ଓମଫେଡ୍ ଡବା ଦେଖି ଘରକୁ ଘିଅ ନେଉଛନ୍ତି ଲୋକେ । କିନ୍ତୁ ସେମାନେ ଯେ ଠକାମିର ଶିକାର ହେଉଛନ୍ତି ତାହା ଜାଣିପାରୁନାହାଁନ୍ତି ।ରାଉରକେଲା ପୋଲିସ୍ 13 ଲିଟର ନକଲି ଘିଅ ଜବତ କରିଛି। ଓମ୍ଫେଡ୍ କମ୍ପାନୀ ରାଉରକେଲା ଏସ୍ପିଙ୍କୁ ନକଲି ଘିଅ ବିଷୟରେ ଜଣାଇବାରୁ ଏସ୍ପିଙ୍କ ନିର୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇଥିଲା । ସୂଚନା ଅନୁସାରେ, ରାଉରକେଲା ସହରରେ ନକଲି ଓମଫେଡ୍ ଘିଅର କାରବାର ଚାଲିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ପୋଲିସ । ଏନେ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ରାଉରକେଲା ପୋଲିସ ଏବଂ ଓମଫେଡ୍ ର ଅଧିକାରୀଙ୍ଲ ମିଳିତ ଟିମ୍ ସହରର ପ୍ଲାଣ୍ଟ୍ସାଇଟ ହୋଲସେଲ୍ ବଜାର ସେକ୍ଟର -୭ ଓ ୮ ନମ୍ବର ମାର୍କେଟ ସମେତ ଅନ୍ୟ କିଛି ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ବର୍ତ୍ତମାନ ସୁଦ୍ଧା ୧୭ ଲିଟର ନକଲି ଓମଫେଡ୍ ଘିଅ ଜବତ…
Author: sanitelevision
ରିମାଣ୍ଡରେ ବାହାରିବ ସତ । କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଥିବା ଅଦ୍ଭିକ୍ ଶ୍ରୀବାସ୍ତବକୁ ରିମାଣ୍ଡରେ ନେଇଛି ଇନ୍ଫୋସିଟି ପୋଲିସ । ଗୁରୁବାରଠୁ ଅଭିଯୁକ୍ତ ଅଦ୍ଭିକ୍ ଶ୍ରୀବାସ୍ତବକୁ ତିନି ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ସୂଚନା ଅନୁଯାୟୀ, ଦୁଇବର୍ଷ ତଳେ ପ୍ରକ୍ରିତି ଓ ଆଦଭିକ୍ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାରି ଭିତରେ ପ୍ରକ୍ରିତିଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ଆଦଭିକ୍ ମୋବାଇଲରେ ରଖିଥିଲେ। ଫଟୋ ଓ ଭିଡିଓ ଜରିଆରେ ସେ ପ୍ରକ୍ରିତିଙ୍କୁ ବ୍ଲାକମେଲ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି କାରଣରୁ ଉଭୟ କିଟ୍ ଇଣ୍ଟରନ୍ୟାଶନାଲ ରିଲେଶନ୍ ଅଫିସ (ଆଇଆର୍ଓ)ର ସାହାଯ୍ୟ ନେଇଥିବାବେଳେ ଦୁଇଥର ଏହି ସମସ୍ୟାର ଆପୋସ ସମାଧାନ ହୋଇଥିଲା। ହେଲେ କିଛିଦିନ ଯିବା ପରେ ଆଦଭିକ୍ ପୂର୍ବଭଳି ସମ୍ପର୍କ ରଖିବା ପାଇଁ ପୀଡିତାଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ପ୍ରକ୍ରିତି ରାଜି…
ଗ୍ରୀଡ୍କୋ ବିଦ୍ୟୁତ୍ ନିୟାମକ ଆୟୋଗ ଗ୍ରୀନ୍ ଏନର୍ଜି ଓପନ ଆକ୍ସେସ୍ ରେଗୁଲେଶନ୍ସ, ୨୦୨୩ ଅଧୀନରେ ମେସର୍ସ ଅଭାଡା ଗ୍ରୀନ୍ ଏଚ୍ ୨ ପ୍ରାଇଭେଟ୍ ଲିମିଟେଡ୍୍ ସହ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ୨୫ ବର୍ଷ ପାଇଁ ଗଞ୍ଜାମର ଗୋପାଳପୁରରେ ବାର୍ଷିକ ୦.୫ ମେଟ୍ରିକ ଟନ୍ ବିଶିଷ୍ଟ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ପାଇଁ ୩୦୦ ମେଗାୱାଟର ସବୁଜ ପାୱାର ବ୍ୟାଙ୍କିଙ୍ଗ୍ ସୁବିଧା ପ୍ରଦାନ କରିବ।ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା, ଆମେ ଆମ ରାଜ୍ୟରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶ ଏବଂ ୨୨,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସହିତ ୧୪ଟି ସବୁଜ ହାଇଡ୍ରୋଜେନ୍/ଆମୋନିଆ ପ୍ରକଳ୍ପକୁ ଅନୁମୋଦନ କରିଛୁ । ରାଜ୍ୟରେ ସବୁଜ ହାଇଡ୍ରୋଜେନ୍ ଏବଂ ଆମୋନିଆ ଶିଳ୍ପ ପ୍ରତିଷ୍ଠାରେ ଏହା ଏକ ଐତିହାସିକ ଘଟଣା ।ଯେହେତୁ ଅକ୍ଷୟ ଶକ୍ତି ବିଦ୍ୟୁତ୍ ଉତ୍ପାଦନ ଅସ୍ଥିର,…
୨୦୨୪ ନଭେମ୍ବରରେ ରାଜ୍ୟରେ ହୋଇଥିବା ହାତୀ ଗଣନା ପ୍ରକାଶ ପାଇଛି। ରାଜ୍ୟରେ ବର୍ତ୍ତମାନ ୨,୧୦୩ ହାତୀ ଅଛନ୍ତି।ଗତ ତିନି ବର୍ଷରେ ସଂଗୃହିତ ତଥ୍ୟ ଅନୁଯାୟୀ, ରାଜ୍ୟରେ ପ୍ରତିବର୍ଷ ହାରାହାରି ୮୧ଟି ହାତୀ ମୃତ୍ୟୁବରଣ କରନ୍ତି। ଶିକାର, ବିଦ୍ୟୁତ ଆଘାତ, ଟ୍ରେନ୍ ଦୁର୍ଘଟଣା, ସଡ଼କ ଦୁର୍ଘଟଣା, ବିଭିନ୍ନ ରୋଗ, ମଣିଷ-ହାତୀ ସଂଘର୍ଷ ଏବଂ ଝଗଡ଼ା, ପାହାଡ଼ରୁ ପଡ଼ିବା, ବୁଡ଼ିଯିବା ଏବଂ ବାର୍ଦ୍ଧକ୍ୟ ଭଳି ପ୍ରାକୃତିକ କାରଣଗୁଡ଼ିକ ହେଉଛି ଓଡ଼ିଶାରେ ହାତୀ ମୃତ୍ୟୁର ମୁଖ୍ୟ କାରଣ। ତେବେ ରିପୋର୍ଟରୁ ଜଣାପଡିଛି ଯେ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୨୯୫ ହାତୀ ଅଛନ୍ତି, ତା’ପରେ ଢେଙ୍କାନାଳ ଜିଲାରେ ୨୯୧ ଏବଂ ଅନୁଗୁଳରେ ୨୫୪ ହାତୀ ଅଛନ୍ତି। କଟକରେ ୧୩୨ଟି, ଖୋର୍ଦ୍ଧାରେ ୮୩ଟି, ନୟାଗଡ଼ ୫୬ଟି, ବାଲେଶ୍ୱରରେ ୫୪ଟି, କେଉଁଝରରେ ୧୯୫ଟି, ଗଞ୍ଜାମରେ ୯୩ଟି, ଗଜପତିରେ ୯ଟି, କନ୍ଧମାଳରେ ୫୪ଟି, ବୌଦ୍ଧରେ ୧୬ଟି, ବଲାଙ୍ଗୀରରେ ୪୨ଟି, ସମ୍ବଲପୁରରେ ୧୪୦ଟି, କଳାହାଣ୍ଡିରେ ୯୫ଟି, ସୁନ୍ଦରଗଡ଼ରେ ୧୭୯ଟି, ଦେବଗଡ଼ରେ ୧୦୭ଟି, ବରଗଡ଼…
ଚଳିତ ବର୍ଷ ଖରାର ଉତ୍ତାପ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଫେବୃଆରୀ ମାସରୁ ଖରାର ତାପମାତ୍ରା ବୃଦ୍ଧି ପାଉଥିବାରୁ ଅପ୍ରେଲ ମାସରେ ରୌଦ୍ରତାପ ବୃଦ୍ଧି ଯୋଗୁଁ ଅଂଶୁଘାତ ଆଶଙ୍କା ବଢ଼ିଯାଇଛି। ଏଣୁ ସମ୍ପୂର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକଙ୍କୁ ଚଳିତ ଅପ୍ରେଲ ୧ ତାରିଖରୁ ଜୁନ ୧୫ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପ୍ରଚଣ୍ଡ ଖରାରେ କାର୍ଯ୍ୟ କରିବାକୁ ବାରଣ କରାଯାଇଛି।ଏହି ପରିପ୍ରେକ୍ଷୀରେ, ଶ୍ରମ ଏବଂ ଇଏସଆଇ ବିଭାଗ ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ ଆରଡିସି/କଲେକ୍ଟର/ବିଭାଗ/ଶ୍ରମ କମିଶନର, ଓଡ଼ିଶା/ନିର୍ଦ୍ଦେଶକ, କାରଖାନା ଏବଂ ବଏଲର/ନିର୍ଦ୍ଦେଶକ, ଇଏସଆଇକୁ ଚିଠି ଲେଖିଛନ୍ତି।ଯଦି କୌଣସି କାର୍ଯ୍ୟ ଅତ୍ୟନ୍ତ ଜରୁରୀ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡିତ ତାହେଲେ ସେହି ସମୟରେ ଶ୍ରମିକମାନେ କାର୍ଯ୍ୟ କରିପାରିବେ । କିନ୍ତୁ ଶ୍ରମିକଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ଶୀତଳ ପାନୀୟ ଜଳର ସୁବ୍ୟବସ୍ଥା, ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସାର…
ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା। ୩ ଘଣ୍ଟା ପାଇଁ ୫ ଜିଲ୍ଲାକୁ ବର୍ଷା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ଢେଙ୍କାନାଳ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର। ହାଲୁକାରୁ ମଧ୍ୟମ ଧରଣର ବର୍ଷାର ପୂର୍ବାନୁମାନ କରାଯାଇଛି। ରାଜଧାନୀ ବ୍ୟତୀତ ରାଜ୍ୟର ଅନେକ ସ୍ଥାନରେ ଏହି ବର୍ଷା ଦେଖିବାକୁ ମିଳିଛି। ନିମ୍ବଚାପ ରେଖା ପ୍ରଭାବରେ ଏହି ବର୍ଷା ଜାରି ରହିଛି। ଆଜି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି।ଗତକାଲି ଠାରୁ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଗତକାଲି କଟକ, ଯାଜପୁର, କେନ୍ଦୁଝର ଆଦି ଜିଲ୍ଲାରେ ବର୍ଷା ହୋଇଥିଲା । ବର୍ଷା ସହ ଜୋରସୋର ପବନ ହୋଇଥିଲା । ଆସନ୍ତା ୨୩ ତାରିଖ ଯାଏଁ ରାଜ୍ୟର କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।
ଆଳୁ ସଙ୍କଟ ନେଇ ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ ଏଥିସହ ସେ କହିଛନ୍ତି ଆଳୁ ସାଧାରଣତ ପଶ୍ଚିମବଙ୍ଗ ଆମଦାନୀ କରି ରାଜ୍ୟବାସୀ ଚାହିଦା ମେଣ୍ଟାଇଥାନ୍ତି ମାତ୍ର ଗତବର୍ଷ ଅର୍ଥାତ 2024 ମସିହା ଜୁଲାଇ ମାସରେ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟକୁ ଆଳୁର ରପ୍ତାନି ଉପରେ କଟକଣା ଲାଗୁ କରିବାରୁ ରାଜ୍ୟରେ ସାମୟିକ ଆଳୁ ସଂଙ୍କଟ ଦେଖାଯିବା ସଙ୍ଗେ ସଙ୍ଗେ ଏହାର ମୁଲ୍ୟରେ ବୃଦ୍ଧି ଘଟିଥଲା ହେଲେ ଏବେ ସେ ସମସ୍ୟା ଦୂର ହୋଇଛି। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଳୁ ସଙ୍କଟ ନେଇ ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ।ଯୋଗାଣ ମନ୍ତ୍ରୀଙ୍କ ସୂଚନାନୂସାରେ, ଡିସେମ୍ବର ଓ ଜାନୁଆରୀ ୨୦ ଭିତରେ ୨୫୦ଟି ବ୍ୟବସାୟିକ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିବା ବେଳେ, ୩୬ ଜଣ ଖିଲାପକାରି ବ୍ୟବସାୟୀଙ୍କ ଠାରୁ ୨୯୧୦୦ ଟଙ୍କା ଜୋରିମାନା ଆଦାୟ କରାଯିବା ସହ, ସଙ୍ଗେସଙ୍ଗେ ୧୯ ଜଣ ବ୍ୟବସାୟୀଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍…
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ପରୀକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି । CBSE ନିଷ୍ପତ୍ତି ନେଇଛି ଯେ 2026 ରୁ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର କରାଯିବ ।ଏହାର ଡ୍ରାଫ୍ଟ ଖୁବ୍ ଶୀଘ୍ର ପ୍ରକାଶିତ ହେବ, ଯାହା ଉପରେ ଲୋକଙ୍କଠାରୁ ପରାମର୍ଶ ଲୋଡାଯିବ।କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬-୨୭ ଶିକ୍ଷାବର୍ଷରୁ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱସ୍ତରୀୟ ପାଠ୍ୟକ୍ରମ ପ୍ରଚଳନ କରିବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ CBSE ଗ୍ଲୋବାଲ୍ ସ୍କୁଲର ଅଧିକାରୀ ଏବଂ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ନୂତନ ପାଠ୍ୟକ୍ରମ ବିକଶିତ ଏବଂ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଯୋଜନା ଏବଂ ପଦକ୍ଷେପ ବିଷୟରେ ପ୍ରଧାନ ଆଲୋଚନା କରିଥିଲେ।ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସଂସ୍କାରଗୁଡ଼ିକର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ ଚାପମୁକ୍ତ ଶିକ୍ଷା…
ତାମିଲନାଡୁରେ ଲଜ୍ଜା । ଓଡିଶାର ଜନୈକ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣ ଦୁଷ୍କର୍ମ ଅଭିଯୋଗ ।ବଳାତ୍କାର କରିଥିବା ୩ ପ୍ରବାସୀ ଶ୍ରମିକ ବିହାରର ବୋଲି ଜଣାପଡ଼ିଛି । ତିନିଜଣଯାକ ଶ୍ରମିକ ପ୍ରଥମେ ମହିଳାଙ୍କ ହାତ ବାନ୍ଧି ଦେଇଥିଲେ । ତା’ପରେ ପୁଅ ଓ ସ୍ୱାମୀ ଆଖି ସାମ୍ନାରେ ଜଣ ଜଣ କରି ତାଙ୍କୁ ବଳାକ୍ରାର କରିଥିଲେ । ମହିଳାଙ୍କୁ ଛୁରୀ ଦେଖାଇ ସେମାନେ ଡରେଇଥିଲେ ।ଆଇଏଏନଏସ୍ ପକ୍ଷରୁ ପ୍ରକାଶିତ ରିପୋର୍ଟ ମୁତାବକ ମଙ୍ଗଳବାର ରାତିରେ ଚେନ୍ନାଇରେ ପହଞ୍ଚିଥିଲେ ଓଡିଶା ଦମ୍ପତି । ଚାକିରି ଅନ୍ବେଷଣରେ ତାମିଲନାଡୁର ତିରୁପୁରରେ ପହଞ୍ଚିବା ପରେ ଘଟିଥିଲା ଅଭାବନୀୟ ଘଟଣା ।ପୋଲିସ ସୂଚନା ମୁତାବକ, ତିରୁପୁର ରେଲଓ୍ବେ ଷ୍ଟେସନରେ ପହଞ୍ଚିବା ପରେ ଓଡିଆ ଦମ୍ପତିଙ୍କୁ ଚାକିରି ଲୋଭ ଦେଖାଇଥିଲେ 3 ଅଭିଯୁକ୍ତ, ମହମ୍ମଦ ନଦିମ (24), ମହମ୍ମଦ ଡେନିସ (25), ମହମ୍ମଦ ମୁରସିତ୍ (19) । ପରେ ସେଠାରୁ ଓଡିଆ…
ଓଡ଼ିଆ ସିନେ ଅଭିନେତା ତଥା ନାୟକ “ସୋହମ ସିଂ” ହୃଦଘାତର ଶିକାର ହୋଇଛନ୍ତି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଧିରେ ଧିରେ ସେ ସୁସ୍ଥ ହେଉଥିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି ବୋଲି ଡାକ୍ତର କହିଛନ୍ତି। ସୋହମ ସିଂ ପ୍ରକୃତରେ ନିଜର ଫିଟନେସକୁ ଗୁରୁତ୍ୱ ଦିଅନ୍ତି। ହଠାତ୍ ତାଙ୍କର ଏହି ହୃଦଘାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।ସୋହମଙ୍କ ଆଉ ଏକ ବଡ଼ ବଜେଟର ଆକ୍ସନ ସିନେମା ରିଲିଜ୍ ହେବାକୁ ଯାଉଛି ଯାହାର ନାଁ ଆଲ୍ଲୀ ବଜରଙ୍ଗୱାଲି । ଏବେ ତାଙ୍କର ଏକ ଶୋ , ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ହେଉଛି । ସୋହମ ଓଡ଼ିଆ ସିନେମା” ଅଜାତ ଶତ୍ରୁ”,”ଆଇ ଲଭ ୟୁ ପ୍ରିୟା”,”ରାଓଡ଼ି ରାଜା”ରେ ମୁଖ୍ୟ ନାୟକ ଭୂମିକା ନିର୍ବାହ କରିଛନ୍ତି । ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଚର୍ଚ୍ଚିତ ଚେହେରା ।ସୋହମ ସିଂହଙ୍କ…









