Author: sanitelevision

ଆୟ କର କୋହଳ ପରେ ମଧ୍ୟବିତ୍ତଙ୍କୁ ଆଉ ଏକ ବଡ ଉପହାର ମିଳିଛି। ୫ ବର୍ଷ ପରେ ରେପୋ ରେଟ୍‌ ହ୍ରାସ ପାଇଛି। ପୂର୍ବରୁ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମେ ‘ ୨୦୨୦ରେ ରେପୋ ହାର ହ୍ରାସ କରିଥିଲା । କିନ୍ତୁ ଏହାପରେ ଏହାକୁ ଧୀରେଧୀରେ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଶେଷ ଥର ପାଇଁ ଫେବୃଆରୀ ୨୦୨୩ରେ ରେପୋ ହାର ବୃଦ୍ଧି କରାଯାଇଥିଲା। ଏମପିସି(ମନିଟାରୀ ପଲିସି କମିଟି) ବୈଠକ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଘୋଷଣା କରିଛନ୍ତି ଯେ, ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି। ଏବେ ରେପୋ ହାର ୬.୫୦ରୁ ୬.୨୫କୁ ହ୍ରାସ କରାଯାଇଛି । । ରେପୋ ହାର ହ୍ରାସ ପରେ, ଋଣଗ୍ରହିତାଙ୍କ ଋଗଓ ଏବେ ହ୍ରାସ ପାଇବ । ଜଈଓ ଗଭର୍ଣ୍ଣର କହିଥିଲେ ଯେ ବିଶ୍ୱ ଅର୍ଥନୀତି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ସେହି ସମୟରେ, ବିଶ୍ୱ ସ୍ତରରେ…

Read More

ଐତିହାସିକ କଟକ ବାଲିଯାତ୍ରାକୁ କେନ୍ଦ୍ର ସରକାର ‘ଜାତୀୟ ଉତ୍ସବ ମାନ୍ୟତା ପ୍ରଦାନ କରିବା ପ୍ରସଙ୍ଗ ନେଇ ବଢିଲା ଦ୍ବନ୍ଦ୍ବ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏନେଇ ରାଜ୍ୟସଭାରେ ଲିଖିତ ଉତ୍ତର ରଖିଛନ୍ତି ବୋଲି ବିଭିନ୍ନ ଫୋରମରେ ଚଚ୍ଚା ଆସିବା ପରେ ବଭିନ୍ନ ବ୍ୟକ୍ତିବିଶେଷ ସ୍ବାଗତ କରିବା ସହ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ଆରମ୍ଭ କରିଛନ୍ତି ।କିନ୍ତୁ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଶେଖାୱତ ଯେଉଁ ଲିଖିତ ଉତ୍ତର ରଖିଛନ୍ତି, ସେଥିରେ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ବା ଘୋଷଣା କରାଯାଇ ନାହିଁ ।

Read More

ପୁଣି ମୋ ବସ୍ ଧକ୍କା । ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ମୋ ବସ୍‌ । କଟକ ଖାନନଗର ମଲାଚଣ୍ଡିଆ ଟ୍ରାଫିକ୍‌ ଛକରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ପରିବା ବ୍ୟବସାୟୀ ଆହତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ତିନି ଦିନ ତଳେ ଭୁବନେଶ୍ବର ନନ୍ଦନ କାନନ ରାସ୍ତାରେ ମୋ ବସ୍ ଧକ୍କାରେ ୧୨ ବର୍ଷର ନାବାଳିକାର ହୋଇଥିବା ମୃତ୍ୟୁ । ଆଉ ଏବେ ପୁଣି ଆଉ ଏକ ଦୁର୍ଘଟଣା ଘଟାଇଛି ମୋ ବସ । ପ୍ରଶ୍ନ ଉଠୁଛି, ବାରାମ୍ବାର ଏଭଳି ଦୁର୍ଘଟଣା ପରେ ବି କାହିଁକି ସତର୍କତା ଅବଲମ୍ବନ କରୁ ନାହାଁନ୍ତି ମୋ ବସ୍ ଚାଳକ। କାହିଁକି ଚୁପ୍‌ ବସିଛି କ୍ରୁଟ୍ କର୍ତ୍ତୃପକ୍ଷ।

