ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଗାମୀ ତିନି ଦିନି ଦିନରେ ୩ ରୁ ୫ ଡିଗ୍ରୀ ଖସିବ। ଆଜି ରାତିରେ ଫୁଲବାଣୀ ଓ କୋରାପୁଟ ରେ ପାରଦ ସବୁଠୁ କମ୍ ବା ୧୧ ଡିଗ୍ରୀ ରହିବ। ଢେଙ୍କାନାଳ ଓ ରାଉରକେଲାରେ ୧୨ ଡିଗ୍ରୀ ରହିପାରେ। ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି।ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଏହାପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଡିସେମ୍ବରରେ ଦକ୍ଷିଣ ଉପଦ୍ଵୀପରେ ହୋଇଥିବା ବର୍ଷା ୨୩ ବର୍ଷରେ ସର୍ବାଧିକ ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ର ୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି, ଫୁଲବାଣୀରେ ୮, ଦାରିଙ୍ଗବାଡ଼ିରେ ୮.୫, ସିମିଲିଗୁଡ଼ାରେ ୫.୯, କୋରାପୁଟରେ ୯.୪ ଓ ରାଉରକେଲାରେ…
Author: sanitelevision
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଓଡିଶାକୁ ଦେଇଛନ୍ତି ଆଳୁ ଝଟକା। ପୁଣି ମମତା ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରିଛନ୍ତି। ଫଳରେ ରାଜ୍ୟର ବିଭିନ୍ନ ବଜାରରେ ଆଳୁ ଦର ବୃଦ୍ଧି ପାଇଛି। ଗତ ୪ଦିନ ହେଲା ପଶ୍ଚିମବଙ୍ଗ ସରକାର ସୀମାନ୍ତରେ ଓଡ଼ିଶାକୁ ଆଳୁ ଗାଡ଼ି ଛାଡୁ ନଥିବାରୁ ରାଜ୍ୟ ମଧ୍ୟକୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନାହିଁ। ଉତ୍ତର ପ୍ରଦେଶରୁ ଆଳୁ ଆସୁଥିଲେ ମଧ୍ୟ ସେଠାରୁ ଆଳୁ ପହଞ୍ଚିବାରେ ବିଳମ୍ବ ହେବା ସହ ପରିବହନ ଖର୍ଚ୍ଚ ଅଧିକ ଦେବାକୁ ପଡୁଛି। ଏହି କାରଣରୁ କିଛିଦିନର ବ୍ୟବଧାନ ପରେ ଆଳୁ ଦର ପୁଣି ବୃଦ୍ଧି ପାଇଛି। ବେପାରୀ ମନଇଛା ଚଢ଼ା ଦରରେ ଆଳୁ ବିକ୍ରି କରୁଛନ୍ତି।ଆଇଗିଣିଆ ଆଳୁ ଗଦିରେ ଉତ୍ତରପ୍ରଦେଶ ଆଳୁ କୁଇଣ୍ଟାଲ୍ ପିଛା ୨୪ଶହ ଟଙ୍କା ଏବଂ ପଶ୍ଚିମବଙ୍ଗ ଆଳୁ କୁଇଣ୍ଟାଲ୍ ୨୫ଶହ ଟଙ୍କା ରହିଛି। ପାଇକାରୀ ମୂଲ୍ୟ ୨୪ରୁ ୨୫ ଟଙ୍କା ଥିବାବେଳେ ଖୁଚୁରାରେ ଆଳୁ କି.ଗ୍ରା. ୪୦ଟଙ୍କାରେ ବିକ୍ରି…
