Author: sanitelevision

ଆସନ୍ତା ୧୮ ତାରିଖରୁ +୨ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଏକା ସମୟରେ ହେବ। ଆସନ୍ତା ୧୨ରୁ ୧୫ ତାରିଖ ମଧ୍ୟରେ ହବ୍‌ଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ। ସେହିପରି ପରୀକ୍ଷା ସରିବା ମାତ୍ରେ ଖାତାଦେଖା ଆରମ୍ଭ ହେବ। ଅନ୍‌ଲାଇନ୍‌ ମୂଲ୍ୟାୟନକୁ ଏଥର ଗୁରୁତ୍ୱ ଦେଉଛି ପରିଷଦ। ବିଶେଷକରି କଳା ବିଭାଗର ଓଡ଼ିଆ ଓ ଇଂରାଜୀ ବିଷୟର ଖାତାଦେଖା ବହୁ ବିଳମ୍ବ ହୋଇଥାଏ। ତେଣୁ ପ୍ରଥମଥର ଏହାକୁ ଅନ୍‌ଲାଇନ୍‌ ମୂଲ୍ୟାଙ୍କନ କରିବା ପାଇଁ ପରିଷଦ ପ୍ରସ୍ତୁତି କରିଛି।ଜିଲ୍ଲାଗୁଡ଼ିକରେ ଥିବା ହବ୍‌କୁ ପ୍ରଥମେ ପ୍ରଶ୍ନପତ୍ର ପଠାଯିବ। ସ୍ୱତନ୍ତ୍ର ଗାଡ଼ି, ସୁରକ୍ଷା କର୍ମୀ ଓ ପରିଷଦ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଶ୍ନପତ୍ର ପଠାଯିବ। ପରୀକ୍ଷା କେନ୍ଦ୍ରରେ କେତେ ସଂଖ୍ୟକ ପ୍ରଶ୍ନପତ୍ର ଆବଶ୍ୟକ ରହିଛି, ସେ ସମ୍ପର୍କରେ ଜଣାଇବାକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ…

Read More

ଆସନ୍ତା ରଥଯାତ୍ରା ପାଇଁ ରଥକାଠର ଅନୁକୂଳ ପବିତ୍ର ଶ୍ରୀପଞ୍ଚମୀ ଅବସରରରେ ହୋଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଥଖଳାରେ ୩ ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯାଇଛି। ତିନିରଥ ପାଇଁ ତିନିଖଣ୍ତ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରିଥଲେ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଚୁନପାଣି ପଡ଼ି ପବିତ୍ର କରାଯିବା ପରେ ତିନୋଟି ଧଉରା କାଠର ମାଜଣା କରାଯାଇଥିଲା । ଏହା ପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା କାଠ ତ୍ରୟର ପୂଜାର୍ଚ୍ଚନା ହୋଇଥଲା । ସେହିପରି ଆସନ୍ତା ରାମ ନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି । ଆସନ୍ତା ଅକ୍ଷୟ ତୃତୀୟା ତିଥିରେ ରଥ ଖଳାରେ ରଥ ନିର୍ମାଣ ଅନୁକୂଳ ପରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଚଳିତବର୍ଷ ୨୦୨୫ ରଥଯାତ୍ରା ପାଇଁ ପୁରୀରେ…

Read More

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ୍‌ । ଏନେଇ ବିଏମ୍‌ସି କମିଶନର ଦେଇଛନ୍ତି ନିର୍ଦ୍ଦେଶ । ସେ କହିଛନ୍ତି ଐତିହାସିକ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶ ପାଇଁ ନିର୍ଦେଶ ଦିଆଯାଇଛି । ସବୁ ଯାତ୍ରା କମିଟି ଅବଗତ ରହିଛନ୍ତି । ନିୟମ ଉଲ୍ଲଘଂନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ସୂଚନା ଥାଉକି ମଙ୍ଗଳବାରଠୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା । ଏହି ଅବସରରେ ସକାଳୁ ଖଣ୍ଡଗିରି ଉଦୟଗିରି ମେଳା ପ୍ରସ୍ତୁତି ବୁଲି ଦେଖିଛନ୍ତି ବିଏମସି କମିଶନର । ସେ କହିଛନ୍ତି ଖଣ୍ଡଗିରିରେ ବଳବତ୍ତର ରହିବ ପରିମଳ ବ୍ୟବସ୍ଥା । ସ୍ଥାୟୀ ଆଲୋକିକରଣ, ପାନୀୟ ଜଳକୁ ଅଧିକ ଗୁରୁତ୍ୱ ଦିଆଯିବ । ପାଞ୍ଚକୁଣ୍ଡର ଖୁବ ଶୀଘ୍ର ହେବ ପୁନର ଉଦ୍ଧାର । କିଛିଦିନ ପୂର୍ବରୁ ଭଦ୍ରକରେ ଏଭଳି ଏକ ଘଟଣା ଘଟିଥିଲା । ଯାତ୍ରାରେ ଅଶ୍ଲୀଳ ନାଚକୁ ବିରୋଧ ହୋଇଥିଲା । ଯାତ୍ରାରେ ମେଲୋଡି ମଝିରେ ଜୋତା ଫିଙ୍ଗିଥିଲେ ମହିଳା…

