ସାମ୍ନାକୁ ଆସିଛି ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ୩୬ ବର୍ଷୀୟ ମହିଳା ତାଙ୍କ ସ୍ୱାମୀ ଓ ୬ ପିଲାଙ୍କୁ ଛାଡ଼ି ଭିକ ମାଗିବାକୁ ଆସୁଥିବା ଜଣେ ବ୍ୟକ୍ତିଙ୍କ ସହ ଫେରାର ହୋଇଯାଇଛନ୍ତି। ହରପଲପୁରର ଥାନା ଅଞ୍ଚଳର ଏକ ଗାଁରେ ସାଣ୍ଡି ଥାନା ଅନ୍ତର୍ଗତ ଖୀରକିଆଁ ମୋହଲ୍ଲାରେ ରହୁଥିବା ଯୁବ ପଣ୍ଡିତଙ୍କ ପୁଅ ପ୍ୟାରେଲାଲ ହରପାଳପୁର ଥାନା ଅଞ୍ଚଳର ଏକ ଗାଁକୁ ଭିକ ମାଗିବାକୁ ଆସୁଥିଲେ।ଏହି ସମୟରେ ସେ ମହିଳାଙ୍କ ସହ ପରିଚିତ ହେବା ପରେ ଦୁହେଁ ଫୋନରେ କଥା ବାର୍ତ୍ତା ଆରମ୍ଭ କରିଥିଲେ। ପରେ ସେମାନେ ଘରୁ ଲୁଚି ପଳାଇଥିବା ଅଭିଯୋଗ ହୋଇଛି। ସୂଚନାମୁତାବକ ହରଦୋଇର ହରପଲପୁରରେ ରହୁଥିବା ୪୫ ବର୍ଷୀୟ ରାଜୁ ତାଙ୍କ ଅଭିଯୋଗରେ କହଛନ୍ତି ଯେ ତାଙ୍କ ପତ୍ନୀ ରାଜେଶ୍ୱରୀ ଓ ୬ ପିଲା ଦୀର୍ଘ ବର୍ଷ ହେଲା ଏଠାରେ ରହୁଥିଲେ। କିଛି ମାସ ହେବ ୪୫ ବର୍ଷୀୟ ନାହ୍ନେ ପଣ୍ଡିତ ଉକ୍ତ ଅଞ୍ଚଳରେ ଘରକୁ…
Author: sanitelevision
ଓଡ଼ିଶାରେ ଆଜିଠୁ ବିଧି ବଦ୍ଧ ଭାବେ ଗଡିବ ଡବଲ ଡେ଼କର ବସ । ଗାଡ଼କଣରୁ ଜନତା ମୈଦାନ ଗଡ଼ିଲା ବସ । ତେବେ ବୁଧବାର ଠାରୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ହେବାକୁ ଥିବା ବେଳେ ଆଜି ଡବଲ୍ ଡେକର ବସର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି ।5ଟି ଡବଲ ଡେକର, 10ଟି ହପ୍ ଅନ୍ ଅଫ୍ ବସର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏଥିସହିତ 25ଟି ଶ୍ରୀମନ୍ଦିର ପ୍ରଶାସନର ବସର ମଧ୍ୟ ଶୁଭାରମ୍ଭ ହୋଇଛି |ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଆଜି ଏହି ସବୁ ବସଗୁଡ଼ିକର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କ୍ରୁଟ ଏହି ସବୁ ପରିଚାଳନା କରିବ । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଡବଲ ଡେ଼କର ବସରେ ବସି ଜନତା ମଇଦାନ ଯିବାର କାର୍ଯକ୍ରମ ରହିଛି ।
ବହୁଚର୍ଚ୍ଚିତ ଟାଟା କଂପାନିରେ ଚାକିରି ନାମରେ ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି ମିଳିଛି। ଏମ୍ପି/ଏମ୍ଏଲ୍ଏ କୋର୍ଟରେ ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ୨ଟି ମାମଲାରେ ଆଶ୍ବସ୍ତି ମିଳିଛି। ଏଥି ସହିତ ଅଭୟ ପାଠକ ଓ ତାଙ୍କର ପୁଅ ଆକାଶ ପାଠକଙ୍କୁ ମଧ୍ୟ ଆଶ୍ବସ୍ତି ମିଳିଛି। ନିର୍ଦ୍ଦୋଷ ହେବା ପରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ ପାଣିଗ୍ରାହୀ । ସତ୍ୟର ବିଜୟ ହୋଇଛି ବୋଲି କହିଲେ ପ୍ରଦୀପ । ପୂର୍ବ ସରକାର ଆକ୍ରୋଶମୂଳକ ଭାବେ ମାମଲା କରିଥିଲେ ବୋଲି କହି ସେ ଟାର୍ଗେଟ କରିଛନ୍ତି ।