Author: sanitelevision

ପୁଣି ବଢ଼ିଲା ବିବାଦୀୟ ଆଇପିଏସ ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି । ଆଜି ତାଙ୍କର ନିଲମ୍ବନ ଅବଧି ଶେଷ ହେଉଥିବାବେଳେ ଏହାକୁ ଆହୁରି ୬୦ ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଗତକାଲି ତାଙ୍କର ୧୨୦ ଦିନିଆ ନିଲମ୍ବନ ଅବଧି ଶେଷ ହେଉଥିଲା । ଏହାପୂର୍ବରୁ ଗତ ୨୨ ତାରିଖରେ ଏକ ସ୍ବତନ୍ତ୍ର ରିଭ୍ୟୁ କମିଟି ଏହି ନିଲମ୍ବନକୁ ନେଇ ସମୀକ୍ଷା କରିଥିଲେ। ପୂର୍ବରୁ ମଧ୍ୟ ୨ଥର ତାଙ୍କ ନିଲମ୍ବନ ଅବଧି ବୃଦ୍ଧି କରାଯାଇଥିଲା । । ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ ୨୦୦୭ ବ୍ୟାଚର ଆଇପିଏସ ଅଧିକାରୀ ରାଜେଶ ପଣ୍ଡିତଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ସୂଚନା ଅନୁସାରେ ୨୦୨୪ ଜୁଲାଇ ୨୭ତାରିଖ ରାତିରେ ଇଓଡବ୍ଲ୍ୟୁରେ କାର୍ଯ୍ୟରତ ଜଣେ ମହିଳା ଇନ୍ସପେକ୍ଟରଙ୍କ ୟୁନିଟ୍‌-୧ ନମ୍ବରସ୍ଥିତ ସରକାରୀ କ୍ୱାର୍ଟର୍ସକୁ ଯାଇଥିଲେ। ସେଠାରେ ମହିଳା ପୋଲିସ ଅଧିକାରୀଙ୍କ ସ୍ୱାମୀଙ୍କ ସହ ରାଜେଶପଣ୍ଡିତଙ୍କ ବଚସା ହୋଇଥିଲା ।…

Read More

ଅମୁଲ ପକ୍ଷରୁ କ୍ଷୀର ମୂଲ୍ୟ ହ୍ରାସ କରାଯାଇଛି। ସାରା ଦେଶରେ ୧ ଲିଟର କ୍ଷୀର ପିଛା କମ୍ପାନୀ ୧ ଟଙ୍କା କମାଇଛି। ଅମୁଲ ଗୋଲ୍ଡ, ଅମୁଲ ତାଜା ଏବଂ ଅମୁଲ ଟି ସ୍ପେଶାଲ ୧ କେଜି ପ୍ୟାକ୍‌ କ୍ଷୀରରେ ଏହି ଦର ହ୍ରାସ ଲାଗୁ କରାଯାଇଛି।ଏହି ନିଷ୍ପତ୍ତି ଉତ୍ପାଦନ ବ୍ୟୟ ହ୍ରାସ ଓ ବଜାରରେ ଦୁଗ୍ଧର ଚାହିଦାକୁ ଦୃଷ୍ଟିରେ ରଖି ନିଆଯାଇଛି। ନୂଆ ମୂଲ୍ୟ ଅନୁସାରେ ଏବେ ୧ ଲିଟର ଅମୂଲ ଗୋଲ୍ଡ ପ୍ୟାକେଟ୍ ୬୬ ଟଙ୍କାରେ ମିଳିବ। ଅଧଲିଟର ପ୍ୟାକେଟ ପାଇଁ ଗ୍ରାହକଙ୍କୁ ୩୩ ଟଙ୍କା ଦେବାକୁ ପଡିବ। ୨୦୨୪ ଜୁନରେ ଅମୁଲ ପକ୍ଷରୁ କ୍ଷୀର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା। ଅମୂଲ ଦୁଗ୍ଧ ମୂଲ୍ୟ ହ୍ରାସ କରିଥିବାରୁ ଗ୍ରାହକଙ୍କୁ ଆଶ୍ୱସ୍ତ କରିବ। ଏହି ଦର ପରିବର୍ତ୍ତନର ପ୍ରଭାବ ବଜାରରେ ତୁରନ୍ତ ଅନୁଭୂତ ହେବ। ଅମୂଲ ଦୁଗ୍ଧ ଏବେ ପୂର୍ବାପେକ୍ଷା କମ ଦରରେ ମିଳିବ। ଲୋକେ…

