Author: sanitelevision

ଭାରତ ଓ ଚୀନ୍‌ ପୁଣି ଥରେ କୈଳାଶ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ସୋମବାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ଉଭୟପକ୍ଷ ସମ୍ପର୍କକୁ ‘ସ୍ଥିର ଓ ସ୍ଥାୟୀ’ କରିବା ପାଇଁ କିଛି ଜନ କେନ୍ଦ୍ରିକ ପଦକ୍ଷେପ ନେବାକୁ ମଧ୍ୟ ସହମତ ହୋଇଛନ୍ତି। ଏନେଇ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଦୁଇ ଦେଶ ୨୦୨୫ ଗ୍ରୀଷ୍ମ ମାସ ଆଡକୁ କୈଳାଶ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି । ଅକ୍ଟୋବରରେ କାଜାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକରେ ସହମତି ଅନୁଯାୟୀ, ଉଭୟ ପକ୍ଷ ଭାରତ-ଚୀନ୍ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି ସମୀକ୍ଷା କରିଥିଲେ ଏବଂ ସମ୍ପର୍କକୁ ସ୍ଥିର ଏବଂ ସୁଦୃଢ଼ ​​କରିବା ପାଇଁ ଉପାୟଗୁଡ଼ିକ ଉପରେ ଆଲୋଚନା କରିଥିଲେ। ସମ୍ପର୍କ…

Read More

ଶିମିଳିପାଳ ଅଭୟାରଣ୍ୟ ଭିତରେ କୁଙ୍କି ହାତୀ ଭବାନୀର ମୃତ୍ୟୁ । ଅଭୟାରଣ୍ୟ ଭିତରେ ଜେନାବିଲ ଠାରେ ତାକୁ ରଖାଯାଇଥିଲା ଗତ ୨୦୦୧ ମସିହା ରେ ଶିମିଳିପାଳକୁ ଏକ ସାଙ୍ଗରେ କର୍ଣ୍ଣାଟକରୁ ତିନୋଟି ହାତୀ ଶୋଭା ଭବାନୀ ଓ ମହେନ୍ଦ୍ରକୁ ଅଣାଯାଇଥିଲା । ଗତ କିଛି ମାସ ପୂର୍ବରୁ ଶୋଭାର ମୃତ୍ୟୁ ହୋଇଥିବା ବେଳେ ଗତ ଜାନୁଆରୀ ୧୨ ତାରିଖ ରେ ମହିନ୍ଦ୍ରାର ମୃତ୍ୟୁ ହୋଇଥିଲା । ତେବେ ଆଜି ଭବାନୀର ମୃତ୍ୟୁ ସମ୍ପର୍କରେ ଖବର ପାଇ ପରିବେଶବିତ୍ ମାନେ ଉଦବେଗ ପ୍ରକାଶ କରିଛନ୍ତି ।ତେବେ ଶୁଣିବାକୁ ମିଳୁଥିଲା ଯେ, ଶିମିଳିପାଳର ନାୟିକା ଭବାନୀ କୁଆଡେ କୁମକୀ ହାତୀ ମହେନ୍ଦ୍ରର ପ୍ରେମରେ ପଡିଥିଲା । ଭବାନୀ ପାଇଁ ମହେନ୍ଦ୍ର ଥିଲା ତା’ର ମନର ନାୟକ । ମହେନ୍ଦ୍ର ଯୁଆଡେ ଯାଏ ସାଙ୍ଗରେ ଭବାନୀ ମଧ୍ୟ ଯାଏ । କେବଳ ଭବାନୀ ନୁହେଁ ମହେନ୍ଦ୍ରର ଆଉ ଜଣେ ମଧ୍ୟ ନାୟିକା ଥିଲା । କୁମକୀ…