ଆଜି କୋର୍ଟରୁ ଏହି ୩ ଜଣଙ୍କୁ ଆଶ୍ବସ୍ତି ମିଳିଥିବା ବେଳେ ଅନ୍ୟ ୩ଟି ମାମଲରେ ଆସନ୍ତାକାଲି ଶୁଣାଣି ହେବା ନେଇ ସୂଚନା ରହିଛି ।ସୂଚନାଯୋଗ୍ୟ, ଟାଟା ମୋଟର୍ସରେ ଚାକିରି କରେଇଦେବା ନାଁରେ ଠକେଇ ମାମଲାରୁ ପୂର୍ବରୁ ୫ ଜଣ ଏତଲାକାରୀ ଓହରି ଯାଇଛନ୍ତି। ସାଂସଦ ପ୍ରଦୀପ ପାଣିଗ୍ରାହୀ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର ଜେଏମ୍ଏଫ୍ସି…
ଭୁବନେଶ୍ୱର ଏକାମ୍ର କାନନରେ ପୁଷ୍ପ ପ୍ରଦର୍ଶନୀ ଉଦଘାଟିତ । ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନାନା ରଙ୍ଗ ବେରଙ୍ଗ ଫୁଲରେ ସଜେଇ ହୋଇଛି ଏକାମ୍ର କାନନ ।ଗେ।ଲାପ, ଏକଜୁରା, ଜରବରା, ଆଷ୍ଟର, ଭରବିନା, ଗ୍ଲାଡିଓ, ପିଟୁନିଆ, ଲିଲିଅମ, କ୍ୟାଲେଣ୍ଡୁଲା, ଗେଣ୍ଡୁ, ମନ୍ଦାର ଆଣ୍ଟିରିନିୟମ, ଜିନିଆ, ସେଲଭିଆ ସେବତି ର ଅପୂର୍ବ ସମ୍ଭାରର ଏକ ସୁନ୍ଦର ମନଲୋଭା ବଗିଚା ଦେଖିବାକୁ ମିଳିଛି ଫୁଲ ମତ୍ସୋବରେ । ଭଳିକି ଭଳି ଫୁଳର ବଗିଚା ବେଶ୍ ମନୋରମ ଲାଗୁଛି । ବାସ୍ନାରେ ମହକି ଉଠୁଛୁ ସାରା ପରିବେଶ । ଛୋଟ ଠାରୁ ବଡ ସମସ୍ତେ ଫୁଲର ପ୍ରେମରେ ହଜିଯାଉଛନ୍ତି । କିଏ ଗୋଲାପ ବଗିଚାରେ ପାଖରେ ଠିଆ ହୋଇ ମନଭରି ଫୁଲର ସୌନ୍ଦର୍ଯ୍ୟ ଉପଭୋଗ କରୁଛି ତ ଆଉ କିଏ ଫୁଲଗଛ ବୋହି ନେଉଛନ୍ତି ନିଜ ଘରକୁ । ଆଉ କିଏ ଫୁଲ ସହ ଫଟୋ ଉଠାଇବାରେ ବ୍ୟସ୍ତ ।୧୧…
ପ୍ରବାସୀ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର । ସବୁ ବିଭାଗର ମନ୍ତ୍ରୀ ଓ ଅଫିସର ମାନେ ପ୍ରସ୍ତୁତି ନେଇ ଲଗାତାର ସମୀକ୍ଷା କରୁଛନ୍ତି ।ପ୍ରବାସୀଙ୍କ ରହିବା ପାଇଁ ହୋଟେଲ, ରେସ୍ତୋରାଁରେ ହୋଇଛି ବ୍ୟବସ୍ଥା। କିଛି ପ୍ରବାସୀ ଅତିଥି ହୋଇ ରହିବେ ହୋମ୍ ଷ୍ଟେ ବ୍ୟବସ୍ଥାରେ। ଅର୍ଥାତ୍ ରାଜଧାନୀର କିଛି ଲୋକ ପ୍ରବାସୀମାନଙ୍କୁ ସେମାନଙ୍କ ଘରେ ଅତିଥି ଭାବେ ରଖିବେ । ଓଡ଼ିଆ ଘରେ ଓଡ଼ିଆ ଖାଦ୍ୟ ପାନୀୟରେ ଆପ୍ୟାୟିତ ହେବେ ପ୍ରବାସୀ ଭାରତୀୟ । ପଟିଆରେ ଜଣେ ଦମ୍ପତ୍ତି ନିଜ ଘରେ ପ୍ରବାସୀଙ୍କୁ ରଖିବା ପାଇଁ ଘର ସଜାଇ ଅପେକ୍ଷା କରି ରହିଛନ୍ତି । ସେହିପରି ରାଜଧାନୀର ସମସ୍ତ ଘର ମାଲିକ ମାନଙ୍କୁ ମନ୍ତ୍ରୀ ନିନେଦନ କରିଛନ୍ତି ଗୃହ ସମ୍ମୁଖରେ ସାଜସଜ୍ଜା କରିବା ପାଇଁ । ଗୃହ ସମ୍ମୁଖରେ ପରିଷ୍କାର ରଖିବା ସହିତ ଝୋଟି ଚିତା ପକାଇ ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ କହିଛନ୍ତି । ଏଥି…
