ମହାକୁମ୍ଭମେଳାରେ ବଡ଼ ଅଘଟଣ। ସାହିସ୍ନାନ ବେଳେ ଦଳାଚକଟା। ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା। ମୃତଦେହକୁ ପ୍ରୟାଗରାଜ ମେଡିକାଲ କଲେଜକୁ ନିଆଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି। ସଙ୍ଗମ ସ୍ଥଳରେ ହୋଇଥିବା ଦଳାଚକଟାରେ ଶତାଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଉଛି। ଉତ୍ତର ପ୍ରଦେଶର ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ବୟାନ ଆସିଛି। ସେ ଗୁଜବରେ ଧ୍ୟାନ ନଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକମାନେ ମାତା ଗଙ୍ଗାଙ୍କ ନିକଟତମ ଘାଟରେ ସ୍ନାନ କରିବା ଉଚିତ୍। ସଙ୍ଗମ ନୋଜ ଆଡକୁ ଯିବାକୁ ଚେଷ୍ଟା କରନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ନାନ ପାଇଁ ଅନେକ ଘାଟ ନିର୍ମାଣ କରାଯାଇଛି ଯେଉଁଠାରେ ସ୍ନାନ କରାଯାଇପାରିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକମାନେ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ଉଚିତ୍ ଏବଂ ବ୍ୟବସ୍ଥା କରିବାରେ ସହଯୋଗ କରିବା ଉଚିତ୍। ଏହା ସହିତ…
Author: sanitelevision
ସୁଭଦ୍ରା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପରାମର୍ଶ । ଜାନୁଆରୀ ୨୯ ଓ ୩୦ ତାରିଖ ବ୍ୟାଙ୍କ ଯାଆନ୍ତୁ । ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବେ । ଯେଉଁମାନଙ୍କୁ କଲ୍ ଆସିଛି, ମେସେଜ୍ ଆସିଛି ଯାଆନ୍ତୁ ।ଏନ୍ପିସିଆଇ ତ୍ରୁଟି ଯୋଗୁଁ ଯୋଜନାରେ ସାମିଲ ହୋଇପାରି ନଥିବା ମହିଳାମାନେ ବ୍ୟାଙ୍କକୁ ଯାଇ ସମସ୍ୟା ଦୂର କରନ୍ତୁ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି ଯେ, ଏନ୍ପିସିଆଇଜନିତ ସମସ୍ୟା ପାଇଁ ଏପର୍ଯ୍ୟନ୍ତ ୩,୩୧,୦୦୦ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇପାରି ନାହାନ୍ତି।ବର୍ତ୍ତମାନ ସୁଦ୍ଧା ୧ କୋଟି ୭ ଲକ୍ଷ ୨୩ ହଜାର ୨୪୯ ସୁଭଦ୍ରା ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୮୦ ଲକ୍ଷ ୨୯ ହଜାର ୭୪୧ ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ୩ ଲକ୍ଷ ୩୧ ହଜାର ୧୮୮ ଜଣଙ୍କ ଏନ୍ପିସିଆଇ ଫେଲ୍ ହୋଇଛି । ଚତୁର୍ଥ ପର୍ୟ୍ୟାୟ ପୂର୍ବରୁ ସୁଭଦ୍ରା ହିତାଧିକାରୀଙ୍କୁ…
