ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ ବଜେଟ ଅଧିବେଶନ । ଏହାପୂର୍ବରୁ ୧୨ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକରେ ଉଭୟ ସରକାରୀ ଓ ବିରୋଧୀ ଦଳ ବିଧାୟକ ଯୋଗ ଦେଇ ଆଗତ ହେବାକୁ ଥିବା ବଜେଟ୍କୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ । ତେବେ ଏଥିର ବଜେଟ୍ରେ କାହା ପାଇଁ କଣ ରହିବ ତାହାରି ଉପରେ ରହିଛି ସଭିଙ୍କ ନଜର । କାରଣ କେନ୍ଦ୍ରରେ ଫେବୃଆରୀ ୧ ତାରିଖରେ ସଂସଦରେ ବଜେଟ୍ ଉପସ୍ଥାପନ କରିଥିଲେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସଂସଦରେ ଆଗତ ହୋଇଛି ବଜେଟ। ଫୋକସରେ ମଧ୍ୟବିତ୍ତ, ମହିଳା ଓ ଯୁବବର୍ଗ। ସବୁ ବର୍ଗକୁ ଖୁସି କରିବା ସହ ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣରେ ରଖିବା ପାଇଁ, ଚଳିତ ବଜେଟରେ ଅନେକ ସାମଗ୍ରୀ ଉପରୁ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଯାହାଫଳରେ ବିଦ୍ୟୁତ ଚାଳିତ ଗାଡ଼ି, ଟିଭି ଭଳି…
Author: sanitelevision
ମାଟ୍ରିକ ପରୀକ୍ଷା ପୂର୍ବରୁ ବୋର୍ଡର ପ୍ରେସମିଟ । ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ ବୋଲି ବିଏସଇର ସଭାପତି ଶ୍ରୀକାନ୍ତ ତରାଇ ପ୍ରେସ ମିଟରେ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୫ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷାର ସୁପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟାପକ ବ୍ୟବସ୍ଥା କରିଛି ।ମାଟ୍ରିକ ପରୀକ୍ଷା ପୂର୍ବରୁ ବୋର୍ଡର ପ୍ରେସମିଟ। ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମେଟ୍ରିକ ପରୀକ୍ଷା ଚାଲିବ ବୋଲି ବିଏସଇର ସଭାପତି ଶ୍ରୀକାନ୍ତ ତରାଇ ପ୍ରେସ ମିଟରେ ସୂଚନା ଦେଇଛନ୍ତି। ସେ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ନ ହେବା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି। ପ୍ରତି ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବ, ଯଦି ଭାଇରାଲ ହୁଏ ଏଥିରୁ ଜଣାପଡିଯିବ।୩୧୩୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା…
