Author: sanitelevision

ଗଞ୍ଜାମ ଜିଲା କେ.ନୂଆଗାଁ ପୋଲିସ ଚିକିଟି ଗଡ଼ ଗ୍ରାମର ନୂତନ ପାତ୍ରଙ୍କ ଘରେ ବନ୍ଧକ ରଖାଯାଇଥିବା ୪ ଯୁବକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଯୁବକଙ୍କ ମଧ୍ୟରେ ଜଣେ ନୂଆ ଦିଲ୍ଲୀର ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ ହୋଇଥିବା ବେଳେ ଅନ୍ୟ ୩ ଜଣ କଟକ ଅଞ୍ଚଳର ଏଜେଣ୍ଟ ବୋଲି ସୂଚନା ମିଳିଛି। କୋଟିଏ ଟଙ୍କା ନଦେଲେ ସମସ୍ତଙ୍କୁ ବନ୍ଧକଙ୍କୁ ନାଗ ସାପ ଚୋଟରେ ଜୀବନ ନେଇଯିବେ ବୋଲି ଧମକ ଚମକ ଦେଉଥିଲେ । ଗୋଳନ୍ଥରା ଥାନା ଅଞ୍ଚଳରୁ ଅପହରଣ ପରେ ଚିକିଟି ଗଡ଼ରେ ଅଟକ ରଖି ଅତ୍ୟାଚାର କରୁଥିଲେ । ହେଲେ କୌଣସି ମତେ ଜଣେ ଅପହରଣକାରୀଙ୍କ କବଳରୁ ଖସି ଆସି ଚିକିଟି ତହସିଲ ଅଫିସରେ ପହଞ୍ଚି ଉଦ୍ଧାର ପାଇଁ ନେହାରୁ ହୋଇଥିଲେ ।ଘଟଣାରେ ସମ୍ପୃକ୍ତ ଥିବା ନୂତନ ପାତ୍ର ଫେରାର ହୋଇଯାଇଛି। ଅପହରଣ କରି ରଖାଯାଇଥିିବା ସ୍ଥାନରେ ଗଞ୍ଜେଇ ଗଛ ଲାଗିଥିଲା। ଘଟଣା ସ୍ଥଳରେ ପହଞ୍ଚି ଗଞ୍ଜେଇ ଗଛ…

Read More

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ‘ରେଓ୍ବା’ର ମୃତ୍ୟୁ ଘଟିଛି। ପ୍ରସବକାଳୀନ ଅସୁସ୍ଥତା ଯୋଗୁ ରେଓ୍ବାର ୮ ବର୍ଷ ବୟସରେ ମୃତ୍ୟୁ ହୋଇଛି। ତିନୋଟି ଛୁଆଙ୍କୁ ଜନ୍ମ ଦେଇ ଜୀବନ ହାରିଲା ସିଂହୀ ରେୱା । ଡିସେମ୍ବର ୨୦୨୦ରେ ଇନ୍ଦୋରର କମଳା ନେହେରୁ ପ୍ରାଣୀ ସଂଗ୍ରାହଳୟରୁ ନନ୍ଦନକାନନ ଅଣାଯାଇଥିଲା । ଚଳିତ ମାସ ଜାନୁଆରୀ ୨୫ରେ ୩ଟି ଛୁଆ ଜନ୍ମ ଦେଇଥିଲା ।ସେ ରହୁଥିବା ଫିଡିଂ ଚାମ୍ବରରେ ସକାଳ ୯ଟା ୩୩ରେ ପ୍ରଥମ ଛୁଆ ଜନ୍ମ କରିଥିଲା। କିନ୍ତୁ, ଦୁର୍ଭାଗ୍ୟବଶତଃ ପ୍ରଥମ ଛୁଆଟି ମୃତଛୁଆ ଜନ୍ମ ହୋଇଥିଲା। ସାଢ଼େ୯ଟାରୁ ୩ଟା ୪୫, ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ରେଓ୍ବା ଆଉ ପ୍ରସବ କରିନଥିଲା। ଏହା ଜାଣିବା ପରେ ପରବର୍ତ୍ତୀ ସୁଗମ ପ୍ରସବ ପାଇଁ ରଓ୍ବୋକୁ ୩ଟା ୪୫ରେ ଅକ୍ସିଟୋସିନ ଦିଆଯାଉଥିଲା। ଏହାପରେ ୩ଟା ୫୮ରେ ଆଉ ଗୋଟିଏ ଛୁଆ ଜନ୍ମ କରିଥିଲା। ପରେ ପ୍ରାୟ ୨ଘଣ୍ଟା ପରେ ୫ଟା ୫୬ରେ ତୃତୀୟ ଛୁଆଟିକୁ…

