Author: sanitelevision

ଲୋକସେବା ଭବନରେ ମାତିଛନ୍ତି ଦଲାଲ । ଚାକିରି କରାଇଦେବାକୁ କହି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଏମିତି ଜଣେ ଠକ ଦଲାଲର କଳାକାରନାମା ପଦାକୁ ଆସିଛି । କ୍ୟାପିଟାଲ ଥାନା ପୁଲିସ୍‌ ଦଲାଲ ବ୍ୟାସଦେବ ରଣାକୁ ଗିରଫ କରିଛି। ବ୍ୟାସଦେବ ନିଜକୁ ପଞ୍ଚାୟତି ରାଜ ବିଭାଗର ଜଣେ ସେକ୍ସନ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିଲା। ଏହିକ୍ରମରେ ସେ ଜଣଙ୍କ ଠାରୁ ଚାକିରି କରାଇ ଦେବା ନାଁରେ ପ୍ରାୟ ୧୨ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ପୁଲିସ୍‌ ତା’କୁ ଗିରଫ କରିଛି | ଏହି ଠକ ଦଲାଲ୍‌, ବ୍ୟାସଦେବଙ୍କ ଘର ହେଉଛି କଳାହାଣ୍ଡି, ଭୁବନେଶ୍ବରରେ କିଛି ଦିନ ହେଲା ରହୁଛନ୍ତି ।

Read More

ପାରାଦ୍ବୀପ ବନ୍ଦର ନିକଟରେ ପ୍ରତିଷ୍ଠା ହେବ ଜାହାଜ ଭଙ୍ଗା କେନ୍ଦ୍ର। ଜାହାଜ ପୁନଃପ୍ରକ୍ରିୟାକରଣ କେନ୍ଦ୍ର ୪ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ଏହାଦ୍ବାରା ଓଡ଼ିଶାର ସାମୁଦ୍ରିକ ଓ ଶିଳ୍ପ ପରିଦୃଶ୍ୟରେ ପରିବର୍ତ୍ତନ ଆସିବ। ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ପୁରୁଣା ଜାହାଜ ଗୁଡିକୁ ଭଙ୍ଗାଯାଇ ସେଥିରୁ ଇସ୍ପାତ, ଆଲୁମିନିୟମ ଓ ତମ୍ବା ଆଦି ବାହାର କରାଯାଇ ସେଥିରୁ ବିଭିନ୍ନ ଯନ୍ତ୍ରପାତି ପ୍ରସ୍ତୁତ କରାଯିବ। ତେବେ ଏହି ଜାହାଜ ଭଙ୍ଗା କେନ୍ଦ୍ର ପ୍ରତିଷ୍ଠା କ୍ଷେତ୍ରରେ ବୈଶ୍ବିକ ପରିବେଶଗତ ସୁରକ୍ଷା ଓ ମାନକକୁ ଗ୍ରହଣ କରାଯିବ। ଏହାବ୍ୟତୀତ ବାଲେଶ୍ବର ଜିଲ୍ଲାର ‘ଇଞ୍ଚୁଡ଼ି’ ଓ ଗଞ୍ଜାମ ଜିଲ୍ଲାର ‘ବାହୁଦା’ରେ ଦୁଇଟି ନୂଆ ବନ୍ଦର ନିର୍ମାଣ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।ଇସ୍ପାତ ରି-ରୋଲିଂ ମିଲ୍‌, ଲଜିଷ୍ଟିକ୍‌ ଓ ଯନ୍ତ୍ରପାତି ଉତ୍ପାଦନ କାରଖାନା ଆଦି କରାଯାଇ ଏକ ବାଣିଜ୍ୟକ ପେଣ୍ଠସ୍ଥଳ ପାଲଟିବ ବୋଲି କୁହାଯାଇଛି। ସଂପ୍ରତି ଦେଶରେ ଗୁଜରାଟ ଓ ମହାରାଷ୍ଟ୍ରର ଦୁଇଟି…

