Author: sanitelevision

ପୁଣି ପାକିସ୍ତାନରେ ସୁରକ୍ଷିତ ମ୍ୟାଚ ନେଇ ଆଶଙ୍କା ପ୍ରକାଶ ପାଇଛି । ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଆତଙ୍କୀ ହାମଲା ନେଇ ସତର୍କତା ଜାରି କରାଯାଇଛି। ଟିଟିପି, ଆଇଏସ୍‌ଆଇଏସ୍‌ ଉପରେ କଡ଼ା ନଜର ରଖାଯାଇଛି ।ପାକିସ୍ତାନର ଗୁଇନ୍ଦା ବିଭାଗ ସୋମବାର ଦିନ ଏକ ହାଇ ଆଲର୍ଟ ଜାରି କରି ଦେଶର ସୁରକ୍ଷା ବାହିନୀକୁ “ସକ୍ରିୟ ଗୁପ୍ତ ଗୋଷ୍ଠୀ” ଦ୍ୱାରା ୨୦୨୫ ମସିହାର ଆଇଆଇସି ଚମ୍ପିଆନ୍ସ ଟ୍ରଫିରେ ଯୋଗଦେବା ପାଇଁ ବିଦେଶୀ ଅତିଥିମାନଙ୍କୁ ଅପହରଣ କରିବା ପାଇଁ ଏକ ଷଡ଼ଯନ୍ତ୍ର ବିଷୟରେ ସତର୍କ କରାଇ ଦେଇଛି।ପାକିସ୍ତାନର ସୁରକ୍ଷା ବାହିନୀ ଖେଳାଳି ଏବଂ ସେମାନଙ୍କ ସହିତ ଥିବା କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ପୁଲିସ ସମେତ ଉଚ୍ଚସ୍ତରୀୟ ସୁରକ୍ଷା ଦଳ ନିୟୋଜିତ କରିଛନ୍ତି। ଏହାପୂର୍ବରୁ ପାକିସ୍ତାନରେ ଶ୍ରୀଲଙ୍କା ଖେଳିବାକୁ ଯାଇଥିବା ବେଳେ ଆତଙ୍କୀ ହମଲା ହୋଇଥିଲା । ଯେଉଁଥି ପାଇଁ ପାକିସ୍ତାନରେ ଅନେକ ବର୍ଷ ଧରି ଅନ୍ତର୍ଜାତୀୟ ମ୍ୟାଚ୍‌ ମଧ୍ୟ ବନ୍ଦ ରହିଥିଲା…

Read More

ଟ୍ବିନ୍ ସିଟି ଜଗିବ ଏଆଇ କ୍ୟାମେରା । ଟ୍ବିନ୍ ସିଟି କଟକ ଏବଂ ଭୁବନେଶ୍ବରରେ ଏଆଇ କ୍ୟାମେରା ଲାଗିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁରେଶ ଦେବଦତ୍ତ ସିଂ ।ଦୟା ବ୍ରିଜ୍, ଏୟାରଫିଲ୍ଡ ଥାନା ନିକଟବର୍ତ୍ତୀ ସୁନ୍ଦରପଦା-ଜଟଣୀ ରୋଡ୍, ପାତ୍ରପଡ଼ା ଛକ, ଚନ୍ଦକା ଛକ, ନନ୍ଦନକାନନ-ବାରଙ୍ଗ ଛକ, ହଂସପାଳ ଛକ, ପୁରୀ ବାଇପାସ୍‌ର ସାଇ ମନ୍ଦିର ଛକରେ ଏଆଇ କ୍ୟାମେରା ଲଗାଯିବ। ଆଡଭାନ୍ସ ଫେସିଆଲ ରିକୋଗନାଇଜ୍ ସିଷ୍ଟମ ଜରିଆରେ ଚିହ୍ନଟ ହେବେ ଅପରାଧୀ ଓ ଟ୍ରାଫିକଖିଲାପକାରୀ । ବାୟୋମେଟ୍ରିକ ଏସେସ କଣ୍ଟ୍ରୋଲ ଜରିଆରେ ଅପରାଧୀ ଓ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବ। ଏବେ ଟୁଇନସିଟିରେ ୧ ହଜାର କ୍ୟାମେରା ଲାଗିଥିଲେ ମଧ୍ୟ ଅଧିକାଂଶ ଖରାପ ହୋଇଥିବା ଦେଖାଯାଇଛି ।ଏହା ପର୍ଯ୍ୟାପ୍ତ ନୁହେଁ । ତେଣୁ AI କ୍ୟାମେରା ପାଇଁ ପ୍ରସ୍ତାବ ରହିଛି । ଆପାର୍ଟମେଣ୍ଟରେ ସିସିଟିଭି କ୍ୟାମେରା ଲଗାଇବାକୁ ପୋଲିସ କମିଶନର ପୁଣି ଅନୁରୋଧ କରିଛନ୍ତି ।