Read More

ଉତ୍ତରାଖଣ୍ଡରେ ଆଜିଠାରୁ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବାକୁ ଯାଉଛି । ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏହା ଲାଗୁ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଠିକ୍ ଗସ୍ତ ପୂର୍ବରୁ ଐତିହାସିକ ଆଇନ ଲାଗୁ ହେବ । ୟୁସିସି ସମଗ୍ର ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେବ ଏବଂ ବାହାରେ ରହୁଥିବା ଉତ୍ତରାଖଣ୍ଡ ବାସିନ୍ଦାଙ୍କ ପାଇଁ ମଧ୍ୟ ଲାଗୁ ହେବ ।ମୁଖ୍ୟମନ୍ତ୍ରୀ ଧାମି ପୂର୍ବରୁ କହିଛନ୍ତି ଯେ, ଦେବଭୂମି ଉତ୍ତରାଖଣ୍ଡରେ ଭକ୍ତ ଏବଂ ପର୍ଯ୍ୟଟକଙ୍କ ଆଗମନ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ହରିଦ୍ୱାର ଓ ଋଷିକେଶରେ ଆମେ ଗଙ୍ଗା କରିଡର ନିର୍ମାଣ କରିବୁ। ଶାରଦା ନଦୀ ଉପରେ ମଧ୍ୟ କରିଡର ନିର୍ମାଣ କରାଯାଉଛି, ଏହା ଉପରେ ଅନେକ କାମ ଆରମ୍ଭ ହୋଇଛି । ବାବା କେଦାରନାଥରେ ପୁନଃନିର୍ମାଣ ଚାଲିଛି । ଉପନିର୍ବାଚନ ହୋଇଥିଲା ଏବଂ ସେଠାରେ ବିଜେପି ବିଜୟୀ ହୋଇଥିଲା । ବଦ୍ରିନାଥ ଧାମରେ ମାଷ୍ଟର ପ୍ଲାନ୍…

Read More

ବିଜୁଳି କଟିଲେ ମୋବାଇଲ ଟର୍ଚ୍ଚରେ ଚାଲୁଛି ଥାନା । କିଟିମିଟ ଅନ୍ଧାରରେ ଚଳୁଛନ୍ତି ଥାନା କର୍ମଚାରୀ ଓ ଥାନାକୁ ଆସୁଥିବା ସାଧାରଣ ଜନତା । ଅନ୍ୟପଟେ ଅତିରିକ୍ତ ଏସପି କହୁଛନ୍ତି ଆମ ପାଖରେ ଏନେଇ କୌଣସି ଖବର ନାହିଁ । ପୁରୀ ଅସ୍ତରଙ୍ଗ ଥାନାରୁ ଆସିଛି ଏହି ଚିତ୍ର । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଥାନାର ଭୂମିକା ଗୁରୁତ୍ବପୂର୍ଣ୍ଣ । ଥାନା ଗୁଡିକରେ ଅନଲାଇନ ମାଧ୍ୟମରେ ଅଭିଯୋଗ ପଞ୍ଜୀକରଣ କରାଯିବା ସହିତ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଟେକ୍ନୋଲୋଜିକୁ ଆପଣାଇ କାର୍ଯ୍ୟ କରାଯାଉଛି । ଯେତେ ସବୁ ସୂଚନା ଆଦାନପ୍ରଦାନର ମାଧ୍ୟମ ସହିତ ଅନଲାଇନ ସେବା ଗୁଡିକ କାର୍ଯ୍ୟକାରୀ କରିବା ପଛରେ ଇଲେକ୍ଟ୍ରିକ୍ ବା ବିଦ୍ୟୁତର ଆବଶ୍ୟକତା ରହିଛି । ବିନା ବିଦ୍ୟୁତ ସରବରାହରେ ଥାନାରେ କାର୍ଯ୍ୟ କରିବା ଏକ ପ୍ରକାର ଅସମ୍ଭବ ।ଏଥିପାଇଁ ପ୍ରତ୍ୟେକ ଥାନାରେ ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ପାଇଁ…

