Author: sanitelevision

ଏଥର ରେଳଟ୍ରାକରେ ହେଉ ଅବା ଟ୍ରେନ ଭିତରେ ରିଲ୍ସ କରିବା ପଡିବ ମହଙ୍ଗା । ଏଥିପାଇଁ ରେଲୱେ ପକ୍ଷରୁ ନୋଟିସ ଜାରି କରାଯାଇଛି । ରେଳ ସୁରକ୍ଷା ପାଇଁ ବିପଦ ଆଣୁଥିବା ଲୋକଙ୍କ ଉପରେ ଏଥର କେସ୍ କରାଯିବ ।ଭାଇରାଲ ହେବା ମୋହରେ କେତେବେଳେ ଟ୍ରାକ୍ ଉପରେ ଯୁବ ପିଢ଼ି ଶୋଇ ପଡ଼ି ରିଲ୍ କରୁଛନ୍ତି ତ କେତେବେଳେ ଚଳନ୍ତା ଟ୍ରେନ୍ ଆଗରେ ଶୁଟ୍ କରୁଛନ୍ତି ଭିଡିଓ । ଫଳରେ ଅକାଳରେ ଚାଲି ଯାଉଛି ବହୁ ଜୀବନ । ଏଥିସହ ବହୁ ରେଳ ଯାତ୍ରୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହେଉଥିବା ବେଳେ ରେଳ ବିଭାଗର ବି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି।ଏଥିନେଇ ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି ସରକାର।ଏପରି କଲେ ରୁଜୁ ହେବ ମାମଲା ଓ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ରେଲୱେ ପକ୍ଷରୁ ସବୁ ଜୋନ୍‌କୁ ନିର୍ଦ୍ଦେଶ ଦିଆଯାଇଛି ।

Read More

ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ଶ୍ୱେତପତ୍ର ପ୍ରକାଶ କଲା ବ୍ୟବସାୟୀ ସଂଘ। ଖାଉଟିଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାରଙ୍କ ଭୁଲ ଭଟକା ସାମ୍ନାକୁ ଅଣାଯାଉଛି। ଏହା ପରେ ବି ସରକାର ପଦକ୍ଷେପ ନ ନେବାରୁ ଏଭଳି ପଦକ୍ଷେପ ନେଇଛି ବ୍ୟବସାୟୀ ସଂଘ। ଆସନ୍ତା ୨୧ ଓ ୨୨ ତାରିଖ ପରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲି ଅଭିଯାନ ଆରମ୍ଭ କରିବ ରାଜ୍ୟ ବ୍ୟବସାୟୀ ସଂଘ।ଦରଦାମ ବୃଦ୍ଧିର ପ୍ରକୃତ କାରଣ ଓ କିଏ ଦାୟୀ ଏହାକୁ ଏକ୍ସପୋଜ କରାଯିବ। ଶ୍ୱେତପତ୍ରରେ ମଧ୍ୟ ଏସବୁ ପ୍ରସଙ୍ଗ ସ୍ଥାନ ପାଇଛି। ଲୋକଙ୍କ ପାଖକୁ ଏସବୁ ପ୍ରସଙ୍ଗ ନିଆଯିବ ବୋଲି କହିଛି ସଂଘ।ଅନ୍ୟପଟେ ସରକାରଙ୍କୁ ବ୍ୟବସାୟୀ ସଂଘ ଚରମ ବାଣୀ ଶୁଣାଇଛି। କର୍ପୋରେଟ ହାଉସକୁ ଆଇନ ପରିସରକୁ ସରକାର ଆଣନ୍ତୁ। ନଚେତ ୨୦୨୫ ପ୍ରଥମାର୍ଦ୍ଧରେ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯିବ। ତା ପରେ ବ୍ୟବସାୟୀ ମାନେ ଆମରଣ ଅନଶନ କରିବେ। ବ୍ୟବସାୟୀ…

