Author: sanitelevision

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ । ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ଏନେଇ ଲିଷ୍ଟ ସହ ଡୋର୍‌ ଟୁ ଡୋର୍ ବୁଲି ଭେରିଫେକସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କାହାର ଆୟ କେତେ ଅଛି । ତାହାର ତର୍ଜମା ହେବ, ତାପରେ ଯାଇ କାର୍ଡ କଟିବ କି ରହିବ । ସେନେଇ ନିଷ୍ପତ୍ତି ନିଆଯିବ |ଇନକମ ଟାକ୍ସ ପାଇଁ ଯଦି କାଟିଥାଏ, ତେବେ ଆଦୌ ବ୍ୟସ୍ତ ହୁଅନ୍ତୁନି | ଯଦି କଟିଛି ବିଭାଗକୁ ଜଣାନ୍ତୁ ବୋଲି ଅପିଲ କଲେ ମନ୍ତ୍ରୀ | ତଦନ୍ତ କରି ସେମାନଙ୍କୁ ସାମିଲ କରାଯିବ | ଗ୍ରାମାଞ୍ଚଳରେ ମାସିକ 10 ହଜାର ଏବଂ ସହରାଞ୍ଚଳରେ 15 ହଜାର ଆୟ ଥିଲେ କାର୍ଡ କଟିବାକୁ ନିର୍ଦ୍ଦେଶ ଆସିଛି | ଆମେ ଦେଖୁଛୁ ଯେଉଁମାନେ…

Read More

ଭୁବନେଶ୍ୱର ରେଳ ଷ୍ଟେସନ ନିକଟ ବସ୍‌ଷ୍ଟାଣ୍ଡରେ ମାଡ଼ିଗଲା ମୋ ବସ । ଜଣେ ଗୁରୁତର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି। ପୁରୀର ରଞ୍ଜିତ ବେହେରା ଟ୍ରେନରେ ଭୁବନେଶ୍ବର ଆସିଥିଲେ। ଷ୍ଟେସନରେ ପହଁଚିବା ପରେ ଖରା ହେଉଥିବାରୁ ଠିଆ ହେଇଥିଲେ। କିନ୍ତୁ ହଠାତ ମୋ ବସ୍‌ ଡ୍ରାଇଭର କିଛି ନଦେଖି ଆଗକୁ ମାଡି ଆସିଥିଲେ। ଫଳରେ ଗୋଡ଼ରେ ପ୍ରବଳ ଆଘାତ ଲାଗିଛି।ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ସପ୍ତାହରେ ଭୁବନେଶ୍ବର ପାତ୍ରପଡା ନିର୍ମାଣଧିନ ଫୁଟ ଓଭର୍ ବ୍ରିଜ ନିକଟରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା । ରାସ୍ତା କଡରେ ଅପେକ୍ଷାରତ ଲୋକଙ୍କ ଉପରକୁ ମୋ ବସ୍ ଚଢିଯିବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳଥିଲା ।

