ଓଡ଼ିଶାରୁ ବିଦେଶକୁ ବଢ଼ିବ ମଦର ରପ୍ତାନୀ। ଓଡିଶାରେ ତିଆରି ହେବ ଅଧିକ ପରିମାଣରେ ମଦ। ଯାହା ଉପରେ କମ୍ପାନୀକୁ ସବସିଡି ଦେବେ ରାଜ୍ୟ ସରକାର। 2025-26 ଅବକାରୀ ପଲିସିକୁ ନେଇ ଅବକାରୀମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତା ରେ ବସିଥିବା ବୈଠକରେ ଏଭଳି କିଛି ଯୋଜନା ପ୍ରସ୍ତୁତ କରାଯାଇଛି । ଖୁବ ଶୀଘ୍ର ଏ ନେଇ ରାଜ୍ୟ ଶିଳ୍ପ ବିଭାଗ ସହ ହେବ ଆଲୋଚନା । ମାଣ୍ଡିଆ, ଯଅ, ବାଜ୍ରା ଭଳି ଖାଦ୍ୟ ଶସ୍ୟରୁ ମଦ ତିଆରି କରିବାକୁ ଆଗ୍ରହୀ ଥିବା କିଛି କମ୍ପାନୀ ସହ ଏ ନେଇ ହୋଇଛି ଅବକାରୀ ବିଭାଗର ଆଲୋଚନା ।ସେହିପରି ଅପମିଶ୍ରିତ ମଦ କିଭଳି ବନ୍ଦ ହେବ ଆଉ ଏଥିପାଇଁ ପଲିସିରେ କଣ ପରିବର୍ତ୍ତନ କରାଯିବ ସେ ନେଇ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ନେଇ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅବକାରୀ ମନ୍ତ୍ରୀ…
Author: sanitelevision
କଟକ ଏସସିବିରେ ପୁଣି ଶିଶୁ ଅଦଳବଦଳ ଅଭିଯୋଗ । ଏସ୍ଏନସିୟୁରେ ଚିକିତ୍ସାଧୀନ ବେଳେ ବଦଳ ହୋଇଥିବା ଅଭିଯୋଗ ହୋଇଛି । ନବଜାତ କନ୍ୟାକୁ ବଦଳ କରି କର୍ମଚାରୀମାନେ ଏକ ମୃତ ଶିଶୁ ଧରାଇ ଦେଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଏହି ଘଟଣାରେ ପ୍ରସୂତିଙ୍କ ପରିବାର ଲୋକେ ଏସ୍ ସିବି ଅଧ୍ୟକ୍ଷଙ୍କୁ ଲିିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଲୁସି ଦାସ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଏବଂ ଶିଶୁ ରୋଗ ବିଭାଗ ମୁଖ୍ୟଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ ଅନୁସାରେ ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ତଳଚୁଆ ସାହିର ଚନ୍ଦ୍ରମା ବେହେରା ଗତ ୧୧ ତାରିଖରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଜନ୍ମ ପରେ ଅସୁସ୍ଥ ନବଜାତ ଶିଶୁକୁ ଏସ୍ଏନ୍ ସିୟୁକୁ ନିଅଯାଇଥିଲା । ମାତ୍ର ୨୪ ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ହୋଇଥିବା…
ଚାଲିଛି ବିଧାନସଭା। ଶୂନ୍ୟକାଳରେ ମାହାଙ୍ଗା ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ବିଜେଡ଼ିର କିଛି ବିଧାୟକ ମାହାଙ୍ଗା ଯାଇଥିଲେ । କାରଣ ସରକାର ବଜେଟ ଖର୍ଚ୍ଚ କରିବାରେ ଅସମର୍ଥ । ହିମାଳୟ ଭଳି ବଜେଟ ରଖୁଛନ୍ତି, କିନ୍ତୁ ଖର୍ଚ୍ଚ କରି ପାରୁନାହାନ୍ତି । ମାହାଙ୍ଗାରେ ସମସ୍ତ ପଞ୍ଚାୟତ ପ୍ରତିନିଧି ମାନେ ଧାରଣାରେ ବସିଥିଲେ । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ପଞ୍ଚାୟତର ଜନପ୍ରତିନିଧିଙ୍କୁ ମାଡ଼ ମରାଗଲା। DSP ବି ମାଡ଼ ଖାାଇଲେ। ତାଙ୍କ ମୁଣ୍ଡ ଓ ଆଖି ଫାଟିଲା । ଗଣତନ୍ତ୍ର ପଦ୍ଧତିରେ ଆନ୍ଦୋଳନ କଲେ ସରକାରୀ ଗୁଣ୍ଡା ଲଗାଇ ମାଡ ମାରୁଛନ୍ତି । ଲୋକଙ୍କ କାମ ପାଇଁ ଆନ୍ଦୋଳନ କଲେ ମାଡ ଖାଇବାକୁ ପଡ଼ୁଛି। ପୁଲିସର ମନୋବଳ ଭାଙ୍ଗି ଗଲାଣି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ସୁରକ୍ଷା ଦିଆଯାଉ। ଦୁର୍ନୀତି ହୋଇଥିଲେ ଗିରଫ ହେଉ।ଏହାସହ ବାଚସ୍ପତି ନିର୍ଦ୍ଦେଶ ଦାବି କରିଛନ୍ତି ଅରୁଣ ସାହୁ । ମାର୍ଚ୍ଚ…
ବାଲିଯାତ୍ରାକୁ ନେଇ ଆଜି ପ୍ରଶ୍ନକାଳରେ ଆଲୋଚନା ହୋଇଛି । ବାରବାଟୀ ବିଧାୟିକା ସୋଫିଆ ଫିରଦୋଷଙ୍କ ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ । ବାଲିଯାତ୍ରାରେରେ ମୋଟ ୨ ହଜାର ୪୩୮ ଷ୍ଟଲ ଦିଆଯାଇଥିଲା । ସେଥିମଧ୍ୟରୁ ୧୧୮୬ ଷ୍ଟଲ ନିଲାମ ଓ ୧୨୫୦ ଷ୍ଟଲ୍ ସ୍ଥିରୀକୃତ ଆଧାରରେ ଆବଣ୍ଟନ କରାଯାଇଥିଲା । ଏଥିରୁ ମୋଟ ୬କୋଟି ୩୮ ଲକ୍ଷ ୨୬ ହଜାର ୪୪୬ ଟଙ୍କା ଆଦାୟ ହୋଇଛି । ଏ ସବୁ ଜିଲ୍ଲାପାଳଙ୍କ ଜରିଆରେ କରାଯାଇଛି । ବାଲିଯାତ୍ରାରେ ସାଂସ୍କୃତିକ ପ୍ରଚାର ପ୍ରସାର ଦାୟିତ୍ଵ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର । ନିଲାମ ପ୍ରକ୍ରିୟା ବନ୍ଦ ପାଇଁ ଦାବି କରିଥିଲେ ସୋଫିଆ । ଐତିହ୍ୟ ମାନ୍ୟତା ଦେବାକୁ ସରକାର କହୁଥିବା ବେଳେ ନିଲାମ ପ୍ରକ୍ରିୟା ବନ୍ଦ ହେଲେ ବାଲିଯାତ୍ରାରେ ସୌନ୍ଦର୍ୟ୍ୟ ବଢିବ ବୋଲି କହିଛନ୍ତି ସୋଫିଆ । ସେପଟେ ମନ୍ତ୍ରୀ କହିଛନ୍ତି, ପୂର୍ବ ସମୟରୁ…
ସୁଭଦ୍ରା ଯୋଜନା ପରେ ମହିଳାମାନଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି ସରକାର , ଏବେ ସୁଭଦ୍ରା ଯୋଜନା ପରେ ମହିଳା ମାନଙ୍କ ପାଇଁ ସରକାର ଆଣିଛନ୍ତି ସୁଭଦ୍ରା ଶକ୍ତି ମେଳା , ଏହି ମେଳା ରେ ମିଶନ ଶକ୍ତି ମାଆ ମାନେ ଯୋଗ ଦେବେ , ବର୍ତ୍ତମାନ ସୁଦ୍ଧା ଏହି ମେଳାର ନାମ ସୁଭଦ୍ରା ଶକ୍ତି ମେଳା ରଖାଯାଇଛି |୨୨ ଫେବୃଆରୀରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମେଳାରେ ରାଜ୍ୟର ବିଭିନ୍ନପ୍ରାନ୍ତରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍) ଏବଂ ଉତ୍ପାଦକ ଗୋଷ୍ଠୀ ଅଂଶଗ୍ରହଣ କରିବା ସହ ପ୍ରାୟ ୩୦୦ ରୁ ଅଧିକ ଷ୍ଟଲ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନୀ ସହିତ ବିକ୍ରି ହେବ । । ମାର୍ଚ୍ଚ ୨ ଯାଏଁ ନଅ ଦିନ ଧରି ଚାଲିବ ଏହି ପ୍ରଦର୍ଶନୀ। ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ…
