ଶନିବାର ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଲୋୟର ପିଏମ୍ଜିରୁ ରାମ ମନ୍ଦିର ଯାଏ ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି। ଓଡ଼ିଶା ଯାତ୍ରୀ ଆପ୍ର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ଅଧିକ ଟ୍ରାଫିକ ପୋଲିସ ନିଯୁକ୍ତି କରିବେ ରାଜ୍ୟ ସରକାର । ୨ ହଜାରରୁ ଅଧିକ ଟ୍ରାଫିକ୍ ପୋଲିସ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ବର୍ଷ ୫୦୦ ଜଣ ନିଯୁକ୍ତି କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ରାଫିକ ନିୟମ ପାଳନ ସହ ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ବାର୍ତ୍ତା ଦିଆଯାଇଛି।
Author: sanitelevision
୮ତାରିଖରୁ ରାଜଧାନୀରେ ଆରମ୍ଭ ହେବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସରେ ୪୫ରୁ ଅଧିକ ଦେଶରେ ବାସ କରୁଥିବା ପ୍ରବାସୀ ଭାରତୀୟ ଯୋଗଦେବେ । ଏଥିପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଏପର୍ଯ୍ୟନ୍ତ ୪୫ ଦେଶରୁ ପାଖାପାଖି ୧୫ଶହ ପ୍ରବାସୀ ଭାରତୀୟ ପଞ୍ଜିକରଣ କଲେଣି । ଏହା ପୂର୍ବରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ବର ସହରକୁ ହାଇ ଆଲର୍ଟରେ ରଖାଯାଇଛି । ଏହାରି ଭିତରେ ସହରରେ ମୁତୟନ ହୋଇଛନ୍ତି ଏସ୍ଟିୟୁ କମାଣ୍ଡୋ । ଏହି କମାଣ୍ଡୋ ଟଇମ୍ ଗତକାଲି ପୋଲିସ ଡିଜି କ୍ୟାମ୍ପ ଅଫିସରେ ପହଞ୍ଚିଛନ୍ତି । ପ୍ରବାସୀ ଭାରତୀୟ ଦିବସ ପାଇଁ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । ଭୁବନେଶ୍ବର ଓ କଟକ ସହରକୁ ଜଗିବେ ୮୩ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୪୫୦ ଜଣ ପୋଲିସ ଅଧିକାରୀ ।ହେଲେ…
୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ପାଇଁ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବିଭିନ୍ନ ସଂଗଠନ ଓ ସଂସ୍ଥାଠୁ ମତାମତ ଲୋଡ଼ିଛି ଅର୍ଥ ବିଭାଗ । ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ଏହି ମତାମତ ପଠାଇ ରାଜ୍ୟ ସରକାରଙ୍କ ବଜେଟ୍ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରିବାକୁ ବିଭାଗ ଅନୁରୋଧ କରିଛି ।