ଢେଙ୍କାନାଳରେ ଟମାଟର ଅଭାବି ବିକ୍ରି । ଚିନ୍ତାରେ ଚାଷୀ ଓ ବ୍ୟବସାୟୀ । ଧାର କରଜ କରି ଚାଷ କରିଥିଲା ଚାଷୀ । ହେଲେ ଅମଳ ବେଳେ ଅଭାବି ବିକ୍ରି ଚାଷୀଙ୍କ ପାଇଁ କାଳ ସାଜିଛି । ଯେତିକି ଟଙ୍କା ଖର୍ଚ୍ଚ କରି ଚାଷୀ ଚାଷ କରିଥିଲେ ତାର ମୂଲ୍ୟ ମିଳୁନଥିବାରୁ ଚାଷୀଙ୍କ ସମସ୍ୟା ବଢ଼ିଯାଇଛି । ପରିସ୍ଥିତି ଏପରି ହୋଇଛି କିଲୋପିଛା ୨ ଟଙ୍କାରେ ଟମାଟୋ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଢେଙ୍କାନାଳ ଗଂଦିଆ ବ୍ଲକର ଚାଷୀ । ବ୍ରାହ୍ମଣୀ ନଦୀ କୁଳରେ ଥିବା ଉର୍ବର ମାଟି ଜଳବାୟୁ ବେଶ ଅନୁକୁଳ ହୋଇ ଥିବାରୁ ଏଠାରେ ଟମାଟୋ ଚାଷ ଭଲ ରକମର ହୋଇଥାଏ। ଏହି ସବୁ ଟମାଟୋ ଢେଙ୍କାନାଳ ସମେତ ଅନୁଗୁଳ, କଟକ, ଭୁବନେଶ୍ୱର,କେନ୍ଦ୍ରାପଡା ଯାଜପୁର ଆଦି ସ୍ଥାନକୁ ପ୍ରଚୁର ମାତ୍ରାରେ ରପ୍ତାନି ହୋଇଥାଏ।ଫଳରେ ଦୁଇ ପଇସା ଭଲ ରୋଜଗାର କରି ଉପକୃତ ହୋଇଥାନ୍ତି ଚାଷୀ। କିନ୍ତୁ ଦୁଃଖର ବିଷୟ…
Author: sanitelevision
ବର୍ତ୍ତମାନ ଅନେକ ସମୟରେ ଲଗାତାର ଭାବେ ରାଜଧାନୀ ରାଜ ରାସ୍ତାରେ ମୋ ବସ୍ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା କାରଣରୁ ନିକଟରେ ଏକ ୧୩ ବର୍ଷ ନାବାଳିକାର ଜୀବନ ଯାଇଥିଲା ।ଏହାକୁ ନଜରରେ ରଖି ବର୍ତ୍ତମାନ ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସହରରେ ଚାଲୁଥିବା ସରକାରୀ ବସ ୪୦ କିମି ବେଗରୁ ଅଧିକ ସ୍ପିଡ଼ରେ ଚାଲିପାରିବ ନାହିଁ ଏବଂ ସହର ବାହାରେ ଗାଡ଼ିର ବେଗ ୫୦ କିମି ରହିବ ବୋଲି ଏନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ଡ୍ରାଇଭର ମଦ ପିଇ ଗାଡି ଚଳାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଦିନକୁ ୩ ଥର ଟେଷ୍ଟ କରାଯାଉଛି । ଏହି ପ୍ରକ୍ରିୟା ଭିତରେ ୩ ରୁ ୪ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ…
ପୁଣି ବଢିପାରେ ଧାନର ସହାୟକ ମୂଲ୍ୟ । ଧାନ ସହ ଡାଲି ଓ ତୈଳ ଜାତୀୟ ଦ୍ରବ୍ୟର ବି ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । ଆଜି ଏନେଇ ପୂର୍ବ ଭାରତ ରାଜ୍ୟ ସମୂହ ବୈଠକରେ କେନ୍ଦ୍ର ପାଖରେ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ଗୁଡ଼ିକର ପ୍ରତିନିଧି ମଣ୍ଡଳୀ ।। ରାଜ୍ୟ ଅତିଥି ଭବନରେ ବସିଥିବା ଏକ ବୈଠକରେ ସିଏସିପିର ଅଧକ୍ଷ ପ୍ରଫେସର ବିଜୟ ପଲ ଶର୍ମା ଯୋଗଦେଇଥିବା ବେଳେ ଓଡ଼ିଶା, ଛତିଶଗଡ଼, ବିହାର, ପଶ୍ଚିମ ବଙ୍ଗ ଓ ଝାରଖଣ୍ଡର ପ୍ରତିନିଧି