ଦୁର୍ଘଟଣା ପରେ ସାଇକେଲ ଆରୋହୀଙ୍କ କଟା ହାତ ନେଇ ପଳାଇଲା ପିକ୍ଅପ୍ ଡ୍ରାଇଭର । ଗୁରୁତର ସାଇକେଲ ଆରୋହୀ ଗୁରୁଦାସପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ଡାକ୍ତରଖାନା ପଠାଇଲେ ସ୍ଥାନୀୟ ଲୋକେ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଗୁରୁଦାସପୁର ବ୍ରିଜ ନିକଟରେ ।ସୂଚନା ଅନୁସାରେ ଜଳେଶ୍ବର ଥାନା ଗୁରୁଦାସପୁର ଗାଁର ପୂର୍ଣ୍ଣଚନ୍ଦ୍ର ମହାନ୍ତି ବଜାରରୁ କାମ ସାରି ଘରକୁ ଫେରୁଥିବା ବେଳେ ଏକ ପିକଅପ ଭ୍ୟାନ ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା ଦେଇଥିଲା । ଫଳରେ ପିକଅପ୍ ଡାଲାରେ କଟା ହାତ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ । ପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ବର ହସପିଟାଲରେ ଭର୍ତ୍ତି କରିଥିଲେ ଲୋକେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି । ଡ୍ରାଇଭର ଫେରାର ହୋଇଯାଉଥିବାବେଳେ ସ୍ଥାନୀୟ ଲୋକେ କାବୁ କରି ରାଇବଣିଆ ପୋଲିସକୁ ଖବର ଦେଇଥିଲେ…
ଏଣିକି ଓଡିଶା ସରକାର କର୍ମଚାରୀମାନେ କୌଣସି ମୂଲ୍ୟବାନ ସମ୍ପତ୍ତି କିଣିବା ପୂର୍ବରୁ ସରକାରଙ୍କୁ ସୂଚନା ଦେବେ। ରାଜ୍ୟ ସରକାର କର୍ମଚାରୀମାନଙ୍କୁ ସେମାନଙ୍କର ଦୁଇ ମାସର ମୂଳ ଦରମା ଠାରୁ ଅଧିକ ମୂଲ୍ୟର ସ୍ଥାବର ସମ୍ପତ୍ତି ସହିତ ଜଡିତ ଯେକୌଣସି କାରବାର ରିପୋର୍ଟ କରିବାକୁ କହିଛନ୍ତି।ଓଡ଼ିଶା ଗଭର୍ଣ୍ଣମେଣ୍ଟ ସରଭ୍ୟାଣ୍ଟ କନଡକ୍ଟ ରୁଲ୍ ୧୯୫୯ର ରୁଲ୍ -୨୧ ଅନୁସାରେ ସରକାରଙ୍କ ଅନୁମତି ନେବା ଜରୁରୀ ବୋଲି ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । “ତେଣୁ, ଆପଣଙ୍କୁ ସୁନା ଜିନିଷ କ୍ରୟ କରିବା ପରେ ଉପଯୁକ୍ତ ଭାବରେ ରିପୋର୍ଟ କରିବାକୁ ଅନୁରୋଧ କରାଯାଉଛି,” ବିଭାଗ ଆହୁରି କହିଛି।
କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ଗୁରୁବାର ସଂଧ୍ୟାରେ ତାଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଠିକ୍ ଅଛି। ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି ଏବଂ ଶୁକ୍ରବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ।ଏହା ପୂର୍ବରୁ ୨୦୨୪ ସେପ୍ଟେମ୍ବରରେ ବି ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା । ପୂର୍ବରୁ ୨୦୨୪ ମାର୍ଚ୍ଚରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅସୁସ୍ଥତା କାରଣରୁ, ସୋନିଆ ଗାନ୍ଧୀ ଗତ ବର୍ଷ ଡିସେମ୍ବରରେ କର୍ଣ୍ଣାଟକର ବେଲଗାମରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକରେ ଯୋଗ ଦେଇ ନଥିଲେ। ସାର ଗଙ୍ଗା ରାମ ହସ୍ପିଟାଲର ପରିଚାଳନା ପକ୍ଷରୁ କୁହାଯାଇଛି ଯେ,…
ଗୁରୁବାର ଦୁର୍ଗାପୁର ଏକ୍ସପ୍ରେସୱେରେ ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌରଭ ଗାଙ୍ଗୁଲି ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ବର୍ଧବାନ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।ତେବେ ଗାଙ୍ଗୁଲିଙ୍କୁ କୌଣସି ପ୍ରକାରର କ୍ଷତି ହୋଇନାହିଁ । ଦୁର୍ଗାପୁର ଏକ୍ସପ୍ରେସୱେ’ର ଦନ୍ତନପୁର ନିକଟରେ ହଠାତ ଏକ ଟ୍ରକ ତାଙ୍କ ଗାଡ଼ି ଆଗକୁ ଚାଲିଆସିଥିଲା । ଗାଙ୍ଗୁଲିଙ୍କ ଗାଡ଼ିର ଡ୍ରାଇଭର ବ୍ରେକ୍ ମାରିବାରୁ ପଛରେ ଥିବା କାର୍ ପରସ୍ପରକୁ ଧକ୍କା ଦେଇଥିଲା । ଯେଉଁଥିରେ ଗାଙ୍ଗୁଲିଙ୍କ କାର୍ ମଧ୍ୟ ଧକ୍କା ହୋଇଥିଲା । ଗାଙ୍ଗୁଲି କିମ୍ବା ତାଙ୍କ ସହିତ ଯାଉଥିବା କାହାରିକୁ କୌଣସି କ୍ଷତି ହୋଇନାହିଁ । କିନ୍ତୁ ସାମାନ୍ୟ ଦୁର୍ଘଟଣା ପାଇଁ ତାଙ୍କୁ କିଛି ସମୟ ରହିବାକୁ ପଡ଼ିଥିଲା । ଏହାପରେ ବର୍ଦ୍ଧମାନ ବିଶ୍ବବିଦ୍ୟାଳୟର କାର୍ୟ୍ୟକ୍ରମରେ ଯୋଗଦେବାକୁ ଚାଲିଯାଇଥିଲେ । ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)ର ପୂର୍ବତନ…
ଫେବୃୟାରୀ ୨୧ ଅର୍ଥାତ୍ ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ । ବିଶ୍ୱରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ଗତ ୨୦୦୦ ମସିହାରେ ଜାତିସଂଘ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବାକୁ ଘୋଷଣା କରିଥିଲା । ଭାଷା ଆମ ସଂସ୍କୃତିର ରକ୍ଷକ । ଭାଷା ଦିବସ ପାଳନ କରାଯିବା ଦ୍ୱାରା ଭାଷାଗତ ବିବିଧତା ଓ ବହୁ ଭାଷୀ ଶିକ୍ଷାକୁ ସଶକ୍ତ କରିବା ସହ ଭାଷାଗତ ତଥା ସାଂସ୍କୃତିକ ପରମ୍ପରା ପ୍ରତି ସଚେତନତା ସୃଷ୍ଟି କରାଯାଇପାରୁଛି । ସ୍କୁଲ୍ ଗୁଡିକରେ ପିଲାମାନଙ୍କୁ ମାତୃଭାଷାରେ କହିବା ଓ ଲେଖିବାକୁ କୁହାଯାଏ । ‘ବିବିଧତା ମଧ୍ୟରେ ଏକତା’ ସିଦ୍ଧାନ୍ତକୁ ନେଇ ଭାରତ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହାର ସମୃଦ୍ଧ ସାଂସ୍କୃତିକ ପରିବେଶ କ୍ଷେତ୍ରରେ ଭାଷାର ଭୂମିକା ରହିଛି । ଏଣୁ ଭାରତରେ ଏହି ଦିବସ ପାଳନ କରାଯିବାର ଢେର…