Read More

ବାରବାଟୀ ଦିନିକିଆକୁ ଆଉ ମାତ୍ର ଗୋଟିଏ ଦିନ। ସୁପର ସଣ୍ଡେରେ ହେବ ସୁପର ଲଢ଼େଇ । ଆଜି ଭୁବନେଶ୍ବରରେ ପହଞ୍ଚିବେ ରୋହିତ ଓ ବଟଲର ବାହିନୀ । ଭୁବନେଶ୍ବର ବିମାନ ବନ୍ଦରରୁ କଡ଼ା ସୁରକ୍ଷା ବଳୟରେ ଆସିବେ ହୋଟେଲ ମେ ଫେୟାର । ଦୁଇ ଟିମକୁ ଭବ୍ୟ ସ୍ୱାଗତ କରାଯିବ। ମେ ଫାୟାର ଆଗରେ ଲାଗିଛି ବଡ଼ ସ୍ବାଗତ ହୋର୍ଡିଂ । ହୋଟେଲ ବାହାରେ ସଜା ହୋଇଛି ଫୁଲ କୁଣ୍ଡ । ପାରମ୍ପରିକ ନୃତ୍ୟରେ ଖେଳାଳିଙ୍କୁ ସ୍ବାଗତ କରାଯିବ। ରହିବା ପାଇଁ ମେ ଫେୟାରରେ ୯୬ଟି ରୁମ୍ ବୁକ୍ ହୋଇଛି ।ଆଜି ବିଶ୍ରାମ ପରେ ଶନିବାର କଟକ ବାରବାଟୀ ଷ୍ଟାଡିୟମ ଯାଇ ଅଭ୍ୟାସ କରିବେ ଉଭୟ ଦଳର ଖେଳାଳି। ଇଂଲଣ୍ଡ ଖେଳାଳି ମାନେ ଅପରାହ୍ନ ୧ଟାରୁ ୪ଟା ଯାଏଁ ଏବଂ ଭାରତୀୟ ଖେଳାଳି ୪ଟାରୁ ୮ଟା ପର୍ୟ୍ୟନ୍ତ ଅଭ୍ୟାସ କରିବେ। ପୁଣି କଡ଼ା ସୁରକ୍ଷା ଭିତରେ ବାରବାଟୀରୁ ହୋଟେଲକୁ ଫେରିବେ ଖେଳାଳି।…

Read More

ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ ମାଓ ମୁହାଁ ମୁହିଁ । ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିବା ସୂଚନା । ଖପ୍ରାଖୋଲ ବ୍ଲକ ଭାନପୁର ଗାଁ ନିକଟରେ ହୋଇଛି ଏଭଳି ଘଟଣା।ପୋଲିସର ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବଲାଙ୍ଗୀର ଏସପି ସୂଚନା ଦେଇଛନ୍ତି । ଜଙ୍ଗଲରେ ମାଓବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ୍ ।ସୂଚନା ଅନୁସାରେ ମଙ୍ଗଳବାର ଦିନ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଏବଂ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଗୁଳିବିନିମୟରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିଲା । ଘଟଣାସ୍ଥଳରୁ ଗୋଟିଏ SLR ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଥିଲେ ସୁରକ୍ଷାକର୍ମୀ । ଏନକାଉଣ୍ଟରରେ ଜଣେ ହାର୍ଡ କୋର ମାଓବାଦୀ ନିହତ |

Read More

ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟ ସେବାର ଏପରି ବିକଳ ଚିତ୍ର। ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।। ଗର୍ଭବତୀ ମହିଳା ଜଣକ ହେଲେ ଡିଗିସିରା ଗାଁ ର ରବୀନ୍ଦ୍ର ଜାନୀଙ୍କ ପତ୍ନୀ ରଞ୍ଜିତା ଜାନି । ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଣା କଟକ ଗୋଷ୍ଠୀ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବୌଦ୍ଧ ଜିଲ୍ଲାର ଡିଗିସିରା ଗାଁର ରବୀନ୍ଦ୍ର ଜାନୀଙ୍କ ପତ୍ନୀ ରଞ୍ଜିତା ଜାନିଙ୍କୁ ସକାଳୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହା ଦେଖି ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବର ପାଇ ଆମ୍ବୁଲାନ୍ସ ଆସି ଥିଲେ ସୁଦ୍ଧା ଗାଁ କୁ ଯାଇ ପାରିନଥିଲା । ଗାଁ କୁ ଆମ୍ବୁଲାନ୍ସ ଯିବା ପାଇଁ ବାଟ ଅଟକାଇ ଥିଲା ଲକ୍ଷ୍ମୀ ନାଳ । ଆଉ ଗାଁ କୁ ଯାଇ ପାରିନଥିଲା ଆମ୍ବୁଲାନ୍ସ । ଏକ କିଲୋମିଟର ଦୂର ରେ ଅଟକି ରହିଥିଲା । ପରେ ଆମ୍ବୁଲାନ୍ସ…

Read More

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ସମ୍ଭାବନା । ୬ ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା । କେନ୍ଦୁଝର, ଗଞ୍ଜାମଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କେରାପୁଟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେବେ ଜଗତସିଂହପୁର, ନୟାଗଡ଼, କଟକ, ଖୋର୍ଦ୍ଧାରେ ଘନ କୁହୁଡି ଆଶଙ୍କା । ୮ ତାରିଖ ଯାଏଁ ୪ ଜିଲ୍ଲାକୁ ଘନ କୁହୁଡି ନେଇ ଚେତାବନୀ ।

