Author: sanitelevision

କଳାହାଣ୍ଡି ଜିଲ୍ଲା ପୁଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଧର୍ମଗଡ଼ ଥାନା ପୁଲିସ ଏକ ବଡ଼ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡ଼ି ଏବଂ ମାରଣାସ୍ତ୍ର ଆଦି ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି।ଧର୍ମଗଡର ଏକ ମଦ ଭାଟିରେ ପଶି ଡକାୟତି ପରେ 6 ଜଣ ଡକାୟତ ବୋଲେରୋରେ ପଳାଇଥିଲେ । ହେଲେ ଦୁଇ ଡକାୟତ ନ ଯାଇ ପାରି NH ରେ ରହି ଯାଇଥିଲେ ଓ ଲିଫ୍ଟ ମାଗିଥିଲେ । ହେଲେ ଲିଫ୍ଟ ନ ମିଳିବାରୁ ଶେଷରେ ପୋଲିସ ଗାଡ଼ିକୁ ମଧ୍ୟ ଲିଫ୍ଟ ମାଗିଥିଲେ । ପୋଲିସ ତାଙ୍କୁ ଗାଡ଼ିରେ ନେଇଥିବା ବେଳେ ପଚରା ଉଚୁରାରୁ ମିଳିଥିଲା ତଥ୍ୟ ।…

Read More

ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଏସଆଇଙ୍କୁ ଉଠାଇନେଲା ଭିଜିଲାନ୍ସ । ଲାଞ୍ଚ ନେଉଥିବାବେଳେ ଧରାପଡିଲେ ଏସଆଇ ଅଭୟ କୁମାର ନାୟକ । ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ।ଚାକିରି ପାଇଁ ସରକାର ମାସିକ ଦରମା ଦେଉଥିବାବେଳେ ଏସ୍ଆଇଙ୍କୁ ଟଙ୍କା ନିଅଣ୍ଟ ପଡ଼ିଲା । ମିଳିଥିବା ସୂଚନା ମୁତାବକ, ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ କହି ପୋଲିସ ଏସ୍‌ଆଇ ଅଭୟ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସର ଏକ ଟିମ୍‌ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ମୁତାବକ, ନୀଳାଚଳ ଇସ୍ପାତ କାରଖାନା ଆଗରେ ଏସ୍‌ଆଇ ଅଭୟ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲା।ଏହା ସହ ଏହି ସମ୍ପର୍କରେ, କଟକ ଭିଜିଲାନ୍ସ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ…

Read More

ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର। ତୋଡକା ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ୮ରୁ ଅଧିକ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏବେବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । STF, DRG ଏବଂ CRPF ଜବାନଙ୍କ କମ୍ବିଙ୍ଗ ଅପରେସନ ବେଳେ ପୋଲିସକୁ ମିଳିଛି ବଡ଼ ସଫଳତା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ AOB ଡିଭିଜନର ସଦସ୍ୟ, CNM ସଭାପତି, DKMS ସଭାପତି, PLGA ସଦସ୍ୟ ଓ ଜନତାନା ସରକାର ସଦସ୍ୟ ଅଛନ୍ତି । ହେଲେ ଆତ୍ମସମର୍ପଣ ପରେ ଏମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ବିଜାପୁର ଏସପି କହିଛନ୍ତି । ତେବେ ଟପ୍ ମାଓବାଦୀ ହିଡ଼ମାକୁ ବଡ଼ ପଦବୀରୁ ହଟାଇଲା ମାଓ ସଂଗଠନ। ଛତିଶଗଡ଼ରେ ସୁରକ୍ଷା ବାହିନୀର ଘନଘନ ଆକ୍ରମଣ ପରେ ଦୁର୍ବଳ ହୋଇ ପଡ଼ିଛି ନକ୍ସଲ ସଂଗଠନ। ଟପ୍…