Read More

ରାଜଧାନୀରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ରୁମ୍‌ର ଫ୍ୟାନରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତା ଛାତ୍ରୀଜଣକ +୨ ଦ୍ୱିତୀୟ ବର୍ଷର ଛାତ୍ରୀ। ଉତ୍କଳିକା ସ୍ୱାଇଁ ବୋଲି ଜଣାଯାଇଛି |ଉତ୍କଳିକା ରହୁଥିବା ରୁମ୍‌ରେ ୩ ଜଣ ରହୁଥିବାବେଳେ ଅନ୍ୟ ୨ ଜଣ ଛୁଟିରେ ଗାଁକୁ ଯାଇଥିଲେ । ତେବେ ଉତ୍କଳିକାଙ୍କ ମୃତ୍ୟୁ ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ପୁଲିସ୍‌ ପହଞ୍ଚି କବାଟ ଭାଙ୍ଗି ଉତ୍କଳିକାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା। ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତାଙ୍କ ପରିବାର ଲୋକେ ଝିଅର ଏପରି ମୃତ୍ୟୂକୁ ସହଜେ ଗ୍ରହଣ କରି ପାରି ନାହାନ୍ତି।

Read More

ତ୍ରିବେଣୀ ସଙ୍ଗମରେ ମହାକୁମ୍ଭ ସୋମବାରଠୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦିବ୍ୟ ଆସ୍ଥା ସ୍ଥଳିରେ ଶ୍ରଦ୍ଧାର ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳ । ଏହି ମେଳା ଆସନ୍ତା ଦେଢ଼ ମାସ ଅର୍ଥାତ୍ ଫେବ୍ରୁଆରୀ ୨୬ ତାରିଖ ଯାଏଁ ଚାଲିବ । ଗତକାଲି ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଗଙ୍ଗାସାଗରରେ ପହଞ୍ଚିଥିଲେ । ୧୫ ତାରିଖ ସକାଳ ପର୍ଯ୍ୟନ୍ତ ମହେନ୍ଦ୍ର ବେଳାରେ ମକରବୁଡ଼ ଦେବାଲାଗି ଲକ୍ଷାଧିକ ଲୋକ ଗଙ୍ଗାସାଗରରେ ପହଞ୍ଚିଲେଣି। ମେଳାରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରିଛି । ସହରକୁ ପ୍ରବେଶ କରୁଥିବା ସବୁ ବ୍ୟକ୍ତିଙ୍କ ଉପରେ ନଜର ରଖିବା ଲାଗି ଅନେକଗୁଡ଼ିଏ ଚେକ୍‌ ପଏଣ୍ଟ୍‌ ଖୋଲାଯାଇଛି । ବିଭିନ୍ନ ସ୍ଥାନରେ ପ୍ରାୟ ୨୭୦୦ ଏଆଇ ଦ୍ୱାରା ପରିଚାଳିତ କ୍ୟାମେରା ସେଟ୍ କରାଯାଇଛି । ସେହିପରି ଏନ୍‌ଡିଆରଏଫ୍‌ ଓ ସେଣ୍ଟ୍ରାଲ…

Read More

ଆଜି ହେଉଛି ଏଗାର ଦିନ ଧରି ଚାଲିଥିବା ବରଗଡ ଧନୁଯାତ୍ରା ଅନ୍ତିମ ଦିବସ । କଂସର ବଧ ସହ ପରିସମାପ୍ତି ଘଟିବ ଏଗାର ଦିନ ମହାନାଟକ । ତେବେ ଅନ୍ତିମ ଦିନରେ କୃଷ୍ଣବଲରାମଙ୍କ ହସ୍ତରେ କୁବଳୟା ହସ୍ତୀ ବଧ, ଚାଣ୍ଡୁର ଓ ମୁଷ୍ଟିକ ଆଦି ମଲ୍ଲ ନିଧନ , ଶିବ ଧନୁ ଭଙ୍ଗ, ଉଗ୍ରସେନଙ୍କ ରାଜ୍ୟାଭିଷେକ ଏବଂ ଦେବକୀ ବାସୁଦେବଙ୍କୁ କାରାଗାରରୁ ମୁକ୍ତି ଆଦି ଦୃଶ୍ୟ ଅଭିନୀତ ହେବ । ସୁଚନା ଅନୁଯାୟୀ ଉଦଘାଟିତ ହୋଇଥିଲା ୭୭ ତମ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ୧୧ ଦିନ ଧରି ବିଶ୍ବର ସର୍ବବୃହତ ମୁକ୍ତାକାଶ ରଂଗ ମଞ୍ଚରେ ଧନୁଯାତ୍ରା ଅନୁଷ୍ଠିତ ହୋଇଥିଲା । ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଏବଂ ବରଗଡ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଅମ୍ବାପାଲି ପାଲଟିଥିଲା ଗୋପପୁର ଆଉ ଜୀରା ନଦୀ ସାଜିଥିଲା ଯମୁନା । ଧନୁଯାତ୍ରାର ପ୍ରଥମ ଦିବସରେ ବାସୁଦେବ…