ଏଥିପାଇଁ ଅର୍ଥ ବିଭାଗ ଏକ ସ୍ବତନ୍ତ୍ର ୱେବ୍ ପୋର୍ଟାଲ ଜରିଆରେ, e-mail, WhatsApp ଓ SMS ମାଧ୍ୟମରେ ମତାମତ ସଂଗ୍ରହ କରିଥିଲେ । ବଜେଟ ସଂକ୍ରାନ୍ତୀୟ ସମସ୍ତ ଦସ୍ତାବିଜ ଏହି ପୋର୍ଟାଲରେ ଉପଲବ୍ଧ । ଏଥିରେ ସର୍ବାଧିକ ୫୦୦ଶବ୍ଦରେ ରାଜସ୍ୱ, ବ୍ୟୟ ଓ ଅନ୍ୟାନ୍ୟ ଭଳି ୩ଟି ବର୍ଗରେ ନିଜର ମତାମତ ଦେଇହେବ । ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ସଂଘ ଓ ଅନ୍ୟାନ୍ୟ ହିତାଧିକାରୀମାନେ ନିଜର ପରାମର୍ଶଗୁଡ଼ିକୁ ଇ-ମେଲ୍ ଦ୍ୱାରା odisha.budget@gov.in ଠିକଣାରେ ପଠାଇପାରିବେ । ସେହିପରି ବଜେଟ୍ ସମ୍ବନ୍ଧୀୟ ମତାମତକୁ ହ୍ୱାଟସଅପ୍ ନମ୍ବର-୯୪୩୮୧୬୧୧୧୧ ଓ ଅର୍ଥ ବିଭାଗର…
ରାଜ୍ୟ କ୍ୟାବିନେଟରେ ବାଜିଲା ୯ଟି ପ୍ରସ୍ତାବ ଉପରେ ମୋହର। ଶୁକ୍ରବାର ରାଜ୍ୟ କ୍ୟାବିନେଟ ସୁଭଦ୍ରା ଯୋଜନା, ସୋଲାର ସବସିଡି, ଭିନ୍ନକ୍ଷମଙ୍କ ପାଇଁ ଭତ୍ତା ଭଳି ପ୍ରସ୍ତାବ ସହ ୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସୁଭଦ୍ରା ଆବେଦନ କରିଥିଲେ ମହିଳାଙ୍କୁ ମିଳିବ ୨ଟି କିସ୍ତି ଟଙ୍କା । ୨୦୨୪ ଦୁଇଟି କିସ୍ତିର ୧୦ହଜାର ଟଙ୍କା ହିତାଧୀକାରୀଙ୍କୁ ଏକକାଳୀନ ପ୍ରଦାନ କରାଯିବ। ସେହିପରି ୮୦ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ମାସିକ ୩୫୦୦ ଭତ୍ତା ପ୍ରଦାନ ନେଇ ପ୍ରସ୍ତାବରେ କ୍ୟାବିନେଟ ମୋହର ମାରିଛି । ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ଭତ୍ତା ବଢ଼ିବ । ଏଣିକି ମାସିକ ଭତ୍ତା ୧୨୦୦ଟଙ୍କାରୁ ୩୫୦୦କୁ ବୃଦ୍ଧି ନେଇ କ୍ୟାବିନେଟ ମୋହର ମାରିଛି । ଏଥିରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମଧ୍ୟ ସାମିଲ ରହିଛି…
ଡ଼କ ସୁରକ୍ଷା ମାସର ଉଦ୍ଘାଟନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ସଡ଼କ ସୁରକ୍ଷା ଓ ଦୁର୍ଘଟଣା ହ୍ରାସ ନେଇ ବସ୍ରେ ଲାଗିବ ଇଲୋକ୍ଟ୍ରୋନିକ୍ସ ସ୍ମାର୍ଟ ଡିଭାଇସ୍ । ଏହି ଡିଭାଇସ୍ ଲଗାଇବା ପାଇଁ ଘରୋଇ ବସ୍ ମାଲିକମାନଙ୍କୁ ସହାୟତା ଦେବେ ରାଜ୍ୟ ସରକାର । ସୂଚନାମୁତାବକ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟ ସଡ଼କ ସୁରକ୍ଷା ମାସର ଶୁଭ ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଏକ ପଦଯାତ୍ରା ମାଷ୍ଟରକ୍ୟଣ୍ଟିନ ଛକଠାରୁ ବାହାରି ରାମ ମନ୍ଦିର ଛକ ଯାଏ ଯାଇଥିଲା । ଏଥର ସଡ଼କ ସୁରକ୍ଷା ମାସର ବାର୍ତ୍ତା ହେଉଛି Come Home safe । ସୁରକ୍ଷିତ ସହ ଘରକୁ ଫେରନ୍ତୁ । ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ପଦ ଯାତ୍ରାରେ ପରିବହନ ବିଭାଗ, NCC କ୍ୟାଡେଟ, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଡ୍ରାଇଭର,…
