Author: sanitelevision

ପୁଣି କ୍ରିକେଟ୍‌ ଜଗତରୁ ଆସିଲା ନିରାଶର ଖବର । ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ପ୍ରସିଦ୍ଧ ଖେଳାଳି ବିରେନ୍ଦ୍ର ସେହୱାଗଙ୍କ ସହ ଜଡ଼ିତ ଏକ ବଡ଼ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି । ସେହ୍ବାଗ-ଆରତୀ ପରସ୍ପରଠାରୁ ଏକ ବର୍ଷ ଧରି ଅଲଗା ରହୁଛନ୍ତି। ଏବେ ଦୁହେଁ ଦୁହିଁଙ୍କୁ ସୋସିଆଲ ମିଡିଆରେ ଅନ୍‌ଫଲୋ କରିଦେଇଛନ୍ତି। ଦେଖିବାକୁ ଗଲେ ସେହ୍ବାଗ ନିଜର ପାରିବାରିକ ଜୀବନକୁ ଗଣମାଧ୍ୟମଠାରୁ ଦୂରରେ ରଖିଥାନ୍ତି। କେବଳ କୌଣସି ଉତ୍ସବ ହେଲେ ପରିବାର ସହ ସେ ଫଟୋ ଶେୟାର କରିଥାନ୍ତି। ଗତ ବର୍ଷ ଦୀପାବଳି ଅବସରରେ ସେ ମା’ ଏବଂ ବଡ଼ ପୁଅ ଆର୍ଯ୍ୟବୀରଙ୍କ ସହ ଫଟୋ ଶେୟାର କରିଥିଲେ। ସେଥିରେ ପତ୍ନୀ ଆରତୀ ଏବଂ ସାନ ପୁଅ ବେଦାନ୍ତ ନଜର ଆସି ନ ଥିଲା। ଏହାପରଠାରୁ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିବା କୁହାଯାଉଥିଲା। ଏବେ ଆରତୀ ସେହ୍ବାଗଙ୍କୁ ଅନଫଲୋ କରିବା ପରେ ଏଭଳି ଚର୍ଚ୍ଚା ବଢ଼ିଛି। ବିରେନ୍ଦ୍ର ସେହ୍ବାଗ ପତ୍ନୀ…

Read More

ପ୍ରଖ୍ୟାତ ଓଡ଼ିଆ ଯାତ୍ରା କଳାକାର ରାଣୀ ପଣ୍ଡା, ଯିଏ ତାଙ୍କ ସାମାଜିକ କାର୍ଯ୍ୟ ଏବଂ ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଜଣା, ତାଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ଆଜିକୁ ୫ ଦିନ ହେବ ମେଡିକାଲରେ ଥିଲେ । କାନ ରୋଗ ଜନିତ ସମସ୍ୟା ସହ ଶ୍ବାସ ଓ ମାନସିକ ଚାପ ପୀଡିତ ଥିଲେ ବୋଲି ସୂଚନା । ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ରାଣୀଙ୍କ ଅନୁଯାୟୀ, ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଛନ୍ତି। “ମୁଁ ଏବେ ଯେପରି ଗୁରୁତର, ମୁଁ କେବେ ଏତେ ଗୁରୁତର ନଥିଲି। ପାଞ୍ଚ ଦିନ ହେଲା ମୁଁ କିଛି ସଂକ୍ରମଣରେ ପୀଡିତ,” ଅଛି ବୋଲି ସେ କହିଛନ୍ତି। ତାଙ୍କର ଏଭଳି ଦୁଃଖ ସମୟରେ ତାଙ୍କୁ ସାହାଯ୍ୟ କରିବାକୁ କିଏ ଆସିଛନ୍ତି ପଚରାଯିବାରୁ ସେ କହିଛନ୍ତି, “ମୋତେ କେହି ଭେଟିବାକୁ ଆସି ନାହାଁନ୍ତି। ଏହା…

