Author: sanitelevision

ସମସ୍ତେ ଚାହାନ୍ତି ଯାତ୍ରା ସୁରକ୍ଷିତ ହେଉ , ଯିବା ଆସିବା ଭଡା ବି ଉଚିତ ହେଉ I ଏପରି ଏକ ସହର କଳ୍ପନା କରନ୍ତୁ ଯେଉଁଠାରେ ପ୍ରତ୍ୟେକ ଯାତ୍ରା ସୁରକ୍ଷିତ, ପ୍ରତ୍ୟେକ ଭଡ଼ା ନ୍ୟାୟପୂର୍ଣ୍ଣ ଏବଂ ପ୍ରତ୍ୟେକ ଡ୍ରାଇଭର ସଶକ୍ତ। ଓଡ଼ିଶା ଏହି ଦୃଷ୍ଟିକୋଣକୁ ବାସ୍ତବରେ ପରିଣତ କରୁଛି ଓଡ଼ିଶା ଯାତ୍ରୀ – ଏକ ଅଭିନବ ଗତିଶୀଳତା ଆପ୍ ଯାହା ଭୁବନେଶ୍ୱର ଏବଂ କଟକରେ ଲୋକଙ୍କ ଯାତାୟାତକୁ ପରିବର୍ତ୍ତନ କରୁଛି। ଏହାର କାର୍ଯ୍ୟର ମୂଳରେ ସୁରକ୍ଷା ସହିତ, ଏହି ଆପ୍ ଶୀଘ୍ର ହଜାର ହଜାର ନାଗରିକଙ୍କ ପାଇଁ ବିଶ୍ୱସ୍ତ ଯାତ୍ରା ସାଥୀ ହୋଇପାରିଛି । ଏହି କାହାଣୀ ଗତ ମାସରେ “ଘରକୁ ନିରାପଦରେ ଆସ” ଶୀର୍ଷକ ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ସମୟରେ ଆରମ୍ଭ ହୋଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବରେ ଓଡ଼ିଶା ଯାତ୍ରୀ ଆରମ୍ଭ କରିଥିଲେ, ଯାହା ଯାତ୍ରୀ ସୁରକ୍ଷା ବୃଦ୍ଧି କରିବା…

Read More

ବାରିପଦାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଏବଂ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଂସଦା କହିଛନ୍ତି ଯେ ଆଦିବାସୀ ମହିଳାଙ୍କ ବିଷୟରେ ଏପରି ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନିଃସର୍ତ୍ତ କ୍ଷମା ମାଗନ୍ତୁ। ସୂଚନାମୁତାବକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ସଫା ରଙ୍ଗର ମହିଳାଙ୍କୁ ବିବାହ କରିବା ପାଇଁ ଖୋଜୁଥିଲେ ଏବଂ ସେଥିପାଇଁ ସେ ମୟୂରଭଞ୍ଜ ଜିଲ୍ଲାରେ ବିବାହ କରିଛନ୍ତି ବୋଲି କହିବା ତାଙ୍କର ବର୍ଣ୍ଣ ବିଦ୍ୱେଷ ମନୋଭାବର ପରିଚୟ ଦେଇଛି। ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇ ଆଦିବାସୀ ଝିଅମାନେ ସଫା ନୁଁହନ୍ତି ବୋଲି ମନ୍ତବ୍ୟ ଦେବା ଆମ ମନରେ ଗଭୀର ଆଘାତ ସୃଷ୍ଟି କରିଛି ବୋଲି କହିଛନ୍ତି ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍‌ ଓ ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା।ବିଜେପିର ଗତ ସାତ ମାସ ଶାସନ ମଧ୍ୟରେ ଓଡ଼ିଶାରେ ଆଦିବାସୀ ମହିଳାଙ୍କ ବିରୁଦ୍ଧରେ ଅପରାଧ…