Read More

ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ବର୍ବର କାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଘରେ ପଶି ଯୁବକଙ୍କୁ ହାଣି ହତ୍ୟା କରିଛନ୍ତି ମାଓବାଦୀ । ଟଙ୍ଗିଆ ସାହାଯ୍ୟରେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି । ଘଟଣା ସ୍ଥଳରେ ମାଓ ପୋଷ୍ଟର ଥିବା ଦେଖିବାକୁ ମିଳିଛି। ଯିଏ ପୋଲିସକୁ ମାଓବାଦୀ ସମ୍ପର୍କରେ ସୂଚନା ଦେବ, ତାର ଏଭଳି ପରିଣାମ ହେବ ବୋଲିପୋଷ୍ଟରରେ ଉଲ୍ଲେଖ ରଖାଯାଇଛି। ପୋଲିସ ସହ ମିଶି ମାଓ ବିରୋଧୀ କାର୍ଯ୍ୟକଳାପ କରୁଥିବାରୁ ତାକୁ ପ୍ରଜା କୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଛି।ମାଓବାଦୀଙ୍କ ଦ୍ୱାରା ହତ୍ୟା କରଯାଇଥିବା ଯୁବକଙ୍କ ବୟସ ହେଉଛି ୪୧ ବର୍ଷ । ମାଓବାଦୀଙ୍କ ବିରୋଧରେ ସେ ପୋଲିୟକୁ ସୂଚନା ଦେଉଥିବା ନେଇ ମାଓବାଦୀଙ୍କୁ ଖବର ମିଳିଥିଲା । ଯହାକୁ ନେଇ ଘରେ ପଶି ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।

Read More

ବାଂଲାଦେଶକୁ ମିଳୁଥିବା ସମସ୍ତ ପ୍ରକାରର ଆମେରିକୀୟ ସହାୟତାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବନ୍ଦ କରିଦେଇଥିବା ନେଇ ୟୁଏସଏଆଇଡି ଟ ଏକ ଚିଠି ଲେଖି ସୂଚନା ଦେଇଛି। ଏହା ବାଂଲାଦେଶର ୟୁନୁସ ସରକାରଙ୍କ ପାଇଁ ଏକ ବଡ଼ ଝଟକା ଭଳି।ଆମେରିକୀୟ ଏଜେନ୍ସି ୟୁଏସଏଆଇଡି ବାଂଲାଦେଶରେ ଚୁକ୍ତି, କାର୍ୟ୍ୟାଦେଶ, ଅନୁଦାନ, ସମବାୟ ଚୁକ୍ତି, ଅନ୍ୟାନ୍ୟ ସହାୟତା କିମ୍ବା କ୍ରୟ ଉପକରଣ ଅଧୀନରେ କୌଣସି କାର୍ୟ୍ୟକୁ ତୁରନ୍ତ ବନ୍ଦ କିମ୍ବା ସ୍ଥଗିତ ରଖିବାକୁ ଘୋଷଣା କରିଛି । ଶେଖ୍ ହସିନା କ୍ଷମତାରୁ ଯିବା ପରେ ବାଂଲାଦେଶର ମୌଳବାଦୀ ମାନେ ହିନ୍ଦୁମାନଙ୍କୁ ହତ୍ୟା କରିବା ସହ ଅନେକ ଧାର୍ମିକ ସ୍ଥଳରେ ନିଆଁ ଲଗାଇ ଦେଇଥିଲେ । ଡୋନାଲ୍ଡ ଟ୍ରମ୍ପଙ୍କ ସେତେବେଳେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ପାଇଁ ୟୁନୁସ୍ ସରକାରଙ୍କୁ ସମାଲୋଚନା କରିଥିଲେ । ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ ଯେ ,ବାଂଲାଦେଶରେ ଉଗ୍ର ବାମପନ୍ଥୀଙ୍କ ଧାର୍ମିକ ବିରୋଧୀ ଏଜେଣ୍ଡାରୁ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More