Read More

ମହାତ୍ମାଗାନ୍ଧି ମାର୍ଗରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ଆଜି ରାଜ୍ୟସ୍ତରୀୟ ପରେଡ୍‌ ପାଇଁ ଫୁଲ୍ ଡେସ୍ ରିହଲର୍ସଲ କରାଯାଇଛି। ଚଳିତଥର ଝାଡ଼ଖଣ୍ଡ ପୁଲିସର ଏକ ଦଳ ପରେଡ୍‌ରେ ଭାଗ ନେବେ । ଅଭ୍ୟାସରେ ୪୩ଟି କଣ୍ଟିଜେଣ୍ଟ ସାମିଲ୍‌ ହୋଇଥିବା ବେଳେ ସାଧାରଣତନ୍ତ୍ର ଦିବସ ଦିନ ମୋଟ ୪୯ଟି ଦଳ ଭାଗ ନେବେ । ସେଥିରୁ ୨୦ଟି ସାମରିକ ଓ ଅର୍ଦ୍ଧସାମରିକ ବାହିନୀ ଅଛନ୍ତି । ୧୨୦ ଇନ୍‌ଫାଣ୍ଟ୍ରି ବାଟାଲିୟନ, ସୀମା ସୁରକ୍ଷା ବଳ, ଇଣ୍ଡୋ ତିକ୍ରତୀୟ ବର୍ଡର ପୁଲିସ, କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍‌ପିଏଫ) ବ୍ୟାଣ୍ଡ, ରେଳବାଇ ସୁରକ୍ଷା ବଳ, ଷଷ୍ଠ ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆରବିଏନ୍‌) ଓ ସପ୍ତମ ଓଡି଼ଶା ସଶସ୍ତ୍ର ପୁଲିସ ବଳ ଭଳି ସଶସ୍ତ୍ର ବାହିନୀ ଅଭ୍ୟାସ କରିଥିଲେ । ବାକି ୨୯ଟି କଣ୍ଟିଜେଣ୍ଟରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଏନ୍‌ସିସି, ସ୍କାଉଟ୍‌ସ୍‌, ଗାଇଡ୍‌ସ ସହ ଡେୟାର ଡେଭିଲ୍‌, ଏନ୍‌ସିସି…

Read More

ଆଗକୁ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ସ୍ନାତକ ପଢିବେ। ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି।ଉଚ୍ଚଶିକ୍ଷା ବିଭାଗରେ ସ୍ନାତକ(+୩) କ୍ଷେତ୍ରରେ ଏହା ଲାଗୁ ହୋଇ ସାରିଥିବାବେଳେ ଛାତ୍ରଛାତ୍ରୀ ଯେଭଳି ଭାବେ ନିଜ ମାତୃଭାଷାରେ ପାଠ ପଢ଼ିବେ ସେ ଦିଗରେ କାମ ଚାଲିଛି। ପୁସ୍ତକ ଲେଖା ପାଇଁ ରାଜ୍ୟରେ ପ୍ରାୟ ୫୦ ଲେଖକଙ୍କୁ ମନୋନୀତ କରାଯାଇଛି । ଖୁବ୍‌ଶୀଘ୍ର ପୁସ୍ତକ ଲେଖା କାମ ଆରମ୍ଭ ହେବ।ପ୍ରଚଳିତ ପୁସ୍ତକ ଲେଖା ପାଇଁ ୫୦ ଲେଖକ ମନୋନୀତ ପାଠ୍ୟକ୍ରମକୁ ଦୃଷ୍ଟିରେ ରଖ୍ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବାକୁ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଦାୟିତ୍ବ ଦିଆଯାଇଛି। ପ୍ରଫେସର ଆଚାର୍ଯ୍ୟଙ୍କୁ ପୁସ୍ତକ ପ୍ରସ୍ତୁତି ପାଇଁ ନୋଡାଲ ଅଧିକାରୀ ଭାବେ ପୂର୍ବରୁ ଦାୟିତ୍ୱ ଦିଆଯାଇଥିଲା। ଏବେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ନାତକ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ମ୍ୟାନେଜମେଣ୍ଟ ଭଳି ପାଠ୍ୟକ୍ରମର ପ୍ରାୟ ୨୦ ପୁସ୍ତକ ପ୍ରାଥମିକ ଭାବେ…

