Author: sanitelevision

ସରକାର ସାତକୋଶିଆକୁ ବାଘ ଆଣିବାକୁ ଯୋଜନା ରଖିଛନ୍ତି ଓ ଏହାର ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। କିନ୍ତୁ ୧୧ ଦିନରେ ଏହି ନିଷିଦ୍ଧାଞ୍ଚଳରେ ୩ଥର ହେଲିକପ୍ଟର ଉଡାଣ କଲାଣି। ଗତକାଲି ହେଲିକପ୍ଟରଟି ଦିନ ସାଢେ ୧୦ଟା ସମୟରେ ଆଠମଲ୍ଲିକ ଅଞ୍ଚଳରୁ ଆକାଶ ମାର୍ଗରେ ଆସି ସାତକୋଶିଆ ଦେଇ ମହାନଦୀର ତଳ ଅଞ୍ଚଳକୁ ଯାଇଥିବା ସୂଚନା ମିଳିଛି।ବିମାନବନ୍ଦରକର୍ତ୍ତୃପକ୍ଷ ଓ ବନବିଭାଗ ଚିଠି ଦିଆନିଆରେ ତଦନ୍ତ ସୀମିତ ରଖୁଛନ୍ତି। ସରକାର ସାତକୋଶିଆକୁ ବାଘ ଆଣିବାକୁ ଯୋଜନା ରଖୁଛନ୍ତି ଓ ଏହାର ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖଚ୍ଚ କରୁଛନ୍ତି। ୧୧ ଦିନ ତଳେ ନିଷିଦ୍ଧାଞ୍ଚଳର ଆକାଶ ମାର୍ଗରେ ଉଡି ହେଲିକପ୍ଟରଟି କାହାର ଓ କାହାଠାରୁ ଅନୁମତି ପାଇ ସାତକୋଶିଆ ଗଣ୍ଡ ଉପରେ ଉଡାଇଥିଲେ ତାହାର ଉତ୍ତର କାହା ପାଖରେ ନାହିଁ ।ସୂଚନାଥାଉକି, କେତେବେଳେ, କେତେ ଅକ୍ଷାଂଶ ଓ ଦ୍ରାଘିମା ଏବଂ କେତେ ଉଚ୍ଚତାରେ ହେଲିକପ୍ଟରଟି ଉଡାଣ କରିଥିଲା ତାହାର ବିସ୍ତୃତ…

Read More

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିର ଖବର । ଗୋଟିଏ ଶାବକକୁ ଜନ୍ମ ଦେଇଛି ବାଘୁଣୀ ଅଙ୍କିତା । ତୃତୀୟ ଥର ପାଇଁ ମା ହୋଇଛି ବାଘୁଣୀ ଅଙ୍କିତା । ଯାହାଦ୍ୱାରା ନନ୍ଦନକାନନରେ ମୋଟ ବାଘ ସଂଖ୍ୟା୨୮କୁ ବୃଦ୍ଧି ପାଇଛି । ଗୋଟିଏ ଶାବକକୁ ଜନ୍ମ ଦେଇଛି ବାଘୁଣୀ ଅଙ୍କିତା । କିଛି ମାସ ତଳେ ନନ୍ଦନକାନନରେ ମହାବଳ ବାଘ ସେଫ ସହିତ କରାଯାଇଥିଲା ମିଳନ ।ଏନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି ।

