ ସାଙ୍ଗକୁ ଘନ କୁହୁଡ଼ି ଅସ୍ତବ୍ୟସ୍ତ କରିବ। ଆଜି ଘନ କୁହୁଡ଼ି ପାଇଁ କନ୍ଧମାଳ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

Read More

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶୁକ୍ରବାର ଶପଥ ନେଲେ ଡ. ହରିବାବୁ କମ୍ଭମପତି । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ । ଓଡ଼ିଶାର ୨୭ ତମ ରାଜ୍ୟପାଳ ହୋଇଛନ୍ତି ହରିବାବୁ । ଉତ୍ସବ ସମାରୋହରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଡିଜିପି ଅଛନ୍ତି ଉପସ୍ଥିତ । ସୂଚନା ଥାଉକି, ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର ଡ. କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ । ୭୧ ବର୍ଷିୟ ଡ. କମ୍ଭମପତି ପୂର୍ବରୁ ମିଜୋରାମ୍‌ ରାଜ୍ୟପାଳ ଥିଲେ । ଜଣେ ଇଞ୍ଜିନିୟର ଓ ଶିକ୍ଷକ ଭାବେ ସେ ବେଶ୍‌ ପରିଚିତ । ସେ ୧୯୯୯ ମସିହାରେ ପ୍ରଥମ ଥର ପାଇଁ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ ମସିହାରେ ବିଶାଖାପାଟଣା ଲୋକସଭା ଆସନରୁ…

Read More

ଆଜିଠୁ ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ପରିବେଷଣ ହେବ କୃଷ୍ଣଲୀଳାର ବିଭିନ୍ନ ଦୃଶ୍ୟ । ଚଳିତ ଥର ୭୭ ବର୍ଷରେ ପଦାର୍ପଣ କରିଛି ବରଗଡ଼ ଧନୁଯାତ୍ରା । ଆଜି ଉଦଘାଟନୀ ଉତ୍ସବ । ଆଜିଠାରୁ ବରଗଡ଼ ସହର ପାଲଟିବ ଦ୍ବାପର ଯୁଗର ମଥୁରା ନଗରୀ । ବରଗଡ଼ରେ ଚାଲିବ କଂସ ରାଜୁତି। ପରମ୍ପରା ଅନୁସାରେ ମହାରାଜ କଂସଙ୍କ ନିର୍ଦ୍ଦେଶ ପାଳିବ ପୋଲିସ ପ୍ରଶାସନ। ସେହିପରି ଅମ୍ବାପାଲି ପାଲଟିବ ଗୋପପୁର ଓ ଜୀରା ନଦୀ ସାଜିବ ଯମୁନା । ସହରର ଲୋକ ମଣ୍ତପ ପଡ଼ିଆରେ ହୋଇଛି ମହାରାଜ କଂସଙ୍କ ରଙ୍ଗମହଲ । ସହର ସାରା ଉଜ୍ଜଳ ଆଲୋକମାଳାରେ ସଜ୍ଜିତ କରାଯାଇଛି ଧନୁଯାତ୍ରା ପାଇଁ । ଅପରାହ୍ନରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବରଗଡର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କଠାରେ ପହଂଚିବ । ସେଠାରେ ଯାତ୍ରାର ସଫଳତା ନେଇ ପୁଜାର୍ଚ୍ଚନା କରାଯିବା ପରେ ସେହି ଶୋଭାଯାତ୍ରା ହାଟପଦାସ୍ଥିତ…

Read More

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଗୁରୁବାର ‘J&K and Ladakh Through the Ages’ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ କାଶ୍ମୀରର ନାଁ କଶ୍ୟପଙ୍କ ନାଁରେ ହୋଇପାରେ । ସେ କହିଛନ୍ତି ଯେ ଶଙ୍କରାଚାର୍ଯ୍ୟଙ୍କ ଉଲ୍ଲେଖ, ସିଲ୍କ ରୁଟ୍, ହେମିଷ ମଠରୁ ପ୍ରମାଣିତ ହେଉଛି ଯେ କାଶ୍ମୀରରୁ ହିଁ ଭାରତର ସଂସ୍କୃତିର ମୂଳଦୂଆ ପଡ଼ିଥିଲା । ସୁଫୀ, ବୌଦ୍ଧ ଏବଂ ଶୈଳ ମଠ କାଶ୍ମୀରକୁ ଭଲ ଭାବେ ବିକଶିତ କରିଛନ୍ତି ।ଶାହା କହିଛନ୍ତି, ପୁସ୍ତକ ମାଧ୍ୟମରେ କଶ୍ମୀରର ଇତିହାସକୁ ପ୍ରତିଷ୍ଠା କରିବାକୁ ଚେଷ୍ଟା କରାଯାଇଛି। ଗୋଟିଏ ସ୍ଥାନରେ କଶ୍ମୀରର ଇତିହାସକୁ ଏହି ପୁସ୍ତକରେ ପ୍ରମାଣ ସହ ଇତିହାସକୁ କୁହାଯାଇଛି। ଭାରତ ହେଉଛି ଏକମାତ୍ର ଦେଶ ଯାହାର ସୀମା ସାଂସ୍କୃତିକ ପରମ୍ପରା ଉପରେ ଆଧାରିତ, ସେଥିଲାଗି କଶ୍ମୀରରୁ କନ୍ୟାକୁମାରୀ ଯାଏ ଭାରତ ଏକ।ଅମିତ୍ ଶାହ କହିଛନ୍ତି ଯେ କାଶ୍ମୀର ଭାରତର ଅଭିନ୍ନ ଅଂଶ ଅଛି…

Read More

ଓଡ଼ିଶା।। ସରିଲାଣି ସବୁ ପ୍ରସ୍ତୁତି। ଫେବ୍ରୁଆରୀରେ ରାଜ୍ୟରେ ଲାଗୁ ହୋଇଯିବ ଆୟୁଷ୍ମାନ ଭାରତ ଯୋଜନା। ଆୟୁଷ୍ମାନ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମାଗଣା ସ୍ବାସ୍ଥ୍ୟ ସେବା ପାଇବେ ସାଢେ ୩ କୋଟି ଲୋକ। ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ମିଳିବ। ଏବଂ ଦେଶରେ ୨୭ ହଜାରରୁ ଅଧିକ ହସ୍ପିଟାଲରେ ସ୍ବାସ୍ଥ୍ୟ କାର୍ଡ କାମ କରି। ଆୟୁଷ୍ମାନ ଲାଗୁ ହେବା ପରେ ୭୦ ବର୍ଷରୁ ଅଧିକ ବୟସ୍କ ଏହି ଯୋଜନାର ଲାଭ ପାଇ ପାରିବେ। ତେବେ ଏହି ଯୋଜନା ସମ୍ପର୍କରେ ସାଧାରଣରେ ଖୁବ ଚର୍ଚ୍ଚା ବି ହେଉଛି। ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ କଣ କହୁଛନ୍ତି ସାଧାରଣ ହିତାଧିକାରୀ।ତେବେ ରାଜ୍ୟ ବାହାରେ ଥିବା ଅନେକ ପ୍ରବାସୀ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ। କିନ୍ତୁ ଏହି ଯୋଜନାରେ ସମାନତା ଆଣିବାର ଆବଶ୍ୟକତା ଅଛିବୋଲି ଅନେକ ଲୋକଙ୍କ ମତ…

Read More