Author: sanitelevision

ଏମ୍‌ସରେ ସିବିଆଇ ରେଡ୍‌ । ଭୁବନେଶ୍ୱର ସ୍ଥିତ ଏମ୍‌ସ ହସ୍ପିଟାଲରେ ସିବିଆଇ ପକ୍ଷରୁ ରେଡ୍‌ ଚାଲିଛି । ରିକ୍ୟୁରମେଣ୍ଟ ସ୍କାମ୍‌ ନେଇ ରେଡ୍‌ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ । ଏହି ରେଡ୍‌ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ସିବିଆଇ । ଏମ୍ସରେ ଜାଲ କାଗଜପତ୍ର ଦେଖାଇ ଲୋକଙ୍କୁ ଚାକିରି ଦିଆଯାଇଥିବା ଅଭିଯୋଗ ପରେ ଚଢଉ କରିଛି ସିବିଆଇ ଟିମ୍। ହେଲେ କିଏ ଦେଇଥିଲା ଏ ନିଯୁକ୍ତି , କେତେଜଣ ଜାଲ କାଗଜପତ୍ର ଦେଖି ନିଯୁକ୍ତି ପାଇଛନ୍ତି ସେ ନେଇ ଖୋଳତାଡ କରୁଛି ସିବିଆଇ । ଏହି ଚଢାଉରେ ନିଯୁକ୍ତ ସ୍କାମର ମାଷ୍ଟରମାଇଣ୍ଡ ସ୍ମୁତିରଞ୍ଜନ କରଙ୍କୁ ହେପାଜତକୁ ନେଇଛି ସିବିଆଇ । ବାକି ଏହି ସ୍କାମରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ସିବିଆଇ ।ଏବେଯାଏଁ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ୨୦୨୩ ଓ ୨୪ ମସିହାରେ…

Read More

କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା । ଜବତ ହେଲା ମୃତ ଛାତ୍ରୀଙ୍କ ସୁଇସାଇଡ୍‌ ନୋଟ୍‌। ଏହି ସୁଇସାଇଡ ନୋଟ୍‌ଟି ନେପାଳୀ ଭାଷାରେ ଲେଖାଯାଇଛି। ନୋଟ୍‌ରେ ପୁରୁଷ ବନ୍ଧୁ ର୍ନିଯାତନା ଦେଉଥିବା ଲେଖା ଅଛି। ଅଦିକ ସୂଚନା ପାଇଁ ଜବତ ନୋଟ୍‌କୁ ପୋଲିସ ଫରେନ୍ସିକ ବ୍ୟୁରୋକୁ ପଠାଇଛି। ଏହି ହ୍ୟାଣ୍ଡ ରାଇଟିଂ ନେପାଳୀ ଛାତ୍ରୀଙ୍କର କି ନୁହେଁ ଏନେଇ ପୋଲିସ ତନାଘନା କରୁଛି।ସେପଟେ କିଟ୍ ବିଶ୍ୱବିଦ୍ୟାଳୟରେ ଲାଗି ରହିଛି ଚାପା ଉତ୍ତେଜନା। ନ୍ୟାୟ ଦାବିରେ ଗତରାତିରେ କିଟ୍ ଛାତ୍ରଛାତ୍ରୀ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ଏବେ କିଟ୍ ମୁଖ୍ୟ ଫାଟକ ସାମନାରେ ପୋଲିସ୍ ଛାଉଣୀ। ୪ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି। ଅତିରିକ୍ତ ଡିସିପିଙ୍କ ସହ ବହୁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଅଶାନ୍ତ ପରିସ୍ଥତିକୁ ଦୃଷ୍ଟିରେ ରଖି ପୋଲିସ୍ ମୃତୟନ ଅଛନ୍ତି।କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟକୁ ତାଜୁବ କରିଦେଇଛି। ଏହାକୁ ନେଇ ରାଜ୍ୟ ରାଜନୀତି ଉଠୁଛିପଡୁଛି।…