କମ୍ପିବ ପରିବେଶ। ରଙ୍ଗୀନ ହେବ ସନ୍ଧ୍ୟା। ବିଭିନ୍ନ କୋଣରୁ ଶୁଭିବ ସଙ୍ଗୀତର ଝଙ୍କାର। ନୃତ୍ୟରେ ନାଚିବ ସହର । ବିଶ୍ୱ ଦେଖିବ ଓଡିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟ। ସେଥିଲାଗି ପୂରା ପ୍ରସ୍ତୁତ ରାଜଧାନୀ ଭୁବନେଶ୍ୱର।ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ। ଏନେଇ ଚଳଚଞ୍ଚଳ ହୋଇପଡିଛି ରାଜଧାନୀ। ଏପରିକି ବିଦେଶରୁ ଆସିଥିବା ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ, କୋଣାର୍କ, ଚିଲିକାରେ ବୁଲିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ କିଛି ପ୍ରବାସୀ ଭାରତୀୟ ଚିଲିକା ମଙ୍ଗଳାଯୋଡ଼ିରେ ପହଞ୍ଚି ଥିବା ଦେଖିବାକୁ ମିଳିଛି। ପ୍ରବାସୀ ଭାରତୀୟମାନେ ପ୍ରାୟ ୩୦ଟି ଡଙ୍ଗାରେ ମଙ୍ଗଳାଯୋଡ଼ିରେ ବୁଲିବା ସହ ପ୍ରକୃତିର ମଜା ନେଉଛନ୍ତି।ସେପଟେ ପୁରୀ ବେଳାଭୂମିରେ ଗୁଡ଼ି ଉତ୍ସବ ଏବଂ ପଲ୍ଲିଶ୍ରୀ ମେଳା। ପ୍ରବାସୀ ଭାରତୀୟ ଦିବସ ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ଭୁବନେଶ୍ବରରେ ପହଞ୍ଚିଛନ୍ତି । ସୋମବାର ରାତି ସୁଦ୍ଧା ୨ ଶହ ପ୍ରବାସୀ…
ବଲାଙ୍ଗିରର ପ୍ରସିଦ୍ଧ ଶୁଳିଆ ଯାତ୍ରା। ପୁଣି ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ । ବଲାଙ୍ଗିର ଦେଓଗାଁ ବ୍ଲକ ଖଇରଗୁଡା ଗାଁ ର ବଡ଼ଖଳା ଓ ସାନ ଖଳାରେ ହଜାର ହଜାର ପଶୁପକ୍ଷୀ ବଳି ପଡିଛି।ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ପାଳନ ହୁଏ ଶୁଳିଆ ଯାତ୍ରା। ଏହା କନ୍ଧ ଆଦିବାସୀ ମାନଙ୍କ ଆଦି ପରମ୍ପରା ଓ ପୂଜା। ଏଥିରେ ପ୍ରକୃତିକୁ ପୂଜା କରାଯାଇଥାଏ । ଗତ କିଛି ବର୍ଷ ହେବ ବଳି ପ୍ରଥାକୁ ନେଇ ବିବାଦ ଲାଗି ରହିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆଉ ଆଦିବାସୀଙ୍କ ପରମ୍ପରାରେ କେହି ହସ୍ତକ୍ଷେପ କରୁନାହାନ୍ତି । ଫଳରେ ବଳି ରୋକିବାକୁ ଆଉ କିଛି ପଦକ୍ଷେପ କିମ୍ବା କଟକଣା ନାହିଁ । କେବଳ ଶାନ୍ତି ଶୃଙ୍ଖଳା ପାଇଁ ଜଣେ ଅତିରିକ୍ତ SP, ଚାରିଜଣ DSP, ଇନିସ୍ପେକ୍ଟର, ASI, ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଓ ହୋମଗାର୍ଡ ମୁତୟନ ହୋଇଛନ୍ତି । ଗତରାତିରେ ନିଶି…