ଭାଙ୍ଗିଲା ରେକର୍ଡ । ଭାରତୀୟ ବଜାରରେ ୮୬ହଜାର ପାର୍ କଲା ସୁନା ଦର । ସୁନା ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି ।୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ରେକର୍ଡ ୮୬ହଜାର ୫୧୦ ଟଙ୍କା ହୋଇଛି। ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯ ହଜାର ୩୦୦ ଟଙ୍କା ଛୁଇଁଛି।୪ ଦିନରେ ୬୮୦୦ ଟଙ୍କା ମହଙ୍ଗା ହୋଇଛି। ଇଣ୍ଟରନ୍ୟାସନାଲ ମାର୍କେଟରେ ଦରବୃଦ୍ଧି ଓଡ଼ିଶା ମାର୍କେଟରେ ପ୍ରଭାବ ପଡିଛି। ଏଭଳି ଦରବୃଦ୍ଧି ହେଲେ ଖୁବଶୀଘ୍ର ସୁନା ଦର ୧ଲକ୍ଷ ଛୁଇଁବ ବୋଲି ଆଶଙ୍କା କରୁଛନ୍ତି ବ୍ୟବସାୟୀ। ଦିଲ୍ଲୀ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୭୯,୨୦୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୬,୩୯୦ ଟଙ୍କା।ମୁମ୍ବାଇ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୭୯,୦୫୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୮୫,୨୪୦ ଟଙ୍କା।କୋଲକାତା: ୧୦ ଗ୍ରାମ…
କଟକ ଓ ଭୁବନେଶ୍ବରରେ ବ୍ୟାପକ ଚଢ଼ାଉ ହେବ । ଗାଡ଼ି କାଚରେ କଳାଜରି, ଉଚ୍ଚ ଶବ୍ଦରେ ହର୍ଣ୍ଣ ଥିଲେ କଡ଼ା ଆକ୍ସନ ନିଆଯିବ । ୧୦ ପୂର୍ବରୁ ଏଥିରୁ ନିବୃତ୍ତ ରହିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଫେବୃଆରୀ ୧୦ରୁ ହେବ ବଡ଼ ଧରଣର ଧରପଗଡ଼ । ସେହିପରି, ଆଗ ଓ ପଛ କାଚ ଦେଇ ଅତି କମରେ ୭୦ ପ୍ରତିଶତ ଦେଖାଯିବା ଜରୁରୀ । ବାମ ଓ ଡାହାଣ ପାର୍ଶ୍ବ କାଚ ଦେଇ ଅତି କମରେ ୫୦ ପ୍ରତିଶତ ଦେଖାଯିବା ଜରୁରୀ ବୋଲି ସୂଚନା ମିଳିଛି ।
ରାସ୍ତାରେ ଯାଉଥିବା ବେଳେ ମ୍ୟାନହୋଲରେ ଖସିପଡିଲା ୨ବର୍ଷର ଶିଶୁ। ନିଜ ମାଙ୍କ ସହ ଯାଉଥିବା ବେଳେ ଅଘଟଣ। ରାସ୍ତାରେ ଥିବା ମ୍ୟାନହୋଲର ଢ଼ାଙ୍କଣା ଖୋଲାଥିଲା ହେଲେ ଏକଥା ଜାଣିନଥିଲେ ମା ଜଣକ। ଗୁଜରାଟ ସୁରଟରୁ ଆସିଛି ଏଭଳି ଅଭାବନୀୟ ଖବର । ସୂଚନା ଅନୁସାରେ ଭରିଆବ ଗାଁର ୨ ବର୍ଷର ଶିଶୁ ସ୍ବେରେଜ୍ ଡ୍ରେନରେ ପଡିଯାଇଛି । ଖବର ମିଳିବା ପରେ ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । କୁହାଯାଉଛି ଯେହେତୁ ଭାରି ଜଳ ପ୍ରବାହିତ ହେଉଛି, ତେଣୁ ପିଲାଟି ପାଣି ସ୍ରୋତରେ ଆଗକୁ ଭାସି ଯାଇଥିବା ଆକଳନ କରାଯାଉଛି। ଶିଶୁକୁ ଖୋଜିବା ପାଇଁ ପ୍ରାୟ ୧୦୦-୧୫୦ ମିଟର ଅଞ୍ଚଳ ପର୍ଯ୍ୟନ୍ତ ଯାଞ୍ଚ କରାଯାଇଛି।ଅଧିକାରୀଙ୍କ କହିବା କଥା ଯେହେତୁ ଏହି ରାସ୍ତା ଦେଇ ଭାରି ଯାନ ଚଳାଚଳ କରୁଛି। ତେଣୁ ମ୍ୟାନହୋଲର ଢାଙ୍କଣାଟି ଭାଙ୍ଗିଯାଇଛି। ଯେଉଁଥିପାଇଁ ଏତେବଡ଼ ଦୁର୍ଘଟଣା ଘଟିଯାଇଛି। ଯଥାଶୀଘ୍ର ପିଲାକୁ…