Read More

ଆସନ୍ତା ୬ ଦିନ ଯାଏ ରାଜ୍ୟରେ ଶୁଖିଲା ପାଗ ରହିବ। ତେବେ ରାଜ୍ୟରେ ୩ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ବୁଧବାର ଜାଗରରେ ବି ପାଗ ସ୍ୱାଭାବିକ ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।ସୋମବାର ବୌଦ୍ଧ ଓ ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ଼ ହୋଇଛି। ଝାରସୁଗୁଡ଼ା ଓ ମାଲକାନଗିରିରେ ୩୫.୪ ଡିଗ୍ରୀ ଲେଖାଏଁ, ଟିଟିଲାଗଡ଼ରେ ୩୫ ଏବଂ ଭୁବନେଶ୍ବରରେ ୩୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ସର୍ବନିମ୍ନ ତାପମାତ୍ରା ପୁଣି ହ୍ରାସ ପାଇଛି। ଗତକାଲି ରାତିରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ, ସେମିଳିଗୁଡ଼ାରେ ୧୦.୫, ଫୁଲବାଣୀରେ ୧୨.୫, ଝାରସୁଗୁୁଡ଼ାରେ ୧୨.୯, ରାଉରକେଲାରେ ୧୪.୫ ଏବଂ ସୁନ୍ଦରଗଡ଼ରେ ୧୫.୩ ଡିଗ୍ରୀ ରେକର୍ଡ଼ ହୋଇଛି।ସୂଚନାଯୋଗ୍ୟ, ସାଧାରଣତଃ ଫେବ୍ରୁଆରୀ ମାସ ବେଳକୁ ଶୀତ ପ୍ରକୋପ ରହିଥାଏ । ତେବେ ଚଳିତ ବର୍ଷ ଏହି ଧାରାରେ ବିରାମ ଲାଗିଛି। ଶୀତ ଉଭାନ ହୋଇଯାଇଥିବା ବେଳେ ଫେବ୍ରୁଆରୀ…

Read More

ଫେବୃଆରୀ ୨୮ରେ ଗୋଟିଏ ସରଳରେଖାରେ ସାତଟି ଗ୍ରହ ଦେଖାଯିବ। ଏହି ସମୟ ମଧ୍ୟରେ ଶନି, ବୁଧ, ନେପଚ୍ୟୁନ୍, ଶୁକ୍ର, ୟୁରାନସ୍, ବୃହସ୍ପତି ଏବଂ ମଙ୍ଗଳ ଆଦି ଗ୍ରହ ଏକ ସରଳରେଖାରେ ଦେଖାଯିବେ। ବୈଜ୍ଞାନିକମାନେ ଏହି ଘଟଣାକୁ ଏକ ବିରଳ ସଂଯୋଗ ଭାବରେ ବର୍ଣ୍ଣନା କରିଛନ୍ତି।ଗୋଧୂଳି ସମୟରେ କିମ୍ବା ସୂର୍ଯ୍ୟାସ୍ତରୁ ୪୫ ମିନିଟ ଭିତରେ ଏହି ଦୃଶ୍ୟ ସର୍ବାଧିକ ଦୃଶ୍ୟମାନ ହେବ। ଏହା ପରେ ୨୦୪୦ ପର୍ଯ୍ୟନ୍ତ ଆଉ ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିବ ନାହିଁ।ଏହି ଅଦ୍ଭୁତ ଜ୍ୟୋତିର୍ବିଜ୍ଞାନ ଘଟଣାଟିକୁ ପ୍ଲାନେଟାରି ଆଲାଇନମେଣ୍ଟ କୁହାଯାଏ।

Read More

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଦଶମ ଶ୍ରେଣୀ ଛାତ୍ରୀ ଛୁଆ ଜନ୍ମ ଦେଇଛନ୍ତି। ଆଜି ଛାତ୍ରୀ ଜଣକ ଚିତ୍ରକୋଣ୍ଡା ମେଡିକାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।। ଶିକ୍ଷାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟରେ ନିରୀହ ଆଦିବାସୀ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ଚକିତ କରିଛି । ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟରେ ଘଟିଛି ଏହି ଘଟଣା ଘଟିଛି । ୧୦ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ଥିବା ବେଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିବା ପରେ ଜନ୍ମ କରିଛନ୍ତି ପିଲା । ହେଲେ ସ୍କୁଲ ଚାରି କାନ୍ଥ ଭିତରେ ଏହିଭଳି ଲଜ୍ୟା ଜନକ ଘଟଣା କେମିତି ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ । ଛାତ୍ରୀଙ୍କ ବାପାଙ୍କ କହିବା ଅନୁଯାୟୀ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଫୋନ କରି ତମର ଝିଅ ଦିଶୁନାହିଁ କହିଥିଲେ। ତୁରନ୍ତ ସ୍କୁଲକୁ ଆସିବାକୁ କହିଥିଲେ। ବାପା…