ନର୍ଲାରୁ ଦିଲ୍ଲୀ ଓ ପରେ ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଥିଲା ମହାଠକେଇର ମାୟାଜାଲ । ଅତି ଚତୁରତାର ସହ କୋଟି କୋଟି ଟଙ୍କାର ଚୁନା ଲଗାଉଥିଲେ । ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ସାଂଘାତିକ ରାକେଟ୍ ଓ ଠୁଳ କରିଥିଲେ କୋଟି କୋଟି ଟଙ୍କା। ତେବେ ଆଜି ବଣ୍ଟି ବିବଲି ଅନିଲ ମହାନ୍ତି ଓ ହଂସିକା ଅଭିଲିପ୍ସାଙ୍କ ଘରେ ଆୟକର ବିଭାଗ । ୧୨ଟି ସ୍ଥାନରେ ଏକକାଳୀନ ରେଡ ମାରୁଛି ଆଇଟି । ଘର, ଅଫିସ ସମେତ ଆକାଉଣ୍ଟ ଟ୍ରାଞ୍ଜାକ୍ସରର ଚାଲିଛି ଖୋଳତାଡ଼ । ନଗଦ ଦାମୀ ଗାଡ଼ି କିଣିଥିବା ହଂସିକାଙ୍କ ଆକାଉଣ୍ଟରୁ ମିଳିଛି ପ୍ରମାଣ । ଅନୀଲଙ୍କ HDFC ଓ ICICI ବ୍ୟାଙ୍କରେ ଆର୍ଥିକ କାରବାର ସମ୍ପର୍କରେ ତଦନ୍ତକାରୀ ଟିମକୁ ତଥ୍ୟ ମିଳିଛି । ହଂସିତାଙ୍କୁ ବିଜିନେସ ପାର୍ଟନର ବୋଲି ପରିଚୟ ଦେଇଥିଲେ ଅନୀଲ। ଗୋଟିଏ ପଟେ ଆୟକର ବିଭାଗ ତଦନ୍ତ ଆରମ୍ଭ କରିଥିବା ବେଳେ ED…
ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର। କୋରାପୁଟ ଜିଲ୍ଲାର ଜୟପୁରଠାରେ ଏଣିକି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇପାରିବେ। ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଗତକାଲି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଜାନୁଆରି ୧ ତାରିଖ ଦିନ ରାଜ୍ୟର ନିଯୁକ୍ତି କମିଶନ ମାନଙ୍କ ସହିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଜିଲ୍ଲା ଜୟପୁର ଠାରେ ଏକ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ପାଇଁ ଓଡ଼ିଶା ଲୋକ ସେବା ଆୟୋଗକୁ ପରାମର୍ଶ ଦେଇଥିଲେ।ଏହାଫଳରେ ଏଣିକି ଆୟୋଗଙ୍କ ଦ୍ୱାରା ପରିଚାଳିତ ହେଉଥିବା ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକର ଲିଖିତ ପରୀକ୍ଷା କେନ୍ଦ୍ର ରାଜ୍ୟର ୫ଟି ପରିବର୍ତ୍ତେ ୬ଟି ଜୋନରେ ହେବ ।ପୂର୍ବରୁ ଭୁବନେଶ୍ବର, କଟକ, ବାଲେଶ୍ବର, ବ୍ରହ୍ମପୁର ଏବଂ ସମ୍ବଲପୁରରେ ହେଉଥିଲା |