Read More

ବାରବାଟୀ ସୁରକ୍ଷା ବ୍ୟବସ୍ଥା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଉଛି ।OCA, ପୋଲିସ, ହୋଟେଲ, ଏୟାରପୋର୍ଟ, CISF ସହ ଆଲୋଚନା ହୋଇଛି । ବିମାନବନ୍ଦର ଠାରୁ ହୋଟେଲ ଓ ବାରବାଟୀ ପର୍ଯ୍ୟନ୍ତ ସବୁ ବିଷୟରେ ଆଲୋଚନା ହୋଇଛି । ସୁରକ୍ଷା, ଟ୍ରାଫିକ୍ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଇଂଲଣ୍ଡ କ୍ରିକେଟ୍ ଟିମ୍ । ୮ ତାରିଖରେ ଉଭୟ ଟିମ୍ ଅଭ୍ୟାସ ପାଇଁ କଟକ ବାରବାଟୀ ଷ୍ଟାଡ଼ିୟମ୍‌କୁ ଯିବେ । ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରରେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ସେହିଭଳି ମ୍ୟାଚ୍ ବେଳେ ଷ୍ଟାଡିୟମକୁ ପାଣି ବୋତଲ ନେଇ ଯିବାକୁ ମନା କରାଯାଇଛି ।

Read More

କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍‌ ପରେ ଏବେ ଟାର୍ଗେଟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ଅଜଣା ନମ୍ବରରୁ ୫୦ଲକ୍ଷ ଟଙ୍କା ଦେବାକୁ ଜୟଦେବଙ୍କ ନିକଟକୁ ଆସିଛି ଧମକପୂର୍ଣ୍ଣ । ୫୦ଲକ୍ଷ ଦିଅ ନହେଲେ ଜୀବନରୁ ମାରିଦେବାକୁ ଧମକ ଦେଲେ ଦୁର୍ବୃତ୍ତ । ଓଡ଼ିଆ ଭାଷାରେ କଥା ହେଉଥିଲେ ଦୁର୍ବୃତ୍ତ । ଓଡ଼ିଆ ଭାଷାରେ କଥା ହେଉଥିଲେ ଦୁର୍ବୃତ୍ତ। କ୍ୟାପିଟାଲ ଥାନାରେ ଏନେଇ ଅଭିଯୋଗ ଦେଇଛନ୍ତି ଜୟଦେବ ଜେନା। ରାଜ୍ୟରେ ଆଇନଶୃଙ୍ଖଳ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିବା ସେ ଅଭିଯୋଗ କରିଛନ୍ତି। ଧମକ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜୟଦେବ ଜେନା।

Read More

ବୋର୍ଡ ପରୀକ୍ଷା ଜଗିବେ ପୋଲିସ । ଯୁକ୍ତ ଦୁଇ ପରି ଦଶମ ପରୀକ୍ଷା ପରିଚାଳନା ଓ ସୁରକ୍ଷା ଦାୟିତ୍ବ ନେବେ ପୋଲିସ- ପ୍ରଶାସନ । ଆସନ୍ତା ୧୨ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ଦଶମ ପରୀକ୍ଷାର ଗୋପନୀୟ ଦସ୍ତାବିଜ୍ କଟକର ମୁଖ୍ୟାଳୟରୁ ନୋଡାଲ ସେଣ୍ଟର ଯାଏଁ ପହଞ୍ଚାଯିବ । ୩୧୪ଟି ନୋଡାଲ ସେଣ୍ଟରକୁ ଏହି ଗୋପନୀୟ ଦସ୍ତାବିଜର ସଂରକ୍ଷଣ ପାଇଁ ଚିହ୍ନଟ କରାଯାଇଛି । ସେହିପରି ଉତ୍ତର ଖାତା ବୋର୍ଡ ଅଧିକାରୀଙ୍କ ପାଖକୁ ପଠାଯିବା ସହ ସଂପୂର୍ଣ୍ଣ ପରୀକ୍ଷା ପରିଚାଳନା ଶେଷ ଯାଏଁ ଜିଲ୍ଲାପାଳ ଓ ଏସପି ସମସ୍ତ ପ୍ରକ୍ରିୟାର ତଦାରଖ କରିବେ । ତେବେ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ଅନୁରୋଧ କରାଯାଇଛି ।