Read More

ଚାଷୀଙ୍କ ମୁହଁରେ ଖୁସିର ଲହରୀ । ଖାତାକୁ ଆସିଲା ପିଏମ୍ କିଷାନ ଟଙ୍କା । ବିହାରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାରେ ଓଡ଼ିଶାର ଚାଷୀମାନେ ବୃଦ୍ଧି ପାଉଛନ୍ତି, କାରଣ ସାମ୍ପ୍ରତିକ ପ୍ରୟାସ ଯୋଗୁଁ ଅଂଶଗ୍ରହଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି,” ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ୧୯ତମ କିସ୍ତି ବଣ୍ଟନ ସମୟରେ ପାଢୀ କହିଥିଲେ। ଗତ ବର୍ଷ ତୁଳନାରେ ୩.୪୩ ଲକ୍ଷରୁ ଅଧିକ ଚାଷୀଙ୍କ ଏକ ଉଲ୍ଲେଖନୀୟ ବୃଦ୍ଧି ମଧ୍ୟ କୃଷି ସଚିବ ଉଲ୍ଲେଖ କରିଛନ୍ତି। “ଏହି ବର୍ଷ ଓଡ଼ିଶାର ଅତି କମରେ ୩୪, ୯୮, ୧୪୭ ଜଣ ଚାଷୀ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାରେ ଉପକୃତ ହୋଇଛନ୍ତି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ୩,୪୩,୪୪୭ ଜଣ ହିତାଧିକାରୀଙ୍କ ଅତିରିକ୍ତ ବୃଦ୍ଧି ହୋଇଛି,” ପାଢୀ ସୂଚନା ଦେଇଛନ୍ତି।ପୂର୍ବରୁ ଯୋଜନାର ୧୮ତମ କିସ୍ତି ୨୦୨୪ ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ…

Read More

ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟା। ସୋର ଥାନା ଲିଙ୍ଗାପଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।ଯୁବତୀ ଜଣଙ୍କ ନାମ ହେଉଛି ଜ୍ୟୋତିର୍ମୟୀ ରଣା (୨୫)। ଜ୍ୟୋତିର୍ମୟୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଦୁଇମାସ ତଳେ ଘରକୁ ଆସିଥିଲେ। ଆଜି ଘରେ କେହି ନଥିବା ବେଳେ ଜ୍ୟୋତିର୍ମୟୀଙ୍କ ଗଳା କାଟି କେହି ହତ୍ୟା କରିଦେଇଥିଲା। କିଛି ସମୟ ପରେ ଘର ଲୋକ ଫେରି ଝିଅକୁ ରକ୍ତାକ୍ତ ଅବସ୍ଥାରେ ଦେଖି ତୁରନ୍ତ ସୋର ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ଦୁଇ ଦିନ ତଳେ ବାସୁଦେବପୁର ଅଞ୍ଚଳର ଜଣେ ଯୁବକ ହଇରାଣ କରୁଥିବା ନେଇ ଜ୍ୟୋତିର୍ମୟୀ ସୋର ଥାନାରେ ଅଭିଯୋଗ କରିଥିଲେ।