ମଣ୍ଡଳ ଯୋଗ ଦେଇଥିଲେ। ଧାନ, ଗହମ, ଡାଲି ଓ ତୈଳ ଜାତୀୟ ଶସ୍ୟ କେଉଁ ରାଜ୍ୟରେ ଉତ୍ପାଦନ ଦର କେତେ ରହୁଛି ଏନେଇ ଏକ ତଥ୍ୟ କେନ୍ଦ୍ର ଆଗରେ ଉପସ୍ଥାପନା କରିଥିଲେ । ଏହି ଅନୁପାତରେ ଏମ୍ଏସପିର ମୂଲ୍ୟ କେତେ ବୃଦ୍ଧି କରାଗଲେ ଚାଷୀ ଉପକୃତ ହୋଇପାରିବେ ସେନେଇ ଆଲୋଚନା ହୋଇଛି। ତେବେ ଖୁବ ଶୀଘ୍ର ରାଜ୍ୟଗୁଡ଼ିକ…
ଆୟୁଷ୍ମାନ ଯୋଜନାକୁ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା ଦେଇଛନ୍ତି। ସାଢ଼େ ୩ କୋଟି ଲୋକଙ୍କୁ ଯୋଜନାରେ ସାମିଲ କରାଯିବ। ବର୍ତ୍ତମାନ ଆୟୁଷ୍ମାନ କାର୍ଡ ଛପା ଚାଲିଛି । ଆୟୁଷ୍ମାନ ଭାରତ ସହ ଆଇଟି ଇଣ୍ଟିଗ୍ରେସନ ପ୍ରକ୍ରିୟା ମଧ୍ୟ ଚାଲିଛି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଚଳିତ ମାସ ଫେବୃଆରୀରୁ ଏହାକୁ ଲାଗୁ କରିବା ସହ ଏପ୍ରିଲରୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଇବେ। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଚଳିତ ମାସ ଫେବୃଆରୀରୁ ଏହାକୁ ଲାଗୁ କରିବା ସହ ଏପ୍ରିଲରୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଇବେ। ଦେଶର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଜଣେ ଏହି ସୁଯୋଗ ପାଇପାରିବ। ଏହି ଯୋଜନା ୩୦ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ରହିବ। ଗୋପବନ୍ଧୁ ଜନ ଆରୋଗ୍ୟ ସହ ଆୟୁଷ୍ମାନ ଭାରତର ସୁବିଧା ଗୋଟିଏ କାର୍ଡରେ ମିଳିବ ଯାହା ୱାନ ନେସନ ୱାନ ହେଲଥ କାର୍ଡ ଯୋଜନାର ପରିସରଭୁକ୍ତ।’
ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ , ସେହି ମ୍ୟାଚରେ ଟିକେଟ ନେବା ନେଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା , କିନ୍ତୁ ଟିକେଟ ନେବା ପରେ ସେହି ଟିକେଟ ଏବେ ବଜାରରେ କଳାବଜାରୀ କରାଯାଉଥିବା ଦେଖିବାକୁ ମିଳିଛି ସେହି ସମୟରେ ପୋଲିସ ତିନିଜଣଙ୍କୁ ଗିରଫ କରିଛି |ରିପୋର୍ଟ ଅନୁଯାୟୀ, ତିନି ଅଭିଯୁକ୍ତ ମ୍ୟାଚ୍ ପାଇଁ ପ୍ରାୟ ଆଠଟି ଗ୍ୟାଲେରୀ ଟିକେଟ୍ ଅଧିକ ମୂଲ୍ୟରେ ବିକ୍ରି କରୁଥିଲେ। ସେମାନେ ଅନଲାଇନରେ ଟିକେଟ୍ ଫଟୋ ପୋଷ୍ଟ କରି କ୍ରେତାଙ୍କୁ ଖୋଜୁଥିଲେ। ବକ୍ସି ବଜାର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଟିକେଟ୍ ଦେବା ସମୟରେ ପୋଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା। ପୋଲିସ ପଚରାଉଚରା କରିବା ପରେ ଟିକେଟ୍ କିଣିବାକୁ ଆସିଥିବା ବ୍ୟକ୍ତି ପୋଲିସକୁ କହିଥିଲେ ଯେ ଅଭିଯୁକ୍ତମାନେ ବହୁତ ଅଧିକ ମୂଲ୍ୟରେ ଟିକେଟ୍ ବିକ୍ରି କରୁଛନ୍ତି।ପୋଲିସ ତିନି ଜଣଙ୍କ ନିକଟରୁ ଟିକେଟ୍, ୩୦,୦୦୦ ଟଙ୍କା ନଗଦ, ମୋବାଇଲ୍ ଫୋନ୍…