ରାଜ୍ୟରେ ଦୁଇ ରୁ ତିନି ଦିନ ଘନ କୁହୁଡି । ଆଜି ପାଇଁ ୧୪ ଜିଲ୍ଲାକୁ ୱାର୍ଣ୍ଣିଂ । କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି।କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି। ଘନ କୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି ।ବର୍ତ୍ତମାନ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ କୁହୁଡି ମାତ୍ରା ବୃଦ୍ଧି ପାଉଛି । ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

Read More

ସୋମବାରଠାରୁ ଆରମ୍ଭ ହୋଇଛି ଡଲ୍‌ଫିନ୍‌ ଗଣନା। ଏହି ଗଣନା ୩ଦିନ ଧରି ଚାଲିବ। ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏ ଏହ ଗଣନା ଚାଲିବ। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଡଲଫିନ ଗଣନା ଚାଲିବ।ଗଣନା କାର୍ଯ୍ୟରେ ୯ଟି ଟିମ୍ ସାମିଲ୍ ଅଛନ୍ତି । ପ୍ରତି ଟିମ୍ ରେ ୪ରୁ ୫ଜଣ ଗଣନାକାରୀ ସାମିଲ୍ ଅଛନ୍ତି । ମହାକାଳପଡ଼ା ଓ କନିକା ରେଞ୍ଜ ରେ ଗୋଟିଏ ଲେଖାଁଏ ଟିମ, ରାଜନଗର ଓ କୁଜଙ୍ଗ ରେଞ୍ଜରେ ୨ ଟି ଲେଖାଏଁ ଟିମ ଗଣନା କରୁଛନ୍ତି। ଗଣନା ପ୍ରକିୟାରେ ବାଇନାକୁଲର, ଜିପିଏସ, କ୍ୟାମେରା, ହାଣ୍ଡିକ୍ୟାମ ପ୍ରଭୁତି ବ୍ୟବହାର କରାଯିବ। ସେହିପରି ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ (ବାଲୁଗାଁ) ପକ୍ଷରୁ ସମଗ୍ର ଚିଲିକାରେ ଡଲ୍‌ଫିନ୍‌ ଗଣନା ହୋଇଥିଲା। ଚିଲିକାରେ ଦେଖା ଯାଉଥିବା ଇରାଓ୍ବ।ଡି ( Irrawaddy ) ଡଲ୍‌ଫିନ୍‌ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ-ନୋଚ ଡଲଫିନ୍‌ର ଗଣନା କରାଯାଇଥିଲା। ଏଥିପାଇଁ ସାତପଡ଼ା ରେଞ୍ଜରେ…

