ପୋଡକାଷ୍ଟରେ ଡେବ୍ୟୁ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜେରୋଧା ସହ ପ୍ରତିଷ୍ଠାତା ନିଖିଲ କମାତଙ୍କ People by WTF seriesରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବାକୁ ମିଳିଛି। ୨ ଘଣ୍ଟାରୁ ଅଧିକ ସମୟ ଧରି ମୋଦି ପୋଡକାଷ୍ଟରେ ବସି ଅନେକ କଥା କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଜୀବନ ଏପରି ବିତିଛି ଯେ ପିଲା ଦିନର ବନ୍ଧୁଙ୍କ ସହ ସମ୍ପର୍କ ରହିପାରି ନାହିଁ । ନିଖିଲ କାମାଥଙ୍କ ସହ ପଡ୍କାଷ୍ଟରେ ପିଏମ୍ ମୋଦୀ କହିଛନ୍ତି, ‘ମୁଁ କମ ବୟସରେ ଘର ଛାଡ଼ିଥିଲି । ଏହି କାରଣରୁ ସ୍କୁଲ ସାଙ୍ଗ ସହ ସମ୍ପର୍କରେ ରହିପାରି ନାହିଁ । ମୋ ଜୀବନରେ ‘ତୁ’ ବୋଲି କହୁଥିବା ଏବେ କେହି ନାହାନ୍ତି ।’ ସେ କହିଛନ୍ତି ଯେ ମୁଁ ମୁଖ୍ୟମନ୍ତ୍ରୀ ହେବା ପରେ ସ୍କୁଲ ସାଙ୍ଗଙ୍କ ସହ ବସି କଥା ହେବାକୁ ଇଚ୍ଛା କରିଥିଲି । ମୁଁ ଆମନ୍ତ୍ରଣ କରିଥିଲି ଏବଂ ୩୫…
Author: sanitelevision
ରାଜଧାନୀ ଭୁବନେଶ୍ୱରର ଏକାମ୍ର କାନନସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରରେ ଆୟୋଜିତ ବାର୍ଷିକ ପୁଷ୍ପ ପଦର୍ଶନୀ ଆଜି ସରିବ ନାହିଁ। ରାଜ୍ୟ ସରକାର ଏହି ପ୍ରଦର୍ଶନୀକୁ ଆହୁରି ଗୋଟିଏ ଦିନ ବଢ଼ାଇ ଦେଇଛନ୍ତି। ତେବେ ୧୧ ତାରିଖରେ ସରିବାକୁ ଥିବା ଏହି ପ୍ରଦର୍ଶନୀ ଗୋଟିଏ ଦିନ ବଢ଼ାଇ ୧୨ ତାରିଖରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏକ ଦିନ ଅବଧି ବଢ଼ାଇଛନ୍ତି। ଏହି ପ୍ରଦର୍ଶନୀ ଗତ ୭ ତାରିଖ ଦିନ ଆରମ୍ଭ ହୋଇଥିଲା। ଏହା ୧୧ ତାରିଖରେ ସାରିବାକୁ ଥିଲା। ମାତ୍ର ଏଠାରେ ପ୍ରବଳ ଲୋକଙ୍କର ଭିଡ଼ ରହୁଛି ଏବଂ ଲୋକଙ୍କର ରୁଚିକୁ ଦୃଷ୍ଟିରେ ରଖି ଏହି ପଦର୍ଶନୀ ଏକ ଦିନ ବଢ଼ାଇ ୧୨ ତାରିଖରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଭଦ୍ରା ପୋର୍ଟାଲରୁ ଭୁଲ୍ରେ ନାମ ବାଦ୍ ହୋଇଯାଇଥିଲେ କରିହେବ ପୁନଃସାମିଲ ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି । ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ ।ଏହି ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ ୮ ହଜାରରୁ ଅଧିକ ଆବେଦନକାରୀ ସୁଭଦ୍ରାରେ ପୁନଃସାମିଲ ହୋଇସାରିଛନ୍ତି । ଏବେ ବି ୨ ଲକ୍ଷରୁ ଅଧିକ ଆବେଦନକାରୀ ଇ-କେୱାଇସି କରିନାହାନ୍ତି । ଯୋଗ୍ୟ ବିବେଚିତ ହେଲେ ମଧ୍ୟ ଅର୍ଥ ପାଇବାରେ ଅସୁବିଧା ହେବ । ତେଣୁ ନିକଟ ଜନସେବା କେନ୍ଦ୍ରରେ ତୁରନ୍ତ ଇ-କେୱାଇସି କରିବାକୁ ସରକାରଙ୍କ ପରାମର୍ଶ । ଖୁବଶୀଘ୍ର ୪ର୍ଥ ପର୍ଯ୍ୟାୟ ପ୍ରତମ କିସ୍ତି ‘ସୁଭଦ୍ରା’ ଟଙ୍କା ପ୍ରଦାନ କରାଯିବ ।
