ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ଲାଗି ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ପୂର୍ବ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ସେ କହିଛନ୍ତି, ପୂର୍ବରୁ ବିଭିନ୍ନ ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ବିଏସକେୱାଇ) ଥାଇ କି ଲୋକେ ପ୍ରତ୍ୟାଖ୍ୟାତ ହେଉଥିଲେ। ବହୁତ ସ୍ଥାନରେ ଲୋକେ ଶୋଷିତ ହେଉଥିଲେ। ହସ୍ପିଟାଲମାନେ ମନ ଇଚ୍ଛା ବିଲ କରୁଥିଲେ। ପୂର୍ବ ସରକାରର ଅନେକ ଲୋକ ଦୁର୍ନୀତିରେ ସମ୍ପୃକ୍ତ ଥିଲେ।ତେବେ ବିଏସକେଓ୍ବାଇ କାର୍ଡରେ ଦୁର୍ନୀତି ହୋଇଛି । ଖୁବଶୀଘ୍ର ଏହାର ତଦନ୍ତ ହେବ ବୋଲି ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଅନ୍ୟପଟେ ଓଡିଶାରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏଥିପାଇଁ ସୋମବାର ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ହେଲଥ ଅଥରିଟି ସହିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ…
Author: sanitelevision
ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ବଡ଼ଦେଉଳର ନାଟମଣ୍ଡପରେ ଏଣିକି ସହଜ ହେବ ଜଗା ଦର୍ଶନ । ଧାଡ଼ି ଦର୍ଶନ ପାଇଁ ର୍ୟାମ୍ପ ଓ ବ୍ୟାରିକେଡ୍ ଲଗାଇବା ପ୍ରକିୟା ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମାର୍କେଟ ଛକ ଯାଏ ଧାଡ଼ି ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ । ଏହାଛଡ଼ା ସେଠାରେ କୁଲର ଓ ଫ୍ୟାନ୍ ର ବ୍ୟବସ୍ଥା ବି କରାଯିବ । ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ୬ ଥାକିଆ ଧାଡି ଦର୍ଶନ ମଧ୍ୟରେ ପ୍ରଥମ ଧାଡି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ, ଦ୍ୱିତୀୟ ଧାଡିରେ ମହିଳା, ପରେ ଛୋଟପିଲା ଓ ବରିଷ୍ଠ ନାଗରିକ ମାନଙ୍କ ହୋଇଛି କାଷ୍ଠ ନିର୍ମିତ ରାମ୍ପ ଓ ବ୍ୟାରିକେଡ୍ । ସେହିପରି ମକର ସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ…
ଖଣ୍ଡପଡ଼ା ବ୍ଲକ ବେଣାଗାଡ଼ିଆ ପଞ୍ଚାୟତ ଅଧୀନ ବରକୋଳି ଛକରେ ଚୋରା ବାଲି ଗାଡ଼ି ଜବତ କରି ପୁଲିସ ଜିମା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଘଟଣାରେ ପୁଲିସ ନିଷ୍କ୍ରିୟତାକୁ ନେଇ ମନ୍ତ୍ରୀ ଶ୍ରୀ ଜେନା ବର୍ଷିଥିବା ବେଳେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ଗତକାଲି ପୌଷ ପୂର୍ଣ୍ଣମୀରେ ପ୍ରଭୁ ନୀଳମାଧବଙ୍କ ସୁନା ବେଶ ଦର୍ଶନ ଓ ଭଜନ ସନ୍ଧ୍ୟାକୁ ଉଦଘାଟନ କରିବାକୁ ଆସିଥିଲେ ଖଣିମନ୍ତ୍ରୀ ବିଭୁତି