Read More

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଅପେକ୍ଷାରେ ଥିବା କୃଷକମାନଙ୍କ ପାଇଁ ଖୁସିଖବର। ଆଜି ଆଜି କୃଷକଙ୍କ ଖାତାକୁ ଆସିବ ପିଏମ୍‌ କିଷାନ ଟଙ୍କା । ବିହାରରୁ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ ମୋଦି ।ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଲେଖାଏଁ ଟଙ୍କା । ପିଏମ ମୋଦି ଡିବିଟି ଜରିଆରେ ୯.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ । କିଷାନ ଟଙ୍କାର ୧୮ତମ କିସ୍ତିର ଲାଭାର୍ଥୀଙ୍କ ସଂଖ୍ୟା ୯.୬ କୋଟି ଟଙ୍କା ଥିଲା, ଯାହାକି ଏବେ ବୃଦ୍ଧି ପାଇଛି। ଏଯାବତ ମୋଟ ୩.୪୬ ଲକ୍ଷ କୋଟି ଟଙ୍କା ଦିଆଯାଇଚି। ଆସନ୍ତା ସପ୍ତାହରେ ୧୯ତମ କିସ୍ତି ଜାରି କରିବା ପରେ ଏହି ରାଶି ବୃଦ୍ଧି ପାଇ ୩.୬୮ ଲକ୍ଷ କୋଟିରେ ପହଞ୍ଚିବ।

Read More

ରାଜ୍ୟରେ ଅଦିନିଆ ଝଡ଼ବର୍ଷା ଜାରି ରହିଛି। ଆଗାମୀ ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ବର୍ଷା ନେଇ ଅରେଞ୍ଜ ଏବଂ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି । ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଗଞ୍ଜାମ, ଗଜପତି, ଜଗତସିଂପୁର ଏବଂ କଟକକୁ ମଧ୍ୟ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ଓ୍ବାର୍ନିଂ ଜିଲାରେ ଘଡଘଡି ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିବ। ସେହିପରି ୟେଲୋ ଓ୍ବାର୍ନିଂ ଜିଲାରେ ଘଡଘଡି ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବ। ଏନେଇ ଜିଲାପାଳମାନଙ୍କୁ ଚିଠି ଲେଖି ଏସ୍‌ଆରସି ସତର୍କ କରାଇଛନ୍ତି।

Read More

ନୂଆପଡ଼ା ଜିଲା ଘୁଚାଗୁଡ଼ା ପିଇଓ ସତ୍ୟବ୍ରତ ବରାଳ ଏବଂ ତାଙ୍କ ଭାଇ ଉତ୍ତମ ବରାଳଙ୍କୁ ଧରିଛି ଭିଜିଲାନ୍ସ । ସରକାରୀ ଅର୍ଥ ଆତ୍ମସାତ କରିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ଉଭୟ ଭାଇଙ୍କ ବିରୋଧରେ ୭ ଲକ୍ଷ ୨୦ ହଜାର ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି ।ସୂଚନା ଅନୁସାରେ, ହାଇମାଷ୍ଟ ଲାଇଟ ଲଗାଇବା, ରାସ୍ତା ଲାଇଟ୍ ମରାମତି କରିବା, ପାର୍କ ମାନଙ୍କରେ ଜିମ୍ ସାମଗ୍ରୀ ଲଗାଇବା ପରି ଅନେକ କାମରେ ଉଭୟେ ସରକାରୀ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଭିଜିଲାନ୍ସ । ଅଭିଯୋଗ ପରେ ୨୦୨୪-୨୫ରେ ୭ ଲକ୍ଷ ୨୦ ହଜାର ଟଙ୍କା ଦୁହେଁ ଭାଇ ହଡ଼ପ କରିଥିବା ନେଇ ଜଣାପଡିଥିଲା। ସେଥିରୁ ୪ ଲକ୍ଷ ୨ ହଜାର ଟଙ୍କା ଜଣଙ୍କ ଆକଇଉଣ୍ଟରେ ଥିବା ବେଳେ ବାକି ୩ଲକ୍ଷ ୯୮୧ ଟଙ୍କା ଅନ୍ୟ…