ପଖାଳ ଖାଇ ହଷ୍ଟେଲ ଛାତ୍ରୀ ଅସୁସ୍ଥ । ତେଲକୋଇ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ ଦେଖିବାକୁ ମିଳିଛି ଏଭଳି ଘଟଣା । ୨୨ ଜଣ ହଷ୍ଟେଲ ଛାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି l ହଷ୍ଟେଲ ୱାଡେନଙ୍କ କହିବା କଥା, ପ୍ରତ୍ୟେକ ଦିନ ସକାଳେ ଛୁଆମାନେ ସୁଜି ଖାଇଥାନ୍ତି । ଆଜି ସୁଜି ନଥିବାରୁ ୨୨ଜଣ ଛାତ୍ରୀ ପଖାଳ ଖାଇଥିଲେ ବୋଲି ବିଦ୍ୟାଳୟର ୱାଡେନ କହିଛନ୍ତି । ତା’ପରେ ସମସ୍ତ ୨୨ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । କାହାର ପେଟବ୍ୟଥା ତ ଆଉ କାହାର ବାନ୍ତି ହେଉଛି । ଆଉ କେତେଜଣଙ୍କର ମୁଣ୍ଡ ବୁଲାଉଥିବା ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ତେବେ ଖାଦ୍ୟରେ କ’ଣ ପଡ଼ିଥିଲା ଯେଉଁଥିପାଇଁ ଏଭଳି ଘଟଣା ଘଟିଲା ଏବଂ ଏତେ ଛାତ୍ରୀ ଅସୁସ୍ଥ ହେଲେ ତାହା ତଦନ୍ତ ହେବା ଆବଶ୍ୟକ ବୋଲି ଅଭିଭାବକ ମାନେ କହିଛନ୍ତି ।
‘ରାମାୟଣ’ରେ ରାମ ଭୂମିକାରେ ଲୋକଙ୍କ ମନରେ ରାଜ୍ କରୁଥିବା ଅରୁଣ ଗୋଭିଲଙ୍କୁ ସମସ୍ତେ ଜାଣନ୍ତି। ୧୯୮୭ ମସିହାରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ମୁଖ୍ୟ ଭୂମିକା ନିଭାଇ ସେ ଘରେ ଘରେ ପରିଚିତ ପାଲଟିଥିଲେ। ଦର୍ଶକଙ୍କ ମନରେ ଆଜି ବି ସେ ଭଗବାନ ରାମଙ୍କ ପରିଚୟ ନେଇ ରହିଛନ୍ତି। ସେଥିପାଇଁ ସେ ଯୁଆଡ଼େ ବି ଯାହାନ୍ତି ତାଙ୍କୁ ରାମଙ୍କ ନାମରେ ଲୋକେ ସମ୍ବୋଧନ କରନ୍ତି। ସେହି ରୂପେଲି ପରଦାର ରାମ ଏବେ ଯାଇ ମହାକୁମ୍ଭରେ ପହଞ୍ଚିଚନ୍ତି । ଅରୁଣ ଗୋଭିଲ ତାଙ୍କ ପତ୍ନୀ ଏବଂ ପରିବାର ସହିତ ମହାକୁମ୍ଭ ୨୦୨୫ରେ ପହଞ୍ଚିଛନ୍ତି।ମହାକୁମ୍ଭରେ ପହଞ୍ଚିବା ପରେ, ଅରୁଣ ଗୋଭିଲ ଏବଂ ତାଙ୍କ ପତ୍ନୀ ଶ୍ରୀଲେଖା ଗୋଭିଲ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ। ସେମାନଙ୍କ ସହିତ ଆହୁରି ଅନେକ ଲୋକଙ୍କୁ ମଧ୍ୟ ଦେଖାଯାଇଥିଲା । ଅରୁଣ ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅରୁଣ ସୋସିଆଲ୍ ମିଡିଆରେ ଫଟୋ ସେୟାର କରି…
କେନ୍ଦୁଝରରେ ହେବ ଷ୍ଟିଲ୍ ପ୍ଲାଣ୍ଟ । ସରକାରଙ୍କ ସହ MOU ସ୍ଵାକ୍ଷର କଲା ଜେଏସ୍ଡ଼ବ୍ଲୁ । କେନ୍ଦୁଝରରେ ଆଇରନ ବେଲ୍ଟ ଥିବାରୁ ମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ । ୫ ମିଲିୟନ ଟନ୍ ଉତ୍ପାଦନ ପ୍ଲାଣ୍ଟ ହେବ । ପୋସ୍କୋ ସହ କରିବୁ କି ଆମେ ନିଜେ କରିବୁ ପରେ ନିଷ୍ପତ୍ତି ନେବୁ ବୋଲି ଜେଏସ୍ଡବ୍ଲୁ ମୁଖ୍ୟ ସଜନ ଜିନ୍ଦଲ କହିଛନ୍ତି । ସେହିଭଳି ରାୟଗଡ଼ାରେ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା କରିବ ବେଦାନ୍ତ । ଏନେଇ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି । ଅନୀଲଙ୍କ କହିବା ମୁତାବକ, ବେଦାନ୍ତ ୧ ଲକ୍ଷ କୋଟି ଟଙ୍କାର ନିବେଶ କରିବ । ତେବେ ବେଦାନ୍ତର ଏହି ନିବେଶ ଯୋଗୁଁ ଓଡ଼ିଶାରେ ଅନେକ ନିଯୁକ୍ତି ସୃଷ୍ଟି ହେବ ।
