Author: sanitelevision

ରାସନ କାର୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଜାନୁଆରୀ ୩୧ ତାରିଖରେ କେୱାଇସି ଶେଷ ହେବ । ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ କାର୍ଡ ସରେଣ୍ଡର କରିବାକୁ ପୁଣି ଥରେ ଅପିଲ୍ କଲେ ମନ୍ତ୍ରୀ । ବୋଧେ ଭୟରେ କେୱାଇସି ପାଇଁ ଆସୁନାହାନ୍ତି । କିନ୍ତୁ ଶୀଘ୍ର ସରେଣ୍ଡର କଲେ ଭଲ । ଏଥିସହିତ ମନ୍ତ୍ରୀ ଏହା ବି ସୂଚନା ଦେଇଛନ୍ତି ଯେ, ଇ-କେଓ୍ବାଇସି ଯାଞ୍ଚ ଜାରି ରହିଥିବା ବେଳେ, ପ୍ରତି ବ୍ଲକରେ ୨୦୦ରୁ ୩୦୦ ଅଯୋଗ୍ୟ ହିତାଧିକାରୀ ବାହାରୁଛନ୍ତି । ଉକ୍ତ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି କରିବା ଆସୁ ନାହାଁନ୍ତି । ସେଥିରେ ଶିକ୍ଷକ, ଡାକ୍ତର, ଅଧ୍ୟାପକ ମଧ୍ୟ ରହିଛନ୍ତି । ସୁଚନା ଅନୁଯାୟୀ ଗରିବଙ୍କ ରାସନକାର୍ଡକୁ କବଜା କରି ବସିଥିବା ବଡ଼ ବଡ଼ିଆ ସରକାରୀ ଅଧିକାରୀଙ୍କୁ ପୁଣି ଥରେ ଚେତାବନୀ ଦେଇଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ…

Read More

ବାଣୀବିହାର ଛକରେ ବିକଟାଳ ହର୍ଣ୍ଣ ଟ୍ରାଫିକ ପୋଲିସ ଯାଞ୍ଚ କରୁଛି। ଏହି ଯାଞ୍ଚ ସମୟରେ ଟ୍ରାଫିକ ପୋଲିସ ବସ୍‌ରେ ଲାଗିଥିବା ପ୍ରେସର ହର୍ଣ୍ଣ କାଢିଛି। ଏଥିସହ ବାଇକରେ ଲାଗିଥିବା ମୋଡିଫାଏଡ୍ ହର୍ଣ୍ଣର ମଧ୍ୟ ଯାଞ୍ଚ କରୁଛି ଟ୍ରାଫିକ୍ ପୋଲିସ। ଏପରି ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କମିଶନରେଟ ପୋଲିସ ।ଛକ ଛକରେ ଜଗଛି ପୋଲିସ୍ । କେଉଁ ସମୟରେ ବି ଝାମ୍ପି ନେବ ପୋଲିସ । ତେଣୁ ରୁହନ୍ତୁ ସର୍ତକ ରାସ୍ତାରେ ବିକଟାଳ ଶଦ୍ଦ କରି ଗାଡି ଚଲାଉଥିଲେ ହୋଇଯାଆନ୍ତୁ ସାବଧାନ , ଏଥିପାଇଁ କମିଶନରେଟ୍ ପୁଲିସ ସ୍ପେଶାଲ ଡ୍ରାଇଭ୍ ଚଳାଇଛି ।ସୂଚନାଯୋଗ୍ୟ ଯେ, କଟକରେ ବୁଧବାର ଦିନ କଟକର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା କମିଶନରେଟ୍‌ ପୋଲିସ । ଏହି ଚଢାଉରେ ୧୨୦ରୁ ଅଧିକ ବସ୍‌ ଅଟକାଇ ଯାଞ୍ଚ୍‌ କରାଯାଇଥିଲା । ଯାହାମଧ୍ୟରେ ୮୫ଟି ବସ୍‍ରେ ପୁଲିସ୍‌ ମଲ୍‌ଟି ଟୋନ୍‍ ହର୍ଣ୍ଣ…