Read More

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ଗ୍ରାମରେ ଘଟିଛି ଏକ ଅଲୌକିକ ଘଟଣା । ପରଟା ରେ ଜଗନ୍ନାଥଙ୍କ ଆବିର୍ଭାବ ଘଟଣା ପ୍ରଚାର ହେବା ପରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ ଜମିଛି । ଗ୍ରାମର ଲିଜାରାଣୀ ପଣ୍ତା ଆଜି ସକାଳେ ରୋଷେଇ ଘରେ ଜଳଖିଆ ପାଇଁ ପରଟା ବନାଉଥିବାବେଳେ ପରଟାରେ ଜଗନ୍ନାଥଙ୍କ ଦୂର୍ଲଭ ବେଶ ଆବିର୍ଭାବ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହେବା ସହ ଭାବବିହ୍ୱଳ ହୋଇଯାଇଥିଲେ ।ପ୍ରଥମେ ପରିବାର ଲୋକଙ୍କୁ ଏକଥା ଜଣାଇବା ପରେ ସମସ୍ତେ ଖୁସି ହୋଇ ଯାଇଥିଲେ । ଲିଜାରାଣୀଙ୍କ ବହୁତ ଇଚ୍ଛା ଥିଲା ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ । ମାତ୍ର କାଳିଆର ଡୋରି ଲାଗନଥିବାରୁ ସେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ପାରୁନଥିଲେ ।ପରଟା ରେ ବିରାଜମାନ ହୋଇ ଦର୍ଶନ ଦେଇଛନ୍ତି । ପରଟା କୁ ନେଇ ଠାକୁର ଘରେ ଫୁଲ, ଚନ୍ଦନ,…

Read More

ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଭଳି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ମୋଦୀ ସରକାର ଖୁବଶୀଘ୍ର ଏହି ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ ଏବଂ ସେମାନଙ୍କୁ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିବେ। କେନ୍ଦ୍ରୀୟ ବଜେଟ ୨୦୨୫-୨୬ ଉପସ୍ଥାପନ କରି ସୀତାରାମନ କହିଛନ୍ତି ଯେ ସହରାଞ୍ଚଳ ଶ୍ରମିକଙ୍କ ସାମାଜିକ-ଆର୍ଥିକ ଉନ୍ନତି ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଯାହାର ଫାଇଦା ଫ୍ଲିପକାର୍ଟ, ଆମାଜନ୍, ଜୋମାଟୋ ଆଉ ସ୍ୱିଗି ଭଳି କମ୍ପାନୀରେ ଡେଲିଭରୀ କରୁଥିବା କୋଟି କୋଟି କର୍ମଚାରୀଙ୍କୁ ମିଳିବ ।ମିଳିଥିବା ସୂଚନା ମୁତାବକ, ଶ୍ରମ ମନ୍ତ୍ରାଳୟ ଆଗାମୀ ଦିନରେ ୧୦ କୋଟି ରେଜିଷ୍ଟ୍ରେସନ୍ କରିବାକୁ ଯାଉଛି । ଖାସ୍ କରି ଓଲା, ଉବେର, ଆମାଜନ୍, ଫ୍ଲିପକାର୍ଟ ଭଳି କମ୍ପାନୀରେ ପାର୍ଟ ଟାଇମ୍ ଜବ୍ କରୁଥିବା କର୍ମଚାରୀଙ୍କୁ ଏହାର ଫାଇଦା ମିଳିବ । ସୂଚନାଯୋଗ୍ୟ, ଗତ କିଛି ବର୍ଷ ମଧ୍ୟରେ ଦେଶରେ ଏଭଳି କର୍ମୀଙ୍କ…

