ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ୍)କୁ ଶକ୍ତ ଝଟକା ଲାଗିଛି। ଗୋଟିଏ ପଟେ ବିଜେପି ବିପୁଳ ବିଜୟ ହାସଲ କରିବା ଏକପ୍ରକାର ସ୍ପଷ୍ଟ ହୋଇଥିବାବେଳେ ଅନ୍ୟପଟେ ଆପ୍ର ଟାଣୁଆ ନେତାମାନଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ତେବେ ଦିଲ୍ଳୀ ସିଟ୍ ରୁ ପରାଜୟ ବରଣ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହି ସିଟ୍ ରୁ ବିଜେପି ପ୍ରାର୍ଥି ପରବେଶ ବର୍ମା ବିଜୟ ଲାଭ କରିଛନ୍ତି । ଶେଷରେ ବାଜି ମାରିଲା ବିଜେପି । ସେହିପରି କାଲକାଜୀ ସିଟ୍ ପ୍ରାର୍ଥି ଅତିଶୀ ବିଜେପି ଆଶାୟି ରମେଶ ବିଧୁଡିଙ୍କ ଠାରୁ ଜିତିଛନ୍ତି ।
Author: sanitelevision
ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ରେ ଉତ୍ତମ ମହାନ୍ତିଙ୍କୁ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଥିବା ନେଇ ସୂଚନା ମିଳିଛି । ଫିଲ୍ମ ସୁଟିଂ ପାଇଁ ଯଇଥିବା ବେଳେ ଗୁରୁତର । ବୋଉ ବୁଟୁ ଭୂତ ସିନେମା ସୁଟିଂ ଚାଲିଥିବା ବେଳେ ଅସୁସ୍ଥ ହୋଇପଡିଥିଲେ ଉତ୍ତମ । ପତ୍ନୀ ଅପରାଜିତା ଓ ପୁଅ ବାବୁସାନଙ୍କ ସହ ବୋଉ ବୁଟୁ ଭୂତ ସିନେମାରେ ଅଭିନୟ କରିଛନ୍ତି । ସୂଚନା ଥାଉକି, ଉତ୍ତମ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ । ସେ ସର୍ବମୋଟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ଓଡ଼ିଆ କଥାଚିତ୍ର ଅଭିନେତ୍ରୀ, ଅପରାଜିତାଙ୍କୁ ସେ ବିବାହ କରିଛନ୍ତି । ସେମାନଙ୍କ ପୁତ୍ର ବାବୁସାନ ମହାନ୍ତି ଜଣେ ଅଭିନେତା ।
ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ମୋହର ବାଜିଛି । ଏନେଇ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସରକାରୀ କର୍ମଚାରୀଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ୍ ମିଳିବାକୁ ସୁନିଶ୍ଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, କେନ୍ଦ୍ର କ୍ୟାବିନେଟ ୟୁନିଫଆଡ ପେନସନ ଯୋଜନାକୁ ଅନୁମୋଦିତ କରିଛନ୍ତି । ୨୦୨୫ ପହିଲାରୁ ଏହା କାର୍ୟ୍ୟକାରୀ ହେବାର ଅଛି । ଓଡ଼ିଶା ସରକାର ମଧ୍ୟ ଏହି ଯୋଜନାକୁ ସରକାରୀ କର୍ମଚାରୀଙ୍କ ପାଇଁ କାର୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୁନିଶ୍ଚିତ ପେନସନ୍, ପାରିବାରିକ ପେନସନ୍, ମଚୁଦ୍ରା ସ୍ଫିତି ଆଦି ବିଭିନ୍ନ ପ୍ରସଙ୍ଗକୁ ଦୃଷ୍ଟି ରଖି ବିଭିନ୍ନ ସଙ୍ଗଠନର ଦାବିକୁ ଦୃଷ୍ଟିରେ ରଖି ୟୁନିଫାଏଡ୍ ପେନସନ୍ ସ୍କିମକୁ କେନ୍ଦ୍ର ପକ୍ଷରୁ ମଞ୍ଜୁରୀ ମିଳିଛି ।କ୍ୟାବିନେଟ ବୈଠକରେ ଅନ୍ତୋଦୟ ଗୃହ ଯୋଜନାକୁ ମୋହର ମରାଯାଇଛି। ଏହି ଯୋଜନାରେ ରାଜ୍ୟ ସରକାର ୩…
