Author: sanitelevision

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବାହ୍ନ ୧୧ଟାରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ପହଞ୍ଚତ୍ ମହାକୁମ୍ଭ ମେଳା ପରିଦର୍ଶନ କରିବା ସହ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହାକୁମ୍ଭରେ ଦଳାଚକଟା ଅଘଟଣକୁ ନେଇ ବିବାଦ ଲାଗି ରହିଥିବା ବେଳେ ମୋଦି ବୁଡ଼ ପକାଇବାକୁ ଯାଉଥିବା ବେଶ ଗୁରୁତ୍ବପୂର୍ଣ୍ଣ । ସେହିପରି ମହାକୁମ୍ଭ ମେଳାରେ ସକାଳ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ସମୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ସଂରକ୍ଷିତ ରହିଛି । ସଙ୍ଗମରେ ବୁଡ଼ ପକାଇବା ପରେ ପିଏମ୍ ମୋଦି ୧୧ଟା ୪୫ରେ ଡଙ୍ଗାରେ ବସି ଅରେଲ ଘାଟ ଫେରିବେ । ଏଠାରୁ ସେ ଡିପିଏସ୍ ହେଲିପ୍ୟାଡ୍ ହୋଇ ପ୍ରୟାଗରାଜ ଏୟାରପୋର୍ଟରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ଦ୍ୱିପ୍ରହର ୧୨ଟା ୩୦ରେ ବାୟୁସେନାର ବିମାନ ଯୋଗେ ପ୍ରୟାଗରାଜରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନିଜର ପ୍ରତିଶ୍ରୁତିବଦ୍ଧତାକୁ…

Read More

ଖୋଲିଲା କାଉଣ୍ଟର। ଅଫ୍‌ଲାଇନ୍ ବିକ୍ରି ପାଇଁ ଆରମ୍ଭ ହେଲେ ଟିକେଟ୍ ବିକ୍ରି। ବାରବାଟୀ ବ୍ୟାଟେଲ ପାଇଁ ବଢୁଛି କ୍ରେଜ। ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜିଠାରୁ ବିକ୍ରି ହେଉଛି ଅଫଲାଇନ ଟିକେଟ।ଆଜି ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ ଟିକେଟ ବିକ୍ରି ହେବ । ସାଧାରଣ ଦର୍ଶକଙ୍କ ପାଇଁ ମୋଟ ୧୧ ହଜାର ୮୦ ଟିକେଟ ରହିଛି । ଜଣେ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକେଟ କିଣିପାରିବେ । ପରିଚୟ ପତ୍ର ଦେଖାଇ ଦର୍ଶକ କିଣିବେ ଟିକେଟ। ଟିକେଟ କାଉଣ୍ଟର ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଟିକେଟ କଳା ବଜାରୀ ଉପରେ ରହିଛି କଡ଼ା ନଜର । ସାଦା ପୋଷାକରେ ମୁତୟନ ଅଛନ୍ତି ପୋଲିସ ।ସହଜରେ ଟିକେଟ ବିକ୍ରି ପାଇଁ ଏଥର ୪ଟି ଟିକେଟ୍‌ କାଉଣ୍ଟର କରାଯାଇଛି। ଦର୍ଶକମାନେ କିପରି ସହଜରେ ଟିକେଟ୍‌ କିଣିବେ, ସେଥିପାଇଁ ସ୍ପେସାଲ ଏନ୍‌କ୍ଲୋଜର, ଏସି ଗ୍ୟାଲେରି, ନ୍ୟୁ ପାଭିଲିୟନ ଓ କର୍ପୋରେଟ ବକ୍ସ ପାଇଁ ଘୋଡ଼ା…