ବଲିଉଡ୍ ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ସୋନୁ ସୁଦ୍ । ସୋନୁଙ୍କ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କରିଛି କୋର୍ଟ । କୁହାଯାଉଛି ଲୁଧିଆନା କୋର୍ଟ ୧୦ ଲକ୍ଷ ଟଙ୍କାର ଏକ ଠକେଇ ମାମଲାରେ ପଚରାଉଚରା ପାଇଁ ପୂର୍ବରୁ ସୋନୁଙ୍କ ସମନ ଜାରି କରିଥିଲେ । କିନ୍ତୁ ସୋନୁ ସୁଦ୍ ଏସମ୍ପର୍କରେ କୌଣସି ଉତ୍ତର ରଖିନଥିଲେ । କୋର୍ଟରେ ମଧ୍ୟ ହାଜର ହୋଇନଥିଲେ ସୋନୁ । ସୂଚନା ଅନୁସାରେ, ଲୁଧିଆନାର ଓକିଲ ରାଜେଶ ଖାନ୍ନାଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା। ସେ ଅଭିଯୋଗ କରିଥିଲେ ଯେ, ମୋହିତ ଶୁକ୍ଳା ନାମକ ଜଣେ ବ୍ୟକ୍ତି ତାଙ୍କ ସହ ୧୦ ଲକ୍ଷ ଟଙ୍କାର ଠକେଇ କରିଛନ୍ତି। ଓକିଲ କହିଛନ୍ତି ଯେ, ମୋହିତ ଶୁକ୍ଳା ତାଙ୍କୁ ଏକ ନକଲି ‘ରିଜିକା ମୁଦ୍ରା’ରେ ନିବେଶ କରିବାକୁ ଉସୁକାଇଥିଲେ ଏବଂ ଏହି ମାମଲାରେ ସୋନୁ ସୁଦଙ୍କୁ ସାକ୍ଷୀ ଦେବାର ଥିଲା।ଅଦାଲତ ଅନେକ ଥର ସମନ ପଠାଇବା…
ଆସନ୍ତା କାଲି ମିଳିବ ସୁଭଦ୍ରା ଟଙ୍କା । ଯାଜପୁରରୁ ଏହାର ଶୁଭାରମ୍ଭ ହେବ ।୧୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳାଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବ । ୩.୩୮ ଲକ୍ଷ ହିତାଧିକାରୀଙ୍କ ଏନପିସିଆଇ କ୍ଲିୟରାନ୍ସ ସମସ୍ୟା ଥିଲା, ସେମାନଙ୍କ ମଧ୍ୟରୁ ୬୮ ହଜାର ମହିଳାଙ୍କର ସମସ୍ୟା ସମାଧାନ ହୋଇଛି । ବାକି ଯେଉଁମାନଙ୍କର ସମସ୍ୟା ରହିଛି, ସେମାନଙ୍କୁ ବ୍ୟାଙ୍କ ଯିବାକୁ ପଡିବ ।ମାର୍ଚ୍ଚ ୮ରେ ଯେଉଁମାନେ ଯୋଡି ହେବେ ସେମାନେ ଉଭୟ ପ୍ରଥମ କିସ୍ତି ଓ ଉଭୟ ଦ୍ବିତୀୟ କିସ୍ତିର ଟଙ୍କା ପାଇବେ । ଯେପରି ଜଣେ ବି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବାଦ ପଡିବେନି ସେନେଇ ଗୁରୁତ୍ବ ଦିଆଯାଉଛି । ଆଜି ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ ଅବସରରେ ପ୍ରଭାତୀ ପରିଡ଼ା ଏହା କହିଛନ୍ତି ।