ଭୂଷଣ ଜେନା । କାର୍ଯ୍ୟକ୍ରମ ସାରି ମନ୍ତ୍ରୀ ଫେରୁଥିଲେ । ନୟାଗଡ଼ ଖଣ୍ଡପଡା ଥାନା ବରକୋଳା ନିକଟରେ ବାଲି ଭର୍ତ୍ତି ହାଇୱା ଦେଖି ଅଟକାଇଥିଲେ । ଗାଡିକୁ ଅଟକାଇ ବାଲି ଚାଲାଣର କାଗଜ ପତ୍ର ମଧ୍ଯ ମାଗିଥିଲେ । ହାଇୱା ଗାଡି କାଗଜ ମାଗିଥିବା ବେଳେ କୌଣସି ବାଲି ବୋଝେଇ ଗାଡିର କେ ଫର୍ମ ନଥିବା ଦେଖିବାକୁ ମିଳିଥିଲା । ବାଲି ବୋଝେଇ ଗାଡ଼ି ମହାନଦୀ ଘାଟରୁ ବାଲି ଉଠାଇ ବେଆଇନ ଭାବେ…
କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ପ୍ରବାହିତ ହେଉଥିବା ବୈତରଣୀ ପରମେଶ୍ବର ମହାଦେବ ମନ୍ଦିର ସଂଲଗ୍ନ ଅନୁସୟା ଘାଟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବୁଡ଼ ପକାଇଛନ୍ତି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୭ ଥର ମକରବୁଡ ପକାଇ ଥିଲେ। ଭୁବନେଶ୍ୱରରୁ ବିମାନରେ ଆସି ସକାଳ ୯ଟା ୪୦ ମିନିଟ୍ ରେ ରାଇସୁଆଁ ଏୟାର ଷ୍ଟ୍ରିପ୍ରେ ପହଞ୍ଚିଥିଲେ । ଏହାପରେ ସେଠାରୁ କେନ୍ଦୁଝର ଦେଇ ସଡ଼କ ପଥରେ ୧୦ ଟା ୪୦ ମିନିଟ୍ରେ ପାଟଣାରେ ପହଞ୍ଚିଥିଲେ ।ସେଠାରେ ବୈତରଣୀ ନଦୀରେ ମୁଖ୍ୟମନ୍ତ୍ରୀ ମକର ବୁଡ଼ ପକାଇଛନ୍ତି । ଏହାପରେ ନଦୀ କୂଳରେ ଥିବା ପରମେଶ୍ଵର ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେଠାରୁ ଯାଇ ସେ ପାଟଣାର ପୁରାତନ ଆନନ୍ଦେଶ୍ୱର ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ସହ ଜଳାଭିଷେକ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଆଜି ସ୍ଥାନୀୟ ଅଞ୍ଚଳରେ ଥିବା ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ମନ୍ଦିର ଦର୍ଶନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା…
ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ‘ତୃତୀୟ ପିଢ଼ିର ଫାୟାର ଆଣ୍ଡ୍ ଫର୍ଗେଟ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିଶାଇଲ ‘ନାଗ ମାର୍କ ୨’ର ସୋମବାର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷା ସୋମବାର ରାଜସ୍ଥାନର ଜୈସଲମୈର ଜିଲ୍ଲାର ପୋଖରାନ୍ରେ ଫିଲ୍ଡ ଫାୟାରିଂ ରେଞ୍ଜରେ କରାଯାଇଛି ।ଉକ୍ତ ପରୀକ୍ଷଣରେ ‘ନାଗ ମାର୍କ ୨’ ମିଶାଇଲ ଠିକ୍ ଭାବେ ନିଜର ସମସ୍ତ ଟାର୍ଗେଟକୁ ନଷ୍ଟ କରିଦେଇଥିଲା। ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପ୍ରତିରକ୍ଷା ଗବେଷଣା ବିକାଶ ସଙ୍ଗଠନ (ଡିଆର୍ଡିଓ) ପକ୍ଷରୁ ଏହି ପରୀକ୍ଷଣ କରାଯାଇଛି। ଏହାସହ ‘ନାଗ ମାର୍କ ୨’ ମିଶାଇଲ ଭାରତୀୟ ସେନାରେ ସାମିଲ ହେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି।ନାଗ MK-2 ହେଉଛି ଭାରତୀୟ ସେନା ପାଇଁ ଏକ ଉନ୍ନତ ଆଣ୍ଟି-ଟ୍ୟାଙ୍କ୍ ଗାଇଡ୍ ମିସାଇଲ୍ ସିଷ୍ଟମ୍। ଏହା ଏକ ହାଲୁକା ମିସାଇଲ ଯାହା ସମସ୍ତ ପାଣିପାଗ ପରିସ୍ଥିତିରେ କାମ କରିବାକୁ ସକ୍ଷମ ହେବ। ଏହାର…