Read More

ଅଭିଯୋଗର ସତ୍ୟତା ଜାଣିବା ପାଇଁ ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଥିଲେ ଜିଲ୍ଲାପାଳ । ଘଟଣାର ସତ୍ୟତା ଜାଣିବା ପରେ ସୋସାଇଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆରସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତେବେ ଜିଲ୍ଲାପାଳ ନିଜେ ଦୋକାନୀ ଓ ଚାଷୀଙ୍କୁ ଧାନ ବିଷୟରେ ପଚାରିଥିଲେ । ଶେଷରେ ମଣ୍ଡିରେ ପହଞ୍ଚି ଅନ୍ୟ ଜଣେ ଚାଷୀଙ୍କ ନାମରେ ଟୋକନ ଧରି ଧାନ ବିକ୍ରି ପାଇଁ କହିଥିଲେ । ହେଲେ ସମବାୟ ଦାୟିତ୍ଵରେ ଥିବା ଅଧିକାରୀ ଚିହ୍ନିପାରି ନଥିଲେ । ୮ କିଲୋ ପର୍ଯ୍ୟନ୍ତ କଟନୀ ଛଟନୀ ହେବ ବୋଲି ସିଧା ସିଧା କହି ଦେଇଥିଲେ। ବାସ୍ ଫୈସଲା ଅନ୍ ସ୍ପଟ୍। ସଂସଦର ବଜେଟ ଅଧିବେଶନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଶୁକ୍ରବାର ଉଭୟ ଗୃହକୁ ସମ୍ବୋଧିତ କରିଥିଲେ। ତେବେ ଅଭିଭାଷଣ ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିହାରର ମୁଜାଫରପୁର ବାସିନ୍ଦା…

Read More

ବହୁ ଚର୍ଚ୍ଚିତ ଯୋଡି ହଂସିତା ଅଭିଲିପ୍ସା-ଅନିଲ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ। ଆଜି ଝାରପଡା ଜେଲ ଯାଇ ଉଭୟଙ୍କୁ ଜେରା କରୁଛି ଆୟକର ବିଭାଗ। ଯେଉଁ ରାକେଟ ଚଳାଇଥିଲେ ତା’ର ଗୁମର ଖୋଲୁଛି ପୁଲିସ। ପ୍ରଥମେ ଅଲଗା ଅଲଗା, ପରେ ସେମାନଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ସୂଚନା ମିଳିଛି । କଳାଧନ, ବେନାମୀ ସମ୍ପତ୍ତି, ସିଏସ୍‌ଆର୍ ଫଣ୍ଡ କେଳେଙ୍କାରୀ ଓ ହାଇପ୍ରୋଫାଇଲ ରାଜନେତାଙ୍କ ଲିଙ୍କ୍ ବାବଦରେ ଆୟକର ଅଧିକାରୀ ମାନେ ପଉରାଉଚରା କରିବେ । ଏଥି ନିମନ୍ତେ ଆୟକର ବିଭାଗ ପକ୍ଷରୁ ୧୦ରୁ ୧୨ଜଣିଆ ଟିମ୍ ପ୍ରସ୍ତୁତ କରାଯାଇଛି । ବିଦେଶୀ ଯୁବତୀଙ୍କୁ ଆଣି କେଉଁମାନଙ୍କୁ ଜନ୍ମଦିନରେ ଉପହାର ଦେଉଥିଲେ , ତା’ର ପ୍ରମାଣ ଖୋଜିବ । ଏଭଳି ଉପହାର ଦେବା ପଛରେ ଅନିଲ ହଂସିତାଙ୍କ ଉଦ୍ଦେଶ୍ୟ କ’ଣ ଥିଲା ତାହା ଜାଣିବାକୁ ଚାହୁଁଛି ପୁଲିସ। ପୂର୍ବରୁ ୧୬ ସ୍ଥାନରେ ଚଢାଉ କରି ଆଇଟି ଟିମ୍ ଅନେକ ତଥ୍ୟ ପାଇଛି।…