ପ୍ରୟାଗରାଜ ମହାକୁମ୍ଭରେ ପୁଣି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ସେକ୍ଟର-୧୮ ଟେଣ୍ଟରେ ଶଙ୍କରାଚାର୍ଯ୍ୟ ମାର୍ଗରେ ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚିଛି । ଏହା ଅଗ୍ନିକାଣ୍ଡର ଘଟଣା ତୃତୀୟ ଥର ଘଟିଛି ବୋଲି କୁହାଯାଉଛି।ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଅଗ୍ନିକାଣ୍ଡରେ ଜିନିଷପତ୍ରର କୌଣସି କ୍ଷୟକ୍ଷତି ହୋଇଛି କି ନାହିଁ ସେନେଇ ସୂଚନା ମିଳିପରି ନାହିଁ। କୁହାଯାଉଛି ଯେ ନିଆଁକୁ ନିୟନ୍ତ୍ରଣ କରାଯାଉଛି।ଏହିପରି କିଛିଦିନ ତଳେ ମେଳା ଅଞ୍ଚଳର ସେକ୍ଟର-୫ସ୍ଥିତ କ୍ୟାମ୍ପରେ ଅଗ୍ନିକାଣ୍ଡ ଘଟିଥିଲା । ୬ ଦମକଳ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲା । ଟେଣ୍ଟରେ ରଖା ହୋଇଥିବା ସିଲିଣ୍ଡରରେ ବିସ୍ଫୋରଣ ହେବା ପରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ୨୦ରୁ ୨୫ଟି ଟେଣ୍ଟ ଜଳି ପାଉଁଶ ହୋଇଯାଇଥିଲା ।
ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର କାମ। ଶ୍ରୀପଞ୍ଚମୀ ଓ ବନକଲାଗି ନୀତି ପାଇଁ ଥିଲା ସ୍ଥଗିତ। ଆଜି ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି କରାଯିବ। ଶ୍ରୀ ମନ୍ଦିରରେ ବିଭିନ୍ନ ପର୍ବପର୍ବାଣି ଓ ନୀତିକାନ୍ତି ହେତୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ମଝିରେ ମଝିରେ ସ୍ଥଗିତ ରଖାଯାଉଛି । ପୂର୍ବରୁ ରତ୍ନଭଣ୍ଡାରର କାନ୍ଥ ପ୍ଲାଷ୍ଟରିଙ୍ଗ କାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ଚଟାଣରେ ମରାମତି କାର୍ଯ୍ୟ କରାଯିବା ସହ ଆବଶ୍ୟକସ୍ଥଳରେ ପଥର ପରିବର୍ତ୍ତନର କାର୍ଯ୍ୟ କରାଯାଉଛି ।
ଶେଷରେ ଗିରଫ ହେଲେ କୋଟିପତି ସରକାରୀ ବାବୁ ଶାନ୍ତନୁ ମହାପାତ୍ର । ଶାନ୍ତନୁ ମହାପାତ୍ରଙ୍କ ସମେତ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ । ତାଙ୍କୁ ଲାଞ୍ଚ କାରବାରରେ ସହଯୋଗ କରୁଥିବା ଅନ୍ୟ ୪ଜଣଙ୍କୁ ଗିରଫ କଲା ପୋଲିସ୍ ।। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ୨.୦୬ କୋଟି ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ମାଲକାନଗିରି ଅଫିସ, ଘର ସମେତ କଟକ, ଭୁବନେଶ୍ବର, ଜୟପୁର ଆଦି ୮ଟି ସ୍ଥାନରେ ଏକକାଳୀନ ରେଡ ହୋଇଥିଲା । ଶାନ୍ତନୁଙ୍କର ଜୟପୁର ସହରରେ ୬ହଜାର ବର୍ଗଫୁଟ ଜମିରେ ରହିଛି ୩ ମହଲା କୋଠା ।ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦୁର୍ନୀତିର ଚେର ଏତେ ଲମ୍ବିଛି ଯେ, ଯେତେ ଖୋଳିଲେ ସେତେ ବାହାରୁଛି । ତଦନ୍ତ ବେଳେ ଜଣାପଡିଛି ସଂପୃକ୍ତ ଅଧିକାରୀ କର୍ମଚାରୀଙ୍କ ସହ ମିଶି ଆତ୍ମସାତ କରୁଥିଲେ ଟଙ୍କା । ତଦନ୍ତ ବେଳେ…









