ଓଡ଼ିଶାରେ ବ୍ୟାପିଲାଣି ପାରଭୋ ଭାଇରସ୍ । କରୋନା, ବ୍ଲାଡ ଫ୍ଲୁ ଭଳି ଏହା ଚିନ୍ତା ବଢ଼ାଇଛି ।ଏହି ରୋଗ ଏବେ ଗୃହପାଳିତ ପ୍ରାଣୀଙ୍କୁ ବିପଦରେ ପକାଇଛି । ଫଳରେ ଗୃହକର୍ତ୍ତାମାନେ ନିଜ ନିଜର ପୋଷା ଜୀବଜନ୍ତୁଙ୍କୁ ନେଇ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଧାଡ଼ି ଲଗାଇଛନ୍ତି । ଏହିଭଳି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି |ଏହି ରୋଗ ହେଲେ ପଶୁପକ୍ଷୀଙ୍କୁ ଜ୍ୱର, ଥଣ୍ଡା, ବାନ୍ତି, ଝାଡ଼ା ଏବଂ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ନାହିଁ । କୁକୁର, ବିଲେଇ ପରି ଜୀବଙ୍କୁ ଏହି ରୋଗ ଗ୍ରାସ କରୁଛି । ଫଳରେ ଏମାନେ ମୃତୁ୍ୟବରଣ କରୁଛନ୍ତି । ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟାର ପ୍ରାଣୀପ୍ରେମୀ ବିଜୟଲକ୍ଷ୍ମୀ ପାଣି ଗତ ବର୍ଷ ପାରଭୋ ଭାଇରସ୍ ତାଙ୍କର ୨୦ ବିଲେଇ ମଧ୍ୟରୁ ୧୧ଟି ବିଲେଇକୁ ଦୁଃଖଦ ଭାବରେ ହରାଇ ଦେଇଥିଲେ। “ବଜାରରୁ ଟିକା କିଣିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ,” ସେ ସରକାରଙ୍କ ହସ୍ତକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି…
Author: sanitelevision
ବରଗଡ଼ ଜିଲ୍ଲା ଅତାବିରା ଥାନା ଅଂଚଳରେ ଏକ ଅଭାବନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି। ୩୬ ବର୍ଷୀୟ ବାପା ନିଜ ଜନ୍ମ କଲା ୧୨ ବର୍ଷିୟା ଝିଅକୁ ଦୁଷ୍କର୍ମ କରିବା ଭଳି ଘଟଣା ଦେଖିବାକୁ ମିଳିଛି।ପୀଡିତାଙ୍କ ମାଆଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବିରୋଧରେ ଅତାବିରା ଥାନାରେ ଏକ ମାମଲା ରୁଜୁ କରାଯାଇଛି।ରିପୋର୍ଟ ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ‘ବିବାଦ’ ହେତୁ ଅଭିଯୁକ୍ତଙ୍କ ସ୍ତ୍ରୀ ସମ୍ବଲପୁର ଜିଲାରେ ତାଙ୍କ ବାପାମାଙ୍କ ଘରେ ଅଲଗା ରୁହନ୍ତି। ବେଳେ ବେଳେ ୧୨ ବର୍ଷୀୟ ଝିଅ ଏବଂ ୧୦ ବର୍ଷୀୟ ପୁଅକୁ ଭେଟିବା ପାଇଁ ବେଳେ ବେଳେ ଅତାବିରାରେ ତାଙ୍କ ସ୍ୱାମୀଙ୍କ ଘରକୁ ଆସୁଥିଲେ।ବୁଧବାର ରାତିରେ ବାପ ନିଜ ଝିଅକୁ ଦୁଷ୍କର୍ମ କରିଥିଲେ। ଗୁରୁବାର ସକାଳେ ଝିଅ ନିଜ ମା’କୁ ଫୋନରେ ସବୁ କଥା କହିବା ପରେ ସ୍ତ୍ରୀ ଗାଁକୁ ଆସି ପରେ ଥାନାରେ ଅଭିଯୋଗ କରିଥିଲେ। ଅତାବିରା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ଓ…