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା। ଏପରି ଏକ ଜଘନ୍ୟ କାଣ୍ଡ ମାଲକାନଗିରିର କାଲିମେଳା ଥାନା ଏମ୍ ଭି ୬୬ ଗାଁରେ ଘଟିଛି।ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ମନାନ୍ତର ହୋଇଥିଲା। ମାତ୍ର ସମାଧାନ ହେବା ପରିବର୍ତ୍ତେ ଏହା ଉଗ୍ରରୂପ ଧାରଣ କଲା। ଫଳରେ ଉତ୍ତ୍ୟକ୍ତ ବ୍ୟକ୍ତିଜଣକ ଗତ ରାତିରେ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀଙ୍କ ବେକକୁ ହାଣି ଦେଇଛନ୍ତି। ମୃତଦେହ ଘରେ ପଡ଼ିଥିବା ବେଳେ ବ୍ୟକ୍ତିଜଣକ ଥାନାରେ ଆତ୍ମସମର୍ପଣ କରିଛନ୍ତି।ଥାନାରେ ଆତ୍ମ ସର୍ମପଣ କରିବାପରେ ପୁଲିସ ଟିମ ଏମଭି-୬୬ଗାଁକୁ ଯାଇ ଶବକୁ କାଲିମେଳା ମେଡ଼ିକାଲକୁ ଆଣିଥିଲେ । ତେବେ ଏ ସଂପର୍କରେ ଘର ଲୋକଙ୍କୁ କିଛି ଜଣାଇ ନଥିବାରୁ ଆଜି ସକାଳେ ମୃତ ମହିଳାଙ୍କ ପରିବାର ଓ ଗ୍ରାମବାସୀ କାଲିମେଳା ଥାନା ସମୁଖରେ ଆସି ରୁଣ୍ଡ ହୋଇ ତୁରନ୍ତ ଅଭିଯୁକ୍ତ…
ରାଜ୍ୟରେ ଅଧିକାଂଶ ସ୍ଥାନରେ ଦେଖାଯାଉଛି ଘନ କୁହୁଡି । କୁହୁଡି ପାଇଁ ଯାତାୟତରେ ଅନେକ ସମସ୍ୟା ଦେଖାଯାଉଛି । ୧୦ ଜିଲାରେ କୁହୁଡି ପାଇଁ ପାଣିପାଗ ବିଭାଗ ଶନିବାର ପୂର୍ବାନୁମାନ କରିଛି । ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଝାରସୁଗୁଡ଼ା, ପୁରୀ, ସମ୍ୱଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି। ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି।
ମହାକାଶରେ ଶୁକ୍ର ଓ ଶନିଙ୍କ ମଧ୍ୟରେ ଲାଗିବ ଦୌଡ଼ ପ୍ରତିଯୋଗିତା। ଶୁକ୍ରକୁ ଟପି ଆଗକୁ ବଢିବ ଶନିଗ୍ରହ। ଜାନୁଆରୀ ୧୮ରେ ଶୁକ୍ର ଓ ଶନି ଗ୍ରହର ହେବ ମହାମିଳନ। ଖାଲି ଆଖିରେ ଦେଖିହେବ ଦୁଇ ଗ୍ରହଙ୍କ ଦୌଡ଼ ଓ ମିଳନର ଅପୂର୍ବ ଦୃଶ୍ୟ। ଏବେ ଶୁକ୍ରର ବେସ୍ ଉପରେ ଦୃଶ୍ୟମାନ ହେଉଛନ୍ତି ଶନି ଗ୍ରହ। ଆଗକୁ ଗ୍ରହ ଦୁଇଟି ମଧ୍ୟରେ ଦୂରତା କମିବ। ୧୮ ତାରିଖ ସନ୍ଧ୍ୟାରେ ଦୁହେଁ ନିକଟତର ହେବେ। ପ୍ରାୟ ୨ ଘଣ୍ଟା ଧରି ଦୁଇ ଗ୍ରହ ପାଖାପାଖି ଦେଖାଯିବେ। ଏହାପରେ ଶନି ତଳକୁ ତଳକୁ ଯାଇ ଶୁକ୍ରଙ୍କ ଠାରୁ ଦୂରେଇ ଯିବେ।କିଛି ଗ୍ରହ ଆକାଶରେ ଏକ ସମୟରେ ଦେଖାଯାନ୍ତି। ଏହାକୁ ଗ୍ରହ ସମାବେଶ ବା ପ୍ଲାନେଟ୍ ପରେଡ୍ ବୋଲି କୁହାଯାଏ। ଚାରୋଟି ଗ୍ରହ ବର୍ଷକୁ ଥରେ ଅଳ୍ପ ଦିନ ପାଇଁ ଏକା ସମୟରେ ଦେଖାଯାଏ। ପାଞ୍ଚଟି ଗ୍ରହ ପ୍ରତି ୧୯ ବର୍ଷରେ ଥରେ ଏବଂ ସମସ୍ତ ଆଠଟି…