Read More

ଦାୟିତ୍ୱ ନେଲେ ନୂଆ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୨୦୨୯ ଜାନୁଆରୀ ୨୬ରେ ଜ୍ଞାନେଶଙ୍କ କାର୍ଯ୍ୟକାଳ ସରିବ। ମଙ୍ଗଳବାର ସିଇସି ପଦରୁ ରାଜୀବ କୁମାର ଅବସର ନେବା ପରେ ବୁଧବାର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କାର୍ଯ୍ୟଭାର ସମ୍ଭାଳିଛନ୍ତି।୨୦୨୯ ଜାନୁଆରୀ ୨୯ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ । ତେବେ ଦାୟିତ୍ନ ନେବା ପରେ ସେ ରଖିଛନ୍ତି ତାଙ୍କର ପ୍ରଥମ ପ୍ରତିକ୍ରିୟା । ସେ କହିଛନ୍ତି ରାଷ୍ଟ୍ର ନିର୍ମାଣରେ ମତଦାନ ପ୍ରଥମ ପଦକ୍ଷେପ । ଭୋଟରଙ୍କ ସହ ଇସିଆଇ ସବୁବେଳେ ରହିଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ରାଜୀବ କୁମାର ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ସେ ୨୦୨୦ ସେପ୍ଟେମ୍ବର ୧ରେ ନିର୍ବାଚନ କମିଶନର ଭାବେ ଯୋଗଦେଇଥିବାବେଳେ ୨୦୨୨ ମେ’ ୧୫ରେ ୨୫ତମ ସିଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କେରଳ କ୍ୟାଡରର ପୂର୍ବତନ ଆଇଏଏସ ଅଫିସର ଜ୍ଞାନେଶ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନର ହୋଇଛନ୍ତି…

Read More

ବୁଧବାରଠାରୁ ଆଇସିସି ଚମ୍ପିଆନ୍‌ସ ଟ୍ରଫି ପାକିସ୍ତାନ ଓ ୟୁଏଇରେ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯିବ। ବୁଧବାର ପ୍ରଥମ ମ୍ୟାଚ୍‌ ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଆଜିଠାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ଏହା ୯ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ । ଗ୍ରୁପ୍ -ଏରେ ଭାରତ ସହ ବାଂଲାଦେଶ, ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଅଛନ୍ତି । ଭାରତ ଏହାର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଖେଳିବ। କାଲି ଟିମ୍ ଇଣ୍ଡିଆ ବାଂଲାଦେଶକୁ ଭେଟିବ। ତେବେ ସବୁଠୁ ବଡ଼ ହାଇପ୍ରୋଫାଇଲ ମ୍ୟାଚ୍ ୨୩ ତାରିଖରେ ଖେଳାଯିବ। ଏହି ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ।୨୦୧୭ରେ ଶେଷଥର ଚମ୍ପିଆନ୍‌ସ ଟ୍ରଫି ଖେଳା ଯାଇଥିବା ବେଳେ ପାକିସ୍ତାନ ଚମ୍ପିଆନ୍‌ ହୋଇଥିଲା। ଏହାର ୮ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ପ୍ରଥମ ୨ଟି ସଂସ୍କରଣରେ ଏହାର ନାମ ଆଇସିସି ନକ୍‌ଆଉଟ୍‌ ଟ୍ରଫି ଥିବା ବେଳେ ୨୦୦୨ରୁ ଏହା ଚମ୍ପିଆନ୍‌ସ ଟ୍ରଫି…

Read More

ମଣିଷ ସମାଜ ଯେତେ ଶିକ୍ଷିତ ହେଲେ ବି ଅନ୍ଧବିଶ୍ଵାସ କବଳିତ କରି ରଖୁଛି। ପରମ୍ପରାର ଦ୍ବାହି ଦେଇ ଅନ୍ଧବିଶ୍ଵାସ ସମତାଳରେ ଚାଲିଛି। ମହିଳା ଚନ୍ଦ୍ରପୃଷ୍ଠରେ ପାଦ ଦେଇଥିଲେ ବି ପରିବହନ କ୍ଷେତ୍ରରେ ମହିଳାଙ୍କୁ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ବାରଣ କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ପରିବହନ ବିଭାଗକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି କ୍ରମରେ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ କଟକ ନେତାଜୀ ବସ୍ ଟର୍ମିନାଲରେ ହଠାତ୍‌ ପହଞ୍ଚି ମଙ୍ଗଳଵାର ଯାଞ୍ଚ କରିଥିଲେ । ବସ୍‌ରେ ପ୍ରଥମେ ମହିଳା ଯାତ୍ରୀ ଚଢ଼ିବାର ବ୍ୟବସ୍ଥା କରିଥିଲେ । ଏହି ଯାଞ୍ଚ ଆଗାମୀ ଦିନରେ ରାଜ୍ୟର ସମସ୍ତ ବସ୍‌ଷ୍ଟାଣ୍ଡରେ କରାଯିବାକୁ ପରିବହନ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।ଏଥିସହ ଟର୍ମିନାଲରେ ଥିବା ଅନେକ ମହିଳା ଯାତ୍ରୀଙ୍କଠାରୁ ବସ ମାଲିକ ଓ କର୍ମଚାରୀଙ୍କ ବ୍ୟବହାର ସମ୍ପର୍କରେ ବୁଝିଥିଲେ। ଏ ନେଇ ଏସଟିଏ ସଚିବ କହିଛନ୍ତି ଯେ, ମୋଟର ଯାନ ଆଇନ…