Read More

ଆକ୍ସନ ମୁଡରେ ଭଦ୍ରକ ଜିଲ୍ଲାପାଳ । ଚାଷୀ ବେଶରେ ପହଞ୍ଚିଲେ, ଅନିୟମିତତା ଦେଖି ଅଧିକାରୀଙ୍କୁ କଲେ ସୋ କଜ୍ ନୋଟିସ୍ । ସକାଳୁ ସକାଳୁ ହାପ୍ ପ୍ୟାଣ୍ଟ ସାଙ୍ଗକୁ ଟି-ସାର୍ଟ ପିନ୍ଧି ମଣ୍ଡିରେ ପହଞ୍ଚିଥିଲେ ଜିଲ୍ଲାପାଳ। ପରିଚୟ ଗୋପନ ରଖି ଚାଷୀଙ୍କ ସମସ୍ୟା ପଚାରି ବୁଝିଲେ । ସୂଚନାମୁତାବକ ଭଦ୍ରକ ଜିଲ୍ଲାରେ ପ୍ରଶାସନର ବାରମ୍ବାର ତାଗିଦ୍‌ ସତ୍ତ୍ବେ ମଣ୍ଡିରେ ଚାଷୀଙ୍କୁ ମିଲର ଓ ବିଭିନ୍ନ ସେବା ସମବାୟ ସମିତି ଲୁଟୁଥିବା ଅଭିଯୋଗ ହୋଇଥିଲା । ଏଫ୍ଏକ୍ୟୁ ମାନର ଧାନ ସଂଗ୍ରହ ଆଳରେ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୮ରୁ ୧୦ କିଲୋ ପର୍ଯ୍ୟନ୍ତ ଧାନ କଟ୍‌ନୀ ଛଟ୍‌ନୀ କରୁଛନ୍ତି । ଅଭିଯୋଗର ସତ୍ୟତା ଜାଣିବା ପାଇଁ ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଥିଲେ ଜିଲ୍ଲାପାଳ । ଘଟଣାର ସତ୍ୟତା ଜାଣିବା ପରେ ସୋସାଇଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆରସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତେବେ ଜିଲ୍ଲାପାଳ ନିଜେ ଦୋକାନୀ ଓ ଚାଷୀଙ୍କୁ ଧାନ…

Read More

ଦିଲ୍ଲୀ ଦଖଲ ପାଇଁ ପ୍ରଚାର ଘମାସାନ। ଆଜି ସଂଧ୍ୟାରେ ସରିବ ପ୍ରଚାର ଯୁଦ୍ଧ । ଶେଷ ଦିନରେ ସବୁ ଦଳ ଭୋଟରଙ୍କୁ ଆପଣାଇବାକୁ ଜୋରଦାର କସରତ ଜାରି ରଖିଛନ୍ତି । ପ୍ରତିଶ୍ରୁତି, ସମାଲୋଚନା, ଆରୋପ- ପ୍ରତ୍ୟାରୋପର ପର୍ବ ଦିଲ୍ଲୀ ନିର୍ବାଚନକୁ ସରଗରମ କରିବାରେ ଲାଗିଛି । ବିଜେପି ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ପିଏମ ମୋଦି ।ଆସନ୍ତା ୫ ତାରିଖରେ ହେବ ଭୋଟଗ୍ରହଣ। ଫେବୃଆରୀ ୮ରେ ହେବ ଭୋଟ ଗଣତି।ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ଜୋରସୋରରେ ପ୍ରଚାର କରାଯାଉଛି। ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ। ସେହିପରି ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର ଚାଲିଛି। ବିଜେପି ପକ୍ଷରୁ ପ୍ରଚାରରେ ସାମିଲ ହୋଇଛନ୍ତି ଏକାଧିକ କେନ୍ଦ୍ରମନ୍ତ୍ରୀ। ଏପଟେ କଂଗ୍ରେସ ପକ୍ଷରୁ ସନ୍ଦୀପ ଦିକ୍ଷୀତ ଜୋରସୋର ପ୍ରଚାର କରୁଛନ୍ତି ।