Read More

ଲାଲ ସଂଗଠନକୁ ବଡ଼ ଝଟକା । ଛତିଶଗଡ଼ର ନାରାୟଣପୁର-କାଙ୍କେର ଜିଲ୍ଲା ସୀମାନ୍ତ ଅବୁଝମଡ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ୫ ମାଓବାଦୀ ନିହତ । ସେହିପରି ୨ ଯବାନ ଗୁରୁତର ଆହତ ହୋଇଛନ୍ତି ।ଚିକିତ୍ସା ପାଇଁ ସେମାନଙ୍କୁ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି। ଛତିଶଗଡ଼ର କଂକେର ଏବଂ ନାରାୟଣପୁର ଜିଲ୍ଲାରେ ଏହି ଏନକାଉଣ୍ଟର ଚାଲିଥିବା ଜଣାପଡିଛି। ଛତିଶଗଡ଼ର ମାଡ ଅଞ୍ଚଳରେ ବହୁ ସଂଖ୍ୟାରେ ନକ୍ସଲ ତଥା ସେମାନଙ୍କ ବରିଷ୍ଠ ନେତାଙ୍କ ସମାବେଶ ହେବାର ଖବର ମିଳିଥିଲା। ଯାହା ପରେ ନକ୍ସଲ ଅପରେସନ୍ ଆରମ୍ଭ କରାଯାଇଥିଲା।ଅପରେସନରେ DRG, STF ଏବଂ BSF ଯବାନ ସାମଲ ଅଛନ୍ତି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।

Read More

ସୁନାମୀ ମୁକାବିଲା ପାଇଁ ପ୍ରସ୍ତୁତ ସମୁଦ୍ର କୂଳିଆ ଗାଁ । ସୁନାମୀ ସୁରକ୍ଷା ନେଇ ଓଡ଼ିଶାର ୬ ଜିଲ୍ଲାର ୨୪ ଗାଁକୁ ଟ୍ୟାଗ୍ ପ୍ରଦାନ କରିଛି ୟୁନେସ୍କୋ । ଏଥିରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଏବଂ ଗଞ୍ଜାମ ଜିଲ୍ଲା ରହିଛି । ଏହି ସବୁ ଜିଲ୍ଲାର ଉପକୂଳବର୍ତ୍ତୀ ୨୪ ଗାଁକୁ ୟୁନେସ୍କୋର ଆନ୍ତ ସରକାରୀ ଓସେନୋଗ୍ରାଫିକ୍ କମିଶନ ସୁନାମୀ ପ୍ରସ୍ତୁତି ପ୍ରମାଣ ପତ୍ର ପ୍ରଦାନ କରିଛି । ୧୧ ନଭେମ୍ବରରେ ଇଣ୍ଡୋନେସିଆରେ ଦ୍ୱିତୀୟ ଗ୍ଲୋବାଲ୍ ସୁନାମୀ ସମ୍ମିଳନୀ ସମୟରେ ୟୁନେସ୍କୋ ଏହି ସାର୍ଟିଫିକେଟ୍ ମିଳିଛି । ସେହିପରି ଜଗତସିଂହପୁର ଜିଲ୍ଲାର ନୋଳିଆସାହି ଏବଂ ଗଞ୍ଜାମ ଜିଲ୍ଲାର ଭେଙ୍କଟରାୟପୁର ଗାଁର ସୁନାମୀ ପ୍ରାମଣ ପତ୍ରକୁ ନବିକରଣ କରିଛନ୍ତି । ସୁନାମୀ ସମୟରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉପକୂଳିଆ କିପରି ରହିବେ ସତର୍କ । ଏହାସହ ବିପର୍ଯ୍ୟୟ ସମୟରେ କିପରି ଧନ ଜୀବନ ନଷ୍ଟ ନହେବ ସେନେଇ ବି ପ୍ରୟାସ…

Read More

ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲାର ତଦନ୍ତ କରୁଥିବା କମିଶନଙ୍କ କାର୍ଯ୍ୟକାଳକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ଆସନ୍ତା ନଭେମ୍ବର ୨୨ରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । ବର୍ତ୍ତମାନ ତାଙ୍କ କାର୍ଯ୍ୟକାଳ ୩୧ ଜାନୁଆରୀ ୨୦୨୫ ଯାଏଁ ବୃଦ୍ଧି କରାଯାଇଛି ।ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ସେନା ଅଫିସର ଏବଂ ତାଙ୍କ ବାନ୍ଧବୀ ସ୍ଥାନୀୟ ଯୁବକମାନେ ଦୁର୍ବବ୍ୟହାର କରିଥିବାର ଅଭିଯୋଗ ପାଇଁ ଆସିଥିଲେ । ଏହି ସମୟରେ ଥାନାରେ ପୋଲିସ ଏବଂ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।ଏପିରିକି ସେନା ଅଫିସରଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଯାହାକୁ ସେହି ସମୟରେ ରାଜ୍ୟ ହଇଚଇ…