Read More

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଦେଶ ପରେ ଆମେରିକାରେ ଅବୈଧ ଅନୁପ୍ରବେଶକାରୀଙ୍କୁ ହଟାଇବା ପ୍ରକ୍ରିୟା ଜାରି ରହିଛି । ଏହିକ୍ରମରେ ବୁଧବାର ପଞ୍ଜାବ ଅମୃତସରରେ ୧୦୦ରୁ ଅଧିକ ଲୋକ ଆମେରିକାର ଏକ ବିମାନ ଯୋଗେ ଫେରିଥିଲେ । ଏଥିରେ ଲୋକଙ୍କ ହାତକୁ ହାତକଡ଼ି ଓ ଗୋଡକୁ ଚେନ୍‌ରେ ବନ୍ଧାଯାଇଥିଲା ବୋଲି ଖବର ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା ।ଆମେରିକାରୁ ଫେରିଥିବା ପଞ୍ଜାବର ହରବିନ୍ଦର ସିଂ କହିଛନ୍ତି, ୪୦ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କ ହାତରେ ହାତକଡ଼ି ଓ ପାଦରେ ବେଡି ପଡ଼ିଥିଲା । ସିଟରୁ ହଲିବାକୁ ମଧ୍ୟ ବାରଣ କରାଯାଇଥିଲା । ଟଇଲେଟ୍ ବ୍ୟବହାରର ଅନୁମତି ମଧ୍ୟ ଦିଆଯାଇ ନ ଥିଲା ।କିନ୍ତୁ ବାରମ୍ବାର ଅନୁରୋଧ କରିବା ପରେ ସେମାନଙ୍କୁ ଘୋଷାଡ଼ି ଘୋଷାଡ଼ି ବାଥରୁମ୍ ନିଆଯାଉଥିଲା । ୪୦ ଘଣ୍ଟାର ଯାତ୍ରା ନରକ ଯନ୍ତ୍ରଣାଠାରୁ ମଧ୍ୟ ଅଧିକ ଥିଲା । ଉଭୟ ମାନସିକ ଏବଂ ଶାରୀରିକ ସ୍ତରରେ କଷ୍ଟ ଦିଆଯାଇଥିଲା । ତେବେ ପିଆଇବି…

Read More

ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ବାୟୁସେନାର ଯୁଦ୍ଧ ବିମାନ ‘ମିରାଜ-୨୦୦୦’ କ୍ରାସ୍ ହୋଇଛି । ତେବେ ଦୁର୍ଘଟଣା ପୂର୍ବରୁ ଦୁଇ ପାଇଲଟ୍ ସୁରକ୍ଷିତ ଭାବରେ ବାହାରି ଆସିଥିଲେ । ହେଲିକପ୍ଟରଟି ଏକ ​ କ୍ଷେତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏହାପରେ ଏଥିରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣା ପରେ ବହୁ ସଂଖ୍ୟାରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟ ପାଇଲଟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ପ୍ରତିରକ୍ଷା ଅଧିକାରୀଙ୍କ ମୁତାବକ, ଟ୍ୱିନ୍-ସିଟର ମିରାଜ ୨୦୦୦ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ବେଳେ ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ଵାରୀର ଆଦେଶ ଦିଆଯାଇଛି । ବିମାନରେ ଟେକ୍ନିକାଲ୍ ତ୍ରୁଟି ହେତୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି ।

Read More

ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ଜନଶୁଣାଣିରେ ଲୋକଙ୍କ ଅଭିଯୋଗ ଏବଂ ସମସ୍ୟାର ସମାଧାନ ନହେଲେ ଏଣିକି ତୁରନ୍ତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନେକ ଅଭିଯୋଗ ଦୀର୍ଘଦିନ ଧରି ବିଭିନ୍ନ ସ୍ତରରେ ତ୍ୱରିତ ପଦକ୍ଷେପ ନେବାରେ ବିଳମ୍ବିତ ହେଉଛି । ଯାହାଦ୍ଵାରା ଅଭିଯୋଗକାରୀ ସମାନ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି । ସବୁ ବିଭାଗର ସଚିବଙ୍କୁ ଚିଠି ଲେଖି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ।ସେମାନଙ୍କ ସମସ୍ୟାର ସମାଧାନ ଯେପରି ଥରକରେ ହୋଇପାରିବ, ତାହା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଏବଂ ଅନ ଦି ସ୍ପଟ୍ ବିଭିନ୍ନ ସମସ୍ୟାର ସମାଧାନ କରୁଛନ୍ତି । ଆଜି ସୁଦ୍ଧା ୯ଥର ଅଭିଯୋଗ ପ୍ରକୋଷ୍ଠରେ…

Read More