Read More

ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରବିବାର ଏକ୍ସ’ରେ କହିଛନ୍ତି, ରୁଷିଆ ରାତିଅଧିଆ ୨୦୦ରୁ ଊର୍ଦ୍ଧ୍ୱ ଡ୍ରୋନ୍‌ ଆକ୍ରମଣ କରିଛି। ପ୍ରତିଦିନ ୟୁକ୍ରେନୀୟ ନାଗରିକ ‘ଆକାଶମାର୍ଗରୁ ଆତଙ୍କ’କୁ ସାମ୍ନା କରୁଛନ୍ତି। ଯୁଦ୍ଧର ତୃତୀୟ ବାର୍ଷିକୀ ଅବ୍ୟବହିତ ପୂର୍ବରୁ ୟୁକ୍ରେନ୍‌ ବିରୋଧରେ ରୁଷିଆ ୬ ଘଣ୍ଟା ଧରି ୨୬୭ ଇରାନୀୟ ଡ୍ରୋନ୍‌ ଆକ୍ରମଣ କରିଛି, ଯାହାକି ୟୁକ୍ରେନୀୟ ସହର ଓ ଗ୍ରାମଗୁଡ଼ିକ ଉପରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ସବୁଠୁ ବଡ଼ ଡ୍ରୋନ୍‌ ଆଟାକ୍‌ ବୋଲି ଜେଲେନ୍‌ସ୍କି ପ୍ରକାଶ କରିଛନ୍ତି। ରୁଷ୍‌ ମଧ୍ୟ ୩ଟି ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରକ୍ଷେପଣ କରିଥିବାରୁ ୟୁକ୍ରେନର ୫ଟି ଅଞ୍ଚଳରେ ବ୍ୟାପକ ଧ୍ବଂସଲୀଳା ଦେଖିବାକୁ ମିଳିଛି । ମୃତାହତଙ୍କ ସଂପର୍କରେ ୟୁକ୍ରେନ କୌଣସି ତଥ୍ୟ ଜାରି କରିନାହିଁ । ମସ୍କୋ ଏବେ ୟୁକ୍ରେନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାଗୁଡ଼ିକୁ ଧ୍ବଂସ କରିବା ପାଇଁ ଅହରହ ପ୍ରୟାସ କରୁଛି । ଯୁଦ୍ଧର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଆମେରିକା, ବ୍ରିଟେନ୍‌ ସମେତ ଅନେକ…

Read More

ମାର୍ଚ୍ଚ ସୁଦ୍ଧା ଶେଷ ହୋଇପାରିବ ନାହିଁ ରତ୍ନଭଣ୍ଡାର ଗଣତିମଣତି । ମରାମତି ପାଇଁ ଆହୁରି ମାସେ ଦୁଇମାସେ ସମୟ ଲାଗିବ । ଏଥିପାଇଁ ଗଣତିମଣତି କାର୍ଯ୍ୟ ବିଳମ୍ବ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ଏଏସଆଇକୁ ମନ୍ଦିର ପ୍ରଶାସନ ମରାମତି ପାଇଁ ସମୟ ଦେଉନଥିବା ଅଭିଯୋଗ ନେଇ ଆଇନ ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ରୀତିନୀତି ସହିତ ମରାମତି ଚାଲୁଛି। ରୀତିନୀତିରୁ ଚାରିରୁ ପାଞ୍ଚ ଘଣ୍ଟା କଢ଼ାଯାଇ ମରାମତି ପାଇଁ ସମୟ ଦିଆଯାଉଛି। ପ୍ରଶାସନ ସମୟ ଦେଉନାହିଁ ଭୁଲ କଥା, ଏଏସଆଇର ସହମତିରେ କାମ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ରଥଯାତ୍ରା ପୂର୍ବରୁ ଗଣତି ମଣତିର ପ୍ରକ୍ରିୟା ଶେଷ କରିବୁ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।