Read More

ରାଜ୍ୟରେ ଖୋଲିବ ଓମଫେଡର ୩ଟି ନୂଆ ପ୍ଲାଣ୍ଟ। ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱରଠାରେ ଖୋଲିବ ଏହି ୩ଟି ନୂଆ ପ୍ଲାଣ୍ଟ । ଏହାସହ ଓମଫେଡ ମିନେରାଲ ୱାଟର ଓ ଚକଲେଟ ଆସିବ । ସେହିପରି ବିଭିନ୍ନ ଜାଗାରେ ଓମଫେଡ ପାର୍ଲର ଖୋଲାଯିବ । ଓମଫେଡର ସମୀକ୍ଷା ବୈଠକ ହେବା ପରେ ଏନେଇ ଘୋଷଣା କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱର ଠାରେ ଖୋଲିବ ନୂଆ ପ୍ଲାଣ୍ଟ । ଓମ୍‌ଫେଡ ପାଣି, ଚକୋଲେଟ ଆସିବ । ବିଭିନ୍ନ ସ୍ଥାନରେ ଓମ୍‌ଫେଡ ପାର୍ଲର ଖୋଲାଯିବ । କ୍ଷୀର ଧାରା ମିଶନ ପ୍ରତ୍ୟେକ ପଞ୍ଚାୟତରେ ଖୋଲାଯିବ । ୨୦ଟି କ୍ଷୀର ଧାରା କେନ୍ଦ୍ର ପଞ୍ଚାୟତରେ ଖୋଲିଛି । ପର୍ଯ୍ୟାୟ କ୍ରମେ ଆଉ ଖୋଲିବ । ଓମ୍‌ଫେଡର ୨ କୋଟି ବକେୟା ରାଶି ରହିଛି । ନୋଟିସ ପରେ ୮୨ ଲକ୍ଷ ଆଦାୟ ହୋଇଛି । ୭ ଦିନ ଭିତରେ ନ…

Read More

ଉତ୍ତରପ୍ରଦେଶ ଝାନସୀ ମେଡିକାଲ କଲେଜର ଶିଶୁ ୱାର୍ଡରେ ନିଆଁ ଲାଗିବା ଯୋଗୁଁ ୧୦ ପିଲାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୫ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି । ଯେଉଁ ୱାର୍ଡରେ ନିଆଁ ଲାଗିଛି, ସେଠାରେ ୪୭ ନବଜାତକ ଥିଲେ । ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଝାନସୀ ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁ ମୃତ ଶିଶୁଙ୍କ ପରିବାର ପାଇଁ ୫ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଏଥିସହ ଗୁରୁତରଙ୍କ ପରିବାର ନିମନ୍ତେ ୫୦ ହଜାର ଟଙ୍କା ଲେଖାଏ ଘୋଷଣା କରିଛନ୍ତି।ଘଟଣା ପରେ ଯୋଗୀ ରାତାରାତି ଉପସଚିବ ବ୍ରିଜେଶ ପାଠକ ଏବଂ ପ୍ରମୁଖ ସ୍ୱାସ୍ଥ୍ୟ ସଚିବଙ୍କୁ ଘଟଣା ସ୍ଥଳକୁ ପଠାଇଛନ୍ତି । କ’ଣ ପାଇଁ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଲା, ଏତେ ସଂଖ୍ୟକ ଛୁଆଙ୍କ ଜୀବନ ଚାଲିଗଲା ତାହାର ଉଚ୍ଚସ୍ତରୀୟ ଯାଞ୍ଚ ନିର୍ଦ୍ଦେଶ…

Read More

ସାମ୍ନାକୁ ଆସିଲା ଆତ୍ମଘୋଷିତ ବାବା କାଶୀନାଥଙ୍କ କାରନାମା । ନିଜ ପୁଅକୁ ବିଷ୍ଣୁଙ୍କ ଅବତାର ଭାବେ ଦର୍ଶାଇ ପାଦ ତଳେ ତୁଳସୀ ଓ ଗୀତା ରଖିଥିବା ଅଭିଯୋଗ । ଥାନାରେ ଏତଲା ଦେଲା ଓଡ଼ିଶା ସମାଜସେବୀ ମହାସଂଘ । । ପିଲାଟି ପ୍ରଭୁ ଜଗନ୍ନାଥଙ୍କ ଅବତାର ବୋଲି ପ୍ରଚାର କରାଯାଉଥିବା ଅଭିଯୋଗ ହେଉଛି । ଖଣ୍ଡଗିରିର ଏକ ଆଶ୍ରମରେ ପୂଜା ପାଉଥିବା ଏହି କୁନି ସାରଥୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉତ୍ତର ଦେଇଛନ୍ତି ଟ୍ରଷ୍ଟି ପାଣ୍ଡବ କୁମାର ପରିଡ଼ା । ସେ କହିଛନ୍ତି, ତାଙ୍କୁ ଶୂନ୍ୟବାଣୀ ହୋଇଛି ଯେ ସ୍ବୟଂ ଶ୍ରୀଜଗନ୍ନାଥ ଏହି ବାଳକ ରୂପରେ ଜନ୍ମ ଗ୍ରହଣ କରିସାରିଛନ୍ତି । ତାଙ୍କ ଭିତରେ ରହିଛି ଅଲୌକିକ ଶକ୍ତି । ଦୁରାରୋଗକୁ ଭଲ କରିବା ପରେ ତାଙ୍କୁ ଶୂନ୍ୟବାଣୀ ହୋଇଥିଲା ଯେ ଜଗନ୍ନାଥ ଏହି ପିଲା ରୂପରେ ଆଶ୍ରମରେ ଜନ୍ମ ଗ୍ରହଣ କରିସାରିଛନ୍ତି । ସେଥିପାଇଁ ତାଙ୍କ ପାଦରେ ମୁଣ୍ଡରେ ତୁଳସୀ…