Read More

ଆଜିଠାରୁ ସାଧାରଣ ଲୋକଙ୍କ ପାଇଁ ରାଜଭବନ ଉଦ୍ୟାନ ଖୋଲିବ। ଏହା ୨୨ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ।ଅପରାହ୍ନ ୨ଟା୩୦ରୁ ସଂଧ୍ୟା ୫ଟା ଯାଏଁ ଉଦ୍ୟାନ ପିରଦର୍ଶନ ସମୟ ଧାଯ୍ୟ କରାଯାଇଛି। କେବଳ ମୋବାଇଲ ଆପ୍ ପଞ୍ଜୀକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯିବ ଏବଂ ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏଥିନିମନ୍ତେ ପ୍ଲେ ଷ୍ଟୋର କିମ୍ବା ଆପ୍‌ସ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ରାଜଭବନ, ଓଡ଼ିଶାର ମୋବାଇଲ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ। ଓଡ଼ିଶାର ରାଜଭବନ ୱେବ୍‌ସାଇଟରେ ଉପଲବ୍ଧ ଥିବା କ୍ୟୁ-ଆର୍ କୋଡ୍‌ ମାଧ୍ୟମରେ ମୋବାଇଲ ଆପ୍ ଡାଉନ୍‌ଲୋଡ କରାଯାଇପାରିବ।। ସେହିପରି ସ୍କୁଲପିଲାଙ୍କ ପାଇଁ ଉଦ୍ୟାନ ପରିଦର୍ଶନ ସମୟ ସକାଳ ୮ଟା ୩୦ରୁ ୧୦ ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

Read More

ଆଜି ପୌଷ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ପୂର୍ଣ୍ଣିମା ନୀତି। ଆଜି ମହାପ୍ରଭୁଙ୍କର ୩୯ଟି ନୀତି ରହିଥିବାରୁ ବିଭିନ୍ନ ସେବାୟତ ନିଯୋଗ ସହ ସମନ୍ୱୟ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ପ୍ରତି ବର୍ଷ ରତ୍ନ ସିଂହାସହନରେ ବିରାଜମାନ ଚତୁର୍ଦ୍ଦା ମୂର୍ତ୍ତି ୪ ଥର ସୁନା ବେଶ ହୋଇଥାନ୍ତି । ପୌଷ ପୂର୍ଣ୍ଣିମାରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି। ରତ୍ନ ସିଂହାସନରେ ବିରଜାମାନ ଚତୁର୍ଦ୍ଦା ମୂର୍ତ୍ତିଙ୍କର ଆଜି ହେବ ସୁନା ବେଶ। ସକାଳ ଧୂପ ପରେ ହେବ ଏହି ବେଶ । ଏହି ଅବସରରେ ଭିତରଛ ମହାପାତ୍ର ଶ୍ରୀଲକ୍ଷ୍ମଣଙ୍କ ରୂପରେ ଦଣ୍ଡଛତ୍ର ଧରି ଦଣ୍ଡାୟମାନ ହେବେ । ଦଣ୍ଡଛତ୍ର ମୂଳକ ଧାରଣ କରି ପାଳିଆ ଭଣ୍ଡାର ମେକାପ ଶ୍ରୀହନୁମାନଙ୍କ ରୂପରେ ଆଣ୍ଠୁମାଡି ବସିଥିବେ । ଷୋଡ଼ଷ ଉପଚାରରେ ମହାପ୍ରଭୁଙ୍କୁ ନୈବେଦ୍ୟ ଅର୍ପଣ କରାଯିବ । ରାଜନୀତି ଓ ବନ୍ଦାପନା ନୀତି…

Read More

ବରଗଡ଼ରେ ନିର୍ମାଣ ହେବ ଭବ୍ୟ କଂସ ରାଜମହଲ। ସ୍ଥାୟୀ ରାଜମହଲ ପାଇଁ ଖର୍ଚ୍ଚ ହେବ ୧୨କୋଟି ୮୦ ଲକ୍ଷ ଟଙ୍କା। ରବିବାର ବରଗଡ଼ ଗସ୍ତରେ ଯାଇ ଧନୁଯାତ୍ରା ଦେଖିବା ସହ ମଥୁରା ନଗରୀରେ ମୁଖ୍ୟମନ୍ତ୍ରୀ କରିଛନ୍ତି ଏହି ଘୋଷଣା। ଏହା ସହ ଡିପିଆର ପ୍ରସ୍ତୁତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଯମୁନା ନଦୀ ବୋଲାଉଥିବା ଜିରା ନଦୀରେ ଆନିକଟ ପାଇଁ ୮୦ କୋଟି ଟଙ୍କା ମଞ୍ଜୁରୀ ହୋଇଛି । କେନାଲର ସୋନ୍ଦର୍ୟ୍ୟକରଣ ପାଇଁ ୩୦ କୋଟି ଟଙ୍କା ମଜୁରୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Read More