Read More

କାନ୍ଦି କାନ୍ଦି ପ୍ରେମିକର ପିଣ୍ଡ ଦେଲେ Rani Panda । ଏମିତି କିଛି ଭିଡିଓ ସାମ୍ନାକୁ ଆସିଛି ଯାହା ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟମାନଙ୍କ ଭଳି ଦିନେ ସେ ମଧ୍ୟ ସତ ସତିକା ପ୍ରେମିକା ସାଜି ପ୍ରେମ କରିଥିଲେ, ସେଥିରେ ଉବୁଟୁବୁ ମଧ୍ୟ ହୋଇଥିଲେ । ହେଲେ ଧୋକାବାଜ ପ୍ରେମିକ ଅନେକ କିଛି ସ୍ୱପ୍ନ ଦେଖାଇ ସ୍ୱପ୍ନ ମହଲରେ ଘର କରାଇ ଶେଷରେ ରାଣୀଙ୍କୁ ଧୋକା ଦେଇ ଅନ୍ୟ କାହାର ହାତ ଧରୁଛି । ଆଉ ଏପଟେ ଧୋକାବାଜ ପ୍ରେମିକର ଦୟା ନଦୀ କୂଳରେ ପିଣ୍ଡ ଦାନ କରୁଛନ୍ତି ରାଣୀ ପଣ୍ଡା ।ସୂଚନା ଅନୁସାରେ, ଆଜି Rani Pandaଙ୍କ ପୂର୍ବତନ ପ୍ରେମିକଙ୍କ ବାହାଘର । ଆଉ ଜଣେ ଯୁବତୀଙ୍କୁ ବାହା ହେଉଛନ୍ତି ରାଣୀ ପଣ୍ଡାଙ୍କ ପୂର୍ବତନ ପ୍ରେମିକ । ଆଉ ଏହିକଥାକୁ ସହଜରେ ଗ୍ରହଣ କରିପାହାନ୍ତି ରାଣୀ ପଣ୍ଡା । ସିଧା ନଈ ପଠାକୁ ଯାଇ ବୟଫ୍ରେଣ୍ଡକୁ…

Read More

ଶ୍ରୀରାମଲଲାଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁରା ପରିବାର ସହ ଅଯୋଧ୍ୟା ଯାଇ ରାମ ଲଲାଙ୍କ ଦର୍ଶନ କରିବା ସହ ଆଳତି ମଧ୍ୟ କରିଥିଲେ । ପ୍ରଭୁଙ୍କ ଭବ୍ୟ ଦର୍ଶନ କରି ଖୁସି ପ୍ରକାଶ କରିଛନ୍ତି ମୋହନ ମାଝୀ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଭୁଙ୍କୁ ଦର୍ଶନ କରିବାର ତାଙ୍କୁ ସୌଭାଗ୍ୟ ମିଳିଛି।ଆଗାମୀ ଦିନରେ ଅଯୋଧ୍ୟାରେ ଓଡ଼ିଶା ଭବନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିପାଇଁ ଜମି ଯୋଗାଇ ଦେବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି। ସଂଗମରେ ବୁଡ଼ ପକାଇବା ସହିତ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ, ଏଠାରେ ଉପସ୍ଥିତ ରହି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ପବିତ୍ର ସଂଗମରେ ବୁଡ଼ ପକାଇଛି ଏବଂ ପ୍ରାର୍ଥନା କରିଛି। ଓଡ଼ିଶା ତଥା ଦେଶର କଲ୍ୟାଣ ପାଇଁ ମା’ ଗଙ୍ଗା, ମା’ ଯୁମୁନା ଓ ମା’ ସରସ୍ବତୀଙ୍କ ନିକଟରେ ପ୍ରାର୍ଥନା…