କଟକ ଆଠଗଡ଼ ବନଖଣ୍ଡର ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଜୟପୁର ପ୍ରଗଳା ରାସ୍ତାର ବଡଭୂଇଁ ନିକଟ ସୁଳିଆବାଙ୍କ ନିକଟରେ କଲରାପତରିଆ ବାଘ ଦେବାକୁ ମିଳିଛି । ବାଘକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ମାହୋଲ ସୃଷ୍ଟି ହୋଇଛି । ଖବର ପାଇ ଘଟଣା ସ୍ଥଳରେ ନରସିଂହପୁର ପଶୁ ବନବିଭାଗ କର୍ମଚାରୀ ପହଞ୍ଚି କଲରା ପତରିଆ ବାଘର ଗତି ବିଧି ଉପରେ ନଜର ରଖଛନ୍ତି। ଆଠଗଡ଼ ବନଖଣ୍ଡରେ ୩ ରୁ ୪ଟି କଲରାପତରିଆ ବାଘ ଥିବା କୁହାଯାଉଛି। ସେମାନେ ଏହି ଅଞ୍ଚଳର ବୁଲାବୁଲି କରୁଥିବା ଲୋକେ କହୁଛନ୍ତି । ଲୋକମାନଙ୍କୁ ଭୟଭୀତ ନହେବାକୁ ଆଠଗଡ଼ DFO ଅପିଲ କରିଛନ୍ତି ।
ଜଗନ୍ନାଥ ମନ୍ଦିରରୁ ଲୁଟ୍ । ତିନି ବିଗ୍ରହଙ୍କ ସୁନା ମୁକୁଟ ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ଚମ୍ପୁ ଗାଁରେ ଦେଖିବାକୁ ମିଳିଛି ଅଘଟଣ ।ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଛନ୍ତି । ଆଜି ସକାଳେ ମନ୍ଦିର ତାଲା ଭଙ୍ଗାଯାଇଥିବା ଦେଖି ଗାଁଲୋକେ ପୋଲିସକୁ ଖବର ଦେଇଥିଲେ । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।ତେବେ ଏଭଳି ଏକ ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ, ୟୁନିସେଫ୍ ସହଯୋଗରେ, ଫେବ୍ରୁଆରି ୧୦ ରୁ ଓଡ଼ିଶାର ୧ କୋଟି ୬୦ ଲକ୍ଷରୁ ଅଧିକ ଶିଶୁ ଏବଂ ମହିଳାଙ୍କୁ କୃମିନାଶକ ଡୋଜ୍ ଦେବା ପାଇଁ ଏକ ଅଭିଯାନ ଆରମ୍ଭ କରାଯିବ।ଉକ୍ତଦିନ ୧ରୁ ୧୯ ବର୍ଷ ବୟସର ବାଳିକାବାଳକ ଓ ୨୦ରୁ ୨୪ ବର୍ଷର ପ୍ରଜନନକ୍ଷମ ମହିଳାଙ୍କୁ ମିଶାଇ ମୋଟ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ କୃମିନାଶକ (ଦ୍ରବଣ/ବଟିକା) ଔଷଧ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ନିକଟସ୍ଥ ବିଦ୍ୟାଳୟ ଏବଂ ଅଙ୍ଗଓ୍ବାଡି କେନ୍ଦ୍ରରେ ଶିକ୍ଷକ, ଅଙ୍ଗନଓ୍ବାଡି କର୍ମୀ ଓ ଆଶାକର୍ମୀଙ୍କଠାରୁ ଔଷଧ ଖାଇବେ। ପୋଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସ୍ମୃତିଜିତ ପଟ୍ଟନାୟକ କହିଛନ୍ତି ଯେ, ପ୍ରାୟ ୧.