Read More

ସକାଳୁ ସକାଳୁ ଟ୍ଵିନସିଟିରେ ଘନ କୁହୁଡ଼ି । ଭୁବନେଶ୍ବର, ପୁରୀ, କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡି ଯୋଗୁଁ ଦେଖାଯାଉନି ରାସ୍ତାଘାଟ । ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି । ତେବେ ଶନିବାରଠାରୁ ଦିନ ଓ ରାତି ତାପମାତ୍ରା କମିବ । ରାତିରେ ପୁଣି ଶୀତ ଅନୁଭୂତ ହେବ । ପଶ୍ଚିମା ବାୟୁ ପ୍ରଭାବରେ ୩୧ ଓ ୧ ତାରିଖ ବେଳକୁ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି । ଆସନ୍ତା ୪ ଦିନ ଓଡ଼ିଶା ସମେତ ପୂର୍ବ ଭାରତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ କମିବ ଓ ଶୀତ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି । ସେପଟେ ତାତି ପୁଣି ରେକର୍ଡ କରିଛି । କୋରାପୁଟରେ ସପ୍ତାହରେ ଦୁଇ ଥର ପାଇଁ…

Read More

ନବରଙ୍ଗପୁର ଜିଲା ଖାତିଗୁଡ଼ା ସ୍ଥିତ ନବୋଦୟ ବିଦ୍ୟାଳୟରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ଗତକାଲି ୯ ଜଣ ଛାତ୍ର ଛାତ୍ରୀ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।ପରେ ଆଜି ପୁଣି ସମସ୍ତଙ୍କର ଝାଡା ବାନ୍ତି ହେଉଥିବା ଖବର ପାଇ ଏକ ଡାକ୍ତରୀ ଟିମ ବିଦ୍ୟାଳୟ ପହଂଚିବା ବେଳେ ୧୦୦ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଏଭଳି ଡ଼ାଇରିଆରେ ଆକ୍ରାନ୍ତ ଥିବା ଜଣା ପଡିଥିଲା । ଡାକ୍ତରି ଟିମ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରଖିଛନ୍ତି ।କେଉଁ ପରିସ୍ଥିତିରେ ବିଦ୍ୟାଳୟରେ ଝାଡ଼ାବାନ୍ତି ବ୍ୟାପିଲା ତାକୁ ନେଇ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Read More

ଦିନ ମଜୁରୀଆଙ୍କ ଆୟ ୧୬ ହଜାର। ହେଲେ ତାଙ୍କ ଉପରେ ଜିଏସଟି ବିଭାଗ ଲଗାଇଛି ୧କୋଟି ୯୬ଲକ୍ଷ ଟଙ୍କାର ଟ୍ୟାକ୍ସ। ଯାହାକି ଦୁଇ କୋଟି ଟ୍ୟାକ୍ସ ସହ ସମାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୃହ ବିଭାଗରେ ଅଭିଯୋଗ କରିବା ପରେ ପୂରା ମାମଲା ଜଣା ପଡିଛି ।ଗୁଜୁରାଟର ପାଟନ ଜିଲ୍ଲାର ସୁନୀଲ ନାମକ ଏକ ବ୍ୟକ୍ତି ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି । ମାସକୁ ରୋଜଗାର କରନ୍ତି ୧୬ହଜାର ଟଙ୍କା । କିନ୍ତୁ ଏବେ ତାଙ୍କ ଉପରେ ୧.୯୬ କୋଟି ଟଙ୍କାର ଟ୍ୟାକ୍ସ ଲଗାଇଛି ବେଙ୍ଗାଲୁରୁ ଜିଏସଟି ବିଭାଗ ? ଜିଏସ୍‌ଟି ବିଭାଗର ଏହି ନୋଟିସ୍ ପାଇବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଦତଳୁ ମାଟି ଖସିଯାଇଥିଲା । ଜିଏସଟି ନୋଟିସ ପାଇବା ପରେ ସୁନୀଲ୍ ଜଣେ ଓକିଲଙ୍କୁ ପରାମର୍ଶ କରିଥିଲେ । ଆଉ ତଦନ୍ତ ପରେ ଜଣାପଡିଥିଲା ତାଙ୍କ ନାଁରେ ଭିନ୍ନ ଭିନ୍ନ ସ୍ଥାନରେ…