Read More

ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜାଯାଇଥିବା ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଫଟୋକୁ ଆଧାର କରି ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ସ୍ବତନ୍ତ୍ର ତଦନ୍ତକାରୀ ଦଳ ଦ୍ୱାରା ୩ ଶିକାରୀଙ୍କୁ ଗିରଫ କରାଯାଇଛି। ଖବର ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟରେ ଶିକାର ପାଇଁ କିଛି ଶିକାରୀ ଉଦ୍ୟମ କରୁଥିଲେ । ଏହି ସମୟରେ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡରୁ ୩ ଶିକାରୀଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ । ସେମାନଙ୍କ ନିକଟରୁ ୨ ଟି ଦେଶୀ ବନ୍ଧୁକ,ଧନୁ ତୀର ଓ ଶିକାର ପାଇଁ ବ୍ୟବହୃତ ଫାସ ଜବତ ହୋଇଛି । ୩ ଅଭିଯୁକ୍ତ ଉଦଳା ଥାନା ଅଞ୍ଚଳର ବୋଲି ଜଣାପଡିଛି । ବନ୍ୟପ୍ରାଣୀ ସୁରକ୍ଷା ଆଇନ ଖିଲାପ କରାଯାଇଥିବା ନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ବାରିପଦା ମୁଖ୍ୟ ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଇଜଲାସକୁ ପଠାଯାଇଛି।

Read More

ସ୍ତ୍ରୀକୁ ବୀଭତ୍ସ ହତ୍ୟା କଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଲା ସ୍ବାମୀ । ପ୍ରମାଣ ଲୁଚାଇବାକୁ ଶରୀରର କଟା ଖଣ୍ଡକୁ ପ୍ରେସର କୁକରରେ ସିଝାଇଲା । ଏଭଳି ଲୋମହର୍ଷଣକାରୀ ଘଟଣା ହାଇଦ୍ରାବାଦ ସହରରେ ଦେଖିବାକୁ ମିଳିଛି । ଅଭିଯୁକ୍ତଶରୀରର ଅଂଶଗୁଡ଼ିକୁ ରାନ୍ଧି ମୀରପେଟ ହ୍ରଦରେ ଫିଙ୍ଗି ଦେଇଥିଲେ। କୁହାଯାଉଛି ଯେ, ସେ ଏସବୁ କରିଥିଲେ କାରଣ ମୃତଦେହକୁ ନଷ୍ଟ କରିବା ସହଜ ହେବ ଏବଂ କେହି ତାଙ୍କୁ ସନ୍ଦେହ କରିବେ ନାହିଁ। ତଥାପି, ପୋଲିସ ଏହି ଅଭିଯୋଗଗୁଡ଼ିକର ତଦନ୍ତ କରୁଛି।ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୪୫ ବର୍ଷୀୟ ଗୁରୁ ମୂର୍ତ୍ତି ନାମକ ବ୍ୟକ୍ତି ନିଜ ୩୫ ବର୍ଷୀୟା ପତ୍ନୀ ଭେଙ୍କଟା ମାଧବୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଆଉ ପୋଲିସ ଜେରାବେଳେ ସବୁ କଥା ସ୍ବୀକାର କରିଛନ୍ତି ଗୁରୁ ମୂର୍ତ୍ତି ।ମୃତ ମହିଳାଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ଜାନୁଆରୀ ୧୬ରେ…

Read More

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ପ୍ରସଙ୍ଗକୁ ନେଇ ଏବେ ମୁଖ୍ୟ ପ୍ରଶାସକଙ୍କୁ ଜବାବ ମାଗିଛନ୍ତି, ହାଇକୋର୍ଟ । ହ୍ବିଲ ଚେୟାର ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଦାୟର ଜନସ୍ବାର୍ଥ ମାମଲା ଉପରେ ଶୁଣାଣି କରି କିଛି ଏପରି କହିଛନ୍ତି କୋର୍ଟ ।ଫେବ୍ରୁଆରି ୧୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ତେବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ, ବିଶେଷ କରି ଯେଉଁମାନେ ହ୍ବିଲ୍ ଚେୟାର ବ୍ୟବହାର କରୁଛନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଯାହାକୁ କାର୍ଯ୍ୟକାରୀ ନକରାଯିବାରୁ ଏହାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଏହାକୁ ଅତି ଗୁରୁତ୍ବର ସହ ନେଇ, ଏହି ମାମଲାରେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିବା ସହିତ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ…