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟ ସରକାର ଆଜି ପ୍ରାକ୍ ବଜେଟ୍ ବୈଠକ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଆଗାମୀ ଆର୍ଥିକ ବର୍ଷରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ବ୍ୟବସାୟ ଆଦି ପ୍ରମୁଖ ଦିନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତିଦେଢ଼ ଲକ୍ଷ ନିଯୁକ୍ତି ନେଇ ସରକାର ପ୍ରତିଶ୍ରୁତି ରଖିଥିଲେ । ଚଳିତ ବର୍ଷ ସରକାର ୪୦ ହଜାର ନିଯୁକ୍ତି ଦେବେ । ବିଶେଷକରି IT, ପେଟ୍ରୋ କେମିକାଲ୍ସ, ଆଗ୍ରୋ ଇଣ୍ଡିଷ୍ଟ୍ରିକୁ ଗୁରୁତ୍ବ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । | ତେବେ ପୂର୍ବତନ ଅର୍ଥ ମନ୍ତ୍ରୀ ଓ ଅର୍ଥ ବିଶେଷଜ୍ଞ ବଜେଟ ନେଇ ପରାମର୍ଶ ଦେଇଛନ୍ତି । ସଦସ୍ୟମାନେ ବହୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଜାନୁଆରୀ ୩୧ ପର୍ଯ୍ୟନ୍ତ ସମସ୍ତେ ମତାମତ ଦେଇ…
ଫେବୃଆରୀ ୨ରୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ । ଫେବୃଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍ ଅନୁଷ୍ଠିତ ହେବ ।ଫେବୃଆରୀ ୬,୭.୮ରେ ହେବ ଅଫଲାଇନ୍ ଟିକେଟ ବିକ୍ରି ।କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ-ଇଂଲଣ୍ଡ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ଏକ ଗ୍ୟାଲେରି ଟିକେଟ କିଣିଛନ୍ତି। ଟିକେଟର ମୂଲ୍ୟ ସେ ଡିଜିଟାଲ ମୋଡ୍ରେ ପ୍ରଦାନ କରିଛନ୍ତି। ଏହି ଅବସରରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ ଆପେକ୍ସ କାଉନ୍ସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।ସେହିଭଳି ବାରବାଟୀ ଷ୍ଟାଡିୟମ୍ରେ ସ୍ଥିତି ପରଖିଛନ୍ତି କଟକ ଡିସିପି । ଯେହେତୁ ଆସନ୍ତା ୨୮/୨୯ ତାରିଖରେ ଓସିଏ ଅନୁବନ୍ଧିତ କ୍ଲବ୍ ମାନଙ୍କୁ ଟିକେଟ୍ ଦିଆଯିବ ଏବଂ ୬ ଓ ୭ ତାରିଖରେ ସାଧାରଣ ଲୋକଙ୍କୁ ଟିକେଟ୍ ବିକ୍ରି ହେବ । ତେଣୁ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଜୋର ଦେଇଛି ପୋଲିସ । ଖାସ୍କରି କେତୋଟି କାଉଣ୍ଟର ହେବ, ସେଥିରେ କେତେ ଟିକେଟ୍ ଉପଲବ୍ଧ…
ହଂସିତା-ଅନିଲ ଗିରଫ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ପୁଣି ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା-ଅନିଲ । ଯୁବତୀ ଚାଲାଣ କରିଥିବା ନେଇ ତଥ୍ୟ ପାଇଛି ପୋଲିସ । ଏନେଇ ପୋଲିସ ଖୋଳତାଡ଼ କରିବ । ଝାଡ଼ଖଣ୍ଡରୁ କଲଗାର୍ଲ୍ ଆଣି କାହାକୁ ଯୋଗାଇଥିଲେ ହଂସିତା, ତାର ଛାନଭିନ କରିବ କମିଶନରେଟ ପୋଲିସ । ଗତ ଜାନୁଆରୀ ୧୯ ତାରିଖରେ ଇନଫୋସିଟି ଥାନାରେ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ର ଇନ୍ସପେକ୍ଟର ତଥା ତଦନ୍ତକାରୀ ଅଧିକାରୀ ଏମ୍.କେ ଦାସ ଏକ ଏତଲା ଦେଇଥିଲେ । ଏତଲାରେ ହଂସିତା ଦେଶ-ବିଦେଶରୁ ଯୁବତୀଙ୍କୁ ଆଣି ନେତା, ଖଣି ବ୍ୟବସାୟୀ ଓ ବଡ଼ ବଡ଼ ଅଧିକାରୀମାନଙ୍କ ପାଖକୁ ପଠାଉଥିବା ଅଭିଯୋଗ କରିଥିଲେ । ସେହି ଯୁବତୀଙ୍କ ଜରିଆରେ ବଡ ବଡ ଲୋକଙ୍କ ସହ ଅନ୍ତରଙ୍ଗ ସମୟର ଫଟୋ ସଂଗ୍ରହ କରୁଥିଲେ ହଂସିତା । ତା’ପରେ ସେ ଫଟୋ ଜରିଆରେ ବ୍ଲାକ୍…
ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଆବାସ ଘର । କୌଣସି ବି ହିତାଧିକାରୀ ଏଥିରୁ ବଞ୍ଚିତ ହେବେ ନାହିଁ । ଆବାସ ପ୍ଲସ ମୋବାଇଲ୍ ଆପ୍ ଜରିଆରେ ସର୍ଭେ କରାଯିବ । ପିପିଲିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ଆରମ୍ଭ କରି ଏପରି କହିଲେ ମନ୍ତ୍ରୀ ରବିନାରାୟଣ ନାୟକ। ମନ୍ତ୍ରୀ କହିଛନ୍ତି, ଯୋଗ୍ୟତାର ମାନ କୋହଳ କରାଯାଇଛି । ରେଫ୍ରିଜରେଟର, ୨ ଚକିଆ ଯାନ, ଲ୍ୟାଣ୍ଡଲାଇନ ଥିଲେ ପ୍ରତିବନ୍ଧକ ନାହିଁ। ମାସିକ ୧୫ ହଜାରରୁ କମ ଆୟ ପରିବାର ସାମିଲ ହୋଇପାରିବେ। ନିଜ ମୋବାଇଲରେ ଆବାସ ପ୍ଲସ ଆପ୍ରେ ଜଣାଇବାକୁ ଅପିଲ କରିଛନ୍ତି ମନ୍ତ୍ରୀ।
ମହିଳାଙ୍କ ପାଇଁ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବାଲ୍ୟ ବିବାହ ରୋକିବା ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ସହିତ ପିଲାଙ୍କ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯିବାକୁ ସ୍ଥିର ହୋଇଛି।ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ସେମାନଙ୍କ ପାଠ୍ୟକ୍ରମରେ ବାଲ୍ୟ ବିବାହ ଉପରେ ଏକ ବିଷୟ ଅନ୍ତର୍ଭୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଛି।ପ୍ରସ୍ତାବିତ ଯୋଜନା ଅନୁସାରେ ଏଣିକି ସବୁ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଞ୍ଚାୟତସ୍ତରରେ ବାଲ୍ୟ ବିବାହ ନିଷେଧ ଅଧିକାରୀ(ସିଏମ୍ପିଓ) ଭାବେ କାର୍ଯ୍ୟ କରିବେ। ସେମାନେ ମହିଳା ହେଲ୍ପଲାଇନ ନମ୍ବର ୧୮୧, ଚାଇଲ୍ଡ ହେଲ୍ପଲାଇନ ୧୦୯୧, ପୁଲିସ ହେଲ୍ପଲାଇନ ୧୧୨ ଏବଂ ସୁଭଦ୍ରା ହେଲ୍ପଲାଇନ ୧୪୬୭୮ର ୱାଲ୍ ପେଣ୍ଟିଂ କରିବା ସହିତ ପଞ୍ଚାୟତ କାର୍ଯ୍ୟାଳୟର ପ୍ରମୁଖ ସ୍ଥାନରେ ଏସବୁ ପ୍ରଦର୍ଶନର ସୁବିଧା କରାଇବେ। ପର୍ଯ୍ୟଟନସ୍ଥଳୀରେ ମହିଳାଙ୍କ ସୁରକ୍ଷା କଡ଼ାକଡ଼ି କରାଯିବା ସହିତ ଯାତ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକରେ…
ଆଜିଠୁ ଆବାସ ସର୍ଭେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ଆଜିଠୁ ଆରମ୍ଭ ହେବ ଆବାସ ସର୍ଭେ। ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର। ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଜରିଆରେ ସର୍ଭେ ହେବ। ଉଭୟ ଅଫ୍ଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ।ଏଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଯୋଗ୍ୟତା ମାପଦଣ୍ଡରେ କୋହଳ କରିଛନ୍ତି ସରକାର। ପୂର୍ବରୁ ଥିବା ହିତାଧିକାରୀଙ୍କ ପରିବାରର ମାସିକ ଆୟ ସୀମା ୧୦ ହଜାରରୁ ୧୫ ହଜାର କରାଯାଇଛି।ମାନେ ପରିବାରର ମାସିକ ଆୟ ୧୫ ହଜାର ଟଙ୍କା ଥିଲେ PMAY ପାଇଁ ଯୋଗ୍ୟ ବିବେଚିତ ହେବେ। ଦୁଇ ଚକିଆ ଯାନ, ଫ୍ରିଜ, ଲ୍ୟାଣ୍ଡ ଫୋନ ଥିଲେ ବି PMAY ପାଇଁ ଯୋଗ୍ୟ ବିବେଚିତ ହେବେ। ତେବେ ଦେଢ଼ରୁ ୨ ମାସ ଚାଲିବ ଆବାସ ସର୍ଭେ। ଆବେଦନକରୀ ମାନେ ପଞ୍ଚାୟତ ଗୁଡିକରେ ଅଫଲାଇନରେ ଆବେଦନ କରିପାରିବେ କିମ୍ଭା ଅନଲାଇନରେ ମଧ୍ୟ ଆବେଦନ…
ପୁଣି କ୍ରିକେଟ୍ ଜଗତରୁ ଆସିଲା ନିରାଶର ଖବର । ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ପ୍ରସିଦ୍ଧ ଖେଳାଳି ବିରେନ୍ଦ୍ର ସେହୱାଗଙ୍କ ସହ ଜଡ଼ିତ ଏକ ବଡ଼ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି । ସେହ୍ବାଗ-ଆରତୀ ପରସ୍ପରଠାରୁ ଏକ ବର୍ଷ ଧରି ଅଲଗା ରହୁଛନ୍ତି। ଏବେ ଦୁହେଁ ଦୁହିଁଙ୍କୁ ସୋସିଆଲ ମିଡିଆରେ ଅନ୍ଫଲୋ କରିଦେଇଛନ୍ତି। ଦେଖିବାକୁ ଗଲେ ସେହ୍ବାଗ ନିଜର ପାରିବାରିକ ଜୀବନକୁ ଗଣମାଧ୍ୟମଠାରୁ ଦୂରରେ ରଖିଥାନ୍ତି। କେବଳ କୌଣସି ଉତ୍ସବ ହେଲେ ପରିବାର ସହ ସେ ଫଟୋ ଶେୟାର କରିଥାନ୍ତି। ଗତ ବର୍ଷ ଦୀପାବଳି ଅବସରରେ ସେ ମା’ ଏବଂ ବଡ଼ ପୁଅ ଆର୍ଯ୍ୟବୀରଙ୍କ ସହ ଫଟୋ ଶେୟାର କରିଥିଲେ। ସେଥିରେ ପତ୍ନୀ ଆରତୀ ଏବଂ ସାନ ପୁଅ ବେଦାନ୍ତ ନଜର ଆସି ନ ଥିଲା। ଏହାପରଠାରୁ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିବା କୁହାଯାଉଥିଲା। ଏବେ ଆରତୀ ସେହ୍ବାଗଙ୍କୁ ଅନଫଲୋ କରିବା ପରେ ଏଭଳି ଚର୍ଚ୍ଚା ବଢ଼ିଛି। ବିରେନ୍ଦ୍ର ସେହ୍ବାଗ ପତ୍ନୀ…
ପ୍ରଖ୍ୟାତ ଓଡ଼ିଆ ଯାତ୍ରା କଳାକାର ରାଣୀ ପଣ୍ଡା, ଯିଏ ତାଙ୍କ ସାମାଜିକ କାର୍ଯ୍ୟ ଏବଂ ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଜଣା, ତାଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ଆଜିକୁ ୫ ଦିନ ହେବ ମେଡିକାଲରେ ଥିଲେ । କାନ ରୋଗ ଜନିତ ସମସ୍ୟା ସହ ଶ୍ବାସ ଓ ମାନସିକ ଚାପ ପୀଡିତ ଥିଲେ ବୋଲି ସୂଚନା । ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ରାଣୀଙ୍କ ଅନୁଯାୟୀ, ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଛନ୍ତି। “ମୁଁ ଏବେ ଯେପରି ଗୁରୁତର, ମୁଁ କେବେ ଏତେ ଗୁରୁତର ନଥିଲି। ପାଞ୍ଚ ଦିନ ହେଲା ମୁଁ କିଛି ସଂକ୍ରମଣରେ ପୀଡିତ,” ଅଛି ବୋଲି ସେ କହିଛନ୍ତି। ତାଙ୍କର ଏଭଳି ଦୁଃଖ ସମୟରେ ତାଙ୍କୁ ସାହାଯ୍ୟ କରିବାକୁ କିଏ ଆସିଛନ୍ତି ପଚରାଯିବାରୁ ସେ କହିଛନ୍ତି, “ମୋତେ କେହି ଭେଟିବାକୁ ଆସି ନାହାଁନ୍ତି। ଏହା…