ଭୁବନେଶ୍ୱର କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହେବ ପଞ୍ଚମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ । ଜାନୁଆରୀ ୬ ତାରିଖରୁ ୧୨ ତାରିଖ ଯାଏ ଚାଲିବ । ଏହି ଉତ୍ସବରେ ପକ୍ଷୀ ନୀରିକ୍ଷଣ ଏବଂ ଭ୍ରମଣ, ବିଶେଷଜ୍ଞ ଆଲୋଚନା ଏବଂ କର୍ମଶାଳା, ସଂରକ୍ଷଣ ପଦକ୍ଷେପ ନେଇ କାର୍ଯ୍ୟକ୍ରମ ରହିଛି । ୬ରୁ ୮ ତାରିଖ ପର୍ଯ୍ୟନ୍ତ ଚିଲିକା ଏବଂ ମଙ୍ଗଳାଯୋଡିରେ ପକ୍ଷୀ ଦର୍ଶନ, ୧୧ ତାରିଖରେ ବରକୂଳରେ ଓଡ଼ିଶା ବାର୍ଡସ କନକ୍ଲେଭ, ୧୨ ତାରିଖରେ ନନ୍ଦନକାନନରେ ପକ୍ଷୀ ପଦଯାତ୍ରା, ୭ରୁ ୧୨ ତାରିକ ପର୍ଯ୍ୟନ୍ତ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟରେ ବନ୍ୟପ୍ରାଣୀ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂର କାର୍ଯ୍ୟକ୍ରମ ରହିଛି ।ପ୍ରତ୍ୟେକ ବର୍ଷ ଶୀତଋତୁରେ ଲକ୍ଷାଧିକ ସଂଖ୍ୟାରେ ପକ୍ଷୀମାନଙ୍କର ଆଗମନ ଚିଲିକାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି ଉଦଘାଟନୀ ଉତ୍ସବରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପକ୍ଷୀ ବିଶାରଦ…
ଅଲୁ ଅର୍ଜୁନଙ୍କୁ ମିଳିଲା ଜାମିନ୍ । ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନଙ୍କୁ ଜାମିନ୍ ମିଳିଛି ।ଅଲ୍ଲୁ ପୁଣିଥରେ ଜେଲ ଯିବେ ନାଁ ତାଙ୍କୁ ବେଲ୍ ମିଳିବ ଆଶା ଆଶଙ୍କାରେ ରହିଥିଲେ ଅଲ୍ଲୁଙ୍କ ସମର୍ଥକ । କିନ୍ତୁ ଆଜି ତାଙ୍କୁ ନିୟମିତ ଜାମିନ ଦେଇଛନ୍ତି ହାଇଦ୍ରାବାଦ କୋର୍ଟ । ଡିସେମ୍ବର ୪ ତାରିଖରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର ସ୍ପେଶାଲ ସ୍କ୍ରିନିଂ ସମୟରେ ଦଳଚକଟା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠ ବର୍ଷର ପୁଅ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଚିକ୍କାଡପାଲି ପୋଲିସ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିଲା । ପୋଲିସ ଏହି ଘଟଣାରେ ଅଭିନେତା, ତାଙ୍କ ସୁରକ୍ଷା ଟିମ୍ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍)ର ବିଭିନ୍ନ ଧାରାରେ ଚିକ୍କଡପଲି ଥାନାରେ ମାମଲା ରୁଜୁ…