Read More

ଫେବ୍ରୁଆରି ୧୮ରୁ ଯୁକ୍ତ୨ ଥିଓରି ପରୀକ୍ଷା। ହାତରେ ଆଉ କମ୍‌ ସମୟ ରହିଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ୧୨୭୬ କେନ୍ଦ୍ରରେ ଏଥର ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ଗୋଟିଏ ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଆରମ୍ଭ ହେଉଥିବାରୁ ପ୍ରଶ୍ନପତ୍ର ସୁରକ୍ଷା ଉପରେ ପ୍ରାଥମିକତା ଦିଆଯାଇଛି। ତାରିଖ ଘୋଷଣା ସହ ପରୀକ୍ଷା କେନ୍ଦ୍ର ଚିହ୍ନଟ ପ୍ରକ୍ରିୟା ସରିଛି। ପ୍ରତିବର୍ଷ ପରି ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ହବ୍‌(ଇଏମ୍‌ଏଚ୍‌)କୁ ପ୍ରଶ୍ନପତ୍ର ପଠାଯିବ। ପ୍ରଥମ ପର୍ଯ୍ୟାୟରେ ଫେବ୍ରୁଆରି ୧୨ରୁ ୧୫ ତାରିଖ ମଧ୍ୟରେ ବିଭିନ୍ନ ବିଷୟର ପ୍ରଶ୍ନପତ୍ରଗୁଡ଼ିକ ଯିବ। ଉପାନ୍ତ ତଥା ଦୂର ଜିଲ୍ଲାରେ ଥିବା ହବ୍‌ଗୁଡ଼ିକୁ ପ୍ରଥମେ ପ୍ରଶ୍ନପତ୍ର ପଠାଯିବ। ସ୍ବତନ୍ତ୍ର ଗାଡ଼ି, ସୁରକ୍ଷା କର୍ମୀ ଓ ସିଏଚ୍‌ଏସ୍‌ଇ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବା‌ବଧାନରେ ପ୍ରଶ୍ନପତ୍ର ପଠାଯିବା କାର୍ଯ୍ୟ ଅନୁଷ୍ଠିତ ହେବ।

Read More

ସାଧାରଣ ବଜେଟ ଉପରେ ସମସ୍ତଙ୍କ ନଜର। ବିଶେଷ କରି ଏଥିରେ କେଉଁ ଜିନିଷ ଶସ୍ତା ହେବ ତାହା ଜାଣିବାକୁ ସମସ୍ତେ ଆଗ୍ରହୀ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ବୁଣାକାରମାନଙ୍କ ଦ୍ୱାରା ବୁଣାଯାଇଥିବା ପୋଷାକ ଶସ୍ତା ହେବ। ଏହା ସହିତ, ଚମଡ଼ା ସାମଗ୍ରୀ ଶସ୍ତା ହେବ। ସାମୁଦ୍ରିକ ଉତ୍ପାଦ ଉପରେ କଷ୍ଟମ ଡ୍ୟୁଟି ୩୦ରୁ ୫ ପ୍ରତିଶତକୁ ହ୍ରାସ କରାଯିବ। ଏହା ସହିତ, ଫ୍ରୋଜେନ ମାଛ ପେଷ୍ଟ ଉପରେ କଷ୍ଟମ ଡ୍ୟୁଟି ୧୫ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯିବ।ଜୀବନ ରକ୍ଷକ ଔଷଧ ଏବଂ କ୍ୟାନ୍ସରର ଔଷଧ ହୋଇଯିବ ଶସ୍ତା। ଏଥିସହ ଏଲଇଡି-ଏଲସିଡି ଟିଭିର ଦର ହ୍ରାସ ପାଇବ। ଏଥିରେ ଲାଗୁଥିବା କଷ୍ଟମ ଡ୍ୟୁଟି ହ୍ରାସ କରାଯିବ। ଲିଥିୟମ ଆୟନ ବ୍ୟାଟେରୀ ଶସ୍ତା ହେବ। ଇଭି ଏବଂ ମୋବାଇଲର ବ୍ୟାଟେରୀ ଶସ୍ତା ହେବ।ମେଡିକାଲ କଲେଜ ଉପକରଣ ଦାମ୍ ବି କମିବ |ମେଡିକାଲ କଲେଜ ଉପକରଣ ଦାମ୍ ବି କମିବ| ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର…