ବରଗଡ଼ର ଭାଜପା ଏମ୍‌ପି ପ୍ରଦୀପ ପୁରୋହିତ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କଳାହାଣ୍ଡି ଜିଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଙ୍କ୍‌ ନେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ବିଜେଡିର ଅନେକ ନେତା ତାଙ୍କୁ ସହାୟତା କରୁଥିଲେ। ସବୁ ନିୟମକୁ ଖିଲାପ କରି ତାଙ୍କୁ କାମ ଦିଆଯାଇଛି। ଶହଶହ କୋଟି ଟଙ୍କା ଲୁଟ୍‌ ହୋଇଛି। ଏହି ଘଟଣାରେ ତତ୍କାଳୀନ ମନ୍ତ୍ରୀ ତଥା ବିଜୁ ଜନତାର ବିଧାୟକଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ପ୍ରଦୀପ ପୁରୋହିତ ।ଠକ ଯୋଡ଼ି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ମାମଲାରେ ଚାଲିଛି ତଦନ୍ତ । ଆୟକର ବିଭାଗ ତଦନ୍ତକୁ ଜୋରଦାର କରିଛି । ଏବେ ଇନକମ୍ ଟ୍ୟାକ୍ସ ବିଭାଗ ସ୍କାନରରେ ନେତା, ମଦବେପାରୀ ଓ ସୁନା ବ୍ୟବସାୟୀ । ଠକ ଯୋଡ଼ିଙ୍କ କଳାଧନ ଉପରେ ଆୟକର ବିଭାଗ ଛାନଭିନ୍ ଚଳାଇଛି ।ସୂଚନା ଅନୁଯାୟୀ, ହଂସିତା ରଘୁନାଥପୁରରେ ଏକ…

Read More

ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା ପୋଷା ହାତୀ ମହିନ୍ଦ୍ରାର ମୃତ୍ୟୁ ଘଟିଛି। ରବିବାର ରାତି ସାଢ଼େ ୯ଟାରେ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିବା ପରେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଗଭୀର ଆଘାତ ଲାଗିଛି।ସୂଚନା ଥାଉକି, ଦୀର୍ଘଦିନ ଧରି ଶିମିଳିପାଳରେ କାଠ ମାଫିଆ ଓ ଶିକାରୀ ମାନଙ୍କୁ ଧରିବାରେ ବନବିଭାଗକୁ ସହାୟତା କରି ଆସୁଥିଲା । ଦୁଇ ବର୍ଷ ପୂର୍ବେ ତାକୁ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟକୁ ନିଆଯାଇଥିଲା । କିଛି ମାସ ପୂର୍ବରୁ ଶିମିଳିପାଳକୁ ଫେରିବା ପରେ ଦେହ ଅସୁସ୍ଥ ହେବାରୁ ମହେନ୍ଦ୍ରର ଚିକିତ୍ସା ଜାରି ରହିଥିଲା । ମୃତ୍ୟୁବେଳକୁ ତାର ଆନୁମାନିକ ବୟସ ୬୬ ବର୍ଷରୁ ଅଧିକ ହୋଇଥିଲା । କିଛି ବର୍ଷ ପୂର୍ବେ ସୁନ୍ଦରୀ ନାମ୍ନୀ ବାଘ ଅନୁଗୋଳ ଜିଲ୍ଲାରେ କୋକୁଆ ଭୟ ସୃଷ୍ଟି କରିଥିଲା। ସୁନ୍ଦରୀ ଉପରେ ତୀକ୍ଷଣ ନଜର ରଖିବା ତଥା ତାହାକୁ ଟ୍ରାକିଂ କରିବା ନିମନ୍ତେ ମହେନ୍ଦ୍ରକୁ ୪ ବର୍ଷ ଅନୁଗୋଳ ଜିଲ୍ଲାରେ…

Read More