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଉପକଣ୍ଠରେ ଥିବା ସିରିଡି-ସାଇ ମନ୍ଦିରରୁ ହୋଇଥିବା ଚୋରି ଘଟଣାର ଏକ ସିସିଟିଭି ଫୁଟେଜ ଆଗକୁ ଆସିଛି । କଥାରେ ଅଛି….”ଅତି ଭକ୍ତି ଚୋରର ଲକ୍ଷଣ” । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି, ଭଂଜନଗର ସିରିଡ଼ି ସାଇ ମନ୍ଦିରରୁ ହୋଇଥିବା ଚୋରି ଘଟଣା ।ମନ୍ଦିର ଭିତରେ ପଶିଥିବା ଚୋରଟିଏ, ସାଇବାବାଙ୍କ ଆସ୍ଥାନ ଉପରେ ଚଢ଼ିବା ପୂର୍ବରୁ, ସେହି ସ୍ଥାନକୁ କିଭଳି ଭାବେ ମୁଣ୍ଡରେ ଲଗାଇ, ଉପରକୁ ଚଢୁଛି । ତାହା ସିସିଟିଭି ଫୁଟେଜ୍ ରେ କଏଦ୍ ହୋଇଥିବା ଭିଜୁଆଲ୍ ରେ ଦେଖିବାକୁ ମିଳୁଛି । ରାତି ପ୍ରାୟ ସାତେ-ଗୋଟାଏ ସମୟର ଘଟଣା । ମୁହଁରେ ଗାମୁଛା ପିନ୍ଧି ମନ୍ଦିର ପାଚେରୀ ଡେଇଁ ୩ ଜଣ ଭିତରେ ପଶିଲେ ।୩ ଜଣକ ମଧ୍ୟରୁ ଜଣେ ମହିଳା ଥିବା ଭଳି ଦୃଶ୍ୟମାନ ହେଉଛି ।ସେହିଭଳି ସେମାନଙ୍କ ଭିତରୁ ଜଣେ ସାଇବାବା ଙ୍କ ଆଗରେ ମୁଣ୍ଡିଆ ମାରୁଛି । ମନ୍ଦିର ଭିତରେ…
ଉତ୍ତର ଜିମ୍ବାଓ୍ବେର ମେଶୋନାଲେଣ୍ଡ ପଶ୍ଚିମ ପ୍ରଦେଶର ‘କରିବା ଗ୍ରାମୀଣ’ ଜିଲାଲ ୭ ବର୍ଷୀୟ ବାଳକ ଟିନୋଟେଡା ପୁଡୁଙ୍କ କାହାଣୀ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ବାସ୍ତବରେ ଜିମ୍ବାୱେରେ ଏକ ଶିଶୁ ବାଟବଣା ହୋଇ ବାଘ, ସିଂହ, ହାତୀ ରହୁଥିବା ବିପଦପୂର୍ଣ୍ଣ ଘଞ୍ଚ ଜଙ୍ଗଲରେ ପହଞ୍ଚିଯାଇଥିଲେ । ଏହି ଜଙ୍ଗଲରେ ଛୋଟ ଶିଶୁଟି ନିଜର ବୁଦ୍ଧିମତା ଯୋଗୁଁ ସେ ବଞ୍ଚିଯାଇଛନ୍ତି , ଯାହା ଏକ ଚମତ୍କାରଠାରୁ କମ୍ ନୁହେଁ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପିଲାଟି ମାତ୍ର ଆଠ ବର୍ଷର ।ସେହି ଶିଶୁର ନାଁ ଟିନୋଟେଣ୍ଡା ପୁଣ୍ଡୁ । ସେ ଉତ୍ତର ଜିମ୍ବାୱେର ଏକ ଗାଁରେ ରୁହନ୍ତି । ଦିନେ ସେ ଖେଳୁ ଖେଳୁ ନିଜର ଗାଁ ଠାରୁ ଦୂରରେ ଥିବା ଏକ ଘଞ୍ଚ ଜଙ୍ଗଲରେ ପହଞ୍ଚିଯାଇଥିଲେ । ତେବେ ନିଖୋଜ ହେବାର ୫ ଦିନ ପରେ ଶନିବାର ମାତୁସାଦୋନା ଜାତୀୟ ପାର୍କର ରେଞ୍ଜରମାନେ ପୁଡୁଙ୍କୁ ଜୀବିତ ଉଦ୍ଧାର କରିଥିଲେ।…