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ପଶିଲା ଚୋର। ଗତ ୨୬ ତାରିଖରେ ତାଙ୍କ ନୟାପଲ୍ଲୀସ୍ଥିତ ଏନ୍-୨୯ ଘରୁ ଚୋରି ହୋଇଥିବାବେଳେ ସୋମବାର ରାତିରେ ଏନ୍-୨୫ ଘରେ ପୁଣି ଚୋରି ଉଦ୍ୟମ ହୋଇଛି। କିନ୍ତୁ ଏଥର ଧରାପଡ଼ିଛି ଚୋର। ଝରକା ଭାଙ୍ଗି ଘରେ ପଶିବାବେଳେ କର୍ମଚାରୀ ଚୋରକୁ କାବୁ କରି ନେଇଥିଲେ। ଏହାପରେ ତାକୁ ପୁଲିସ ଜିମା ଦେଇଛନ୍ତି। ଏହା ମଧ୍ୟରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଏତେ ସୁରକ୍ଷା ଭିତରେ ବି ଚୋର କେମିତି ମୋ ଘରେ ପଶିଲା, ଏହା ଚୋରର ବାହାଦୁରୀ। ଆହୁରି ଦାମୀ ଜିନିଷ ଥିଲା, ଚୋର ଛାଡ଼ି ଦେଇଛି। ଖାଲି ସୁନା ଆଉ ଟଙ୍କା ନେଇଛି। ଯେଉଁ ଲୋକଟି କାଲି ଧରାପଡିଛି। ସିଏ ଡ୍ରଗ୍ସ ଆଡିକ୍ଟେଟ୍ ବୋଲି ଜଣାପଡୁଥିଲା। ସେ କହିଛନ୍ତି,ରାଜଧାନୀରେ ଡ୍ରଗ୍ସ ,ନିଶା ଓ ଚୋରି କରୁଥିବା କ୍ରିମିନାଲଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେଥିପାଇଁ ଆମେ…
ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି । ଆନୁଷ୍ଠାନିକ ଭାବେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ଜୟ ଜଗନ୍ନାଥ’ରୁ ଉଦବୋଧନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି, ମୁଁ ଖୁସି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଆଗେଇନେବାର ପ୍ରୟାସ ଆରମ୍ଭ କରିଛନ୍ତି। ମୋଦି କହିଛନ୍ତି ଜାନୁଆରୀରରେ ମୋର ଦ୍ବିତୀୟ ଓଡ଼ିଶା ଗସ୍ତ । ଉତ୍କର୍ଷ ଓଡ଼ିଶା କନକ୍ଲେଭ ଓଡିଶାର ସବୁଠୁ ବଡ଼ ବିଜନେସ ସମ୍ମିଳନୀ । ଆୟୋଜନ ପାଇଁ ଓଡିଶା ସରକାରଙ୍କୁ ଶୁଭେଚ୍ଛା । କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ବାଗତ କରୁଛି । ପୂର୍ବ ଭାରତ ହେଉଛି ବିକଶିତ ଭାରତର ଗ୍ରୋଥ ଇଞ୍ଜିନ । ଓଡିଶାର ଏକ ବଡ଼ ଭୂମିକା ରହିଛି । ଗ୍ଲୋବାଲ ଗ୍ରୋଥରେ ଓଡିଶାର ବଡ଼ ଭୂମିକା ଥିଲା । ଏହାର ବନ୍ଦର ଭାରତର ଗେଟ…
ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପୁଣି ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି । ଫଳରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ । ବୟସାଧିକ କାରଣରୁ ବିଶ୍ବଭୂଷଣଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଛି ।ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଅସୁସ୍ଥତା ସମ୍ପର୍କରେ ଆଇନ ମନ୍ତ୍ରୀ ତଥା ପୁଅ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଜନ୍ମ । ୧୯୭୧ ମସିହାରେ ଭାରତୀୟ ଜନସଂଘର ଜଣେ କର୍ମକର୍ତ୍ତା ଭାବେ ଯୋଗଦେଇଥିଲେ । ଏହାପରେ ୧୯୭୭ ମସିହାରେ ଜନତା ପାର୍ଟିର ସାଧାରଣ ସଂପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ । ଏମିତିକି ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଗୃହବନ୍ଦୀ ହୋଇଥିଲେ । ୧୯୭୭ରେ ମଧ୍ୟ ଜନତା ପାର୍ଟିର ଟିକେଟରେ…
କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋମବାର ମଧ୍ୟପ୍ରଦେଶର ମହୁଠାରେ ‘ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ’ ରାଲିକୁ ସମ୍ବୋଧିତ କରିଥିଲେ।ଏହି ସମୟରେ ମଲ୍ଲିକାର୍ଜୁନ ଖଡଗେ ବିଜେପି ନେତାଙ୍କୁ ସିଧା ସଳଖ ଟାର୍ଗେଟ କରି କହିଛନ୍ତି ଯେ ଗଙ୍ଗାରେ ଗାଧୋଇବା ଦ୍ୱାରା ଗରିବୀ ଦୂର ହେବ ନାହିଁ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ପରିବାର ସହ କୁମ୍ଭ ସ୍ନାନ ପାଇଁ ପ୍ରୟାଗରାଜରେ ପହଞ୍ଚିଥିବା ବେଳେ ତାଙ୍କର ଏଭଳି କଟାକ୍ଷ ଆସିଛି। ସେପଟେ ଖଡଗେଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ସାଂସଦ ସମ୍ବିତ ପାତ୍ର କହିଛନ୍ତି, ପୂର୍ବରୁ ସେମାନେ କହିଥିଲେ ଯେ, ସେମାନେ କ୍ଷମତାକୁ ଆସିଲେ ସନାତନକୁ ଶେଷ କରିଦେବେ । ରାହୁଲ ଗାନ୍ଧି ଇଟାଲୀ ଯାଇ ଗାଧୋଇପାରିବେ, ଆମର କୌଣସି ଆପତ୍ତି ନାହିଁ। ମା’ ଗଙ୍ଗାଙ୍କ ବିରୋଧରେ ଏଭଳି ଶବ୍ଦ ପ୍ରୟୋଗ କରିବା ଠିକ୍ ନୁହେଁ। ସନାତନ ଧର୍ମ ବିରୋଧରେ ଏଭଳି ଶବ୍ଦ ଓ ବୟାନ…
ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ଆସୁଛି ରଥ କାଠ। ନୟାଗଡ ଦଶପଲ୍ଲାରୁ ପୁରୀ ଅଭିମୁଖେ ଗଡିଛି ରଥକାଠ ବୋଝେଇ ହୋଇଥିବା ୩ଟି ଟ୍ରକ୍। ପ୍ରଥମ ପର୍ଯ୍ୟାୟରେ ୪୮ ଖଣ୍ଡ ଅସନ ଏବଂ ୫୩ ଖଣ୍ଡ ଧଉରା କାଠ ଆସୁଛି ପୁରୀ ଶ୍ରୀମନ୍ଦିର । ସରସ୍ୱତୀ ପୂଜା ପୂର୍ବରୁ ରଥଖଳାରେ କାଠ ପହଞ୍ଚିବା ବିଧି ରହିଛି ।ଦଶପଲ୍ଲାର ପୋଖରୀଗୋଚ୍ଛା ଓ ଟାକେରା ସେକନ୍ସରୁ ରଥ କାଠ ପଠାଯାଉଛି। ରଥ ନିର୍ମାଣ ପାଇଁ ଅସନ , ଧଉରା, ଫାସି, ସିମିଳି ପ୍ରଜାତିର ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷର ୫୧ ଖଣ୍ଡ କାଠ ବଳକା ରହିଛି । ତେଣୁ ଚଳିତବର୍ଷ ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଛି।ଚଳିତବର୍ଷ ଜୁନ୍ ୨୭ ତାରିଖରେ ରଥଯାତ୍ରା ପାଳନ କରାଯିବ । ଏହି ବର୍ଷ ୧୭୮ ଥର ଲାଗି ରଥ ଟଣାଯିବ । ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରେ ଏକାଠି ହେବେ ।









