ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ପରୀକ୍ଷା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ବିଭିନ୍ନ ସ୍କୁଲ ବୁଲି ସ୍ଥିତି ପରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ ଅଛନ୍ତି କି ନାହିଁ, ମନ୍ତ୍ରୀ ତାହାର ଯାଞ୍ଚ କରିଛନ୍ତି । ଭିତ୍ତିଭୂମିର ବିକାଶ ହୋଇଛି କି ନାହିଁ, ସେନେଇ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ଏହାକୁ ନେଇ ଅଭିଭାବକଙ୍କ ଠାରୁ ମତାମତ ନେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ପ୍ରଥମ ଦିନର ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି। ଖୁବ୍ ଉତ୍ସାହର ସହ ଛାତ୍ରଛାତ୍ରୀ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି। ପରୀକ୍ଷା ପରିଚାଳନା ଓ କୌଣସି ପ୍ରକାର ଅସୁବିଧା ନ…
Author: sanitelevision
ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ଠାବ ହେଲା ନକ୍ସଲଙ୍କ ବନ୍ଧୁକ ତିଆରି କାରଖାନା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ସିଆରପିଏଫ କୋବ୍ରା ଯବାନ ଓ ଡିଆରଜି ଯବାନଙ୍କ କୋମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ବନ୍ଧୁକ ଓ ବିସ୍ପୋରକ ତିଆରି କାରଖାନା ଠାବ ହୋଇଛି।ଚିନ୍ତବାଗୁ ନଦୀ ତଟରେ ମାଓବାଦୀଙ୍କ ଏହି ଅସ୍ତ୍ର କାରଖାନା ଦେଖିବାକୁ ମିଳିଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ବଡ଼ ଯୋଜନା କରୁଥିଲେ । ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର ପାଇଁ ବଡ଼ ହିଂସାକାଣ୍ଡ ଘଟାଇବା ମଧ୍ୟ ସେମାନଙ୍କ ଯୋଜନା ଥିଲା। ତେବେ ମାଓ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାବାହିନୀ। ଅନ୍ୟପକ୍ଷେ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ବଡ଼ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ଯେଉଁଥିରେ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ନାରାୟଣପୁର ପାଖ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା କୁମ୍ବିଂ ଅପରେସନ । ନାରାୟଣପୁର…
ଭାରତୀୟ ବଂଶୋଦ୍ଭବ କାଶ ପଟେଲ ଶୁକ୍ରବାର ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI)ର ନବମ ନିର୍ଦ୍ଦେଶକ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ଯେଉଁଭଳି ଭାବରେ ଶପଥ ନେଇଥିଲେ ତାହା ଏବେ ସବୁଠି ଆଲୋଚନାର କେଦ୍ରବିନ୍ଦୁ ପାଲଟିଛି। ଶପଥ ନେବା ବେଳେ ସେ ଭଗବତ ଗୀତାକୁ ହାତରେ ଧରିଥିଲେ ଓ ଶପଥ ନେଇଥିଲେ। ନବମ ଏଫ୍ବିଆଇ ନିର୍ଦ୍ଦେଶକ ଭାବେ କାଶ୍ ପଟେଲ ଶପଥ ନେଇଛନ୍ତି । ପ୍ରଥମ ଭାରତୀୟ ଭାବେ କାଶ୍ ପଟେଲ ଏହି ଦାୟିତ୍ବ ତୁଲାଇବେ । କାଶ୍ ପଟେଲଙ୍କ ଘର ଗୁଜରାଟରେ । ୭ରୁ ୮ ଦଶକ ପୂର୍ବରୁ ତାଙ୍କ ପରିବାର ଭାରତ ଛାଡି ଉଗାଣ୍ଡା ପଳାଇଯାଇଥିଲା। ତାଙ୍କ ସମସ୍ତ ସମ୍ପର୍କୀୟ ଏବେ ବିଦେଶରେ ରହୁଛନ୍ତି । ଶପଥ ଗ୍ରହଣ କରିବା ପରେ, କାଶ ପଟେଲ କହିଥିଲେ ଯେ ମୁଁ ଆମେରିକୀୟ ସ୍ୱପ୍ନ ବଞ୍ଚୁଛି ଏବଂ ଯେଉଁମାନେ ଭାବୁଛନ୍ତି ଯେ ଆମେରିକୀୟ ସ୍ୱପ୍ନ ମରିଯାଇଛି, ସେମାନେ ଏଠାରେ…
