Author: sanitelevision

ମହାକୁମ୍ଭ ପାଇଁ ଉତ୍ତରପ୍ରଦେଶର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରୟାଗରାଜକୁ ସଂଯୋଗ କରୁଥିବା ୭ଟି ରାସ୍ତାରେ ଏବଂ ଆଖପାଖର ୮ଟି ଜିଲ୍ଲାକୁ ଯାତାୟାତ କରୁଥିବା ଯାନବାହାନ ଏବଂ ଲୋକଙ୍କ ଯାଞ୍ଚ ପାଇଁ ୧୦୨ଟି ପୁଲିସ ପୋଷ୍ଟ ସ୍ଥାପନା କରାଯାଇଛି।ପ୍ରୟାଗରାଜର ସୁରକ୍ଷା ବ୍ୟବସ୍ଥା ପାଇଁ ମୋଟ ୧୦୨୬ ଜଣ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥିରେ ୭୧ ଜଣ ଇନ୍ସପେକ୍ଟର, ୨୩୪ ଜଣ ସବ-ଇନ୍ସପେକ୍ଟର, ୬୪୫ ଜଣ କନଷ୍ଟେବଳ ଏବଂ ହେଡ୍ କନଷ୍ଟେବଳ ଏବଂ ୭୬ ଜଣ ମହିଳା କନଷ୍ଟେବଳ ଅନ୍ତର୍ଭୁକ୍ତ ରହିଛନ୍ତି।ଜଳରେ ଯାତ୍ରା କରୁଥିବା ଏବଂ ସ୍ନାନ କରୁଥିବା ତୀର୍ଥଯାତ୍ରୀମାନଙ୍କୁ ତୁରନ୍ତ ସହାୟତା ଯୋଗାଇବା ଏବଂ ସୁରକ୍ଷା ବୃଦ୍ଧି କରିବା ପାଇଁ ଏହି ଭାସମାନ ପୋଷ୍ଟକୁ ଅସ୍ଥାୟୀ ଭାବରେ ସ୍ଥାପନ କରାଯାଇଛି। ଏହି ପୁଲିସ ଟିମକୁ ମୁଖ୍ୟତଃ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ସକ୍ରିୟ ହୋଇ ଆଇନ ଶୃଙ୍ଖଳା ବଜାୟ ରଖିବାର ଦାୟିତ୍ୱ ଦିଆଯାଇଛି।

Read More

ଅମଳ ପରବର୍ତ୍ତୀ ଫସଲ କ୍ଷତି ଆକଳନ କାର୍ଯ୍ୟ ଶେଷ ହୋଇଛି । ସୋମବାର ସୁଦ୍ଧା ପ୍ରାୟ ୧ ଲକ୍ଷ କ୍ଷତିଗ୍ରସ୍ତ ପ୍ଲଟ ବାବଦକୁ ମୋଟ ୨୧ କୋଟି ୯୬ ଲକ୍ଷ ଟଙ୍କା କ୍ଷତିପୂରଣ ସିଧାସଳଖ ଚାଷୀମାନଙ୍କର ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି । ବୀମା କମ୍ପାନୀମାନଙ୍କ ପକ୍ଷରୁ ଏହି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ସୂଚାରୁ ରୂପେ ଜାରି ରହିଛି ।ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ହୋଇଥିବା ପଞ୍ଜୀକୃତ ଚାଷୀ ଫସଲବୀମା ପୋର୍ଟାଲରେ ମୋଟ ୨,୦୦,୭୨୯ଟି ପ୍ଲଟରେ କ୍ଷତି ହୋଇଥିବାର ଆବେଦନ କରିଥିଲେ । ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୭,୯୬୯ ସଂଖ୍ୟକ ଆବେଦନ ପତ୍ର ମିଳିଥିବା ବେଳେ ଗଞ୍ଜାମ ସମେତ ଗଜପତି, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ, କଟକ,ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାରୁ ମୋଟ ୧,୬୨,୯୭୨ ସଂଖ୍ୟକ ଆବେଦନ ପତ୍ର ମିଳିଥିଲା ।ଏହି ସମସ୍ତ ଆବେଦନକୁ ଭିତ୍ତି କରି ତୁରନ୍ତ କ୍ଷେତ୍ରୀୟ ସ୍ତରରେ ଫସଲ କ୍ଷତି ଆକଳନ କାର୍ଯ୍ୟ ତୁରନ୍ତ ଶେଷ…