Read More

କଟକରେ ଅଘଟଣ। ଦେହରେ ଡିଜେଲ ଢାଳି ନିଆଁ ଲଗାଇ ନିଜକୁ ଜାଳିଦେଲା ନାବାଳକ । ପୁରୀଘାଟ ଥାନା ଅନ୍ତର୍ଗତ ମଠ ସାହିରେ ଅଭାବନୀୟ ଘଟଣା ।ମୃତକ ହେଲେ ଅଙ୍କନ ଦତ୍ତ, ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ସୂଚନା ମିଳିଛି ।ସୂଚନା ଅନୁସାରେ, ପୁରୀଘାଟ ଥାନା ମଠ ସାହିରେ ନାବାଳକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ହୋଇଥିବା ବେଳେ ତାଙ୍କର ବୟସ ୧୭ ବର୍ଷ ବୋଲି କୁହାଯାଉଛି । ମୃତକ ଜଣକ ପଶ୍ଚିମବଙ୍ଗରୁ ଆସି ପରିବାର ସହିତ ଗୋପାଳଜୀଉ ଲେନରେ ଭଡ଼ାରେ ରହୁଥିଲେ । କିନ୍ତୁ ସେ ନିଜ ଦେହରେ ଡିଜେଲ ଢାଳି ଜୀବନ ହାରିଥିବା କୁହାଯାଉଛି । ତେବେ ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଅଧାପୋଡା ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୁରୀଘାଟ ଥାନାକୁ ମୃତଦେହ…

Read More

ଏବେ ୧୦୮ରେ ଫୋନ୍ କଲେ ଲୋକଙ୍କ ପାଖରେ ପହଞ୍ଚୁଥିଲା ଆମ୍ବୁଲାନ୍ସ । ୨୦ରୁ ୩୦ମିନିଟ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ସହ ଆହତ ଓ ରୋଗୀଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଉଥିଲା । ଠିକ୍ ସେହିପରି ରାଜ୍ୟରେ ୧୦୯ ସେବା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।ଫୋନ୍ କରିବାର ୨୦ରୁ ୩୦ମିନିଟ ମଧ୍ୟରେ ସେବା ମିଳିବ । ପ୍ରଥମ ପର୍ଯ୍ୟାୟରେ ଏହା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଏନେଇ ବଜେଟ୍‌ରେ ସ୍ଵତନ୍ତ୍ର ଅର୍ଥ ବରାଦ ହୋଇଛି ।