Read More

ଜାତୀୟ ରାଜପଥରେ ଯିବା ବେଳେ ପ୍ରାୟ ୬୦ କିଲୋମିଟରରେ ଗୋଟାଏ ଲେଖାଏଁ ଟୋଲ ଗେଟ୍‌ ପଡ଼େ । ଏହି ଟୋଲ ଗେଟ୍‌ରେ ନିର୍ଦ୍ଧାରିତ ଟଙ୍କା ଦେବା ପରେ ହିଁ ଆପଣ ଆଗକୁ ବଢନ୍ତି । ବେଳେ ବେଳେ ଟୋଲ ପ୍ଲାଜାରେ ଏମିତି ଭିଡ଼ ହୁଏ ଯେ ଘଂଟା ଘଂଟା ପର୍ଯ୍ୟନ୍ତ ଆପଣ ରାସ୍ତାରେ ହିଁ ଅପେକ୍ଷା କରନ୍ତି । ସୂଚନା ଥାଉକି, ପରିବହନ ବ୍ୟବସ୍ଥା ସୁଦୃଢ କରିବା ଲାଗି ଲଗାତର ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । ଏହି ଯୋଜନା ଆଧାରରେ ଖୁବଶୀଘ୍ର କେନ୍ଦ୍ର ସରକାର ବାର୍ଷିକ ଓ ଲାଇଫ୍‌ ଟାଇମ୍‌ ଟୋଲ ପାସ୍‌ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି । ପ୍ରସ୍ତାବ ଅନୁସାରେ, ଯାତ୍ରୀ ମାତ୍ର ୩ ହଜାର ଟଙ୍କା ଦେଇ ବାର୍ଷିକ ପାସ୍‌ କିଣିପାରିବେ । ଯେଉଁ ପାସ୍‌ ଦେଖାଇ ଯାତ୍ରୀମାନେ ପୁରା ବର୍ଷ ଜାତୀୟ ରାଜପଥରେ ଆରାମରେ ଯାତ୍ରା କରିପାରିବେ । ଠିକ୍‌ ସେମିତି, ୧୫ ବର୍ଷିୟା ଲାଇଫ୍‌…

Read More

ଟିକେଟ୍ ପାଇଁ ସ୍ଥିତି ଅଣାୟତ । ଭାରତ ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜି ଅଫଲାଇନ୍ ଟିକେଟ୍ ହେଉଛି । ଯାହାକୁ ନେଇ କଟକ ବାରବାଟୀରେ ଲୋକଙ୍କ ନାହିଁ ନଥିବା ଭିଡ ସକାଳୁ ଦେଖିବାରୁ ମିଳିଥିଲା । ସମୟ ବଢିବା ସହ ଭିଡ ମଧ୍ୟ ବଢିଥିଲା । ତେବେ ସାଧାରଣ ଦର୍ଶକଙ୍କ କାଉଣ୍ଟରରେ ବିକ୍ରି ହେବ ୧୧ ହଜାର ୮୦ ଟିକେଟ । କିନ୍ତୁ ଟିକେଟ ହାତେଇବାକୁ ପ୍ରାୟ ୫୦ ହଜାର ଦର୍ଶକ ଭିଡ଼ ଲଗାଇଛନ୍ତି ।ଏଥିପାଇଁ ରାତିଠୁ ବାରବାଟୀ ଷ୍ଟାଡିୟମ ନିକଟରେ ଲାଗିଛି ଲମ୍ବା ଲାଇନ। କେମିତି ଟିକେଟ ଗୋଟିଏ ମିଳିବ, ସେଇ ଆଶାରେ କ୍ରିକେଟପ୍ରେମୀ । ଅଫଲାଇନ ଟିକେଟ ବିକ୍ରି ହେଉଥିବା ବେଳେ ୧୨ ଘଣ୍ଟା ପୂର୍ବରୁ ଶହ ଶହ ଲୋକ ଲାଇନରେ ଛିଡା ହେଲେଣି। ଅନଲାଇନ ଟିକେଟରୁ ବଞ୍ଚିତ କ୍ରିକେଟପ୍ରେମୀ ଅଫଲାଇନରେ ଟିକେଟ କରିବାକୁ ବିଭିନ୍ନ ସ୍ଥାନରୁ ଧାଇଁ ଆସିଛନ୍ତି। ଭିଡ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଲୋକେ ଅଚେତ୍…

Read More

ବର୍ତ୍ତମାନ ଖୋର୍ଦ୍ଧାରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତି ଗ୍ରାମସଭାରେ ପ୍ରସ୍ତୁତ ହେବ ଏହି ଯୋଜନା ତାଲିକା ।ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇ ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି । ଆସନ୍ତା ଫେବୃଆରୀ ୧୫ ତାରିଖ ସୁଦ୍ଧା ପ୍ରତି ଗାଁରେ ସେହି ଅନୁସାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି ।୨୦୨୪-୨୫ରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ସରକାର ବଜେଟ୍ରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ନୂଆ ମାର୍ଗଦର୍ଶିକା ମୁତାବକ ଏହି ଟଙ୍କାକୁ ପ୍ରତି ପଞ୍ଚାୟତକୁ ଆବଣ୍ଟନ କରାଯିବ। ନୂଆ ବ୍ୟବସ୍ଥା ଅନୁସାରେ ପଛୁଆ ବା ଆଦିବାସୀ ବହୁଳ ଅଞ୍ଚଳକୁ ଏହି ଯୋଜନାରେ ସର୍ବାଧିକ ପ୍ରାଥମିକତା ଦିଆଯିବ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ,…