Read More

ମକର ସଂକ୍ରାନ୍ତି ପୂର୍ବରୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଗୁଡି ଉଡ଼ା। ଗୁଡି ଉଡ଼ା ସମୟରେ ଘଟୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଟକ କମିଶନରେଟ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି। ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ମାଞ୍ଜା ସୂତା ବିକ୍ରି କିମ୍ବା ସୂତାରେ ଗୁଡ଼ି ଉଡ଼ାଇଲେ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା । ବିପୁଳ ପରିମାଣରେ ବେଆଇନ ସୂତା ଜବତ୍ କରାଯାଇଛି। କିଛି ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଛି। ଅନ୍ୟପଟେ ଆଜି ମଧ୍ୟ କଟକ ରାଜେନ୍ଦ୍ରନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ବେକରେ ମାଞ୍ଜା ସୂତା ଲାଗିବାରୁ ସେ ଆହତ ହୋଇଛନ୍ତି । ତାଙ୍କ ବେକ ଓ ହାତରେ ଗୁଡି ସୂତା ଲାଗିଛି।

Read More

ମକର ସଂକ୍ରାନ୍ତି ହେଉଛି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରିଥାନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହି ପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତର ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ୟ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ୟ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ମକର ସଂକ୍ରାନ୍ତି ପାଇଁ ଆଜି ଘରେ ଘରେ ପ୍ରସ୍ତୁତ ହେଉଛି ମକର ଚାଉଳ। ଲୋକମାନେ ଘରେ ମିଭିନ୍ନଏହି ମକର ଚାଉଳକୁ ଠାକୁରଙ୍କ ପାଖରେ ଭୋଗ ଲଗାଇବା ସହ ମନ୍ଦିର ମାନଙ୍କରେ ମଧ୍ୟ ସ୍ବତନ୍ତ୍ର ଆୟୋଜନ କରାଯାଉଛି । ମକର ସଂକ୍ରାନ୍ତି ସମୟରେ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ ।…

Read More

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରା ଆଥଲେଟ୍ ପାୟଲ ନାଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସ‌ରେ କହିଛନ୍ତି, ନିଜର କଠିନ ପରିଶ୍ରମ ବଳରେ ଷଷ୍ଠ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ବିଜେତା ଓଡ଼ିଶାର ଗର୍ବ। ସୂଚନାମୁତାବକ ମୁରିବାହାଲ ବ୍ଲକ ବାନ୍ଧୁପଲା ପଞ୍ଚାୟତ ଯମୁନାବହାଲ ଗାଁର ପାୟଲ ନାଗ । ଯାହାଙ୍କ ସାମ୍ନାରେ ହାର ମାନିଛି ଅକ୍ଷମତା । ରାଜସ୍ଥାନର ଜୟପୁରରେ ହେଉଥିବା ଜାତୀୟ ତୀରନ୍ଦାଜର ଖେଳରେ ସେ ପାଇଛନ୍ତି ଗୋଲ୍ଡ ମେଡାଲ । ପାୟଲ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ, ନିଜ ପରିବାର ନିଜ ପେଟ ପାଟଣା ପାଇଁ ସେ ଦାଦନ ଖଟିବାକୁ ଯାଉଥିଲେ । ତେବେ ୨୦୧୫ ମସିହା ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା । ପାୟଲ ତାଙ୍କ ପରିବାର ସହ ଛତିଶଗଡକୁ ଦାଦନ ଖଟି ଯାଇଥିଲେ । ସେହି ସମୟରେ ସେଠାରେ ଖେଳୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ପାୟଲ…