ଉଦ୍ୟୋଗପତି ଗୌତମ ଅଦାନୀଙ୍କ ସାନ ପୁଅ ଜିତ୍ ଅଦାନୀ ଏବଂ ଦିଭା ଶାହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଅବସରରେ ଗୌତମ ଅଦାନୀ ୧୦ ହଜାର କୋଟି ଟଙ୍କା ଦାନ କରିଛନ୍ତି।ହେଲଥ କେୟାର, ଏଜୁକେସନ ଏବଂ ସ୍କିଲ ଡେଭଲପମେଣ୍ଟରେ ଖର୍ଚ୍ଚ ହେବ ।ତାଙ୍କ ସାନ ପୁଅ ଜିତ୍ଙ୍କ ବିବାହ ଅବସରରେ ଗୌତମ ଆଦାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ତାଙ୍କ ବୋହୂଙ୍କୁ “ବେଟି ଦିବା” ବୋଲି ସମ୍ବୋଧନ କରିଥିଲେ । ସେ ଲେଖିଛନ୍ତି, “ସର୍ବଶକ୍ତିମାନ ଈଶ୍ୱରଙ୍କ ଆଶୀର୍ବାଦରେ, ଜିତ ଏବଂ ଦିବା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅହମ୍ମଦାବାଦରେ ପାରମ୍ପରିକ ରୀତିନୀତି ଏବଂ ପ୍ରିୟଜନଙ୍କ ମଧ୍ୟରେ ଶୁଭ ମଙ୍ଗଳ ଭାବ ସହିତ ବିବାହ ଅନୁଷ୍ଠିତ ହୋଇଛି ।ଏହା ଏକ ଛୋଟ ଏବଂ ବ୍ୟକ୍ତିଗତ ସମାରୋହ ଥିଲା, ତେଣୁ ଆମେ ଚାହୁଁଥିଲେ ମଧ୍ୟ ସମସ୍ତ ଶୁଭେଚ୍ଛୁଙ୍କୁ ନିମନ୍ତ୍ରଣ କରିପାରିଲୁ ନାହିଁ, ଯାହା ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି…
ଏଡିଜେ-୨ କୋର୍ଟଙ୍କ ଜାମିନ ଖାରଜ ପରେ ଏବେ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଠକ ଦମ୍ପତ୍ତି ହଂସିତା-ଅନୀଲ୍ । ଇନ୍ଫୋସିଟି ଥାନାରେ ରୁଜୁ ହୋଇଥିବା ମାମଲାର ଜାମିନ ଆବେଦନ କରିଛନ୍ତି ଉଭୟ ହଂସିତା-ଅନୀଲ୍। ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍ ଜାନୁଆରୀ ୧୮ ତାରିଖରେ ଜାମିନ ଖାରଜ କରିଥିଲେ ।ସୂଚନାଯୋଗ୍ୟ ଯେ, ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ କମିଶନରେଟ୍ ପୋଲିସ ହଂସିତା-ଅନିଲ୍ଙ୍କୁ ଗିରଫ କରିଥିଲା । ଏହାପରେ ଲଗାତର ୪ ଦିନ ଧରି ହଂସିତା ଏବଂ ଅନିଲଙ୍କର ବିଭିନ୍ନ ସ୍ଥାନରେ ଥିବା ବାସ ସ୍ଥାନ ଏବଂ ସଂପର୍କୀୟଙ୍କ ଘରେ ଚଢାଉ ହୋଇଥିଲା । ଏହି ଚଢାଉରେ ଆୟକର ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା । ସେପଟେ ଠକ ଦମ୍ପତ୍ତିଙ୍କ ପିଛା ଛାଡୁନି ଆୟକର ବିଭାଗ । ଚନ୍ଦ୍ରଶେଖରପୁରରେ ଅନୀଲ୍ଙ୍କ ଜନ୍ମଦିନ ପାର୍ଟି ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଇଥିଲା ଏବଂ ପାଖାପାଖି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପାର୍ଟିରେ ଖର୍ଚ୍ଚ…
ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀ କାମ କରୁଥିବା ଦୋକାନ ମାଲିକଙ୍କ ଉପରକୁ ଗୋଡିବୋମା ଫୋପାଡିଲା ସ୍ବାମୀ । ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳାରେ ଘଟିଛି ଏହିଭଳି ଘଟଣା |ସୂଚନାମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବ ବ୍ୟବସାୟୀ ସନ୍ତୋଷ କୁମାର ସାହୁଙ୍କ ଉପରେ ବୋମା ମାଡ଼ ହୋଇଛି l ଗୁରୁତର ଭାବେ ଭୁବନେଶ୍ୱରରେ ଚିକିତ୍ସିତ ଅଛନ୍ତି ସନ୍ତୋଷ l । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।ବୋମା ମାଡ଼ର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି l ପୁର୍ବଶତ୍ରୁତାକୁ ହିଁ କାରଣ l
ପ୍ରକାଶ ପାଇଲା ନୀଟ ୟୁଜି ୨୦୨୫ ପରୀକ୍ଷା ତାରିଖ। ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଫେବ୍ରୁଆରୀ ୪ ତାରିଖରୁ ମାର୍ଚ୍ଚ ୭ ଯାଏ ଆବେଦନ କରିପାରିବେ। ଚଳିତ ବର୍ଷ ମେ ୪ ତାରିଖରେ ଡାକ୍ତରୀ ପ୍ରବେଶିକ ପରୀକ୍ଷା ଆୟୋଜନ ହେବ। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି।ପ୍ରାର୍ଥୀମାନେ neet.nta.nic.in ୱେବସାଇଟକୁ ଯାଇ ନିଟ୍ ୟୁଜି ୨୦୨୫ ପାଇଁ ଆବେଦନ କରିପାରିବେ । ଏନଟିଏ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ନିଟ୍ ୨୦୨୫ ପାଇଁ ଏପିଏଆର ଆଇଡି ବାଧ୍ୟତାମୂଳକ ନୁହେଁ ।ପୂର୍ବ ପରିକ୍ଷାର ଭଳି ନିଟ୍ ୟୁଜି ୨୦୨୫ ପରୀକ୍ଷା କାଗଜ କଲମରେ ଫର୍ମାଟ୍ରେ କରାଯିବ ବୋଲି ଏନ୍ଟିଏ ଘୋଷଣା କରିଛି। ଫଳରେ ଅନ୍ଲାଇନ୍ କିମ୍ବା ଏକାଧିକ ସିଫ୍ଟ ମାଧ୍ୟମରେ ପରୀକ୍ଷା ହେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୨୦୨୫ ଜୁନ୍ ୧୪ ସୁଦ୍ଧା ନିଟ୍ ୟୁଜି ୨୦୨୫ର ଫଳାଫଳ ପ୍ରକାଶ ପାଇବ…
ଗତ କିଛି ଦିନ ରାଜ୍ୟରେ ଅଚାନକ ଶୀତ ଉଭାନ ହୋଇଯାଇଥିଲା କିନ୍ତୁ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ପାଇଛି ତାପମାତ୍ରା । ପୂର୍ବ ଉପକୂଳ ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ଦିନ ତାପମାତ୍ରା ସ୍ବାଭାବିକ ରହୁଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ । ଦିନ ତାପମାତ୍ରା ସହ ରାତି ତାପମାତ୍ରା ହ୍ରାସ ହୋଇଛି । ଯାହାର ପ୍ରଭାବରେ ରାଜ୍ୟରେ ହାଲୁକା ଶୀତ ଅନୁଭବ ହେଉଛି । ଆଜି ଗଞ୍ଜାମ ଗଜପତି, ନୟାଗଡ଼,ପୁରୀରେ ଘନ କୁହୁଡି ନେଇ ସତର୍କ ସୂଚନା ଜାରି ହୋଇଛି । ୧୧ ତାରିଖ ପରେ ବଢିପାରେ ତାପମାତ୍ରା ବୋଲି ଆକଳନ କରାଯାଇଛି ।