Read More

ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଓଡିଶା ସରକାର ପଦୋନ୍ନତି ଦେଇଛନ୍ତି । ୧୯୯୫ ବ୍ୟାଚର ଆଇଏଏସ ଅଧିକାରୀ ଶ୍ରୀ ଶର୍ମାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ପଦୋନ୍ନତି ମିଳିଛି ।ଏହି ପଦୋନ୍ନତି ପରେ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀ ଶର୍ମା ଏବେ ଗୁରୁତ୍ୱପୂର୍ଣ ଶିଳ୍ପ ବିଭାଗ ସହ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ୧୯୯୫ ବ୍ୟାଚର ଏହି ଓଡିଶା କ୍ୟାଡର ବରିଷ୍ଠ ଆଇଏଏସ ଅଧିକାରୀ ରାଜ୍ୟରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ଲୋକଙ୍କ ପାଖରେ ବେଶ ପ୍ରଶଂସା ସାଉଁଟି ଥିଲେ । ପରବର୍ତ୍ତୀ ସମୟରେ ଶକ୍ତି ବିଭାଗ,ସୂଚନା ଓ ଲୋକ ସମ୍ପର୍କ ବିଭାଗ,ଏମଏସଏମଇ ବିଭାଗ ଏବଂ ଶିଳ୍ପ ବିଭାଗରେ ସଚିବ ତଥା ପ୍ରମୁଖ ଶାସନ ସଚିବ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି ।

Read More

ରାଜ୍ୟରେ କମିଛି ଶୀତ କିନ୍ତୁ କଲବଲ କରୁଛି କୁହୁଡି। ଆଜି ସକାଳୁ ସକାଳୁ ଟ୍ଵିନସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଏପରିକି ଦୃଶ୍ୟମାନ ଦୂରତା ୧୦ ରୁ ୨୦ ମିଟର ରହିଛି । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସ୍ୱାଭାବିକଠାରୁ ସାଢ଼େ ୫ ଡିଗ୍ରୀ ଉପରକୁ ଡେଇଁ ବୁଧବାର କୋରାପୁଟରେ ଦିନ ତାପମାତ୍ରା ୩୩.୨ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି । ଜାନୁଆରୀ ମାସରେ କୋରାପୁଟରେ କେବେ ଏମିତି ଗରମ ଅନୁଭବ ହୋଇନଥିଲା । ଏହାପୂର୍ବରୁ ୨୦୦୯ ଜାନୁଆରୀ ୩୧ରେ କୋରାପୁଟରେ ସର୍ବୋଚ୍ଚ ତାତ ଥିଲା ୩୩ ଡିଗ୍ରୀ । ଏଥର ଜାନୁଆରୀର ସବୁ ତାତି ରେକର୍ଡ ଭାଙ୍ଗିଛି କୋରାପୁଟ । ଏଭଳି ସ୍ଥିତି ପାଣିପାଗ ବିଜ୍ଞାନୀଙ୍କୁ ଚମକାଇ ଦେଇଛି । ରେକର୍ଡ କହୁଛି, ୨୦୦୯ ଜାନୁଆରୀରେ କୋରାପୁଟରେ ଏଭଳି ଭୀଷଣ ଗରମ ଅନୁଭୂତ ହୋଇଥିଲା । ସେହି ବର୍ଷ ଏପ୍ରିଲ ଓ ମେ’…