Read More

ଚୀନକୁ ପୁଣି ଫେରିଲା ନୂଆ କରୋନା ଭାଇରସ୍ । ବାଦୁଡ଼ି ଠାରେ ଠାବ ହୋଇଛି ନୂଆ ଭାଇରସ୍ HKU5-COV-2 । ଚୀନର ବ୍ୟାଟ ଓମ୍ୟାନ ଭାବେ ଜଣାଶୁଣା ଭାଇରୋଲୋଜିଷ୍ଟ ସି ଝେଙ୍ଗଲି ବାଦୁଡ଼ି ଦେହରେ ନୂଆ ଭାଇରସ ଠାବ କରିଛନ୍ତି । ପୂର୍ବ ମହାମାରୀର କାରଣ ସାଜିଥିବା SARS-CoV-2 ଭାଇରସ ସହ ଏହାର ସାମାଞ୍ଜସ୍ୟ ରହିଛି ।ଚାଇନାର ୱହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀମାନେ ଏହି ନୂଆ ଭୂତାଣୁକୁ ଠାବ କରିଛନ୍ତି । ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ମାନେ ଆଶଙ୍କା କରିଛନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ ନୂତନ ଭୂତାଣୁ କରୋନା ପରି ମାନବ କୋଷକୁ ସଂକ୍ରମିତ କରିପାରେ। ଏହା କେବଳ ବାଦୁଡି ନୁହେଁ ମଣିଷ ସମେତ ଅନେକ ପ୍ରାଣୀ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରିଛନ୍ତି ଏହା ଉପରେ ଅଧ୍ୟୟନ କରୁଥିବା…

Read More

ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ ଶନିବାର ସକାଳେ ନୂଆଦିଲ୍ଲୀସ୍ଥିତ ବାସଭବନରେ ଦେହନ୍ତେ ହୋଇଛି। ୯୫ବର୍ଷ ବୟସରେ ନୃତ୍ୟଗୁରୁ ମାୟାଧର ରାଉତଙ୍କ ଦେହାନ୍ତ ହୋଇଛି । ପରିବାର ବର୍ଗଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ସେ ନାତିନାତୁଣୀ ତଥା ପରିବାରର ଅନ୍ୟ ସଦସ୍ୟଙ୍କ ଗହଣରେ ଖିଆପିଆ କରିଥିଲେ। ତାଙ୍କର କୌଣସି ରୋଗନଥିଲା ବେଳେ ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।ତେବେ ତାଙ୍କର ଅନ୍ତିମ ସଂତ୍କାର ଲୋଧି ରୋଡ୍ ଶ୍ମଶାନରେ କରାଯିବ ବୋଲି ଜଣାପଡିଛି।ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦିଗରେ ମାୟାଧର ପ୍ରୟାସ କରିଥିଲେ । ତାଙ୍କ ବିୟୋଗରେ ଶୋକବ୍ୟକ୍ତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି।ତାଙ୍କ ପରିବାରରେ ଝିଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁମିତା ରାଉତ, ଏବଂ ପୁଅ ମନୋଜ ଏବଂ ମନ୍ମଥ ରାଉତ ଅଛନ୍ତି। ୨୦୧୭ ମସିହାରେ ତାଙ୍କ ପତ୍ନୀ ମମତା ରାଉତଙ୍କ ମୃତ୍ୟୁ ହୋଇଥିଲା।

Read More

ସମ୍ବଲପୁର ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର । ଶୁକ୍ରବାର ସକାଳେ ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରଙ୍କୁ ଯାଇ ଦର୍ଶନ କରିଛନ୍ତି । ଏହାପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ପରିଦର୍ଶନ କରିଥିଲେ l ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ମହିଳା ଶିଶୁ ବିକାଶ ଉପରେ ଏକ ସମୀକ୍ଷା ବୈଠକ କରିଥିଲେ l ଏହି ଅବସରରେ ମନ୍ତ୍ରୀ ସାବିତ୍ରୀ ଠାକୁର କହିଛନ୍ତି, “ଯେଉଁ ସ୍ଥାନ ଗୁଡିକରେ ଅଙ୍ଗନବାଡି କେନ୍ଦ୍ର ନାହିଁ ସେନେଇ ପ୍ରସ୍ତାବ ମଗାଯାଇଛି l ପୂର୍ବରୁ କେତେ ଅଙ୍ଗନବାଡି ରହିଛି, କେତେ ଗର୍ଭବତୀ ମା ଅଛନ୍ତି ତାର ତଥ୍ୟ ରେଜିଷ୍ଟ୍ରରରେ ରହୁଥିଲା କିନ୍ତୁ ଏବେ ଅଙ୍ଗନବାଡି କେନ୍ଦ୍ରକୁ ଆପ ଜରିଆରେ ମୋବାଇଲ ସହ ସଂଯୋଗ କରାଯିବ l ଏହାଦ୍ୱାରା ଜିଲ୍ଲାପାଳ ହୁଅନ୍ତୁ କି ଯେକୌଣସି ଅଧିକାରୀ ଅନଲାଇନରେ ଅଙ୍ଗନବାଡି କେନ୍ଦ୍ରର ହାଲଚାଲ ଜାଣି…