Read More

ଖୁସି ଖବର ଦେଲେ ଭାରତୀୟ କ୍ରିକେଟର ରୋହିତ ଶର୍ମା। ସେ ଦ୍ଵିତୀୟ ଥର ପାଇଁ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରିତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ପୂର୍ବରୁ ତାଙ୍କର ଏକ ଝିଅ ଥିଲା।ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରି ଅଭ୍ୟାସ ଜାରି ରଖିଛି । ହେଲେ ରିତିକାଙ୍କ ପାଇଁ ରୋହିତ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି ।ସେ ମୁମ୍ବାଇରେ ରହି ଅଭ୍ୟାସ ଜାରି ରଖିଛନ୍ତି । ପ୍ରଥମେ କୁହାଯାଉଥିଲା କି ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ। ଏବେ ସେ ବାପା ହେବା ପରେ ପର୍ଥ ଟେଷ୍ଟ ଖେଳିବେ ବୋଲି ଆଶା କରାଯାଉଛି । ରୋହିତ ଭାରତରେ କ୍ରିକେଟ ପାଇଁ କଣ୍ଟ୍ରୋଲ ବୋର୍ଡରୁ ଛୁଟି ମାଗିଛନ୍ତି ବୋଲି ଖବର ଆସିଥିଲା। ବର୍ତ୍ତମାନ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ରିତିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

Read More

ସମସ୍ତ ତିଥି ମଧ୍ୟରେ ଅମାବାସ୍ୟାକୁ ଖୁବ ସ୍ୱତନ୍ତ୍ର ବିବେଚନା କରାଯାଏ । ଏହି ଦିନ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତ କରିବା ପାଇଁ ପୂଜାପାଠ ସମ୍ବନ୍ଧୀୟ କାର୍ଯ୍ୟ କରାଯାଇଥାଏ, ଯାହା ପିତୃ ଦୋଷରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ପୌରାଣିକ ବିଶ୍ୱାସ ଅନୁଯାୟୀ, ପୂର୍ବପୁରୁଷମାନଙ୍କୁ ସନ୍ତୁଷ୍ଟ କରିବା ଏବଂ ସେମାନଙ୍କ ଆଶୀର୍ବାଦ ପାଇବା ପାଇଁ ଅମାବାସ୍ୟା ତିଥିରେ ଦାନ କରିବା ଉଚିତ୍ । ଏହି ଦିନ ଦାନ ଧର୍ମ କରିବା ଦ୍ୱାରା ଅନେକ ପୁଣ୍ୟ ମିଳିଥାଏ । ଗୋଟିଏ ବର୍ଷରେ ୧୨ ଟି ଅମାବାସ୍ୟା ପାଳନ କରାଯାଏ, କିନ୍ତୁ ସେଥିମଧ୍ୟରୁ ଭାଦ୍ରବ ମାସର ଅମାବାସ୍ୟା ତିଥିକୁ ସବୁଠାରୁ ସ୍ୱତନ୍ତ୍ର ବିବେଚନା କରାଯାଏ । ଏହି ଦିନ ପିତୃପୁରୁଷଙ୍କୁ ତର୍ପଣ ଏବଂ ପିଣ୍ଡ ଦାନ କରିବା ଦ୍ୱାରା ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ । ପଞ୍ଚାଙ୍ଗ ଅନୁଯାୟୀ, ଚଳିତ ବର୍ଷ ଏହି ଭାଦ୍ରପଦ ଅମାବାସ୍ୟା ୨ ସେପ୍ଟେମ୍ବର ୨୦୨୪ ଅର୍ଥାତ ଆସନ୍ତା କାଲି…

Read More