Read More

କଲବଲ କରୁଛି ଘନ କୁହୁଡ଼ି । ଟ୍ୱିନ୍ ସିଟିରେ ଘନ କୁହୁଡ଼ି । ଆଜି ବଡ଼ି ଭୋରରୁ ଟ୍ୱିନ ସିଟି ସହ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ଏଥିଯୋଗୁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ବୁଧବାର ଗଞ୍ଜାମ, ଗଜପତି, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାରେ ଘନ କୁହୁଡ଼ି ଦେଖାଯିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।ସେହିପରି ପଶ୍ଚିମାଝଡ଼ ଅପସାରଣ ପରେ ରାଜ୍ୟରେ ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ପାଇଛି । ଏହାଦ୍ବାରା ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରି ଯାଏଁ ହ୍ରାସ ଘଟିଛି । ରାଜ୍ୟର ଉତ୍ତରପଶ୍ଚିମ ଭାଗରେ ପାରଦ ତଳ ମୁହାଁ ହୋଇଛି । ଘୁ.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରି ରହିଥିବା ବେଳେ ସିମିଳିଗୁଡ଼ାରେ ୯.୧, ଫୁଲବାଣୀରେ ୯.୫, ସୁନ୍ଦରଗଡ଼ ଓ କିରେଇରେ ୯.୮ ଡିଗ୍ରି ରହିଥିଲା ।

Read More

ମାନସିକ ଅନଗ୍ରସର ଦିବ୍ୟାଙ୍ଗ ଥଇଥାନ କେନ୍ଦ୍ରରେ ନିର୍ଯାତନା । ସମ୍ବଲପୁର ଧନୁପାଲି ଥାନା ପୁଟିବନ୍ଧ ସ୍ଥିତ ସମର୍ଥ କେନ୍ଦ୍ରରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଅନ୍ତେବାସୀଙ୍କୁ ନିମ୍ନ ମାନର ଖାଦ୍ୟ ସହ ଦିଆଯାଉଛି ଅକଥନୀୟ ନିର୍ଯାତନା । କଥା କଥାରେ ମାଡ଼ ଓ ଗାଳି କରୁଛନ୍ତି କେନ୍ଦ୍ର ପରିଚାଳକା । ବଞ୍ଚାଓ ବଞ୍ଚାଓ ବୋଲି ରଡି ଛାଡୁଛନ୍ତି ଅନ୍ତେବାସୀ l ଏହି ସବୁ ଦୃଶ୍ୟ ମୋବାଇଲ ଓ ସିସିଟିଭିରେ କଏଦ ହୋଇଛି ।ତେବେ ଏହି ଘଟଣା ପଦାରେ ପଡିଥିଲା ସେତେବେଳେ ଯେତେବେଳେ ଗତକିଛି ଦି ତଳେ ଜଣେ ମହିଳା ଏଠାରେ ନୂଆ କେୟାର ଟେକର ଭାବେ ନିଯୁକ୍ତି ପାଇଥିଲେ । ଏବଂ ନୀରିହ ମାନସିକ ବିକାରଗ୍ରସ୍ତ ଲୋକଙ୍କ ଉପରେ ହେଉଥିବା ନିର୍ଯାତନା ଦେଖି ସେ ସହିପାରିନଥିଲେ । ଚତୁରତାର ସହ ସମସ୍ତଙ୍କ ଭିଡିଓକୁ ନିଜ ମୋବାଇଲରେ କଏଦ କରି ଶେଷରେ ଆଇନର ଆଶ୍ରୟ ନେଇଥିଲେ ।ଏବେ ସମର୍ଥ କେନ୍ଦ୍ରରେ ପହଞ୍ଚି…