Read More

କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କୁ ଚିରା ସିଟରେ ବସି କଲେ ବିମାନ ଯାତ୍ରା । ଏୟାର ଇଣ୍ଡିଆ ବିମାନର ଚିରା ସିଟରେ ବସି କେନ୍ଦ୍ର ମନ୍ତ୍ରୀ ଯାତ୍ରା କରିଥିବା ନେଇ ଏକ୍ସରେ ପୋଷ୍ଟ କରିଛନ୍ତି । ଶିବରାଜ ନିରାଶ ହୋଇ ଏୟାର ଇଣ୍ଡିଆ ବିମାନରେ ବସିବା ବହୁତ ଯନ୍ତ୍ରଣାଦାୟକ ଥିଲା ବୋଲି କହିଛନ୍ତି ।ବିମାନରେ ତାଙ୍କୁ ସିଟ୍ ନମ୍ବର ୮ସି ଆବଣ୍ଟନ କରାଯାଇଥିଲା, ତେବେ କେନ୍ଦ୍ରମନ୍ତ୍ରୀ ସିଟ ପାଖକୁ ଯିବା ସମୟରେ ଏହା ଭାଙ୍ଗିଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବିମାନ କର୍ମଚାରୀଙ୍କୁ ଅବଗତ ମଧ୍ୟ କରାଇଥିଲେ। ବିମାନରେ ଯାଉଥିବା ଅନ୍ୟ ଯାତ୍ରୀ ମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସିଟ୍ ବଦଳାଇ ଭଲ ସିଟରେ ବସିବାକୁ ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ସେହି ଭଙ୍ଗା ସିଟରେ ବସି ଯାତ୍ରା କରିଥିଲେ । ବିମାନରେ ଅନେକ ସିଟର ଅବସ୍ଥା ସମାନ ରହିଥିବା ବେଳେ କର୍ତ୍ତୃପକ୍ଷ କାହିଁକି ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି ବୋଲି…

Read More

କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।ଆଇନମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ସମ୍ପୃକ୍ତ ବିଭାଗ ପଦକ୍ଷେପ ନେବ। ରାଜସ୍ବ ବିଭାଗ ଓ ଜିଏ ବିଭାଗ ପକ୍ଷରୁ ଏନେଇ ସ୍ପେଶାଲ ଡ୍ରାଇଭ୍‌ ଯୋଜନା କରାଯାଉଛି। ଜବରଦଖଲ ମୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ୍‌ କାର୍ଯ୍ୟ କରିବ। ବ୍ୟବସାୟିକ ଉଦ୍ଦେଶ୍ୟ ହେଉ କି ଜବରଦଖଲ ହେଉ ପ୍ରକୃତ କଥା ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।ତେବେ କିଟରେ ନେପାଳି ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଦିନ ଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗତକାଲି ଅଚ୍ୟୁତ ସାମନ୍ତଙ୍କୁ ଅଢେଇ ଘଣ୍ଟା ଧରି ଜେରା କରାଯାଇଛି । ଅନ୍ୟପକ୍ଷେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, କିଟ୍‌ରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ। ଏହା ସାଧାରଣ ଘଟଣା ନୁହେଁ, ଏଥିପାଇଁ ଓଡ଼ିଶା ବିଶ୍ବ ଦରବାରରେ ନିନ୍ଦିତ ହୋଇଛି।…

Read More