Read More

ଯଦି ଆପଣ ମଧ୍ୟ ପ୍ରତି ମାସରେ ATMରୁ ନଗଦ ଟଙ୍କା ଉଠାନ୍ତି କିମ୍ବା ଡିଜିଟାଲ ପେମେଣ୍ଟ ବ୍ୟବହାର କରିବା ପରିବର୍ତ୍ତେ ନଗଦ ପେମେଣ୍ଟ କରନ୍ତି, ତେବେ ଏହି ଖବର ଆପଣଙ୍କୁ ତାଜୁବ କରିପାରେ। ତେବେ ପାଞ୍ଚଟି ମାଗଣା ସୀମା ସମାପ୍ତ ହେବା ପରେ ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NPCI) ସର୍ବାଧିକ ନଗଦ କାରବାର ଶୁଳ୍କକୁ ପ୍ରତି କାରବାର ପାଇଁ ବର୍ତ୍ତମାନର ୨୧ ଟଙ୍କାରୁ ୨୨ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରିଛି।ଏହା ବ୍ୟତୀତ, NPCI ନଗଦ କାରବାର ପାଇଁ ATM ଇଣ୍ଟରଚେଞ୍ଜ ଶୁଳ୍କକୁ ୧୭ ଟଙ୍କାରୁ ୧୯ ଟଙ୍କାକୁ ବୃଦ୍ଧି କରିବାକୁ ମଧ୍ୟ ସୁପାରିଶ କରିଛି। ଅନ୍ୟ ବ୍ୟାଙ୍କର ATMରୁ ଟ୍ରଞ୍ଜାକ୍ସନ ସୀମାଠାରୁ ଅଧିକ ଟଙ୍କା ଉଠାଇବା ପାଇଁ ଇଣ୍ଟରଚେଞ୍ଜ ଫି ଆଦାୟ କରାଯାଏ। ଅର୍ଥାତ ଏହା ହେଉଛି ଏଟିଏମ ସେବା ବ୍ୟବହାର କରିବା ବଦଳରେ ଗୋଟିଏ ବ୍ୟାଙ୍କ ଅନ୍ୟ ଏକ ବ୍ୟାଙ୍କକୁ ଦେଉଥିବା ଶୁଳ୍କ।ଏଟିଏମ୍ ଇଣ୍ଟରଚେଞ୍ଜ ଶୁଳ୍କ ହେଉଛି…

Read More

ଭାରତ ସରକାର ଏହାର କର୍ମଚାରୀମାନଙ୍କୁ ChatGPT, DeepSeek ଏବଂ ଅନ୍ୟାନ୍ୟ ସମାନ AI ଆଧାରିତ ଉପକରଣ ବ୍ୟବହାର ନ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ସରକାର ବିଶ୍ୱାସ କରନ୍ତି ଯେ, ଏହି ଉପକରଣଗୁଡ଼ିକ ସମ୍ବେଦନଶୀଳ ତଥ୍ୟ ଲିକ୍‌ ହେବାର ବିପଦ ବଢ଼ାଇପାରେ, ଯାହା ଜାତୀୟ ସୁରକ୍ଷା ଏବଂ ଗୋପନୀୟତାକୁ କ୍ଷତି ପହଞ୍ଚାଇପାରେ।କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଯେଉଁମାନେ ଏହି ଟୁଲ ବ୍ୟବହାର କରୁଛନ୍ତି ସେମାନେ ଅଫିସର ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଆପ୍‌ରେ ଦାଖଲ କରୁଛନ୍ତି । ତେଣୁ ଏହା ଲିକ୍‌ ହେଉଛି । ଯାହା କି ଅପରାଧ ।ତେଣୁ ଏହି ଟୁଲ୍‌ର ବ୍ୟବହାର ନକରିବା ଭଲ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଭାରତରେ ChatGPT, DeepSeek, Google Gemini ଭଳି ବିଦେଶୀ AI ଆପ୍ସର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବ୍ୟବହାରକାରୀମାନେ ସେମାନଙ୍କର କାମକୁ ସହଜ ଏବଂ ଦ୍ରୁତ କରିବା ପାଇଁ ଏହି ଆପ…

Read More