ଶ୍ରୀମନ୍ଦିରରେ ଭାରତୀୟ କ୍ରିକେଟର । ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କ ଦର୍ଶନ କଲେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ୱାସିଂଟନ ସୁନ୍ଦର । ଏଥିପାଇଁ କଡା ସୁରକ୍ଷା ଗ୍ରହଣ କରାଯାଇଛି । ସୂଚନା ଥାଉକି, ଗୁରୁବାର ନାଗପୁରରେ ପ୍ରଥମ ଦିନିକିଆ ଖେଳିବା ପରେ ଉଭୟ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ଦଳ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ପାରମ୍ପରିକ ବାଦ୍ୟ ଓ ନୃତ୍ୟ ମଧ୍ୟରେ ଉଭୟ ଦଳକୁ ସ୍ବାଗତ କରାଯାଇଥିଲା। ସନ୍ଧ୍ୟା ୭ଟା ୪୦ ମିନିଟରେ ଭାରତ ଓ ଇଂଲଣ୍ଡ ଦଳ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚତ୍ବା ପରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କୁ ୨ଟି ସ୍ବତନ୍ତ୍ର ବସ୍ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ମେ ଫେୟାର ହୋଟେଲକୁ ଅଣାଯାଇଥିଲା।ଖେଳାଳିମାନେ ଭୁବନେଶ୍ବର ମେ’ଫେୟାରରେ ରହୁଥିବାରୁ ଅଭ୍ୟାସ ଓ ରବିବାର ମ୍ୟାଚ୍ ପାଇଁ ପରିବହନ କରିବାକୁ ଓସିଏ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଓସିଏ ପକ୍ଷରୁ ୫ଟି ସ୍ୱତନ୍ତ୍ର…
ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରାଯିବ । ଯାଜପୁରରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ଟଙ୍କା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ, ଯେଉଁମାନଙ୍କୁ ଏହି ଟଙ୍କା ମିଳିନି, ୩ ଓ ୪ ତାରିଖରେ ବ୍ୟାଙ୍କୁ ଯାଇ ଇକେୱାଇସି କ୍ଲିଅର କଲେ ଏହି ଟଙ୍କା ମିଳିବ। ଯଦି ହିତାଧିକାରୀଙ୍କୁ ବ୍ୟାଙ୍କ ଏନପିସିଆଇ କ୍ଲିଅର ହୋଇଯାଇଥିବ, ତେବେ ସେମାନଙ୍କୁ ଏହି ପର୍ଯ୍ୟାୟରେ ଟଙ୍କା ମିଳିଯିବ । ୩ ଲକ୍ଷ ୩୮ ହଜାର NPCI ମଧ୍ୟରୁ ୫୯ ହଜାର NPCI କ୍ଲିୟର ହୋଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଯେହେତୁ ଗୋଟିଏ ବି ଯୋଗ୍ୟ ହିତାଧିକାରୀ ଯେମିତି ବାଦ ପଡିବେନି ସେନେଇ ମୁଖ୍ୟମନ୍ତ୍ରୀ କହିଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ମାର୍ଚ୍ଚ ୮ରେ ଯେଉଁମାନେ ଯୋଡି ହେବେ ସେମାନେ ପ୍ରଥମ କିସ୍ତି ଓ ଉଭୟ ୨ୟ କିସ୍ତିର ବି ପଇସା ପାଇବେ ।