Read More

ମହାକୁମ୍ଭରେ ବସନ୍ତ ପଞ୍ଚିମୀ ଅମୃତସ୍ନାନ ଆରମ୍ଭ ହୋଇଯାଇଛି । ହଜାର ହଜାର ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ପ୍ରୟାଗରାଜର ସଙ୍ଗମସ୍ଥଳରେ ଆସ୍ଥା ଓ ବିଶ୍ୱାସର ପବିତ୍ର ବୁଡ ପକାଉଛନ୍ତି । ପ୍ରୟାଗରାଜ ପାଲଟିଯାଇଛି ଜନ ସମୁଦ୍ର । ମୌନି ଅମାବାସ୍ୟାର ହୋଇଥିବା ଅଘଟଣ ଯେପରି ଆଉ ରିପିଟ୍ ନହେବ, ସେନେଇ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରୟାଗରାଜକୁ ନୋ-ଭେହିକିଲ୍ ଜୋନ୍ ଘୋଷଣା କରାଯାଇଛି । ଭିଭିଆଇପି ପାସ୍‌କୁ ହଟାଇ ଦିଆଯାଇଛି । ଉତ୍ତର ପ୍ରଦେଶ ସରକାରଙ୍କ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ମାନ୍ୟତା ଅନୁସାରେ ମହାକୁମ୍ଭ ବସନ୍ତ ପଞ୍ଚମୀର ଅମୃତସ୍ନାନ ୧୪୪ ବର୍ଷ ପରେ ପଡିଛି ଏହି ସଂଯୋଗ । ମହାକୁମ୍ଭ ଅମୃତସ୍ନାନରେ ବୁଡ଼ ପକାଇଲେ ମାତା ସରସ୍ୱତୀଙ୍କ ବରଦାନ ପାଇବା ସହ ଜ୍ଞାନ ଓ ଶକ୍ତି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି…

Read More

ମାଘ ମାସରେ ବାଘ ଭଳି ଖରା। ଏଇ କିଛି ଦିନ ଭିତରେ ପାଗରେ ଅଚାନକ ପରିବର୍ତ୍ତନ ହୋଇଛି । ମାଘ ମାସରେ ବାଘ ଭଳି ଜାଡ ହେବା କଥା । କିନ୍ତୁ ସାରା ରାଜ୍ୟରୁ ଶୀତ ଗାଏବ ହୋଇଯାଇ ଖରା ମାଡ଼ି ଆସିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରିଛି । ରବିବାର ବଲାଙ୍ଗିରରେ ତାତି ୩୬.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଟିଟିଲାଗଡ଼ରେ ୩୬, ପାରଳାଖେମୁଣ୍ଡିରେ ୩୫.୮, ଝାରସୁଗୁଡ଼ାରେ ୩୫.୬, ସମ୍ବଲପୁରରେ ୩୫.୧ ଓ ଭବାନୀପାଟଣାରେ ୩୫ ଡିଗ୍ରୀ ରେକର୍ଡ ହୋଇଛି । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ରହୁଥିବାରୁ ତାପମାତ୍ରା ବୃଦ୍ଧି ପାଉଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରା ବଡିବ। ତାପମାତ୍ରା ବୃଦ୍ଧି ସହ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।…

Read More

ପବିତ୍ର ମାଘ ସପ୍ତମୀରେ ବୁଡ଼ ପକାଇବା ପାଇଁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଯାହାକୁ ନଜରରେ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। । ମୁତୟନ ହେବେ ୩୩ ପ୍ଲାଟୁନ ପୋଲିସ ଫୋର୍ସ । ୬ ଜଣ ଅତିରିକ୍ତ ଏସପିଙ୍କ ସହ ୧୩ ଡିଏସପି, ୩୯ ଇନ୍ସପେକ୍ଟର ନିୟୋଜିତ ହେବେ । ବୁଡ଼ ସ୍ଥାନ ଓ ସମୁଦ୍ର କୂଳରେ ଲାଇଫ ଗାର୍ଡ ମୁତୟନ ରହିବେ । କାକଟପୁର ଓ ନିମାପଡ଼ା ପଟୁ ଆସୁଥିବା ବସଗୁଡିକ ପାଇଁ କୋଣାର୍କ ହେଲିପ୍ୟାଡ୍ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ପୁରୀ ପଟୁ ଆସୁଥିବା ୪ ଚକିଆ ଗାଡ଼ି ରାମଚଣ୍ଡି ଥାନା ନିକଟରେ ଓ କାକଟପୁର ଓ ନିମାପଡ଼ା ପଟୁ ଆସୁଥିଲେ କୋଣାର୍କ ହେଲିପ୍ୟାଡ୍ ନିକଟରେ ରହିବେ ।

Read More