କେନ୍ଦ୍ରାପଡ଼ା ରାଜନଗର ଗହୀରମଥା ସମୁଦ୍ର ଗୁଳିକାଣ୍ଡ ଘଟଣା । ୮ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ତାଳଚୁଆ ସାମୁଦ୍ରିକ ଥାନା ପୋଲିସ୍ । ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରିଛି । ଗତକାଲି ଗିରଫ ହୋଇଥିଲେ ଟ୍ରଲର ମାଲିକ । ଆଜି ଆଉ ୮ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ପୋଲିସ । ଗତ ରବିବାର ଗହୀରମଥା ବାବୁବାଲି ଠାରେ ବେଆଇନ ଭାବେ ଟ୍ରଲରରେ ମାଛ ମାରୁଥିବା ବେଳେ ଟ୍ରଲର ସହିତ ୯ ଜଣ ମତ୍ସ୍ୟଜୀବୀଙ୍କୁ କାବୁ କରିଥିଲା ବନବିଭାଗ । ପାଟ୍ରୋଲିଂ ଟିମ୍ ଜବତ ଟ୍ରଲରକୁ ଧରି କୂଳକୁ ଫେରୁଥିବା ବେଳେ ୬ଟି ଟ୍ରଲରରେ ମାଛ ମାଫିଆ ଏକଜୁଟ ହୋଇ ବନବିଭାଗ ଟିମକୁ ଆକ୍ରମଣ କରିଥିଲେ । ସମୁଦ୍ରରେ ଗୁଳି ଫୁଟାଇ ୮ ମତ୍ସ୍ୟଜୀବୀଙ୍କୁ ବନ କର୍ମଚାରୀଙ୍କ ଠାରୁ ଛଡ଼ାଇନେଇଥିଲେ ।
ଜାନୁଆରୀ ୧୫ ତାରିଖରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ ରଖିଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)। ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀ ଥିବା ଯୋଗୁ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ତେବେ ଜାନୁଆରୀ ୧୬ ତାରିଖରେ ହେବାକୁ ଥିବା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେବ।ପ୍ରାର୍ଥୀମାନଙ୍କୁ ଅଫିସିଆଲ ୱେବସାଇଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ଯାହା ଦ୍ୱାରା ସେମାନେ ପରୀକ୍ଷା ସମ୍ବନ୍ଧୀୟ କୌଣସି ନୂତନ ସୂଚନା ବିଷୟରେ ଅବଗତ ହୋଇପାରିବେ । ଡିସେମ୍ବର ଅଧିବେଶନ ପାଇଁ ୟୁଜିସି ନେଟ୍ ପରୀକ୍ଷା ପାଇଁ ସମସ୍ତ ତାରିଖ ପାଇଁ ଏନଟିଏ ଆଡମିଟ୍ କାର୍ଡ ଜାରି କରିଥିବା ଏନଟିଏ କହିଛି ।ତେବେ ପରୀକ୍ଷାର୍ଥୀମାନେ ନିଜର ପ୍ରସ୍ତୁତି ଜାରି ରଖନ୍ତୁ
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶିଷ୍ଟ ବୈଜ୍ଞାନିକ ଭି.ନାରାୟଣନ୍ । ଗତକାଲି ଅପରାହ୍ନରେ ସେ ଇସ୍ରୋର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେଇଛନ୍ତି । ନାରାୟଣନ୍ ଦୁଇ ବର୍ଷ ପାଇଁ ଏହି ପଦରେ ରହିବେ |ଇସ୍ରୋ ଅଧ୍ୟକ୍ଷ ହେବା ପୂର୍ବରୁ ସେ ଭଲିଆମାଲାରେ ଅବସ୍ଥିତ ଲିକ୍ୱିଡ୍ ପ୍ରପଲ୍ୟୁସନ୍ ସିଷ୍ଟମ୍ ସେଣ୍ଟର (LPSC) ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରି ସାରିଛନ୍ତି। ଜିଏସଏଲଭି ଏମ୍ କେ-୩ ପାଇଁ ଆବଶ୍ୟକ ସିଇ-୨୦ କ୍ରାୟୋଜେନିକ୍ ଇଞ୍ଜିନ୍ ତିଆରିରେ ନାରାୟଣନ୍ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଦେଶକୁ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ଦେଇଥିବା ଇସ୍ରୋ ମୁଖ୍ୟ ଏସ୍ .