ବଲିଉଡର ଜଣାଶୁଣା ଅଭିନେତା ଟିକୁ ତଲସାନିୟା ହୃଦଘାତର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ହସ୍ପିଟାଲରେ ଟିକୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଥିବା ବେଳେ ଡାକ୍ତର ଟିକୁଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବାକୁ ପ୍ରୟାସ କରୁଛନ୍ତି । ମାଲାମାଲ୍ ୱିକଲି , ହଙ୍ଗାମା , ଢ଼ୋଲ୍ , ହେରାଫେରୀ ଭଳି ଅନେକ ସିନେମାରେ ନଜର ଆସି ଲୋକଙ୍କୁ ହସି ହସି ବେଦମ୍ କରାଇଥିବା ଟିକୁଙ୍କ ଅଚାନକ ସ୍ବାସ୍ଥ୍ୟ ଖରାପ ହେବାକୁ ନେଇ ସାଥୀ କଳାକାର ଏବଂ ଫ୍ୟାନ୍ସ ଚିନ୍ତିତ ଅଛନ୍ତି ।ଟିକୁ ବଲିଉଡ ଇଣ୍ଡଷ୍ଟ୍ରୀର ଜଣେ ବରିଷ୍ଠ କଳାକାର। ୧୯୫୪ ମସିହାରେ ତାଙ୍କର ଜନ୍ମ। ୧୯୮୪ରେ ଲୋକପ୍ରିୟ କାର୍ଯ୍ୟକ୍ରମ ‘ୟେ ଜୋ ହେ ଜିନ୍ଦଗୀ’ରୁ ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୧୯୮୬ରେ ‘ପ୍ୟାର କେ ଦୋ ପଲ’ ଚଳଚ୍ଚିତ୍ରରୁ ସେ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ।
ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା କରାଯିବ। ଚଳିତ ମାସ ୧୪ ତାରିଖରୁ ୨୨ ପର୍ଯ୍ୟନ୍ତ ଗଣନା କରାଯାଉଥିବାରୁ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି। ଭିତରକନିକା ନଦୀ ଓ ନାଳରେ ଜୁଆର ହୋଇ ଥିବାରୁ ଅଧିକ ଭଟ୍ଟା ରହୁଥିବା ଅମାବସ୍ୟା ତିଥି ପରେ ଉଚ୍ଚ ଜୁଆର ନ ଆସିବା ଯୋଗୁଁ ନଦୀ ପଠା ବୁଡି ନଥାଏ । ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବା ପାଇଁ ସୁବିଧା ହୋଇଥାଏ । ନଦୀ ପଠାରେ କୁମ୍ଭୀର ଶୋଇଥିବା ଚିହ୍ନରୁ ତାର ଲମ୍ବ ମପା ଯାଇ ବୟସ ବର୍ଗ ସ୍ଥିର କରା ଯାଇଥାଏ । ପର୍ଯ୍ୟଟକମାନଙ୍କୁ ବନ୍ଦ କରିବାର ୩ ରୁ ୪ ଦିନ ପରେ ଆହୁଲା ମରା ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ। ବିଶେଷଜ୍ଞ ଗଣନାକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପରେ ଗଣନାକାରୀ ଦଳ ଗଠନ କରାଯାଇ କୁମ୍ଭୀର…
ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ସାତଦରିଆ ଡେଇଁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଏଠାକୁ ଧାଇଁ ଆସିଛନ୍ତି। ଶୀତ ଦିନରେ ଚିଲିକାର ପ୍ରମୁଖ ଆକର୍ଷଣ ପାଲଟିଥିବା ଗ୍ରେଟର ଫ୍ଲେମିଙ୍ଗୋ (ଫୋନିକପ୍ଟରସ୍ ରୋଜସ୍)ଙ୍କ ଅବସ୍ଥିତି ଜାଣିବାକୁ ଦୁଇଟି ପକ୍ଷୀଙ୍କ ଶରୀରରେ ଟ୍ରାନ୍ସମିଟର ଲଗାଯାଇଛି। ଡେରାଡୁନ୍ସ୍ଥିତ ବନ୍ୟପ୍ରାଣୀ ସଙ୍ଗଠନ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ବୈଷୟିକ ସହାୟତାରେ ଜିଏସ୍ଏମ୍-ଜିପିଏସ୍ ସମ୍ବଳିତ ଟ୍ୟାଗିଂ ଅନୁସନ୍ଧାନ ଆରମ୍ଭ ହୋଇଛି। ଏହି ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଆର. ସୁରେଶ କୁମାରଙ୍କ ନେତୃତ୍ୱରେ ଏବଂ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହାୟତାରେ ଗତ ୮ ଓ ୯ ତାରିଖରେ ଚିଲିକାର ନଳବଣରୁ ଦୁଇଟି ଗ୍ରେଟର ଫ୍ଲେମିଙ୍ଗୋକୁ ସଫଳତାର ସହ ଧରି ଟ୍ୟାଗ୍ କରାଯାଇଛି। ଫ୍ଲେମିଙ୍ଗୋ ଦ୍ବୟକୁ ୩୦ ଗ୍ରାମ ଓଜନର ଏକ ସୌରଚାଳିତ ଟ୍ରାନ୍ସମିଟର ସହିତ ଟ୍ୟାଗ୍ କରାଯାଇଛି, ଯାହାକି ପ୍ରତି ୧୦ ମିନିଟ୍ରେ ପକ୍ଷୀମାନଙ୍କ ଉପସ୍ଥିତି ରେକର୍ଡ କରିବ। ଏହି ଉପକରଣଟି ଶୀତ ଋତୁରେ ଫ୍ଲେମିଙ୍ଗୋଙ୍କର…
କିମ୍ସରେ ପ୍ରଥର ଥର ଲାଗି ସଫଳ ଅସ୍ଥି ମଜ୍ଜା ପ୍ରତିରୋପଣ (ବିଏମଟି) କରି ଓଡ଼ିଶାର ଉନ୍ନତ କର୍କଟ ଚିକିତ୍ସାରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି।ପାରମ୍ପରିକ ମ୍ପରିକ ଆଞ୍ଜିଓପ୍ଲାଷ୍ଟି ଦ୍ଵାରା ଚିକିତ୍ସା ହୋଇପାରୁନଥିବା କରୋନାରୀ ଓ ପେରିଫେରା ଆଥେରେକ୍ଟୋମି, ଲିଡ୍ ମ୍ୟାନେଜମେଣ୍ଟ ଭଳି ଜଟିଳ ହୃଦ୍ଯନ୍ତ୍ର ସମସ୍ୟା ଏହି ଲେଜର ମେସିନ୍ ଜରିଆରେ ଚିକିତ୍ସା ହୋଇପାରୁଛି । ଏ ନେଇ କିମ୍ସର ବରିଷ୍ଠ ହୃଦ୍ଶଲ୍ୟ ବିଶେଷଜ୍ଞ ଡା. ଅନୁପମ ଜେନା କହିଛନ୍ତି ଏହା ଦ୍ଵାରା ଆମେ ଅତ୍ୟାଧୁନିକ ହୃଦରୋଗ ଚିକିତ୍ସା ଯୋଗାଇ ଦେଇପାରୁଛୁ । ଏଭଳି ଚିକିତ୍ସା ପୂର୍ବରୁ ଆମ ରାଜ୍ୟରେ ସମ୍ଭବ ହୋଇପାରୁ ନଥିଲା । ରୋଗୀର ଆର୍ଟେରୀରେ ବ୍ଲକେଜ୍ କିମ୍ବା ପେସ୍ମକର୍ ଲିଡ ରିମୁଭାଲ ଭଳି ଜଟିଳ ପ୍ରକ୍ରିୟା ଏବେ ସହଜରେ ହୋଇପାରୁଛି । ମାତ୍ର ୨୦ରୁ ୩୦ ସେକେଣ୍ଡ ମଧ୍ୟରେ ଏହି ଲେଜର ମେସିନ୍ କମ୍ ବୟସର ରୋଗୀଙ୍କୁ ହୃଦ୍ ସମସ୍ୟାରୁ ମୁକ୍ତ କରିପାରୁଛି । ତେବେ ନୟାଗଡ଼…