Read More

ଓଡ଼ିଶାରେ ବ୍ୟାପିଲାଣି ପାରଭୋ ଭାଇରସ୍ । କରୋନା, ବ୍ଲାଡ ଫ୍ଲୁ ଭଳି ଏହା ଚିନ୍ତା ବଢ଼ାଇଛି ।ଏହି ରୋଗ ଏବେ ଗୃହପାଳିତ ପ୍ରାଣୀଙ୍କୁ ବିପଦରେ ପକାଇଛି । ଫଳରେ ଗୃହକର୍ତ୍ତାମାନେ ନିଜ ନିଜର ପୋଷା ଜୀବଜନ୍ତୁଙ୍କୁ ନେଇ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଧାଡ଼ି ଲଗାଇଛନ୍ତି । ଏହିଭଳି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି |ଏହି ରୋଗ ହେଲେ ପଶୁପକ୍ଷୀଙ୍କୁ ଜ୍ୱର, ଥଣ୍ଡା, ବାନ୍ତି, ଝାଡ଼ା ଏବଂ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ନାହିଁ । କୁକୁର, ବିଲେଇ ପରି ଜୀବଙ୍କୁ ଏହି ରୋଗ ଗ୍ରାସ କରୁଛି । ଫଳରେ ଏମାନେ ମୃତୁ୍ୟବରଣ କରୁଛନ୍ତି । ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟାର ପ୍ରାଣୀପ୍ରେମୀ ବିଜୟଲକ୍ଷ୍ମୀ ପାଣି ଗତ ବର୍ଷ ପାରଭୋ ଭାଇରସ୍ ତାଙ୍କର ୨୦ ବିଲେଇ ମଧ୍ୟରୁ ୧୧ଟି ବିଲେଇକୁ ଦୁଃଖଦ ଭାବରେ ହରାଇ ଦେଇଥିଲେ। “ବଜାରରୁ ଟିକା କିଣିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ,” ସେ ସରକାରଙ୍କ ହସ୍ତକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି…

Read More

ବରଗଡ଼ ଜିଲ୍ଲା ଅତାବିରା ଥାନା ଅଂଚଳରେ ଏକ ଅଭାବନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି। ୩୬ ବର୍ଷୀୟ ବାପା ନିଜ ଜନ୍ମ କଲା ୧୨ ବର୍ଷିୟା ଝିଅକୁ ଦୁଷ୍କର୍ମ କରିବା ଭଳି ଘଟଣା ଦେଖିବାକୁ ମିଳିଛି।ପୀଡିତାଙ୍କ ମାଆଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବିରୋଧରେ ଅତାବିରା ଥାନାରେ ଏକ ମାମଲା ରୁଜୁ କରାଯାଇଛି।ରିପୋର୍ଟ ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ‘ବିବାଦ’ ହେତୁ ଅଭିଯୁକ୍ତଙ୍କ ସ୍ତ୍ରୀ ସମ୍ବଲପୁର ଜିଲାରେ ତାଙ୍କ ବାପାମାଙ୍କ ଘରେ ଅଲଗା ରୁହନ୍ତି। ବେଳେ ବେଳେ ୧୨ ବର୍ଷୀୟ ଝିଅ ଏବଂ ୧୦ ବର୍ଷୀୟ ପୁଅକୁ ଭେଟିବା ପାଇଁ ବେଳେ ବେଳେ ଅତାବିରାରେ ତାଙ୍କ ସ୍ୱାମୀଙ୍କ ଘରକୁ ଆସୁଥିଲେ।ବୁଧବାର ରାତିରେ ବାପ ନିଜ ଝିଅକୁ ଦୁଷ୍କର୍ମ କରିଥିଲେ। ଗୁରୁବାର ସକାଳେ ଝିଅ ନିଜ ମା’କୁ ଫୋନରେ ସବୁ କଥା କହିବା ପରେ ସ୍ତ୍ରୀ ଗାଁକୁ ଆସି ପରେ ଥାନାରେ ଅଭିଯୋଗ କରିଥିଲେ। ଅତାବିରା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ଓ…