ସୋମନାଥଙ୍କର ଗତକାଲି ଥିଲା ଶେଷ କାର୍ଯ୍ୟଦିବସ । ୧୪ ଜାନୁଆରୀ ୨୦୨୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ISRO ସଫଳତାର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନକୁ କାର୍ଯ୍ୟକାରୀ କରିଛି । ଏବେ ତାଙ୍କ ସ୍ଥାନରେ…
ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୯ ଦିନ ଧରି ବନ୍ଦ ରହିବ ଭିତରକନିକା। କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା।କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀ କୁମ୍ଭୀର ଗଣନା କରିବେ। ସକାଳ ଓ ସନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟ ରେ କୁମ୍ଭୀର ଗଣନା କରାଯିବ । ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପର୍ଯ୍ୟଟକ ଆସିବା ଉପରେ ବାରଣ କରାଯାଏ । ତେବେ ଚଳିତ ଥର ପ୍ରଥମ ଥର ପାଇଁ ଭିତରକନିକା ବାହାର ନଦୀ ନାଳରେ ମଧ୍ୟ କୁମ୍ଭୀର ଗଣନା କରାଯିବ । ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ୪ଟି ରେଞ୍ଜରେ ସକାଳ ଏବଂ ସଂନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବ।
ମଧ୍ୟାହ୍ନ ଭୋଜନରେ ଛାତ୍ର ଛାତ୍ରୀଙ୍କୁ ୨୦୦ ML ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର। ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା । ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନ ସଶକ୍ତ କରାଯିବ । ଏଥିରେ ପାଖାପାଖି ୩୮ କୋଟି ଟଙ୍କାର ବୟ ଖର୍ଚ୍ଚ କରାଯିବ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୭୦ ପ୍ରତିଶତ ରିହାତିରେ ୨ଟି ଗାଈଲୋକଙ୍କୁ ଦେବାର ବ୍ୟବସ୍ଥା କରାଯାଇଛି । ଅର୍ଥନୈତିକ ବିକାଶ ଅର୍ଥନୈତିକକୁ ସୁଧାର କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଏହା ଦ୍ୱାରା ଓଡିଶାରେ ବିକାଶ ହେବ ଗ୍ରାମାଞ୍ଚଳ ର ବିକାଶ ହେବ । ଗିଫ୍ଟ milk ମାଧ୍ୟମରେ ୨୯ଟି ସ୍କୁଲରେ ୧୧୮୪ପିଲାଙ୍କୁ ୨୦୦ ଗ୍ରାମର କ୍ଷୀର ଦେବାର କାଲି ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ପିଲା ମାନଙ୍କ ପୋଷଣରେ ଭିଟାମିନ ରହିବା ପାଇଁ ଏପରି ଅନେକ ବ୍ୟବସ୍ଥା…









