ଶୁକ୍ରବାରଠାରୁ ୫.୧୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଦେବେ। ବୋର୍ଡର ସୂତ୍ରରୁ ଜଣାପଡ଼ିଛି ଯେ, ସାରା ରାଜ୍ୟରେ ମୋଟ ୫,୧୨,୪୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ୩୧୪ଟି ନୋଡାଲ ସେଣ୍ଟର କରାଯାଇଛି। ଆସନ୍ତାକାଲି ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବ ଓ ଛାତ୍ରଛାତ୍ରୀ ୭ଟା ୩୦ ମିନିଟରେ କେନ୍ଦ୍ରକୁ ପ୍ରବେଶ କରିବେ। ଆଜି ଚୂଡ଼ାନ୍ତ ପ୍ରସ୍ତୁତି ପରଖିବା ପାଇଁ ବୋର୍ଡ ପକ୍ଷରୁ ୬୦୦ କେନ୍ଦ୍ରର ଲାଇଭ ଡ୍ରାଏ ରନ୍ କରାଯାଇଛି। ୨୦୨୫ ଦଶମ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନରେ, ଛାତ୍ରଛାତ୍ରୀମାନେ ଓଡ଼ିଆ/ବଙ୍ଗାଳୀ/ହିନ୍ଦୀ/ଉର୍ଦ୍ଦୁ/ତେଲୁଗୁ/ଇଂରାଜୀ ସମେତ ପ୍ରଥମ ଭାଷା ବିଷୟ ପାଇଁ ପରୀକ୍ଷା ଦେବେ।କପି ରୋକିବା ପାଇଁ ଚାରିସ୍ତରୀୟ ସ୍କ୍ୱାଡ୍ ଗଠନ କରାଯାଇଛି। ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ରିଅଲ୍-ଟାଇମ୍ କାର୍ଯ୍ୟାବଳୀ ତଦାରଖ କରିବା ପାଇଁ ବୋର୍ଡ ମୁଖ୍ୟାଳୟରେ ଏକ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯିବ। ବୋର୍ଡ ଅଧିକାରୀମାନେ ନିୟନ୍ତ୍ରଣ କକ୍ଷରୁ ପରୀକ୍ଷା…
Author: sanitelevision
Sambalpur Uiversityରେ ଅଧ୍ୟୟନରତ ଜଣେ ଛାତ୍ରୀଙ୍କୁ ଭିଆଇପି ରାସ୍ତାର ମେଟାକାନି ମନ୍ଦିର ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୁର୍ଲା ପୋଲିସ ଉଦ୍ଧାର କରି ବୁର୍ଲା Vimsarରେ ଭର୍ତ୍ତି କରିଛି। ଛାତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ଉଦ୍ଧାର ଛାତ୍ରୀ ଲାଇବ୍ରେରୀ ସାଇନ୍ସ ବିଭାଗର ବୋଲି ଜଣାପଡିଛି। ଅନ୍ୟପକ୍ଷେ ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ରାକେଶ ଦାସକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ନିକଟରୁ ଗିରଫ କରାଯାଇଛି। ପ୍ରେମ ସମ୍ପର୍କକୁ ନେଇ ଆକ୍ରମଣ କରାଯାଇଥିବା ପ୍ରେସମିଟରେ ଖୁଲାସା କରିଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ସମ୍ବଲପୁର ଏସପି ମୁକେଶ ଭାମୁ। କେବଳ ଜଣେ ବ୍ୟକ୍ତି ହିଁ ଆକ୍ରମଣ କରିଥିଲା ।