ଚାଇନା ଭାଇରସ ଏଚଏମପିଭିକୁ ନେଇ ଭାରତରେ ଚିନ୍ତା ବଢ଼ିଛି। ଏପର୍ଯ୍ୟନ୍ତ ଭାରତରେ ୬ ଜଣ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ଦେଶରେ ଆତଙ୍କ ଖେଳି ଯାଇଛି। ଏଚଏମପିଭି ଭାଇରସ୍କୁ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ଏହା କୌଣସି ନୂଆ ଭାଇରସ୍ ନୁହେଁ। ଏହାକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ। ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ସେ କହିଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି ଯେ, ଏଚଏମପିଭି କୌଣସି ନୂଆ ଭାଇରସ୍ ନୁହେଁ। ପ୍ରଥମ ଥର ୨୦୦୧ରେ ଚିହ୍ନଟ ହୋଇଥିଲା ଏବଂ ଅନେକ ବର୍ଷ ଧରି ପୂରା ଦୁନିଆରେ ବ୍ୟାପି ଯାଇଥିଲା। ଏଚଏମପିଭି ନିଃଶ୍ଵାସରୁ ବାୟୁ ଜରିଆରେ ବ୍ୟାପିଥାଏ। ଏହା ସବୁ ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ଏହି ଭାଇରସ୍ ଶୀତ ଋତୁ ଓ ବସନ୍ତ ମାସର ଆରମ୍ଭରେ ଅଧିକ ବ୍ୟାପିଥାଏ।ଚାଇନାରେ ବଢ଼ୁଥିବା ଏଚଏମପିଭି ସଂକ୍ରମଣ ସମ୍ପର୍କରେ ନଡ୍ଡା କହିଛନ୍ତି…
ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଅର୍ଥାତ ISRO କୁ ମିଳିଛି ବଡ ସଫଳତା । ଇସ୍ରୋ ମହାକାଶରେ ଝୁଡ଼ଙ୍ଗ ମଞ୍ଜିକୁ ଗଜା କରିବାରେ ସଫଳତା ହାସଲ କରିଛି । ନିଟକରେ ପିଏସଏଲଭି-ସି୬୦ ସ୍ପେଡେକ୍ସ ମିଶନରେ ଏହି ପରୀକ୍ଷା କରାଯାଇଥିଲା । ଚାରି ଦିନରେ ପୋତାଯାଇଥିବା ଝୁଡଙ୍ଗ ମଞ୍ଜିରୁ ଗଜା ବାହାରିଛି । ଏହା ହେଉଛି ସେହି ଝୁଡଙ୍ଗ ଗଛ । ଧିରେ ଧିରେ ଏହା ବଡ ହେବା ସହ ପତ୍ର ବାହାରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଭିଏସଏସସି କମ୍ପାକ୍ଟ ରିସର୍ଚ୍ଚ ମଡ୍ୟୁଲ ଫର ଅର୍ବିଟାଲ ପ୍ଲାଣ୍ଟ ଷ୍ଟଡି(କ୍ରପ୍ସ) ପକ୍ଷରୁ ଏହି ପରୀକ୍ଷା କରାଯାଇଥଲା। ଏହି ପ୍ରକ୍ରିୟାରେ ଝୁଡୁଙ୍ଗର ୮ ମଞ୍ଜିକୁ ନିୟନ୍ତ୍ରିତ ପରିବେଶରେ ଲଗାଯାଇଛି । ଯେଉଁଥିରେ ସକ୍ରିୟ ଥର୍ମଲ ନିୟନ୍ତ୍ରଣ ରହିଛି । କ୍ଷୀଣ ଚୁମ୍ବକୀୟ ଶକ୍ତିରେ କିପରି ମଞ୍ଜିରୁ ଗଛ ବାହାରୁଛି, ତାର ଫଟୋ ଉଠାଯିବ ଏବଂ ଅମ୍ଳଜାନ, ଅଙ୍ଗାରକାମ୍ଳ, ଆର୍ଦ୍ରତା, ତାପମାତ୍ରା ଆଦି ମଧ୍ୟ…