Read More

ରାଜ୍ୟରେ ପୋଲିସ ମଧ୍ୟ ଚୋରଙ୍କ କବଳରୁ ରକ୍ଷା ପାଇ ନାହାନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକରେ ଜଣେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ବେକରୁ ଦୁଇ ଜଣ ଦୁର୍ବୁତ୍ତ ସୁନା ଚେନ୍ ଝାମ୍ପି ନେଇଛନ୍ତି।ସୂଚନା ଅନୁସାରେ ମହିଳା ଇନ୍ସପେକ୍ଟର ଜଣଙ୍କ ଭଦ୍ରକ କଚେରୀ ବଜାରରୁ ପରିବା କିଣୁଥିଲେ । ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ମଟର ସାଇକେଲରେ ଆସି ସୁନା ଚେନ୍ ଝାମ୍ପିନେଇଥିଲେ । ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଛନ୍ତି ଲୋକେ । ମାତ୍ର ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଲୁଟ୍ ରେ ବ୍ୟବହାର ଗାଡିକୁ ମଧ୍ୟ ସ୍ଥାନୀୟ ଲୋକେ କାବୁ କରିବା ସହିତ ଉତ୍ତମ ମଧ୍ୟମ ଦେଇ ପୋଲିସକୁ ଜିମା ଦେଇଛନ୍ତି । ମହିଳା ଇନ୍ସପେକ୍ଟର ବର୍ତ୍ତମାନ ଏସପିଙ୍କ କାର୍ଯ୍ୟାଳୟରେ ସ୍ପେଶାଲ ରିପୋର୍ଟ ସେକ୍ସନରେ କାର୍ଯ୍ୟ କରୁଛନ୍ତି । ପୋଲିସ ଘଟଣାସ୍ଥଳରୁ ପଳାଇଯାଇଥିବା ତାଙ୍କ ସହଯୋଗୀ ଏବଂ ତାଙ୍କ ସହଯୋଗୀଙ୍କ ବିଷୟରେ ସୂଚନା ପାଇବା…

Read More

ବାଜା ବଜାଇ ରୋଷଣୀରେ ଆସିଲା ବର । ବିବାହ ମଣ୍ଡପରେ ବର ଯାଇ ବସିଲା । ବରଯାତ୍ରୀ ଭୋଜି ଖାଉଥିଲେ । କିନ୍ତୁ ଅଧାରେ ସରିଗଲା ଭୋଜି । ସେତେବେଳକୁ କିଛି ବରଯାତ୍ରୀ ଖାଇବା ପ୍ଲେଟ ବି ଧରିନଥିଲେ । ଖାଇବା ସରିଗଲା ପରେ ଆରମ୍ଭ ହୋଇଗଲା ପାଟିତୁଣ୍ଡ। ବର ଘର ଓ କନ୍ୟା ଘର ଲୋକଙ୍କ ମଧ୍ୟରେ ବଚସା ହେଲା । ପରିସ୍ଥିତି ଏମିତି ହେଲା ଯେ, ବର ଘର ଲୋକ ଘରକୁ ଫେରିଗଲେ । ବର ବି ସେମାନଙ୍କ ସହ ଘରକୁ ଫେରିଗଲା । ବାହାଘର ବନ୍ଦ ହୋଇଗଲା । କନ୍ୟା ପକ୍ଷର କିଛି ଲୋକ ବି କାନ୍ଦିବା ଆରମ୍ଭ କରିଦେଲେ । କେବଳ ଖାଇବା ସରିଗଲା ବୋଲି ଭାଙ୍ଗିଗଲା ବାହାଘର । ବାଷ୍ପରୁଦ୍ଧ କଣ୍ଠରେ କନ୍ୟାର ଏଇ କଥାରେ ପ୍ରଭାବିତ ହୋଇଥିଲା ପୋଲିସ୍ । ବର ଘରେ ଯାଇ ପହଞ୍ଚିବା ପରେ ବରଘରେ ପହଞ୍ଚିଗଲା ପୋଲିସ୍ ।…