ଦ୍ୱିତୀୟ ଥର ପାଇ ମା ହେଲା କଳା କଲରାପତରିଆ ବାଘ । ଏଭଳି ସୂଚନା ଦେଇଛନ୍ତି ନୟାଗଡ ବନାଞ୍ଚଳ ଅଧିକାରୀ ।ନୟାଗଡ ବନାଞ୍ଚଳ ଅଧୀନ ଓ ମହାନଦୀ ୱାଇଲଡ଼ ଲାଇଫ ବନାଞ୍ଚଳ ଅଧୀନରେ ୪ ଗୋଟି କଳା କାଳରପତରିଆ ବାଘ ରହିଥିଲେ। ଗତ ବର୍ଷ ୨ ଟି ଛୁଆ ଜନ୍ମ କରିଥିଲେ। ଚଳିତ ବର୍ଷ କିଛି ଛୁଆ ଜନ୍ମ ଦେଇଥିବା ନଜର ଆସିଛି। ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି ପିସିସିଏଫ ପ୍ରେମ୍ କୁମର ଝା । ବାଘ ଟି ଛୁଆକୁ ପାଟିରେ ନେଇକି ଯାଉଥିବା କ୍ୟାମେରା ରେ କଏଦ ହୋଇଛି । କେତେ ଛୁଆ ଜନ୍ମ ହୋଇଛି ବନ ବିଭାଗ ପାଖରେ ଖବର ନାହିଁ । ବାଘ ଚଳ ପ୍ରଚଳ କ୍ୟାମେରାରେ କଏଦ ହେଲେ ଛୁଆ ସଂଖ୍ୟା ଜଣା ପଡ଼ିବ |
ଓଡ଼ିଶା ପବ୍ଲିକ ସର୍ଭିସ କମିସନ (ଓପିଏସସି) ପକ୍ଷରୁ ୨୬୫ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜାନୁୟାରୀ ୧୦ ତାରିଖରୁ ଏହାର ରେଜିଷ୍ଟ୍ରେସନ ଆରମ୍ଭ ହେବ।୨୬୫ ପଦ ମଧ୍ୟରୁ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ୩୦ଟି ପଦବୀ, ଓଡ଼ିଶା ଅର୍ଥ ସେବା (ଓଏଫଏସ)ପାଇଁ ୪୬, ଓଡ଼ିଶା ଟ୍ୟାକ୍ସେସନ ଆଣ୍ଡ ଆକାଉଣ୍ଟ ସର୍ଭିସ ପାଇଁ ୬୨, ଓଡ଼ିଶା ସମବାୟ ଅଡିଟ ସେବା ପାଇଁ ୫, ଓଡ଼ିଶା ସମବାୟ ସେବା ପାଇଁ ୧୪ ଓ ଓଡ଼ିଶା ରାଜସ୍ବ ସେବା ପାଇଁ ୪୩ଟି ପଦବୀ ସୃଷ୍ଟି ହୋଇଛି। କୌଣସି ସରକାରୀ ସ୍ବୀକୃତି ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଆବେଦନ କରି ପାରିବେ। ସେହିପରି ଆବେଦନକାରୀଙ୍କ ବୟସ ୨୧ରୁ ୩୮ ମଧ୍ୟରେ ରହିବା ଆବଶ୍ୟକ। ଅର୍ଥାତ କୌଣସି ଆବେଦନକାରୀ ୨ ଜାନୁୟାରୀ ୧୯୮୬ ପୂର୍ବରୁ କିମ୍ବା ୧ ଜାନୁୟାରୀ ୨୦୦୩ ପରେ ଜନ୍ମ ଗ୍ରହଣ କରିନଥିବେ।ଓପିଏସସିର ୱେବସାଇଟ opsc.gov.inରେ ଛାତ୍ରଛାତ୍ରୀ ମାନେ…
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ ବୟାନ । କହିଲେ ଭାଗଚାଷୀଙ୍କୁ ମିଳିବନି କ୍ଷତିପୂରଣ । ଭାଗଚାଷୀଙ୍କ ପାଇଁ ଏଯାଏଁ କୌଣସି ନିୟମ ନାହିଁ। ପୂର୍ବ ସରକାର ଏନେଇ କିଛି ନିଷ୍ପତ୍ତି ନେଇନାହାଁନ୍ତି। କ୍ଷତିପୂରଣ କେବଳ ମୂଳ ଜମି ମାଲିକଙ୍କୁ ମିଳିବ। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି । SDRF ଫଣ୍ଡରୁ ଚାଷୀଙ୍କୁ ସମସ୍ତ କ୍ଷତିପୂରଣ ଦିଆଯିବ । ୩୩ ପ୍ରତିଶତ ରୁ ଅଧିକ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ମିଳିବ କ୍ଷତିପୁରଣ । ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ୨ ଲକ୍ଷ ୨୬ ହଜାର ହେକ୍ଟର ଫସଲ କ୍ଷତି, ୨୯୧ କୋଟି ସହାୟତା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।









