କଟକ ଏସସିବିରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍ ।ଏହାଦ୍ବାରା ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ମିଳି ପାରିବ ତୁରନ୍ତ ଉନ୍ନତ ଚିକିତ୍ସା। ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ପ୍ରତିଷ୍ଠା ହେବାକୁ ଥିବା ଟ୍ରମା ସେଣ୍ଟରକୁ କେନ୍ଦ୍ର ସରକାରଙ୍କ ଅନୁମତି ପରେ, ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଏଥିପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ବିନିଯୋଗ କରିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ବିନିଯୋଗ କରିବେ।କଟକ SCB ରେ ଏହି ଟ୍ରମା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ୨୦୨୪ ଜୁଲାଇ ୨ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ.ପି ନଡ୍ଡା ଙ୍କ ନିକଟକୁ ପତ୍ର ଲେଖି ଅନୁରୋଧ କରିଥିଲେ ।ଏବେ ଏହା ରାଜ୍ୟ ସରକାରଙ୍କ ଅନୁମୋଦନ ମଧ୍ୟ ହାସଲ କରିଛି। ଏହାପରେ ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ ।
Author: sanitelevision
ଭୋପାଳରେ ଏଣିକି ଭିକ ମାଗିଲେ ଏବଂ ଦେଲେ ଉଭୟ ହିଁ ଅପରାଧ ହେବ । ଭିକ ନେଉଥିବା ଏବଂ ଦେଉଥିବା ବ୍ୟକ୍ତିଙ୍କ ଉପରେ ମାମଲା ରୁଜୁ କରାଯିବ । ଏହାକୁ ତଦାରଖ କରିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରାର ସହାୟତା ନେବ ।ବର୍ତ୍ତମାନ ନଗର ନିଗମକୁ ସହରର ଗୋଟିଏ ଆଶ୍ରୟସ୍ଥଳ ଚିହ୍ନଟ କରିବାକୁ କୁହାଯାଇଛି । ଏହାକୁ ଭିକ୍ଷୁ ଗୃହରେ ପରିଣତ କରାଯିବ । ସ୍ଥାନ ଚିହ୍ନଟ ହେବା ମାତ୍ରେ ଆଦେଶ ଜାରି କରାଯିବ । ଏହି ଆଦେଶରେ ସମ୍ବନ୍ଧିତ ସ୍ଥାନକୁ ସୂଚିତ କରାଯିବ । ଆଦେଶ କାର୍ଯ୍ୟକାରୀ ହେବା ମାତ୍ରେ ଭୋପାଳରେ ଭିକ ମାଗିବା ଏବଂ ଦେବା ଉପରେ FIR ପଞ୍ଜୀକୃତ ହୋଇପାରିବ ।ପ୍ରଶାସନ ପାଖରେ ଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ରାଜଧାନୀରେ ପ୍ରାୟ ୨୫୦ ଭିକାରୀ ଅଛନ୍ତି । ଛକଗୁଡ଼ିକରେ ସ୍ଥାପିତ ସିସିଟିଭି କ୍ୟାମେରା ମାଧ୍ୟମରେ ଭିକାରୀଙ୍କୁ ଚିହ୍ନଟ କରାଯିବ । ଏହା ବ୍ୟତୀତ…
ରାଜ୍ୟରେ ନୂତନ ସରକାର କ୍ଷମତାକୁ ଆସିବା ପରେ ଗ୍ରାମାଂଚଳରେ ଧିମେଇ ଯାଇଥିବା ଭିଭିତ୍ତିମି ବିକାଶ କାର୍ଯ୍ୟକୁ ପୁଣିଥରେ ତ୍ୱରାନ୍ୱିତ ପାଇଁ ପଦକ୍ଷେପ ନେଇଛନ୍ତି । ଚଳିତ ମାସ ୫ରୁ ରାଜ୍ୟରେ ଆରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା।ଖୋର୍ଦ୍ଧା ଜିଲା ଜଙ୍କିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ଶୁଭାରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ, ସାଂସଦ ପ୍ରମୁଖ ଯୋଗ ଦେବେ। ଏଣିକି ଗ୍ରାମସଭା ନିଷ୍ପତ୍ତି ଅନୁଯାୟୀ ଗାଁର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହେବ। ବିନା ଗ୍ରାମସଭାରେ ଗ୍ରାମରେ କୌଣସି ବିକାଶମୂଳକ କାର୍ଯ୍ୟ ହେବନାହିଁ। ଆସନ୍ତା ୫ବର୍ଷ ପାଇଁ ଗ୍ରାମସଭା ମାଧ୍ୟମରେ ଗ୍ରାମ ବିକାଶର ନୀଳନକ୍ସା ପ୍ରସ୍ତୁତ ହେବ। ଫେବୃଆରୀ ୧୪ସୁଦ୍ଧା ଗ୍ରାମସଭାରେ ପ୍ରକଳ୍ପ ତାଲିକା ମନୋନୟନ କରିବେ। ସମସ୍ତ ପଞ୍ଚାୟତ ୧୫ରେ ବ୍ଲକରେ ନିଜ ନିଜ ଗ୍ରାମର ପ୍ରକଳ୍ପ ତାଲିକା ଦାଖଲ କରିବେ। ୧୮ସୁଦ୍ଧା ପଞ୍ଚାୟତ ସମିତିର…