ଆଗାମୀ ଫବୃଆରୀ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ସପ୍ତଦଶ ବିଧାନସଭାର ଧାନସଭାର ତୃତୀୟ ଅବେଶନ (ବଜେଟ ଅଧିବେଶନ) ଚାଲୁଥିବା ହେତୁ ଏହି ସୋମବାର ଭୁବନେଶ୍ବର,ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ଏ ସଂପର୍କରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଯଦି ଆପଣ ଫୋନ ପେ, ଗୁଗୁଲ ପେ ଏବଂ ପେଟିଏମ୍ ଇତ୍ୟାଦି ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଏବେ ଏକ ବଡ଼ ଝଟକା ଲାଗିବାକୁ ଯାଉଛି। କିନ୍ତୁ ପୂର୍ବରୁ ସବୁ କମ୍ପାନୀ ୟୁପିଆଇ ଟ୍ରାଞ୍ଜାକସନ୍ ପାଇଁ କୌଣସି ଶୁଳ୍କ ନେଉନଥିଲେ । କିନ୍ତୁ ଏଣିକି ଭିନ୍ନ ଭନ୍ନ ଟ୍ରାଞ୍ଜାକସନ୍ ପାଇଁ ଦେୟ ଦେବାକୁ ପଡିପାରେ । ପୂର୍ବରୁ ୟୁପିଆଇ ଦ୍ୱାରା ମୋବାଇଲ୍ ରିଚାର୍ଜ ପାଇଁ ଶୁଳ୍କ ଦେବାକୁ ପଡୁନଥିଲା । ଏବେ କିନ୍ତୁ ମୋବାଇଲ୍ ରିଚାର୍ଜ ପାଇଁ ଶୁଳ୍କ ଦେବାକୁ ପଡୁଛି । ସେହିପରେ ବର୍ତ୍ତମାନ ଭିନ୍ନ ଭିନ୍ନ ପେମେଣ୍ଟ ଉପରେ ଶୁଳ୍କ ଦେବାକୁ ପଡିବ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଆଧାରରେ, ଗୁଗୁଲ ପେ… ଇଲେକ୍ଟ୍ରିକ୍ ବିଲ୍ ପୈଠ ଉପରେ କନବିନିୟନ୍ସ ଫି ନେଇଛି । ଗ୍ରାହକଙ୍କଠୁ ୧୫ଟଙ୍କା ଶୁଳ୍କ ନେଇଛି ଗୁଗୁଲ-ପେ । ୟୁଜର୍ସ ଜଣକ କ୍ରେଡିଟ୍ କାର୍ଡର ସାହାଯ୍ୟ ନେଇ ଗୁଗୁଲ-ପେରୁ ବିଲ୍…
ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ-୨୦୨୫ରେ ସ୍ନାନ କରିଥିବା ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ଅନଲାଇନରେ ବିକ୍ରି କରୁଥିବା ୩ ଜଣଙ୍କୁ ଅହମଦାବାଦ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଛି। ଏହି ଘଟଣାରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ଆଶଙ୍କା କରାଯାଉଛି। ଏଣୁ ମାମଲାର ତଦନ୍ତ ଜାରି ରହିଛି। ପୋଲିସ ଅନୁସାରେ ଅଭିଯୁକ୍ତମାନେ କୁମ୍ଭ ସ୍ନାନ କାଳରେ ମହିଳାଙ୍କ ଭିଡିଓ ରେକର୍ଡ କରି ସେଗୁଡିକୁ ୟୁଟ୍ୟୁବ୍ ଓ ଟେଲିଗ୍ରାମ ଭଳି ପ୍ଲାଟଫର୍ମକୁ ବିକୁଥିଲେ। ସୂଚନାମୁତାବକ ମହାକୁମ୍ଭ ପାଇଁ ଲକ୍ଷ ଲକ୍ଷ ଭକ୍ତ ସଙ୍ଗମ ନଗରୀ ପ୍ରୟାଗରାଜରରେ ପହଞ୍ଚୁଛନ୍ତି। ଏଭଳି ସ୍ଥିତିରେ କିଏ କାହାର ଫଟୋ ଉଠାଉଛି , ଭିଡିଓ ଉତ୍ତୋଳନ କରୁଛି ଜାଣିବା ଭାରି ମୁସ୍କିଲ୍ । ଲଜ୍ଜାକର କଥା ହେଉଛି ମହିଳା , ଝିଅ , ଯୁବତୀମାନଙ୍କର ଏଭଳି ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ତ ସେୟାର୍ କରାଯାଉଛି କିନ୍ତୁ ଆହୁରି ବିରକ୍ତକର କଥା ହେଉଛି ଏହି ଫଟୋ ସବୁକୁ ବିକ୍ରି…
ବଲିଉଡର ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣ ଝା ଶୁକ୍ରବାର ସୁପୌଲ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ତାଙ୍କ ପ୍ରଥମ ସ୍ତ୍ରୀ ରଞ୍ଜନା ନାରାୟଣ ଝା ୨୦୨୨ରେ ବୈବାହିକ ଜୀବନ ପୁଣି ଆରମ୍ଭ ପାଇଁ ମାମଲା ଦାୟର କରିଥିଲେ। ଏହା ପୂର୍ବରୁ ଉଦିତ ନାରାୟଣ ଅନେକ ଥର କୋର୍ଟରେ ଅନୁପସ୍ଥିତ ଥିବାରୁ ଅଦାଲତ ତାଙ୍କୁ ୧୦ ଟଙ୍କା ଜରିମାନା ଆଦାୟ କରିଥିଲେ। ପୂର୍ବ ସୂଚନା ଅନୁଯାୟୀ କିଛିଦିନ ତଳେ ଟ୍ରୋଲର ଶିକାର ହୋଇଥିଲେ ବଲିଉଡର ଲୋକପ୍ରିୟ ଗାୟକ ଉଦିତ ନାରାୟଣ । ଗାୟକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏହି ଭିଡିଓଟି ଏକ ଲାଇଭ୍ କନସର୍ଟର, ଯେଉଁଥିରେ ସେ ତାଙ୍କର ହିଟ୍ ଗୀତ ‘ଟିପ୍ ଟିପ୍ ବରସା ପାନି’ ପରିବେଷଣ କରୁଥିବା ବେଳେ ଜଣେ ମହିଳା ଫ୍ୟାନ୍ସଙ୍କୁ କିସ୍ କରୁଥିବା ନଜର ଆସିଥିଲେ । ଯାହା କି ସେହି ସମୟରେ ସୋସିଆଲ ମିଡିଆରେ ତୀବ୍ର ଭାବରେ ଭାଇରାଲ…