ରାଜ୍ୟରେ ପୂର୍ବ ବିଜେଡି ସରକାର ଦ୍ୱାରା ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକୁ ବନ୍ଦ ନକରି ଓଡ଼ିଶା ସରକାର ନଅଟି ନୂତନ ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବିଧାନସଭାରେ ଏହା କହିଛନ୍ତି।ତାଙ୍କ ସୂଚନା ମୁତାବକ, କୌଣସି ଯୋଜନା ବନ୍ଦ ହେବା ନେଇ ପ୍ରସ୍ତାବ ଆସିନି । କେତେ ଯୋଜନାର ନାମ ପରିବର୍ତ୍ତନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, ଏବେ ସୁଦ୍ଧା 9ଟି ନୂଆ ଯୋଜନା ପ୍ରଣୟନ କରିଛନ୍ତି ନୂଆ ସରକାର । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଶ୍ରୀମନ୍ଦିର ପ୍ରଶାସନ ପାଇଁ କର୍ପସ ଫଣ୍ଡ, ସମୃଦ୍ଧ କୃଷକ ଯୋଜନା, ସୁଭଦ୍ରା ଯୋଜନା, ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ଓଡିଆ ଅସ୍ମିତା କର୍ପସ ଫଣ୍ଡ ଭଳି ଯୋଜନା ଆରମ୍ଭ କରିଛନ୍ତି ମୋହନ ସରକାର । ଏହାସହ ଅନ୍ତୋଦୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଓ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନାକୁ ଆରମ୍ଭ କରିଛନ୍ତି…
ଓଡ଼ିଶାର ଦୁଇଟି ଜିଲାରେ ସୁନା ଖଣି ମିଳିଛି, ଯେଉଁଥିରୁ ଗୋଟିଏ ବ୍ଲକ କେନ୍ଦ୍ର ଦ୍ୱାରା ନିଲାମ କରାଯିବ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି।ରାଜ୍ୟର ଦେବଗଡ ଓ କେନ୍ଦୁଝର ଜିଲ୍ଲାରୁ ଠାବ ହୋଇଛି ସୁନା ଖଣି । ରାଜ୍ୟରେ ସନ୍ଧାନ ମିଳିଥିବା ନୂଆ ସୁନାଖଣିର ବୈଷୟିକ ଦିଗ ପ୍ରତି ଧ୍ୟାନ ଦିଆଗଲାଣି କି ନାହିଁ ବୋଲି ବିଧାନସଭା ପ୍ରଶ୍ନ କାଳରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଅଶ୍ୱିନୀ କୁମାର ପାତ୍ର ।ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଦେବଗଡ଼ ଏବଂ କେନ୍ଦୁଝର ଜିଲ୍ଲାର ଆଡାସ ଏବଂ ଗୋପୁର ଅଞ୍ଚଳରେ ଯଥାକ୍ରମେ ସୁନା ଗଚ୍ଛିତ ମିଳିଛି। ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (GSI) ଦେବଗଡ଼ ଜିଲାର ଆଡାସ ଅଞ୍ଚଳରେ ଜି -୨ ସ୍ତରରେ ଗବେଷଣା କରିଛି ଏବଂ ତମ୍ବା ସହିତ ସୁନା, ନିକେଲ, ରୂପା ଏବଂ ଗ୍ରାଫାଇଟ୍ ଖଣିଜ ପଦାର୍ଥ ପାଇଛି। ଯେହେତୁ ନିକେଲ ଏବଂ ଗ୍ରାଫାଇଟ୍…
ହୀରାକୁଦ୍କୁ ନେଇ ତୁ ତୁ ମେଁ ମେଁ । ହୀରାକୁଦରେ ଅଳ୍ପ କିଛି ଫାଟ ସରକାରଙ୍କ ନଜରକୁ ଆସିଛି । ଫାଟ ଗୁଡିକ କଂକ୍ରିଟର ଉପରିସ୍ଥ ଭାଗରେ ରହିଛି । ଏହି ଫାଟ ଗୁଡ଼ିକ ଡେଡ୍ ଓ ଇନ୍ ଅକ୍ଟିଭ ଥିବା ଉତ୍ତରରେ କହିଛନ୍ତି ମୋହନ ମାଝୀ । ସିଏସ୍ଏମଆରଏସ୍ ସଂସ୍ଥା ଏହି ଫାଟର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଛି । ଫାଟ ଗୁଡିକର ମରାମତି ପାଇଁ ସର୍ଭେ କରାଯିବ। ଏଥିପାଇଁ କ୍ୟାବିନେଟ ସ୍ବୀକୃତି ମିଳିଛି । ଅନ୍ୟପକ୍ଷେ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ କି, ହୀରାକୁଦରେ ସୁକାସୋଢା ଶୁଖିଗଲାଣି, ସେଠାରେ କିଛି ବ୍ୟାରେଜ୍ ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି କି ? ଯାହାର ଉତ୍ତର ଦେଇ ପୂର୍ବ ସରକାରଙ୍କୁ ଘେରିଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପ୍ରସନ୍ନ ଆଚାର୍ଯ୍ୟଙ୍କ ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ଛତିଶଗଡ଼ରେ ଯେଉଁ ଡ୍ୟାମ୍ ହୋଇଛି । ତାକୁ ନେଇ ବିଧାନସଭାରେ ଅନେକ…
ଗୁରୁବାର ଆରମ୍ଭ ହୋଇଥିବା ବିଧାନସଭା ପ୍ରଶ୍ନକାଳରେ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି, ରାଜ୍ୟରେ ଆଉ ୫୦୦ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ। ଏଥିସହିତ ୮୧୨ ବହୁମୁଖୀ ଆଶ୍ରୟସ୍ଥଳୀର ମରାମତି ହେବ । ଏଥିପାଇଁ ଅର୍ଥ କମିଶନଙ୍କୁ ମଧ୍ୟ ସରକାର ଜଣାଇଛନ୍ତି । ଏନେଇ ଖୁବଶୀଘ୍ର କାମ ହେବ । ଅନ୍ୟପକ୍ଷେ ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ସୁରେଶ କଡ଼ା ଟାର୍ଗେଟ କରି କହିଛନ୍ତି, ଗତ ସରକାରରେ ଅନେକ ନିଷ୍ପତ୍ତି ହେଉଥିଲା କିନ୍ତୁ କାର୍ଯ୍ୟକାରୀ ଶୂନ। ଯେଉଁ ନିଷ୍ପତ୍ତି ନେଲେ ଆମ ସରକାର କରିବ ବୋଲି ଛାଡ଼ିକି ଗଲେ। ଯାହ 5T କାଗଜପତ୍ରରେ ପ୍ରୋସେସିଂ ନକରି ଖାଲି ଘୋଷଣା କରୁଥିଲା। ଏଷ୍ଟିମେଟ କଲା, ଟେଣ୍ଡର ହେଲା, କିନ୍ତୁ ଓର୍ବ୍କ ଅର୍ଡର ପରେ ପଇସା ମିଳିଲ ନାହିଁ। ରିଲିଫ ଫଣ୍ଡରେ ଯେତିକି ଟଙ୍କା…
ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣାରେ, ଓଡ଼ିଶାର ବଲାଙ୍ଗୀର ଜିଲାର ଏକ ସରକାରୀ ସ୍କୁଲର ଜଣେ ଶିକ୍ଷକ ଗତ ତିନି ମାସ ଧରି ଦରମା ନପାଇବାରୁ ଶ୍ରମିକ ଭାବରେ କାମ କରିବା ପାଇଁ ଗୋଟିଏ ଦିନ ପାଇଁ ଛୁଟି ମାଗିଥିବା ଜଣାପଡ଼ିଛି।ପ୍ରଧାନ ଶିକ୍ଷକ ବି ଦରଖାସ୍ତକୁ ଗ୍ରହଣ କରିଛନ୍ତି । ଶିକ୍ଷକ ପ୍ରଭୁଦତ୍ତ ସ୍କୁଲରେ ଶିକ୍ଷକତା କରି ଯାହା ରୋଜଗାର କରି ଆଣନ୍ତି ସେଥିରେ ପରିବାର ଚଳେ । କିନ୍ତୁ ଦରମା ଟଙ୍କା ମିଳିନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରଭୁଦତ୍ତ । ଏବେ ଘରର ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ମୂଲ ଲାଗିବା ପାଇଁ ବାହାରିଛନ୍ତି । ସପ୍ତାହର କିଛି ଦିନ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବେ । ଆଉ ଗୋଟେ ଦିନ ଛୁଟି ନେଇ ମୂଲ ଲାଗିବେ । ମୂଲ ପଇସାରେ ନିଜ ଆର୍ଥିକ ସମସ୍ୟାକୁ ଅଳ୍ପ ବହୁତ ଦୂର କରିବେ ଭାବିଛନ୍ତି ସହକାରୀ ଶିକ୍ଷକ ପ୍ରଭୁଦତ୍ତ…