Read More

ସମ୍ମାନଜନକ ଓସ୍କାର-୨୦୨୫ ଦୌଡ଼ରେ ‘ଅନୁଜା’ ସାମିଲ ହୋଇଛି। ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରା ପ୍ରଯୋଜିତ ‘ଅନୁଜା’ ଚଳଚ୍ଚିତ୍ର ବେଷ୍ଟ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ମନୋନୀତ ହୋଇଛି। ୮୦ଟି ସିନେମା ମଧ୍ୟରେ ତୀବ୍ର ପ୍ରତିଯୋଗିତା ପରେ ୫ଟି ସିନେମା ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୟନ କରାଯାଇଛି। ଏମାନେ ଏବେ ଟ୍ରଫି ପାଇଁ ପ୍ରତିଯୋଗିତା କରିବେ । ଏହି ବର୍ଗରେ ଚୟନ ହୋଇଥିବା ଅନ୍ୟ ସିନେମାଗୁଡ଼ିକ ହେଲା ଆଲିଏନ, ଆଇ ଆମ୍‌ ନଟ୍ ଏ ରୋବଟ୍‌, ଦ ଲାଷ୍ଟ୍‌ ରେଞ୍ଜର ଏବଂ ଏ ମ୍ୟାନ୍ ହୁ ଉଡ୍‌ ନଟ୍‌ ରିମେନ୍ ସାଇଲେଣ୍ଟ୍‌ । ତେବେ ଓସ୍କାର ପାଇଁ ଗୁନୀତଙ୍କ ଏହା ତୃତୀୟ ମନୋନୟନ। ପୂର୍ବରୁ ତାଙ୍କର ଦ ଏଲିଫାଣ୍ଟ ହ୍ବିସ‌ପରର୍ସ ଏବଂ ପିରିୟଡ୍‌, ଦ ଏଣ୍ଡ୍‌ ଅଫ୍‌ ସେଣ୍ଟେନ୍ସ ଓସ୍କାର ପୁରସ୍କାର ପାଇ ଭାରତୀୟ ସିନେମା ପାଇଁ ଗର୍ବ ଆଣିଛି ।

Read More

ଆସନ୍ତା ସୋମବାର ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଜାନୁଆରୀ୨୭ ତାରିଖରେ ୟୁନିଟ୍ -୫ ,ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଶୁଣାଣି କାର୍ଯ୍ୟ ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ବିଭିନ୍ନ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ | ଏହା ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Read More

ଓଡିଶା ବିଧାନସଭା ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ ପାଳିତ ହୋଇଛି । କାଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଅନ୍ୟ ଅତିଥିମାନେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରିଥିଲେ । ଭାରତମାତା ଆଜିର ଦିନରେ ଦୁଇ ଶ୍ରେଷ୍ଠ ସନ୍ତାନ ଜନ୍ମ ଦେଇଥିଲେ । ଜଣେ ବୀର ସୁରେନ୍ଦ୍ର ସାଏ ଏବଂ ଅନ୍ୟ ଜଣେ ନେତାଜୀ ସୁବାସଚନ୍ଦ୍ର ବୋଷ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତାଜୀଙ୍କ ଜନ୍ମସ୍ଥାନରେ ପହଞ୍ଚି ପତାକା ଉତ୍ତୋଳନ କରିବା ସହିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ଜନ୍ମସ୍ଥାନ ବୁଲି ଦେଖିବା ସହ ଚିତ୍ରାଙ୍କନ ପ୍ରତିଯୋଗିତ ମଧ୍ୟ ବୁଲି ଦେଖିଥିଲେ ।