Read More

ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଓଡିଶାର ସାମଗ୍ରିକ ବିକାଶରେ ଆରମ୍ଭ ହେବାକୁ ଯାଉଛି ଏକ ସଂପୂର୍ଣ୍ଣ ନୂଆ ଯୁଗ । ବିକଶିତ ଓଡିଶାର ସ୍ୱପ୍ନ ସାକାର ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଓଡିଶାକୁ ଏକ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭାବେ ଗଢି ତୋଳିବାକୁ ଡବଲ୍ ଇଂଜିନ୍ ସରକାରଙ୍କ ଉଦ୍ୟମରେ ଆୟୋଜିତ ହେବାକୁ ଯାଉଛି ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନ୍‌କ୍ଲେଭ୍ ୨୦୨୫ । ଭୁବନେଶ୍ୱରର ଜନତା ମଇଦାନରେ ତିନି ଦିନ ଧରି ଆୟୋଜିତ ହେବ ଉତ୍କର୍ଷ ଓଡିଶା ପୁଂଜିନିବେଶ ଶିଖର ସମ୍ମିଳନୀ । ୨୦୨୫ ଜାନୁଆରି ୨୮ରୁ ୩୦ ତାରିଖ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍ ଓଡିଶାରେ ପୁଂଜିନିବେଶ ପାଇଁ ଏକ ମାଇଲଖୁଣ୍ଟ ତଥା ଐତିହାସିକ କାର‌୍ୟ୍ୟକ୍ରମ ହେବାକୁ ଯାଉଛି । ଏହା ଓଡ଼ିଶାର ଶିଳ୍ପ କ୍ଷେତ୍ରର ଭବିଷ୍ୟତକୁ ନୂତନ ଓ ବ୍ୟାପକ କରିବାରେ ସହାୟକ ହେବ । ଓଡ଼ିଶାକୁ ଏକ ବୈଶ୍ୱିକ…

Read More

ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଜର ବଜେଟ୍ ଫୋନ୍ ଜିଓ ଭାରତରେ ଏକ ନୂତନ ମାଗଣା ସେବା ଆରମ୍ଭ କରିଛି। ଜିଓସାଉଣ୍ଡପେ (JioSoundPay) ଗଣତନ୍ତ୍ର ଦିବସରେ ସେବା ଆରମ୍ଭ କରିବ । ଜିଓ ସାଉଣ୍ଡ ପେ’ରୁ ବିନା କୌଣସି ସାଉଣ୍ଡ ବକ୍ସରେ ୟୁପିଆଇ ପେମେଣ୍ଟ ଆଲର୍ଟ ମିଳିବ। ଭାରତର ଯେକୌଣସି ମୋବାଇଲ୍‌ ଫୋନରେ ଏହା ଏହିଭଳି ପ୍ରଥମ ବୈଶିଷ୍ଟ୍ୟ ବା ଫିଚର ହେବ। ଦେଶର ପାଞ୍ଚ କୋଟିରୁ ଅଧିକ କ୍ଷୁଦ୍ର ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ଏଥିରୁ ପ୍ରତ୍ୟକ୍ଷ ଲାଭ ପାଇବେ।ବିଦ୍ୟମାନ ଛୋଟ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ସାଉଣ୍ଡ ବକ୍ସ ପାଇଁ ମାସକୁ ପ୍ରାୟ ୧୨୫ ଟଙ୍କା ଦିଅନ୍ତି । ବର୍ତ୍ତମାନ, ଏହି ସେବା ଜିଓସାଉଣ୍ଡପେରେ ମାଗଣାରେ ଉପଲବ୍ଧ ହେବ, ଫଳରେ ଜିଓ ଭାରତ ଫୋନ ବ୍ୟବହାରକାରୀମାନେ ବାର୍ଷିକ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ।କମ୍ପାନୀର ସୂଚନା ଅନୁସାରେ ଜିଓସାଉଣ୍ଡ ପେ ଏକ ଅଭୂତପୂର୍ବ ନବସୃଜନ ବା ଇନୋଭେସନ୍‌ କରିଛି,…

Read More