Read More

ବଜେଟ୍‌ରେ ଚାଷୀଙ୍କ ପାଇଁ ବଡ ଘୋଷଣା । ବଢିଲା କିଷାନ କ୍ରେଡିଟ କାର୍ଡ ଲିମିଟ୍‌ । ଶୀଘ୍ର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା । ପ୍ରଥମ ପର୍ଯ୍ୟାୟରେ ଶହେଟି ବିକାଶଶୀଳ ଜିଲ୍ଲା ସାମିଲ । ଯୁବ ଚାଷୀ,ଗ୍ରାମୀଣ ମହିଳା ଓ ଛୋଟ ଛୋଟ ଚାଷୀଙ୍କୁ ଫୋକସ୍‌ ।। ପୂର୍ବରୁ ଏହା ୩ ଲକ୍ଷ ଟଙ୍କା ରହିଥିବାବେଳେ, ଏବେ ଏହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବଜେଟ୍ ବିକାଶକୁ ନୂଆ ଦିଗ ଦେବ । ସମସ୍ତଙ୍କ ବିକାଶ, ମଧ୍ୟବିତ୍ତଙ୍କ କ୍ଷମତା ବୃଦ୍ଧି କରିବାକୁ ଏହି ବଜେଟ୍ ସମର୍ପିତ । ଯୁବ ଚାଷୀ, ଗ୍ରାମୀଣ ମହିଳା ଏବଂ ଛୋଟ ଛୋଟ ଚାଷୀଙ୍କ ଉପରେ ଏହି ବଜେଟରେ ଫୋକସ୍ କରାଯାଇଛି ।

Read More

ଶନିବାର ସଂସଦରେ ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ ଯେ ମଧ୍ୟବିତ୍ତ ବର୍ଗଙ୍କୁ ଆଶ୍ୱସ୍ତି ଦେଇ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରାଯାଉଛି। ଏହାସହ ୧୨ରୁ ୧୬ ଲକ୍ଷ ଆୟ ପର୍ୟ୍ୟନ୍ତ ୧୫ ପ୍ରତିଶତ ଟ୍ୟାକ୍ସ, ୨୦ରୁ ୨୪ ଲକ୍ଷ ଆୟ ପର୍ୟ୍ୟନ୍ତ ୨୫ ପ୍ରତିଶତ ଟ୍ୟାକ୍ସ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଯେତେବେଳେ ୨୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟରେ ୩୦% ଟିକସ ଘୋଷଣା କରାଯାଇଛି।ଏହା ସହିତ, ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ ସୀମା ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ ଆୟକର ଦାଖଲର ସୀମା ୨ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରିଛନ୍ତି। ଅର୍ଥମନ୍ତ୍ରୀ ଷ୍ଟାର୍ଟଅପ ପାଇଁ ଋଣକୁ ୧୦ କୋଟି ଟଙ୍କାରୁ ୨୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

Read More

ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି କି? ଯଦି ହଁ ତେବେ ଜାଣନ୍ତୁ କେବେ ଆସିବ ଟଙ୍କା । କଣ ରହିିଛି ଆପଣଙ୍କ ଷ୍ଟାଟସ…ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି..କିନ୍ତୁ ଟଙ୍କା ଆସିନି କିମ୍ୱା ପରବର୍ତ୍ତୀ କିସ୍ତିରେ ଟଙ୍କା ଆସିବ କି ନାହିଁ । ଏହି ପ୍ରଶ୍ନ ଅନେକ ହିତାଧିକାରୀଙ୍କ ମନରେ ଏବେ ବି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଯଦି ଆପଣ ବି ଜାଣିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା ।ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି । ନ୍ୟାସନାଲ ପେମେଣ୍ଟସ କର୍ପୋରେଶନ ଅଫ ଇଣ୍ଡିଆ ବା ଭାରତୀୟ ଜାତୀୟ ଦେୟ ନିଗମ ବା NPCI କ୍ଲିୟର ହୋଇନଥିବ ସେମାନଙ୍କ ଆକାଉଣ୍ଟକୁ ଯିବନି ସୁଭଦ୍ରା ଟଙ୍କା । ତେଣୁ ଏହା କରାଇବା ଜରୁରୀ । ସେପ୍ଟେମୱର ୧୭ ପୂର୍ବରୁ ଅଧିକାଂଶ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ ବି ଏବେ ପର୍ଯ୍ୟନ୍ତ ସେମାନଙ୍କ ଖାତାକୁ ଟଙ୍କା ଆସିନାହିଁ…

Read More