Read More

ଖୋଲୁଛି ବଣ୍ଟି-ବବଲିଙ୍କ କଳାସାମ୍ରାଜ୍ୟ ଗୁମର । ଗାଙ୍ଗୁରାମ ଦୋକାନରୁ କୋଟିପତି ଅନିଲ । ଅନିଲଙ୍କ ଘର ୟୁନିଟ-୮ରେ। ସେ ଦୁଇ ଭାଇଙ୍କ ସହ ମିଶି ଗାଙ୍ଗୁରାମ ଦୋକାନ କରିଥିଲେ । ପରେ ଏକ ତେଜରାତି ଦୋକାନ ଖୋଲିଥିଲେ। ଏସବୁ ବ୍ୟବସାୟ ବନ୍ଦ କରି ଏକ ଖଣି କମ୍ପାନୀରେ ଚାକିରି କରିଥିଲେ।ହଂସିତାଙ୍କ ସଂସ୍ପର୍ଶରେ ଆସିବା ପରେ ସେ ଘର ଛାଡି ପଟିଆ ଅଞ୍ଚଳରେ ଥିବା ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ରହୁଥିଲେ। ମାତ୍ର ୨ ବର୍ଷ ଭିତରେ କୋଟି କୋଟି ଟଙ୍କାର ମାଲିକ ହୋଇଯାଇଥିଲେ ଅନିଲ ଓ ହଂସିତା । ଏହା ପଛରେ କିଛି ରାଜନେତାଙ୍କ ଆଶୀର୍ବାଦ ଥିବା ଚର୍ଚ୍ଚା ହେଉଛି। ତେବେ ଆଜି ମାମଲାରେ କେସ୍ ଡାଏରି ଦାଖଲ ହୋଇପାରି ନାହିଁ । କେସ୍ ଡାଏରିରେ ବିଳମ୍ବ ପାଇଁ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି। ଆସନ୍ତା ୧୬ ତାରିଖରେ ଏହାର ଶୁଣାଣି ହେବ । ସୋମବାର ଜାମିନ ଆବେଦନ ଶୁଣାଣି ପାଇଁ ଦିନ…

Read More

ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଓ ସହର । ବିଭିନ୍ନ ଦୋକାନ ବଜାର ଓ ରାସ୍ତାକଡ଼ରେ ବିକ୍ରି ହେଲାଣି ଗୁଡ଼ି। ମକରରେ ଗୁଡ଼ି ଉଡ଼ାଇବାର ଖୁସି ବିଶେଷକରି ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳେ। ବିଭିନ୍ନ ନଦୀପଠା, ଖେଳ ପଡ଼ିଆ ଓ ଛାତ ଉପରେ ଗୁଡ଼ି ଉଡ଼ାଇବାର ଦୃଶ୍ୟ ମଧ୍ୟ ଏହି ସମୟରେ ପରିଲକ୍ଷିତ ହୋଇଥାଏ। ଶୀତ ଦିନ ଆସିଲେ ନଟେଇ ଖୋଜା ପଡେ । ବଜାରରୁ ସୂତା କିଣି ଆଣି ମାଞ୍ଜା ପକାଯାଏ । ଆଉ ଭଳିକି ଭଳି ଗୁଡି ଆଣି ଆକାଶକୁ ଛାଡି ଦିଆଯାଏ । ପୌରାଣିକ ମତ ଅନୁଯାୟୀ ଭଗବାନ ଶ୍ରୀ ରାମଚନ୍ଦ୍ର ମକର ସଂକ୍ରାନ୍ତିରେ ଗୁଡି ଉଡାଇଥିଲେ। ସେହି ଗୁଡି ଇନ୍ଦ୍ରଲୋକରେ ପହଞ୍ଚିଥିଲା ବୋଲି ତାମିଲର ତନ୍ଦନାନ୍ ରାମାୟଣରେ ଉଲ୍ଲେଖ ରହିଛି। କୁହାଯାଏ ସେହି କାଳରୁ ଗୁଡି ଉଡାଇବାର ପରମ୍ପରା ଆରମ୍ଭ ହୋଇଛି। ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ,…