Read More

ଉତ୍କର୍ଷ ଓଡ଼ିଶା, ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ-୨୦୨୫ ମଙ୍ଗଳବାର ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ ହେବ। ଏହା ୨ ଦୁଇଦିନ ଧରି ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ଟାରେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭକୁ ଉଦ୍‌ଘାଟନ କରିବେ।କନ୍‌କ୍ଲେଭ୍‌ର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା ଏବଂ ଦେଶବିଦେଶର ନିବେଶକମାନଙ୍କୁ ପୁଞ୍ଜିନିବେଶ ଲାଗି ଆକୃଷ୍ଟ କରିବା । କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ୍‌ ଓରାମ୍‌ ମଧ୍ୟ ‌ଭାଗନେବେ ।ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁଷ୍‌, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି କନ୍‌କ୍ଲେଭରେ ସାମିଲ ହେବେ ବୋଲି ଜଣାପଡ଼ିଛି। ୨ ଦିନରେ ହେବାକୁ ଥିବା ଏହି କନ୍‌କ୍ଲେଭରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ଏସପିଜି ପୂର୍ବରୁ ଏହି…

Read More

ଭାରତୀୟ ଦଳର ତାରକା ବୋଲର ଜସପ୍ରୀତ ବୁମ୍‌ରା ୨୦୨୪ର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଆଖ୍ୟା ଅର୍ଜନ କରିଛନ୍ତି। ବୁମ୍‌ରାଙ୍କ ବ୍ୟତୀତ ଇଂଲଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍, ଇଂଲଣ୍ଡର ଯୁବ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ ଏବଂ ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ୍ ଏହି ପୁରସ୍କାର ଦୌଡ଼ରେ ଥିଲେ, କିନ୍ତୁ ବୁମ୍‌ରା ସମସ୍ତଙ୍କୁ ପଛରେ ପକାଇ ପୁରସ୍କାର ହାତେଇଛନ୍ତି। ସେହିଭଳି ଆଇସିସି ଦିନିକିଆ କ୍ରିକେଟର ଅଫ୍‌ ଦି ଇୟର ୨୦୨୪ ପାଇଁ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଦାନାଙ୍କୁ ବିଜୟୀ ବୋଲି ଘୋଷଣା କରାଯାଇଛି । ମନ୍ଦାନା ନିଜର କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ବିଶ୍ୱର ଦ୍ୱିତୀୟ ଏବଂ ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ୨୦୧୮ରେ ସେ ଏହି ପୁରସ୍ଖାରରେ ସମ୍ମାନିତ ହୋଇଥିଲେ ।

Read More

୪ଦିନରେ ସରିବ ରାସନ କାର୍ଡର e-KYC ଯାଞ୍ଚ । ସମୟ ଭିତରେ ଅପଡେଟ୍‌ କରିପାରିନଥିବା ହିତାଧିକାରୀଙ୍କ ପାଇଁ କୋହଳ ହୋଇପାରେ ବ୍ୟବସ୍ଥା । ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବର୍ତ୍ତମାନ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି (e-KYC) କରିସାରିଛନ୍ତି। ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ଜଣ ହିତାଧିକାରୀ ଇ-କେୱାଇସି କରିନାହାଁନ୍ତି।ମୋଟ୍‌ ୩କୋଟି ୩୫ ଲକ୍ଷ ୫୭୦ରୁ ୨କୋଟି ୯୫ ଲକ୍ଷ ୮୯ ହଜାର ୯୧୨ ଜଣ ହିତାଧିକାରୀ e-KYC କରିସାରିଛନ୍ତି । ରାଜ୍ୟରେ ୨କୋଟି ୯୪ ଲକ୍ଷ ୫୯ ହଜାର ୮୮୬ e-KYC ଓ ରାଜ୍ୟ ବାହାରୁ ୧ଲକ୍ଷ ୩୦ ହଜାର ୨୬ ଜଣ ବାହାରେ e-KYC କରିଛନ୍ତି ।ଜାନୁଆରୀ ୩୧ରେ ଇକେୱାଇସି ଯାଞ୍ଚ ସରିବା ପରେ ଯଦି କୌଣସି ଅଭିଯୋଗ ଆସେ ସେନେଇ ସରକାର ବିଚାର କରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ଯଦି କେହି ସମୟ ମଧ୍ୟରେ ଦେଇପାରିନାହାନ୍ତି…