Read More

ବିବାଦରେ ଓଡିଆ ଫିଲ୍ମ ସନାତନୀ – କର୍ମ ହିଁ ଧର୍ମ । ଓଡ଼ିଆ ଫିଲ୍ମ, ରିଲିଜ ହେବ ଓଡ଼ିଶାରେ। କିନ୍ତୁ ଫିଲ୍ମ ରିଲିଜ ପାଇଁ ସିନେ ସଂସ୍ଥା ଓଡ଼ିଶାରୁ ନୁହେଁ ମୁମ୍ୱାଇ ସେନସର ବୋର୍ଡଠୁ ଆଣିଛି ୟୁଏ ସାର୍ଟିଫିକେଟ। ଫିଲ୍ମରେ ଅଛି ଧର୍ମାନ୍ତରୀକରଣ ଓ ଧର୍ମାନ୍ତରିତଙ୍କ କାହାଣୀ। କନ୍ଧମାଳର ଖ୍ରୀଷ୍ଟିଆନ ସଂପ୍ରଦାୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। ଏମିତି ଫିଲ୍ମ କରି ପ୍ରଯୋଜକ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । କିନ୍ତୁ ରାଜଧାନୀରେ ପ୍ରେସମିଟ କରି ସ୍ପଷ୍ଟୀକରଣ ରଖିଛି ସିନେ ସଂସ୍ଥା । ଫିଲ୍ମରେ ସନାତନ ଧର୍ମର କିଭଳି ରକ୍ଷା ହୋଇପାରିବ ତାହା ପ୍ରଦର୍ଶିତ ହୋଇଛି। ଗୁଇନ୍ଦା ସତର୍କତାକୁ ଖାତିର ନକରି ୭ ତାରିଖରେ ଫିଲ୍ମ ରିଲିଜ କରିବାକୁ ସିନେ ସଂସ୍ଥା ଅଡି ବସିଛି ।

Read More

ରାଜଧାନୀରେ ଚାଞ୍ଚଲ୍ୟ। ପ୍ରଶାନ୍ତି ବିହାର, ପଟିଆ ଅଞ୍ଚଳରେ ମଙ୍ଗଳା ମନ୍ଦିର ନିକଟରେ ଥିବା ଖାଲି ଜାଗାରେ ବଣ ବୁଦା ଭିତରେ ଏକ ପରିତ୍ୟକ୍ତ ବିୟର କ୍ୟାନ୍ ଭିତରେ ଏକ ୫ ଫୁଟ ଲମ୍ବର ଢମଣା ସାପ ମୁଣ୍ଡ ଭର୍ତ୍ତି କରି ଦେଇଥିଲା। ସ୍ଥାନୀୟ ବାଳକ ମାନେ ଗତକାଲି ସନ୍ଧ୍ୟାବେଳେ ଉକ୍ତ ସାପଟିକୁ ବୁଦା ଭିତରେ ଛଟପଟ ହେବା ଦେଖି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଉଦ୍ଧାର ପାଇଁ ଫୋନ୍ କରିଥିଲେ।ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟା ନୀହାରିକା ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ସତର୍କତାର ସହିତ ବୁଦା ଭିତରୁ ଢମଣା ଟିକୁ ଉଦ୍ଧାର କରି ବାହାରକୁ ଆଣିଥିଲେ । ବାସ ତା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । କ୍ୟାନ୍ କୁ ଭିଡ଼ି କରି ସାପକୁ ବାହାର କଲେ ତାର ବେକ ବା ମୁଣ୍ଡ କଟି ଯିବାର ସମ୍ଭାବନା ଥିଲା । ଏଣୁ…

Read More

ବଢ଼ିଲା ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା । ବିଭିନ୍ନ ଭତ୍ତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ମୁ୍‌ଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ଡାଏଟ ଭତ୍ତା ୯୦୦ରୁ ୧୪୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ମୋଟର ସାଇକେଲ ଭତ୍ତା ୩୦୦ରୁ ୧୦୫୦କୁ ବୃଦ୍ଧି, ମୋବିଲିଟି ଭତ୍ତା ୧୫୦ରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ଉପକୃତ ହେବେ ୬ ହଜାର ୫୮ ଜଣ କର୍ମଚାରୀ ।ସେହିପରି ମୋବିଲିଟି ଭତ୍ତା ୧୫୦ରୁ ୩ ଶହ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ରିସ୍କ ଭତ୍ତା ୪ ଶହରୁ ୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଫେବୃୟାରୀ ଆରମ୍ଭରୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ । ଅଗ୍ନିଶମ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଏବଂ ବିଭିନ୍ନ ପରିସ୍ଥିତିରେ ଲୋକଙ୍କୁ ତ୍ୱରିତ ସେବା ଯୋଗାଉଥିବା ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ପ୍ରଦାନ ସହ ସେମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ…