ଅଦିନିଆ ବର୍ଷା କ୍ଷୟକ୍ଷତି। ପାଞ୍ଚ ଦିନ ମଧ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବ ଆର୍ଥିକ ସହାୟତା। ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି।ଜଳସେଚିତ ଜମିକୁ ହେକ୍ଟର ପିଛା ୧୫ ହଜାର କ୍ଷତିପୂରଣ ଦିଆଯିବା ନେଇ ମନ୍ତ୍ରୀ କହିଛନ୍ତି । ତେବେ ଚାଷୀଙ୍କୁ ପ୍ରଦାନ କରାଯିବ ୨୯୨ କୋଟିର କ୍ଷତିପୂରଣ ରାଶି। ଏହି ଅର୍ଥ ଅନଲାଇନରେ ଜିଲ୍ଳାପାଳମାନଙ୍କୁ ଦିଆ ସରିଲାଣି । ଦୁଇ ଦିନ ହେଲା ସହାୟତା ରାଣି ଚାଷୀଙ୍କୁ ବଣ୍ଟନ ଆରମ୍ଭ ହେଲାଣି। ପାଞ୍ଚ ଦିନ ଭିତରେ ରାଜସ୍ୱ ବିଭାଗର ଅର୍ଥ ରାଶି କ୍ଷତିପୂରଣ ଭାବେ ପହଞ୍ଚିଯିବ। ୧୪ ଜିଲ୍ଲାରେ କ୍ଷତି ହୋଇଥିବା ବେଳେ ୨ ଜିଲ୍ଲାରେ ଆଶିଂକ କ୍ଷତି ମଧ୍ୟ ହୋଇଛି ।ପୁରୀରେ ସର୍ବାଧିକ କ୍ଷତି ହୋଇଥିବା ବେଳେ ତା ପଛକୁ ଗଂଜାମ ଜିଲ୍ଲା ରହିଛି । ଧାନ, ପରିବା, ଚିନାବାଦାମ, କପା ବି ନଷ୍ଟ ହୋଇଛି । ପ୍ରାୟ ୬ ଲକ୍ଷ ୬୬ ହଜାର ୭୨୦ ଚାଷୀ…
ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ। ୧୨ ତାରିଖ ପର୍ଯ୍ୟନ୍ତ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ। ଏନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।ଆସନ୍ତା ୮ରୁ ୧୦ ତାରିଖ ଯାଏଁ ରାଜଧାନୀରେ ପ୍ରବାସୀ ମହାକୁମ୍ଭ ପାଇଁ ମହା ଆୟୋଜନ । ଭୁବନେଶ୍ବର ଜନତା ମଇଦାନରେ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଏଥିପାଇଁ ଓଡ଼ିଶାରେ ପହଞ୍ଚିବାକୁ ଲାଗିଲେଣି ପ୍ରବାସୀ ଭାରତୀୟମାନେ । ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ସାଧାରଣ ଦିନରେ ସାଢ଼େ ୫ଟା ଯାଏ ରାଜ୍ୟ ସଂଗ୍ରହାଳୟ ଖୋଲା ରହେ। କିନ୍ତୁ ପ୍ରବାସୀ ଭାରତୀୟ ଦିବସ ରହିଥିବାରୁ ରାତିରେ ମଧ୍ୟ ମ୍ୟୁଜିୟମ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ପ୍ରେସ କନଫରେନ୍ସ ଜରିଆରେ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଫେବ୍ରୁଆରୀ ୫ ତାରିଖରେ ପଡିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ । ସମସ୍ତ ୭୦ଟି ଯାକ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ପଡିବ । ଏହାପରେ ଫେବ୍ରୁଆରୀ ୮ ତାରିଖରେ ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ ।ରାଜଧାନୀ ଦିଲ୍ଲୀରେ ୧ କୋଟି ୫୫ ଲକ୍ଷରୁ ଅଧିକ ଭୋଟର ଅଛନ୍ତି । ଦିଲ୍ଲୀ ବିଧାନସଭା ପାଇଁ ଆପ-ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି ।ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ୧୫ ଫେବୃଆରୀ ୨୦୨୫ରେ ଶେଷ ହେବ । ଏହାପୂର୍ବରୁ ବିଧାନସଭା ଗଠନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ବିଧାନସଭା ନିର୍ବାଚନ ୨୦୨୦ରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ଆମ ଆଦମୀ ପାର୍ଟି…
ବାଘ ଆଳୁ ନୁହଁ ଯେ ମମତା ସରକାର ରଖିଦେବେ । ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କ ଏହି ଅଭିଯୋଗ ପରେ ରାଗିଲେ ମମତା । ବାଘ ଉଦ୍ଧାର ନେଇ ଓଡିଶା ସରକାର ଓ ବନ ବିଭାଗକୁ କଲେ ଟାର୍ଗେଟ ।ମମତା କହିଥିଲେ, ଗୋଟିଏ ବାଘ ୫ଟା ଜଙ୍ଗଲ ବୁଲିଲା, ୫ଟା ଜିଲ୍ଲା ବୁଲିଲା । ୫ ଦିନ ଲୋକ ଆତଙ୍କିତ ରହିଲେ, ସ୍କ୍ଲୁଲ ବନ୍ଦ ରହିଲା I ଯେମିତି ଦିନରାତି ପରିଶ୍ରମ କରି ଆମ ବନ ବିଭାଗ ଉଦ୍ଧାର କଲା । ସଙ୍ଗେ ସଙ୍ଗେ ଫୋନ୍ ଆସିବା ଆରମ୍ଭ ହୋଇଗଲା । ସଙ୍ଗେ ସଙ୍ଗେ କହିଲେ ଫେରେଇଦିଅ I ଆଉ ଦେଇଦେଲୁ I ତମର ବାଘ ଆସିଛି, ତମ ଜଙ୍ଗଲ ବିଭାଗ ଦେଖିବା କଥା I ତମ ଜଙ୍ଗଲରେ ତମେ ତାକୁ ସୁରକ୍ଷିତ ରଖିବ I ତମର ବାଘ ଆସିକି ଏଠି ଆମ ଗାଁରେ ବୁଲୁଛି I ମୁଁ ସିଏସ୍ଙ୍କ ମାଧ୍ୟମରେ ଓଡ଼ିଶା…
HMPV ଭାଇରସକୁ ନେଇ ଆଲର୍ଟରେ ରାଜ୍ୟ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚାଲିଛି ବୈଠକ । ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ସାମିଲ ଅଛନ୍ତି। HMPV କୁ ନେଇ ସତର୍କ ରହିବାକୁ ପରାମର୍ଶ । ଭୟଭୀତ ନ ହେବା ପାଇଁ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ । HMPV ଓ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ନେଇ ହେଉଛି ଆଲୋଚନା । ଏହି ଭାଇରସକୁ ୨୦୦୧ ମସିହାରୁ ଚିହ୍ନଟ କରାଯାଇଥିଲା । ଏହା ସିଜିନାଲ ଭାଇରସ୍ , ଭୟ କରନ୍ତୁ ନାହିଁ। ବାହାରୁ ଆସିଥିବା ରୋଗୀଙ୍କ ଦେହରେ ଏହା ଦେଖାଯାଇନାହିଁ। ଯେଉଁଠି ଭାଇରସ ଦେଖାଯାଇଛି ସେଠି ଗାଇଡଲାଇନ ଜାରି ହୋଇଛି। ଆମ ରାଜ୍ୟରେ ଭାଇରସ୍ ଦେଖାଯାଇନାହିଁ । ଭୁବନେଶ୍ବର ଏମ୍ସରେ ଏହାର ଟେଷ୍ଟ କରାଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।କୋଭିଡ-୧୯ ଭଳି ଲକ୍ଷଣ ଏଚ୍ଏମ୍ପିଭିରେ ବି ଦେଖା ଦେଉଛି। ତେବେ ସମଦାୟ ୭ ଟି ମାମଲା…