ସ୍ପାଇଡର ସତୀଶକୁ ନେଇ ସିନ୍ ରିକ୍ରିଏସନ୍ କରୁଛି ପୋଲିସ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋରି ଅଭିଯୋଗରେ ଗିରଫ ହୋଇଛି ସ୍ପାଇଡର ସତୀଶ । କିପରି ପାଚେରି ଡେଇଁ ଚୋରି କରିଥିଲା ଏବଂ ଚୋରି ପରେ କିପରି ସେଠାରୁ ଖସି ଯାଇଥିଲା ତାର ଡେମୋ ଦେଖାଇଛି । ସତୀଶକୁ କମିଶନରେଟ ପୋଲିସ ୫ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି । ଆଜି ରିମାଣ୍ଡର ତୃତୀୟ ଦିନରେ ଡେମୋ ଦେଖାଇଛି ସ୍ପାଇଡର । ଖବର ଅନୁଯାୟୀ, ଜାନୁଆରୀ ୨୬ ତାରିଖରେ ରାତିରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଥିଲା । ଘରୁ ସୁନା-ହୀରା ସହ ନଗଦ କିଛି ଟଙ୍କା ଲୁଟ ହୋଇଥିଲା । ଏହାପରେ ସ୍ପାଇଡର ବିଶାଖାପାଟଣା ଚାଲିଯାଇଥିଲା । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ତନାଘନା । ସ୍ପେଶାଲ ସ୍କ୍ୱାର୍ଡ ସହ…
ପୁଣି ମାଓବାଦୀଙ୍କ ନୃଶଂସ କାଣ୍ଡ । ଛତିଶଗଡ଼ ବିଜାପୁର କୁସଲନାର ଗାଁରେ ୨ ଜଣଙ୍କୁ ହତ୍ୟା କଲେ ଲାଲବାହିନୀ । ଜଣେ ଶିକ୍ଷକଙ୍କ ସମେତ ୨ ଜଣଙ୍କୁ ହତ୍ୟା କରିଛନ୍ତି । ସୂଚନା ଥାଉକି, ଛତିଶଗଡରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଏହି ଅବସରରେ ମାତିଛନ୍ତି ମାଓବାଦୀ । ନିର୍ବାଚନ ବେଳେ ହିଂସା କାଣ୍ଡ ଘଟାଇ ବିଜାପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି ମାଓବାଦୀ । ତେବେ ମାଓବାଦୀଙ୍କୁ ଉଚିତ୍ ଜବାବ୍ ଦେବା ଲାଗି ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚିଛନ୍ତି । କମ୍ୱିଂ ଅପରେସନ ଆରମ୍ଭ କରିଥିବା ନେଇ ସୁଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ।
ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଅଘଟଣ । ବାହାଘର ପ୍ରୋସେସନ୍ ବେଳେ ବାଣ ନିଆଁ ପଡ଼ି ଜଗନ୍ନାଥଙ୍କ ରଥରେ ଲାଗିଲା ନିଆଁ ।ବହୁ ପୁରାତନ ସୁକିନ୍ଦା ଗଡ଼ ଜଗନ୍ନାଥ ମନ୍ଦିରରେ ରଥଯାତ୍ରାରେ ବ୍ୟବହୃତ ରଥଟି ରଥଯାତ୍ରା ପରେ ମନ୍ଦିର ସମ୍ମୁଖରେ ରହିଥାଏ । ତେବେ ଗତକାଲି ବିଳମ୍ବିତ ରାତିରେ ଏକ ବାହାଘର ପ୍ରୋସେସନ୍ ଯାଉଥିବା ସମୟରେ ବାଣ ନିଆଁ ପଡ଼ି ହଠାତ୍ ରଥର ଅଗ୍ରଭାଗ ଜଳିବାକୁ ଲାଗିଥିଲା । ଏହାଦେଖି ଲୋକେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । କିଛି ସମୟ ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ରଥର ଅଧିକାଂଶ ଅଂଶ ଜଳି ଯାଇଥିଲା ।