Read More

ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଅସୁସ୍ଥ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ଶ୍ବାସକ୍ରିୟା ଜନିତ ସମସ୍ୟାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ବରଗଡ଼ରୁ ଭୁବନେଶ୍ବର ଅଣାଯାଇଛି। ବିଜେଡିର ଅନ୍ୟ ବରିଷ୍ଠ ନେତା ମଧ୍ୟ ଗୁରୁତର ସୁଶାନ୍ତଙ୍କୁ ଭେଟିଛନ୍ତି । ସୂଚନା ଥାଉକି, ପୂର୍ବତନ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଅବସ୍ଥା ଗୁରୁତର ହୋଇଛି । ଏହି ଅବସରରେ ସୁଶାନ୍ତ ସିଂଙ୍କୁ ଭେଟିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ଏକ ଘରୋଇ ହସ୍ପିଟାଲ ଯାଇ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ନବୀନ । କେବଳ ସେତିକି ନୁହେଁ, ସୁଶାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ବି ଆଲୋଚନା କରିଛନ୍ତି ନବୀନ । ଗତ କିଛିଦିନ ହେବ ସୁଶାନ୍ତ ସିଂ ଅସୁସ୍ଥ ରହିଛନ୍ତି । ତେବେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡ଼ି ଯିବାରୁ ସେ ଆପୋଲୋରେ…

Read More

ଲାଞ୍ଚ ନେଇ ଧରା ପଡିଲେ ପୁଲିସ୍ ବାବୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସଆଇ ବୁଦୁ ଭୋଇଙ୍କୁ ୬ ହଜାର ଟଙ୍କା ଲାଞ୍ଚ ଟଙ୍କା ଗ୍ରହଣ କରିବା ଅଭିଯୋଗରେ ଅଟକ ରଖିଛି ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍ । ମୋଟର ସାଇକେଲ ଛାଡ଼ିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ବୁଡୁ। ବର୍ତ୍ତମାନ ବୁଡୁ ଭୋଇଙ୍କ ସୁବର୍ଣ୍ଣପୁର ପଟାଭାଡ଼ି ସ୍ଥିତ ଘର ସହିତ ବୀରମହାରାଜପୁର ଥାନାରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍। ଏହା ସହିତ ବୁଦୁ ଭୋଇଙ୍କ ଦୁଇଟି ସ୍ଥାନରେ ଭିଜିଲାନ୍ସ ଏବେ ଅଧିକ ଯାଞ୍ଚ ସହିତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ ବି ଆରମ୍ଭ କରି ଦେଇଛି ।ଭିଜିଲାନ୍ସର ତଥ୍ୟ ଅନୁସାରେ ବୀରମହାରାଜପୁର ଥାନା ଅତିରିକ୍ତ ପୋଲିସ ସବ୍ ଇନ୍ସପେକ୍ଟର ବୁଦୁ ଭୋଇ ଏକ ଗାଡି ଧକ୍କା ମାମଲାରେ ଅଭିଯୋଗକାରୀଙ୍କୁ ତାଙ୍କ ଦୁଇ ଚକିଆ ଗାଡି ମୁକୁଳାଇବା ପାଇଁ ଦୀର୍ଘ…

Read More

ଆଜି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଖାଲି ସେତିକି ନୁହେଁ ଏନେଇ ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ର ମାନଙ୍କୁ ସଚେତନ କରିଆସୁଛି । ୨୦୨୨-୨୩ ଓ ୨୦୨୪ ପାଇଁ ଥିମ୍ ରହିଛି ‘କ୍ଲୋଜ୍ ଦି କେୟାର ଗ୍ୟାପ୍’ ।ତମାଖୁ ସେବନ, ମଦ୍ୟପାନ, ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ, ଶାରୀରିକ ବ୍ୟାୟାମ ଅଭାବ ଏବଂ ବାୟୁ ପ୍ରଦୂଷଣ ହିଁ କର୍କଟ ରୋଗର ମୁଖ୍ୟ କାରଣ ଅଟେ। କର୍କଟ ସ୍କ୍ରିନିଂ, ପ୍ରତିରୋଧ ଏବଂ ଚିକିତ୍ସା ଦ୍ୱାରା ହିଁ ଭାରତ ଏବଂ ବିଶ୍ୱସ୍ତରରେ ଏହି ରୋଗର ହାରକୁ ହ୍ରାସ କରିହେବ। ବିଶେଷକରି ସ୍ୱଳ୍ପ ଏବଂ ମଧ୍ୟମ ଆୟ…

Read More