Read More

ଗଞ୍ଜାମ ଋଷିକୂଲ୍ୟା ମୁହାଁଣରେ କଇଁଛଙ୍କ ଗଣ ଅଣ୍ଡାଦାନରେ ବିଶ୍ଵ ରେକର୍ଡ । ଋଷିକୂଲ୍ୟା ମୁହାଁଣରେ ଚାଲିଥିବା ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛଙ୍କ ଗଣ‌‌‌ ଅଣ୍ଡାଦାନ ଶେଷ ହୋଇଛି । ଚଳିତ ବର୍ଷ ୮ ଦିନରେ ମୋଟ ୬ ଲକ୍ଷ ୯୮ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନ କରିଛନ୍ତି । ଚଳିତ ବର୍ଷର ଗଣ ଅଣ୍ଡାଦାନ ସମସ୍ତ ରେକର୍ଡକୁ ଭାଙ୍ଗିଛି ।ଅନ୍ୟପଟେ ଗହୀରମଥାରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇନଥିବା ବେଳେ ଆଉ ଅଳ୍ପ କେଇ ଦିନ ମଧ୍ୟରେ ଏଠାରେ ମଧ୍ୟ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି। ରାଜ୍ୟ ବନ ବିଭାଗର ତଥ୍ୟ ଅନୁଯାୟୀ, ୨୦୧୯-୨୦ରେ ଋଷିକୂଲ୍ୟାରେ ୩.୨୩ ଲକ୍ଷ କଇଁଛ ଗଣଅଣ୍ଡାଦାନ କରିଥିବା ବେଳେ ୨୦୨୧-୨୨ରେ ୫.୫୦ଲକ୍ଷ, ୨୦୨୨-୨୩ରେ ୬.୩୭ଲକ୍ଷ ଅଲିଭ୍‌ରିଡ୍‌ଲେ ଗଣଅଣ୍ଡାଦାନ କରିଥିଲେ। ତେବେ ଗତବର୍ଷ ଏଠାରେ ଗଣଅଣ୍ଡାଦାନ ହୋଇପାରି ନଥିବା ବେଳେ ଏ ବର୍ଷ ଅଦ୍ୟାବଧି ୬ ଲକ୍ଷ ୪୧…

Read More

ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭକୁ ନିଇତି କୋଟି କୋଟି ଶ୍ରଦ୍ଧାଳୁ ଯାଉଛନ୍ତି । ଧର୍ମ, ଆସ୍ଥା ଓ ବିଶ୍ବାସର ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତ୍କଣ୍ଠା । ହେଲେ କୁମ୍ଭରୁ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା । ଦିଲ୍ଲୀର ତ୍ରିଲୋକପୁରୀ ବାସିନ୍ଦା ଅଶୋକ କୁମାର ନାମକ ଏହି ବ୍ୟକ୍ତି ଦୁଇ ସାବାଳକ ପୁତ୍ର ସନ୍ତାନର ଜନକ ହୋଇଥିବା ସତ୍ତ୍ବେ ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ତେବେ ପରକୀୟା ପ୍ରୀତିରେ ପତ୍ନୀ ବାଧା ସୃଷ୍ଟି କରୁଥିବାରୁ ଅଶୋକ ପତ୍ନୀ ମୀନାକ୍ଷୀଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ। ଏଥିପାଇଁ ସେ ମୀନାକ୍ଷୀଙ୍କୁ ମହାକୁମ୍ଭରେ ବୁଡ଼ ପକାଇବା ଆଶା ଦେଖାଇ ପ୍ରୟାଗରାଜ ନେଇଥିଲେ। ପତି ପତ୍ନୀ ଗତ ୧୭ରେ ପ୍ରୟାଗରାଜର ଏକ ହୋଟେଲରେ ଅବସ୍ଥାନ କରିଥିବାବେଳେ ୧୮ରେ ସଙ୍ଗମରେ ବୁଡ ପକାଇଥିଲେ। ଅଶୋକ ଏହି ବୁଡ଼ ପକାଇବାର ଭିଡିଓ ଓ ଫଟୋଗୁଡିକୁ ନିଜର ପୁଅମାନଙ୍କ ନିକଟକୁ ପଠାଇଥିଲେ।…

Read More