୪୬ କୋଟି ଶିଶୁ ଏବଂ ପ୍ରଜନନ ବୟସର ୧୭.୭୩ ଲକ୍ଷ ମହିଳା ଯେଉଁମାନେ ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉ ନାହାନ୍ତି ଏନଡିଡିରୁ ଉପକୃତ ହେବେ। ସେ କହିଛନ୍ତି ଯେ, ଏହି ପଦକ୍ଷେପ ୨୪ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବରେ କଭର କରାଯିବ ଏବଂ ବାକି ଛଅଟି…
ବାରବାଟୀ ଷ୍ଟାଡିୟମ୍ରେ ଅନ୍ତର୍ଜାତୀୟ ମ୍ୟାଚରେ ଏଭଳି ସ୍ଥିତି ଆଗରୁ କେବେ ଦେଖିବାକୁ ମିଳିନଥୁଲା। ଟିକେଟର ଏତେ ଚାହିଦା ବଢିଯିବ ସେ କଥା କେହି ବି ଆକଳନ କରିନଥିଲେ। ସ୍ଥିତି ଏମିତି ହେଲା ଯେ, ୯ ଶହ ଟଙ୍କିଆ ଗ୍ୟାଲେରୀ ଟିକେଟ୍ ବୁଧବାର ରାତିରେ ୩ ହଜାର ଟଙ୍କାରେ ବିକ୍ରି ହୋଇଛି। ଅନ୍ୟପଟେ ଟିକେଟ୍ ବ୍ୟାପକ ଅବ୍ୟବସ୍ଥା ନେଇ ଅଭିଯୋଗ ଆସିଛି । ଆଶା ଠାରୁ ଅଧିକ ଲୋକ ଆସିବାରୁ ଭିଡ଼ ନିୟନ୍ତ୍ରଣ କରିବାରେ ପୁଲିସକୁ ସମସ୍ୟା ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ସ୍ଥିତି ସ୍ବାଭାବିକ ହୋଇଥିଲା । ତେବେ ସନ୍ଧ୍ୟାରେ ଟିକେଟ୍ କାଉଣ୍ଟରରେ ଭିଡ଼ ପୁଣି ବଢ଼ିଥିଲା । କଳେ ବଳେ କୌଶଳେ ଟିକେଟ୍ ପାଇବା ପାଇଁ କାଉଣ୍ଟର ଆଡ଼କୁ ଜୋର ଜବରଦସ୍ତି ଧସେଇ ପଶିଥିଲେ କିଛି ଲୋକେ । ଯାହାକୁ କାବୁ କରିଥିଲା ପୁଲିସ । ତେବେ ସେହିପରି ୧୧ ଶହ ଟଙ୍କିଆ ଗ୍ୟାଲେରୀ ଟିକେଟ ମୂଲ୍ୟ ୫…
ଓଡିଆ ଝିଅ ପ୍ରେମରେ ବିଦେଶୀ ପୁଅ । ବିଦେଶରେ ପ୍ରେମ ହେଲା କିନ୍ତୁ ବାହାଘର ଦେଶୀ ଷ୍ଟାଇଲରେ । ଭାରତୀୟ ବର ବେଶରେ ବିବାହ ମଣ୍ଡପକୁ ଆସିଲେ ବିଦେଶୀ ବର। ହାତରେ ନଡିଆ ଧରି କନିଆଁ ଘରେ ପହଞ୍ଚିଥିଲା ବିଦେଶୀ ବର ।ଡିଜେ ସାଙ୍ଗକୁ ବାଣ ରୋଷଣୀରେ ମନର ମାନସୀ ନତାସା ଙ୍କୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ନାଚି ନାଚି ଆସୁଛି ବର । ଏପଟେ କନ୍ୟା ଘରେ ଚାହିଁ ବସିଛି ନିଜ ମନର ମଣିଷ ଲୁକ୍ ଙ୍କୁ । ଏ ହେଉଛି ଦୃଶ୍ୟ ବାଲେଶ୍ବର ଅଞ୍ଚଳର । ଝିଅ ଲଣ୍ଡନରେ ରହି ପାଠ ପଢିବା ପରେ ଚାକିରୀ କରୁଥିଲେ। ପରେ ଜଣେ ବିଦେଶୀ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟଙ୍କ ପ୍ରେମରେ ଏତେ ଗଭୀରତା ଥିଲା ଯେ ବିଲାତି ବରଙ୍କ ମନ ଲଣ୍ଡନ ରୁ ବିବାହ ପାଇଁ ଟାଣି ଆଣିଲା ଭାରତକୁ । ଆଜି ଶେଷରେ…