Read More

ନାବାଳକଙ୍କୁ ପିଟିପିଟି ହତ୍ୟା ଘଟଣାରେ ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ ଗିରଫ । ଚାଓମିନ ମାଗିବାରୁ ବାପ ପୁଅଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ସୂଚନା ଅନୁଯାୟୀ ଯାଜପୁର ସଦର ଥାନା ଅଧୀନ ସାହାସପୁର ପଞ୍ଚାୟତ ଗୋବିନ୍ଦପୁର ଶୁକଦେବ ଦାସ ଗତ ୯ ତାରିଖ ରାତିରେ ସ୍ଥାନୀୟ ଶିବାଛକର ଏକ ଚାଓମିନ ଦୋକାନକୁ ଯାଇ ଚାଓମିନ ମାଗିଥିଲେ । ଦୋକାନୀ ଅନିଲ କୁମାର ମଲ୍ଲିକ ଶୁକଦେବଙ୍କୁ ଚାଓମିନ ନଦେଇ ଅପେକ୍ଷା କରାଇଥିଲେ । ପରେ କଥା କଟାକଟି ସହ ଶୁକଦେବ ଓ ତାଙ୍କ ପୁଅ ଶାନ୍ତନୁଙ୍କୁ ସଙ୍ଘବଦ୍ଧ ଭାବେ ଲୁହାରଡ଼ ଏବଂ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଶାନ୍ତନୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଯାଜପୁର ବ୍ଲକ୍ ଉପାଧ୍ୟକ୍ଷ କମଳ ମଲ୍ଲିକକୁ ଗିରଫ…

Read More

ଭାରତ ସରକାରଙ୍କ ସର୍ବେକ୍ଷଣ ସଂସ୍ଥା ସର୍ଭେ ଅଫ ଇଣ୍ଡିଆ ଆନୁକୂଲ୍ୟରେ ମଙ୍ଗଳବାର ସହରାଞ୍ଚଳ ଜାତୀୟ ଭୂସ୍ଥାନିକ ସର୍ବେକ୍ଷଣ ‘ନକ୍ସା’ର ଶୁଭାରମ୍ଭ ହୋଇଯାଇଛି। ଦେଶର ୧୫୨ଟି ସହର ଏଥିରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାରୁ ଖୋର୍ଦ୍ଧା, ଜଟଣୀ, ଝାରସୁଗୁଡ଼ା ଓ ବାରିପଦା ସ୍ଥାନ ପାଇଛି।ଭାରତ ସରକାରଙ୍କ ସର୍ବେକ୍ଷଣ ସଂସ୍ଥା ସର୍ଭେ ଅଫ ଇଣ୍ଡିଆ ଆନୁକୂଲ୍ୟରେ ମଧ୍ୟପ୍ରଦେଶରୁ କେନ୍ଦ୍ର କୃଷି ଓ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଏହାର ଉଦଘାଟନ କରିଥିବାବେଳେ, ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନଠାରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଏହାର ଉଦଘାଟନ କରିଛନ୍ତି । ଏହି ସର୍ବେକ୍ଷଣ ଜମିଜମା ସମ୍ବନ୍ଧିତ ବିବାଦକୁ ସହଜରେ ଦୂର କରିବା ସହ ସହରାଞ୍ଚଳ ଜମିର ଠିକ ମୂଲ୍ୟ ଆକଳନ ତଥା ଠିକ ଭାବେ ଭୂମି କର ଆଦାୟ କରିବାରେ ସହାୟକ ହେବ । ଏହି ସର୍ଭେ ଦ୍ବାରା ସହରାଞ୍ଚଳର ସ୍ବଳ୍ପ ଜମିର ସନ୍ତୁଳିତ ଉପଯୋଗ, ନିୟମାବଳୀକୁ ଠିକ ଭାବେ ଲାଗୁ…

Read More

କିଟ୍‌ ଘଟଣାକୁ ନେଇ ଆକ୍ସନ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। Nepal Student Suicide ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର।କମିଟିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ବିଭାଗର ପ୍ରମୁଖ ସଚିବ ଓ ଉଚ୍ଚଶିକ୍ଷା ସଚିବ ସାମିଲ । ଘଟଣାର ନିରପେକ୍ଷ ତଦନ୍ତ କରିବ କମିଟି ।KIIT student death: କମିଟି ଗଠନ କରିବା ସହ ଛାତ୍ରୀଛାତ୍ରୀଙ୍କୁ ଘରୋଇ ସୁରକ୍ଷାକର୍ମୀ ମାଡ଼ ମାରିବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସମସ୍ତ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ସମ୍ମାନ ନେଇ ସରକାର ପ୍ରତିଶ୍ରୁତିବଦ୍ଧ। ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ।କିଟ୍ କଲେଜ୍‌ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ନ୍ୟାୟ ଦାବି କଲେ ମୃତ ଛାତ୍ରୀଙ୍କ ବାପା । କହିଲେ ଓଡ଼ିଶା ପୋଲିସ ଓ…

Read More