କେନ୍ଦୁଝର ସଦର ବ୍ଲକ ଅଧୀନ ପର୍ଜନପୁର ପଞ୍ଚାୟତ କଲଣ୍ଡା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବକ ଜଣକ ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟାୱାରରେ ଚଢିଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି କଲଣ୍ଡା ଖେଳ ପଡିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ସ୍ଥାନୀୟ ଅମୃତପଡା ଗାଁର ନେତ୍ର ମୁଣ୍ଡା ସେଠାକୁ ଆସିଥିଲେ। ଏହି ସମୟରେ ସେ ଟାୱାର ଉପରକୁ ଚଢି ଉପରେ ଶୋଇ ପଡିଥିଲେ । ଲୋକେ ବୁଝା ସୁଝା କରିବା ପରେ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଥିଲେ ।ହେଲେ ଯୁବକ ଜଣକ ଟାୱାର ଉପରକୁ କାହିଁକି ଚଢ଼ିଲେ ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷେ ଯୁବକ ଜଣକ ମାନସିକ ବିକୃତ ଥିବା ସୂଚନା ମିଳିଛି। ସେ ହେଲେ ନେତ୍ର ମୁଣ୍ଡା(୬୦)। ତାଙ୍କ ଘର ସ୍ଥାନୀୟ ଅମୃତପଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି।
ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅଦିନିଆ ବର୍ଷା ଲାଗିରହିଛି। କେଉଁଠି କୁଆପଥର ତ ଆଉ କେଉଁଠି ବର୍ଷା ପବନ ହୋଇଛି। ବିଶେଷକରି ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦୁଇ ଦିନ ହେଲା ତୁହାକୁ ତୁହା ବର୍ଷା ହେବାରୁ ବ୍ୟାପକ ଫସଲ ନଷ୍ଟ ସହ କେତେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି। ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ ରହିଛି। ଏହା ସହ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟ ମଧ୍ୟକୁ ସମୁଦ୍ର ପଟୁ ଜଳୀୟବାଷ୍ପ ପ୍ରବେଶ କରୁଛି। ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ଯମ ଧରଣର ବର୍ଷା ଲାଗି ରହିଛି । ୮ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି । ଏହାବ୍ୟତୀତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ଯାଜପୁର ଜିଲ୍ଲାରେ ହାଲୁକା…
ଆବାସ ଯୋଜନାରେ ପଞ୍ଜିକରଣକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଦେଲେ ବଡ ସୂଚନା । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଆବାସ ଯୋଜନାରେ ପଞ୍ଜିକରଣ ଚାଲିବ ।ପ୍ରଧାନମନ୍ତ୍ରୀ ଆବାସ ଘର ପାଇଁ ଆବେଦନ କଲେଣି ସାଢେ ୧୨ ଲକ୍ଷ ଲୋକେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ଆରମ୍ଭ ହୋଇଥିବା ପଞ୍ଜୀକରଣ ସଂଖ୍ୟା ୧୨ଲକ୍ଷ୍ୟ ୫୦ହଜାର ପହଞ୍ଚିଲାଣି । ସବୁ ଲୋକଙ୍କ ପକ୍କା ଘର ସ୍ୱପ୍ନ ପୂରଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ପାଖାପାଖି ୬ ଲକ୍ଷ ଲୋକଙ୍କ ତାଲିକା ପ୍ରସ୍ତୁତ ହୋଇଛି । ତାହା ଛଡା ଯେଉଁମାନେ ରହିଯିବେ ସେମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ବୋଲି ଗତ ୯ ତାରିଖରେ ମନ୍ତ୍ରୀ କହିଥିଲେ । ଆଜି ଗୃହରେ ଆବାସକୁ ନେଇ ଦେଇଥିବା ତଥ୍ୟ ଆସିବା ପରେ ଏବେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ ବୋଲି ଆଶା ରହିଛି ।