ବୁଧବାର ମାଘ ମାସ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ସନ୍ଧ୍ୟା ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ।ବନକଲାଗି ନୀତି ସଂପନ୍ନ ହେବା ପରେ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୩ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ପାରନ୍ତି। ଘଟଣାକ୍ରମ ସହ ଜଡ଼ିତ ଜନୈକ ଅଧିକାରୀଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଯାତ୍ରା ସମୟରେ ଟ୍ରମ୍ପ ଖୋଦ୍ ମୋଦୀଙ୍କ ପାଇଁ ରାତ୍ର ଭୋଜନର ଆୟୋଜନ କରି ପାରନ୍ତି। ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଉଭୟ ନେତାଙ୍କ ସାକ୍ଷାତ ଉପରେ ସାରା ବିଶ୍ବର ନଜର ରହିଥିଲା । ଏବେ ଏହି ସାକ୍ଷାତ ୱାସିଂଟନରେ ହେବାର ସମ୍ଭାବନା ରହିଛି । ଉଭୟ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା ଓ ବାଣିଜ୍ୟ ସମ୍ପର୍କ ନେଇ ଆଲୋଚନା ହୋଇପାରେ । ପ୍ରଧାନମନ୍ତ୍ରୀ ମୋଦୀ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ କଲ୍କୁ ନେଇ ଟ୍ରମ୍ପ କହିଥିଲେ ଯେ, ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଟ୍ରମ୍ପ କହିଥିଲେ, ମୁଁ ମୋଦୀଙ୍କ ସହ ଲମ୍ବା ସମୟ ଆାଲୋଚନ କରିଥିଲି। ସମ୍ଭବତଃ…
ଆଜି ପବିତ୍ର ମାଘ ବୁଡ଼ । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ବୁଡ଼ ପକାଇଲେ ରାଜ୍ୟ ଓ ରାଜ୍ୟ ବାହାରର ଲକ୍ଷାଧିକ ଶ୍ରଦ୍ଧାଳୁ । ମାଘ ସପ୍ତମୀ ଉପଲକ୍ଷେ, ବିଳମ୍ବିତ ରାତ୍ରିରେ କୋଣାର୍କ ଠାରେପୂଜିତ ଶ୍ରୀତ୍ରିବେଣୀଶ୍ୱର, ଶ୍ରୀ ଐଶାନେଶ୍ୱର ଏବଂ ଶ୍ରୀ ଦକ୍ଷିନେଶ୍ୱର ମହାଦେବ, ତିନୋଟି ବିମାନରେ ବିଜେ କରି ଚନ୍ଦ୍ରଭାଗା ତୀର୍ଥସ୍ଥଳରେ ପହଞ୍ଚିଥିଲେ ।ଏହି ଦିନ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ବିଶ୍ଵାସ ରହିଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶ୍ରୀଶ୍ରୀ ତ୍ରୀବେଣୀଶ୍ବର, ଇଷାଣେଶ୍ବର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ସ୍ନାନ ପରେ ଅପେକ୍ଷାରତ ଶ୍ରଦ୍ଧାଳୁ ତୀର୍ଥ ଜଳରେ ବୁଡ଼ ପକାଇଥିଲେ। ସୋମବାର ଷଷ୍ଠୀ ରାତି ୯ଟା୪୫ରେ ତିନି ଠାକୁର ନିଜ ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିଥିଲେ। ତିନିଠାକୁର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା ସହ କୋଣାର୍କ ଏନଏସି ମଣ୍ଡପ, ତହସିଲ କାର୍ଯ୍ୟାଳୟ,ପୂର୍ତ୍ତ ବିଭାଗ…
ରାଜ୍ୟରେ ଫେବୃଆରୀ ତାତି ବଢ଼ିବାରେ ଲାଗିଛି। ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୫ରୁ ୬ ଡିଗ୍ରୀ ବଢିଥିବା ବେଳେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ପାଣିପାଗ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ବୃଦ୍ଧି ପାଇବ। ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ବରଗଡ଼, ସୋନପୁର, କଳାହାଣ୍ଡି, ଗଜପତି, ନୂଆପଡା, ଅନୁଗୋଳ, ଢେଙ୍କାନାଳ ସମେତ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ବି ଅହେତୁକ ଭାବରେ ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ପାରଦ ଉପର ମୁହାଁ ହୋଇଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ” ବର୍ତ୍ତମାନ ପୁରା ଓଡ଼ିଶାରେ ଦିନ ତାପମାତ୍ରା…