Read More

ବିଶ୍ବର ଅନ୍ୟତମ ବୃହତ ଧାର୍ମିକ ସମାବେଶ ମହାକୁମ୍ଭ ମେଳା। ଏହାକୁ ମାନବ ଜାତିର ସବୁଠୁ ବଡ଼ ସାଂସ୍କୃତିକ ସମାଗମ ବୋଲି ମଧ୍ୟ ବିଶ୍ବାସ କରାଯାଏ। ଆଜି ପୌଷ ପୂର୍ଣ୍ଣିମା ଉପଲକ୍ଷେ ଥିଲା ପ୍ରଥମ ସ୍ନାନ । ପ୍ରଥମ ଦିନରେ ହିଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ପ୍ରଥମ ଦିନରେ ପ୍ରାୟ ୧ କୋଟି ଲୋକ ସ୍ନାନ କରିଛନ୍ତି । ତେବେ ପ୍ରଥମ ସାହୀ ସ୍ନାନ ଆସନ୍ତା କାଲି ଅର୍ଥାତ ମକର ସଂକ୍ରାନ୍ତି ଉପଲକ୍ଷେ ଅନୁଷ୍ଠିତ ହେବ । ଏହା ଭିତରେ ମହାକୁମ୍ଭ ମେଳା ପାଇଁ ଉତ୍ସବର ମାହୋଲ ବେଳେ ହରିଦ୍ବାରରୁ ଆସିଛି ଏକ ଦୁଖଃଦ ଖବର । ହରିଦ୍ବାରର ପ୍ରସଦ୍ଧ ଜୁନା ଅଖାଡାର ଜଣେ ସନ୍ଥ ଆତ୍ମହତ୍ୟା କରିଛନ୍ତି । ସନ୍ଥଙ୍କର ନାଁ ହେଉଛି ସୁରେଶଆନନ୍ଦ ଏବଂ ତାଙ୍କ ବୟସ ୭୦ ହେବ ବୋଲି ଜଣାପଡିଛି । ଜୁନା ଆଖାଡା ନିକଟରେ ଥିବା ଏକ ଘରେ ସେ ବିଗତ…

Read More

କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ” ଓଡ଼ିଶାରେ IT ପ୍ରଫେସନାଲଙ୍କର ଅଭାବ ନାହିଁ । ଓଡ଼ିଶାକୁ ଆଗାମୀ ଦିନରେ ଏକ ବଡ଼ IT ହବ୍‌ କରିବା ଲକ୍ଷ୍ୟ ରଖାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ସହ ଆଲୋଚନା ହୋଇଛି । ” ସେ ଆହୁରି କହିଛନ୍ତି ବର୍ତ୍ତମାନ 4 ଶିକ୍ଷାନୁଷ୍ଠାନରେ ସେମି କଣ୍ଡକ୍ଟର ଶିକ୍ଷା ଆରମ୍ଭ ହୋଇଥିବା ବେଳେ ଆଉ ୫ଟି କଲେଜରେ ସେମି କଣ୍ଡକ୍ଟର ଶିକ୍ଷା ପାଇଁ ପ୍ରସ୍ତାବ ଦେଉଛି । ଓଡ଼ିଶାରେ ରେଳ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ବିକାଶ ଜାରି ରହିଛି । ବର୍ତ୍ତମାନ ୭୩ ହଜାର କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ଚାଲିଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

Read More

ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନା ନେଇ କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡାଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷର ହୋଇଛି । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ମଧ୍ୟ ଉପସ୍ଥିତ ରହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେବା ସହ କହିଛନ୍ତି, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଏମଓୟୁ । ୧.୩ କୋଟି ପରିବାରକୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ । ୱାନ ନେସନ୍ ୱାନ୍ ହେଲଥ କାର୍ଡ ଯୋଜନାର ପରିସରଭୁକ୍ତ । ୩୦ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ରହିବ । ଓଡ଼ିଶାରେ ଆୟୁଷ୍ମାନ ଲାଗୁ ହେଲେ ରାଜ୍ୟ ପ୍ରାୟ ସାଢ଼େ ତିନି କୋଟି ଲୋକ ଉପକୃତ ହେବେ। ଆୟୁଷ୍ମାନ ପିଏମ୍ ଜନ ଆରୋଗ୍ୟ ଯୋଜନାରେ ପ୍ରତି ଯୋଗ୍ୟ ପରିବାର ସ୍ବାସ୍ଥ୍ୟ…

Read More