Read More

କେନ୍ଦ୍ର ସରକାର ଓଲା ଏବଂ ଉବରକୁ ନୋଟିସ ପଠାଇ ସେମାନଙ୍କ ଜବାବ ମାଗିଛନ୍ତି । କେନ୍ଦ୍ର ପଚାରିଛି ଯେ ବିଭିନ୍ନ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ଭିନ୍ନ ଭଡ଼ା କାହିଁକି ଦେଖାଯାଉଛି? କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଏକ୍ସ’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ମୂଲ୍ୟରେ ଏମିତି ପାର୍ଥକ୍ୟ କାହିଁକି? ବାସ୍ତବରେ, ଏହା ଜଣାପଡିଛି ଯେ ଯେତେବେଳେ ଆଣ୍ଡ୍ରଏଡ୍ ଏବଂ ଆଇଫୋନରେ ଏକ ସ୍ଥାନରୁ ଓଲା-ଉବର ଟ୍ୟାକ୍ସି ବୁକ୍ ହୁଏ, ଆଣ୍ଡ୍ରଏଡ୍ ଫୋନର ମୂଲ୍ୟ ବହୁତ କମ୍ ହୋଇଥାଏ ଏବଂ ଯେତେବେଳେ ଆଇଫୋନ୍ ମାଧ୍ୟମରେ ବୁକ୍ ହୁଏ, ଟ୍ୟାକ୍ସିର ମୂଲ୍ୟ ଅଧିକ ଦେଖାଯାଏ । ଯାହାକୁ ନେଇ ଉପଭୋକ୍ତା ମନ୍ତ୍ରାଳୟ ନୋଟିସ୍ ଜାରି କରିଛି ।

Read More

ଶ୍ରୀମନ୍ଦିରକୁ ଜଗିବ ୱାଚ ଟାୱାର। ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଗର୍ଭଗୃହର ଫଟୋ ଏବଂ ଭିଡିଓ ଭାଇରାଲ ପରେ ଏଭଳି ୱାଚ ଟାୱାର ପାଇଁ ନିଷ୍ପତ୍ତି ନେଉଛନ୍ତି ସରକାର।ଗର୍ଭଗୃହ ଫୋଟୋ ଭାଇରାଲ ହେବାର ତଦନ୍ତ କରୁଛି ପୋଲିସ । ଯିଏ ବି ଏହା କରିଛି, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରାଯିବ । ଚାରି ଦୁଆରରେ ସିସିଟିଭି ଜରିଆରେ କଡା ଚେକିଂ ହେଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Read More

ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ ପାଇଁ କ୍ରିକେଟ୍ ଫିଭର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଣିଛନ୍ତି ବାରବାଟୀ ଟିକେଟ୍। ଆସନ୍ତା ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ । ଏହାର ପ୍ରଥମ ଟିକେଟ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଦାନ କରାଯାଇଛି । ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମ ନିମନ୍ତ୍ରଣ ଦିଆଯାଇଛି । ଓସିଏ ସମ୍ପାଦକ ସଞ୍ଜୟ ବେହେରା ପୁରୀ ଯାଇ ମହାପ୍ରଭୁଙ୍କୁ ମ୍ୟାଚର ପ୍ରଥମ ଟିକେଟ ପ୍ରଦାନ କରିଛନ୍ତି । ତାଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ବାରବାଟୀ ମ୍ୟାଚ ପାଇଁ ଟିକେଟ୍ କିଣିଥିଲେ । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ କାର୍ୟ୍ୟକାରୀ ସଭାପତି ପଙ୍କଜ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଅନୁଗୁଳ ବିଧାୟକ ତଥା ଆପେକ୍ସ କାଉନ୍‌ସିଲ ସଦସ୍ୟ ପ୍ରତାପ ପ୍ରଧାନ, ଓଡ଼ିଶା ଅଲିମ୍ପିକ ଆସୋସିଏସନର ସଂପାଦକ ଅଭିଜିତ ପାଲ୍, ପୂର୍ବତନ ବିଧାୟକ ଲଳିଟେନ୍ଦୁ…

Read More