Read More

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟ ସରକାର ଆଜି ପ୍ରାକ୍‌ ବଜେଟ୍‌ ବୈଠକ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଆଗାମୀ ଆର୍ଥିକ ବର୍ଷରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ବ୍ୟବସାୟ ଆଦି ପ୍ରମୁଖ ଦିନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତିଦେଢ଼ ଲକ୍ଷ ନିଯୁକ୍ତି ନେଇ ସରକାର ପ୍ରତିଶ୍ରୁତି ରଖିଥିଲେ । ଚଳିତ ବର୍ଷ ସରକାର ୪୦ ହଜାର ନିଯୁକ୍ତି ଦେବେ । ବିଶେଷକରି IT, ପେଟ୍ରୋ କେମିକାଲ୍ସ, ଆଗ୍ରୋ ଇଣ୍ଡିଷ୍ଟ୍ରିକୁ ଗୁରୁତ୍ବ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । | ତେବେ ପୂର୍ବତନ ଅର୍ଥ ମନ୍ତ୍ରୀ ଓ ଅର୍ଥ ବିଶେଷଜ୍ଞ ବଜେଟ ନେଇ ପରାମର୍ଶ ଦେଇଛନ୍ତି । ସଦସ୍ୟମାନେ ବହୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଜାନୁଆରୀ ୩୧ ପର୍ଯ୍ୟନ୍ତ ସମସ୍ତେ ମତାମତ ଦେଇ…

Read More

ଫେବୃଆରୀ ୨ରୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ । ଫେବୃଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍ ଅନୁଷ୍ଠିତ ହେବ ।ଫେବୃଆରୀ ୬,୭.୮ରେ ହେବ ଅଫଲାଇନ୍ ଟିକେଟ ବିକ୍ରି ।କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ-ଇଂଲଣ୍ଡ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ଏକ ଗ୍ୟାଲେରି ଟିକେଟ କିଣିଛନ୍ତି। ଟିକେଟର ମୂଲ୍ୟ ସେ ଡିଜିଟାଲ ମୋଡ୍‌ରେ ପ୍ରଦାନ କରିଛନ୍ତି। ଏହି ଅବସରରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ ଆପେକ୍ସ କାଉନ୍‌ସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।ସେହିଭଳି ବାରବାଟୀ ଷ୍ଟାଡିୟମ୍‌ରେ ସ୍ଥିତି ପରଖିଛନ୍ତି କଟକ ଡିସିପି । ଯେହେତୁ ଆସନ୍ତା ୨୮/୨୯ ତାରିଖରେ ଓସିଏ ଅନୁବନ୍ଧିତ କ୍ଲବ୍‌ ମାନଙ୍କୁ ଟିକେଟ୍ ଦିଆଯିବ ଏବଂ ୬ ଓ ୭ ତାରିଖରେ ସାଧାରଣ ଲୋକଙ୍କୁ ଟିକେଟ୍ ବିକ୍ରି ହେବ । ତେଣୁ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଜୋର ଦେଇଛି ପୋଲିସ । ଖାସ୍‌କରି କେତୋଟି କାଉଣ୍ଟର ହେବ, ସେଥିରେ କେତେ ଟିକେଟ୍ ଉପଲବ୍ଧ…

Read More

ହଂସିତା-ଅନିଲ ଗିରଫ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ପୁଣି ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା-ଅନିଲ । ଯୁବତୀ ଚାଲାଣ କରିଥିବା ନେଇ ତଥ୍ୟ ପାଇଛି ପୋଲିସ । ଏନେଇ ପୋଲିସ ଖୋଳତାଡ଼ କରିବ । ଝାଡ଼ଖଣ୍ଡରୁ କଲଗାର୍ଲ୍‌ ଆଣି କାହାକୁ ଯୋଗାଇଥିଲେ ହଂସିତା, ତାର ଛାନଭିନ କରିବ କମିଶନରେଟ ପୋଲିସ । ଗତ ଜାନୁଆରୀ ୧୯ ତାରିଖରେ ଇନଫୋସିଟି ଥାନାରେ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ର ଇନ୍ସପେକ୍ଟର ତଥା ତଦନ୍ତକାରୀ ଅଧିକାରୀ ଏମ୍‌.କେ ଦାସ ଏକ ଏତଲା ଦେଇଥିଲେ । ଏତଲାରେ ହଂସିତା ଦେଶ-ବିଦେଶରୁ ଯୁବତୀଙ୍କୁ ଆଣି ନେତା, ଖଣି ବ୍ୟବସାୟୀ ଓ ବଡ଼ ବଡ଼ ଅଧିକାରୀମାନଙ୍କ ପାଖକୁ ପଠାଉଥିବା ଅଭିଯୋଗ କରିଥିଲେ । ସେହି ଯୁବତୀଙ୍କ ଜରିଆରେ ବଡ ବଡ ଲୋକଙ୍କ ସହ ଅନ୍ତରଙ୍ଗ ସମୟର ଫଟୋ ସଂଗ୍ରହ କରୁଥିଲେ ହଂସିତା । ତା’ପରେ ସେ ଫଟୋ ଜରିଆରେ ବ୍ଲାକ୍‌…

Read More