Read More

ସରିଲା ସର୍ଚ୍ଚ ଅପରେସନ। ଓଡିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ଚାଲିଥିବା ମାଓଦମନ ଅଭିଯୋଗ ଶେଷ ହୋଇଛି । ସର୍ଚ୍ଚ ଅପରେସନ ପରେ ବାହୁଡିଲେ ଯବାନ । ୪ ଦିନ ଧରି ଚାଲିଥିବା ଅପରେସନରେ ୨୭ ଜଣ ମାଓବାଦୀ ନିହତ ହୋଇଛନ୍ତି । ଯେଉଁଥିରେ ଟପ୍‌ ମାଓ କମାଣ୍ଡର ଜୟରାମ ମଧ୍ୟ ରହିଥିଲେ। ସୁରକ୍ଷାବାହିନୀଙ୍କ ଏହି ଅପରେସନ ପରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।ତେବେ ଏହାରି ଭିତରେ ଓଡିଶା ଛତିଶଗଡ଼ ସୀମାରୁ ଆଉ ଏକ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି । ସୁରକ୍ଷାକର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ସର୍ଚ୍ଚ ଅପରେସନରେ ଉଦ୍ଧାର ଅସ୍ତ୍ରାଗାରରେ ସାବୁନ କେସରେ ପ୍ୟାକ୍ ହୋଇଥିବା ୨୧ ଟି ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED), ମଲ୍ଟିପଲ୍ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍ (BGL) ବୋମା, ଏକ ଜେନେରେଟର ସେଟ୍, ଲେଥ୍ ମେସିନ୍ ଆନୁଷଙ୍ଗିକ ସାମଗ୍ରୀ, ପ୍ରଚୁର ପରିମାଣରେ ବିସ୍ଫୋରକ ତିଆରି ସାମଗ୍ରୀ, ବନ୍ଧୁକ ତିଆରି ଉପକରଣ ଏବଂ…

Read More

ସରିଲା ଭିତରକନିକାରେ କୁମ୍ଭୀର ଗଣନା। ଚଳିତବର୍ଷ ବୃଦ୍ଧି ପାଇଛି କୁମ୍ଭୀର ସଂଖ୍ୟା। କୁମ୍ଭୀର ଗଣନା ପାଇଁ ଗତ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିଲା । ଚଳିତବର୍ଷ ଭିତରକନିକା ନଦୀ ନାଳରେ କରାଯାଇଥିବା କୁମ୍ଭୀର ଗଣନା ଅନୁଯାୟୀ ଭିତରକନିକା ରେ ୧୮୨୬ ଟି କୁମ୍ଭୀର ଗଣନା କରାଯାଇଛି ।ଏହି କୁମ୍ଭୀର ଗଣନା ୪ଟି ରେଞ୍ଜରେ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା। କନିକା, ରାଜନଗର ଗହୀରମଥା ଏବଂ ମହାକାଳପଡ଼ା ରେଞ୍ଜ ଅଞ୍ଚଳରେ ଥିବା ନଦୀ ନାଳରେ ଥିବା ବଉଳା କୁମ୍ଭୀର ଗଣନା କରାଯାଇଥିଲା। ଗତବର୍ଷ ତୁଳନାରେ ୧୫ ଟି କୁମ୍ଭୀର ବୃଦ୍ଧି ପାଇଛି । ଗତବର୍ଷ ୧୮୧୧ ଟି କୁମ୍ଭୀର ଗଣନା କରାଯାଇଥିଲା। ତେବେ ଆଜିଠୁ ଭିତରକନିକାର ପ୍ରାକୃତିକ ଶୋଭାରାଜିକୁ ବୁଲି ଉପଭୋଗ କରିପାରିବେ ।

Read More

ରାଜ୍ୟରେ ନିଯୁକ୍ତି ପାଇବେ ୫ ହଜାର ଡାକ୍ତର। କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା ।୧୨୪ ‌ଦାନ୍ତ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ନିୟମାବଳୀ ୨୦୧୭ର ମଧ୍ୟ ସଂଶୋଧନ କରାଯାଇଛି। ୧୦ଟି କ୍ୟାବିନେଟ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ, ଡାକ୍ତର ନିଯୁକ୍ତି ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ପୂର୍ବରୁ ଥିବା ଲେବଲ-୭କୁ ୬କୁ ହ୍ରାସ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାଦ୍ବାରା ଡାକ୍ତର ନିଯୁକ୍ତି ପ୍ରକ୍ରିୟା ସହଜ ହୋଇପାରିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ଯୋଗାଇ ଦିଆଯିବ ।ପାଞ୍ଚ ହଜାର ଡାକ୍ତର କିଭଳି ଭାବରେ ନିଯୁକ୍ତି ପାଇବେ ତା ଉପରେ ସରକାର ଅଧିକରୁ ଅଧିକ ଗୁରୁତ୍ୱ ଦେଉଛନ୍ତି।

Read More