Read More

ମଧୁ ପାଢୀ ହେଲେ ରାଜ୍ୟ ନିର୍ବାଚନ କମିଶନର। ପାଢ଼ୀ ୧୯୯୧-ବ୍ୟାଚ୍ ଓଡିଶା କ୍ୟାଡରର ଆଇଏଏସ୍ ଅଧିକାରୀ। ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ସେ କନ୍ଧମାଳ ଜିଲା ବାଲିଗୁଡାର ସବ୍ କଲେକ୍ଟର ଭାବରେ ପ୍ରଥମେ କାର୍ଯ୍ୟ କରିଥିଲେ ଏବଂ ପରେ ପ୍ରୋଜେକ୍ଟ ନିର୍ଦ୍ଦେଶକ, ଡିଆରଡିଏ, ମୟୂରଭଞ୍ଜ ପରେ ବିଭିନ୍ନ ବିଭାଗର ସଚିବ ଥିଲେ। ସେହିପରି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ଉପଦେଷ୍ଟା ଭାବେ ତାଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି।ପୂର୍ବତନ ଡିଜିପି ଅବସରପ୍ରାପ୍ତ ଆଇପିଏସ୍‌ ହେଉଛନ୍ତି ପ୍ରକାଶ ମିଶ୍ର ।ନିକଟରେ ପୂର୍ବତନ ପୋଲିସ ଡିଜି ତଥା ଭାଜପା ନେତା ପ୍ରକାଶ ମିଶ୍ରଙ୍କ ବହି ‘କମେଡି ଇନ ଖାକି’ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା। ଏହି ବହି ଜରିଆରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ବହୁ ତଥ୍ୟ ପଦାକୁ ଆଣିଥିଲେ।

Read More

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଅତିରିକ୍ତ ଦାୟିତ୍ବ । ଏସଜେଟିଏର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ । ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିଲେ ।ଏନେଇ ରାଜ୍ୟ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୪ ଅଗଷ୍ଟ ୧୩ ତାରିଖରୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ ମନୋଜ ଆହୁଜା । ଗତ ବର୍ଷ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ବରିଷ୍ଠ ଆଇଏସ୍ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ମିଳିଥିଲା । ଗତ ଡିସେମ୍ବର ମାସରେ ତାଙ୍କ କାର୍ଯ୍ୟକାଳକୁ ବର୍ଷେ ଯାଏଁ ବଢାଇଦିଆଯାଇଥିଲା ।

Read More

ଗତକାଲି ମୋର ଭୁବନେଶ୍ବର ଘରେ ଚୋରି ହୋଇଛି । ଏହି ଘଟଣା କେବଳ ମୋ ପରିବାର ପାଇଁ ନୁହେଁ । ବରଂ ସମସ୍ତ ଭୁବନେଶ୍ବର ବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ । ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ ସେୟାର କରି ଏମିତି ଚିନ୍ତା ପ୍ରକଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ସେ ଲେଖିଛନ୍ତି ଯେ ସରକାରଙ୍କ ଅବହେଳା କାରଣରୁ ଆଜି ଆମ ଘର, ଆମ ସାହି ଓ ଆମ ସଂପଦ ବିପଦରେ। ଓଡ଼ିଶା ପୋଲିସ ଜନତାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ। ଏହା ବିଜେପି ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ। ଭୁବନେଶ୍ବରକୁ ସୁରକ୍ଷିତ ରଖିବାକୁ ଅପିଲ କରିଛନ୍ତି ନିରଞ୍ଜନ। ଅନ୍ୟପଟେ ଘର ସହ ସର୍ମ୍ପକ ଥିବା ଲୋକ ହିଁ ଚୋରି କରିଛି । ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣାରେ ଏହା କହିଛନ୍ତି ବରିଷ୍ଠ ନେତା ସୁରେଶ ରାଉତରାୟ । ଏହା ସହ ଘଟଣାରେ ମୁଖ୍ୟମନ୍ତ୍ରୀ…

Read More