ମାଲକାନଗିରି ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲା । ଆଇଏଏସ୍ ମନୀଷ ଅଗ୍ରୱାଲଙ୍କ ବଢିଲା ଅଡୁଆ । ମନୀଷଙ୍କ ନାଁରେ ଏନଡବ୍ଲୁ ଜାରି କରିବା ପାଇଁ ନିର୍ଦ୍ଦେଶ ରହିଛି । ମନିଷ ଅଗ୍ରୱାଲଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ବି ଏନଡବ୍ଲୁ ଲାଗି ନିର୍ଦ୍ଦେଶ ଦିଆଯାଇଛି । ବାରମ୍ବାର ନୋଟିସ ସତ୍ତ୍ୱେ ହଜାର ହୋଇ ନଥିବାରୁ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଏସଡିଜେଏମ୍ । ତେବେ ବର୍ତ୍ତମାନ ଯୋଜନା ଓ ସମନ୍ବୟ ବିଭାଗର ଅତିରିକ୍ତ ସଚିବ ଅଛନ୍ତି ମନୀଷ ।ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳଙ୍କ ସହଯୋଗୀ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ଏହି ଏନବିଡବ୍ଲ୍ୟୁ ଜାରି କରାଯାଇଛି। ୨୦୧୯ ଡିସେମ୍ବରରେ ଦେବ ନାରାୟଣଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଦେବ ନାରାୟଣଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଥିଲେ।
ରେଲୱେ ବଜେଟ୍ରେ ଓଡ଼ିଶାକୁ ମିଳିଥିବା ଭାଗ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ସାମ୍ୱାଦିକ ସମିଳନୀ କରି ସୂଚନା ଦେଇଛନ୍ତି । ଫେବ୍ରୁଆରୀ ୧ରେ ଘୋଷିତ ବଜେଟ୍ରେ ରେଲୱେକୁ ୨.୫୨ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଏଥିରୁ ଓଡ଼ିଶା ପାଇଁ ୧୦ ହଜାର ୫୯୯ କୋଟି ଟଙ୍କା ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶାରେ ୧୦ ବର୍ଷରେ ୨୦୪୬ କିମି ନୂଆ ଟ୍ରାକ ନିର୍ମାଣ ହୋଇଛି। ଓଡ଼ିଶାରେ ନବନିର୍ମିତ ଟ୍ରାକ ମାଲେସିଆରେ ଥିବା ଟ୍ରାକଠୁ ଅଧିକ। ଓଡ଼ିଶାରେ ୬ଟି ବନ୍ଦେ ଭାରତ ବର୍ତ୍ତମାନ ଚାଲୁଛି। ଏହା ଛଡ଼ା ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି। ଓଡ଼ିଶାରେ ୧୮୯୮ କିମି ଟ୍ରାକ୍ରେ କବଚ ଲାଗିବା କାମ ମଧ୍ୟ ସରିଛି।
ସେୟାର ମାର୍କେଟରେ ଲାଗିଛି ନିଆଁ । ମାତ୍ର କିଛି ସମୟ ମଧ୍ୟରେ ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି । ସୂଚନା ଅନୁସାରେ ଆଜି ସେୟାର ବଜାରରେ ବଡ଼ ଧରଣ ହ୍ରାସ ଘଟିଛି । ଉଭୟ ନିଫ୍ଟି ଏବଂ ସେନ୍ସେକ୍ସରେ ହ୍ରାସ ଘଟିଛି ।ଆଜି ଡଲାର ତୁଳନାରେ ଭାରତୀୟ ଟଙ୍କା ହ୍ରାସ ପାଇଛି। ପ୍ରଥମ ଥର ପାଇଁ, ଡଲାର ତୁଳନାରେ ଟଙ୍କା ୮୭ ଅତିକ୍ରମ କରିଛି। ମୁଦ୍ରା ବଜାର ଖୋଲିବା ମାତ୍ରେ ଟଙ୍କା ୪୨ ପଇସା ହ୍ରାସ ପାଇ ୮୭.୦୬ରେ ଖୋଲିଛି। ଯେତେବେଳେ ବ୍ୟବସାୟ ଆରମ୍ଭ ହେବାର ୧୦ ମିନିଟ୍ ମଧ୍ୟରେ ଏହା ୫୫ ପଇସା ହ୍ରାସ ପାଇଥିଲା ଏବଂ ଭାରତୀୟ ଟଙ୍କା ୧ ଡଲାର ତୁଳନାରେ ୮୭.୧୨ଟଙ୍କା ପ୍ରତି ଡଲାର ହୋଇଯାଇଛି। ଚୀନ, କାନାଡ଼ା ଏବଂ ମେକ୍ସିକୋ ଉପରେ ଆମେରିକାର ଟ୍ୟାକ୍ସ ବୃଦ୍ଧି ପରେ ସେୟାର ମାର୍କେଟରେ ବଡ଼ ଧରଣର ହଇଚଇ ସୃଷ୍ଟି ହୋଇଛି । ସେନ୍ସେକ୍ସ…