Read More

କାମାକ୍ଷାନଗର ଥାନା ବଡ଼ମୁକ୍ତାପଶି ଗାଁ ନିକଟରେ ୧୩୨ କେଭି ବିଦ୍ୟୁତ ଟାୱାର ରେ ନିଶାସକ୍ତ ଅବସ୍ଥା ରେ ଚଢ଼ିଗଲା ଯୁବକ l । ଅଢେଇ ଘଣ୍ଟା ଧରି ସେ ବିଦ୍ୟୁତ ଟାୱାରରେ ବସିଥିଲେ । ସେହି ଟାୱାରର ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରାଯାଇଥିଲା ।ତେବେ ଚଢ଼ିବା ପରେ ଓଲ୍ହାଇବାର ନାଁ ଧରୁନଥିଲା ଯୁବକ l ଯେଉଁଥିପାଇଁ ପୋଲିସ, ଅଗ୍ନିଶମ ବାହିନୀ ଓ ବିଦ୍ୟୁତ ବିଭାଗକୁ ନାକେଦମ ହେବାକୁ ପଡିଥିଲା l ଶେଷରେ ନିଶାସକ୍ତ ଯୁବକକୁ ଉଦ୍ଧର କରା ଯାଇଥିଲା |

Read More

ବାଲେଶ୍ବର ଜିଲା ଜଳେଶ୍ୱର ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଝିଅକୁ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ଯୁବକ ପଞ୍ଚାନନ। ପ୍ରହରାଜପୁର ଗ୍ରାମର ମଦନ ପାତ୍ରଙ୍କ ଭିନ୍ନକ୍ଷମ ଝିଅ ଅନ୍ନପୂର୍ଣ୍ଣା ଜଳେଶ୍ୱର ଡିଗ୍ରୀ କଲେଜରେ ପଢ଼ୁଥିବାବେଳେ ଦକ୍ଷିଣ ପ୍ରହରାଜପୁର ଗାଁର ସଞ୍ଜୟ ଜେନାଙ୍କ ପୁଅ ପଞ୍ଚାନନ ଓରଫ କାହ୍ନାଙ୍କ ସହିତ ୨ ବର୍ଷ ପୂର୍ବରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ୍‌ରେ ପ୍ରଥମେ ଚାଟିଂ କରୁ କରୁ ପ୍ରେମ ବନ୍ଧନରେ ବାନ୍ଧି ହୋଇଯାଇଥିଲେ। ଅନ୍ନପୂର୍ଣ୍ନା ଦିବ୍ୟାଙ୍ଗ ହୋଇଥିବା ଜଣାଇ ଥିଲେ ମଧ୍ୟ ପଞ୍ଚାନନଙ୍କୁ କିଛି ଫରକ ପଡି ନଥିଲା । ଦୁହେଁ ନିଜ ପ୍ରେମ ଗାଡିକୁ ଆଗକୁ ନେବା ପାଇଁ ନିଷ୍ପତ୍ତି ନେଇ ଥିଲେ । ଆଉ ପରିବାର ଲୋକଙ୍କ ସହମତିରେ ଏବେ ଉଭୟଙ୍କର ହାତଗଣ୍ଠି ପଡିଛି । ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଏହି ଦୁଇ ଲଭ ବାର୍ଡ ।ଝିଅ ହୁଇଲ…

Read More

ସଜେଇ ହେଉଛି ରାଜ୍ୟର ବିଭିନ୍ନ ଶୈବପୀଠ । ରାତି ପାହିଲେ ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହେବ ପରିବେଶ । ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀରେ ଠିକ୍ ରାତି ୧୦ ଟାରେ ଉଠିବ ମହାଦୀପ ଉଠିବ । ଶ୍ରଦ୍ଧାଳୁଙ୍କ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି । ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ ପୋଲିସ। ରଥ ରୋଡ୍, ପୁନାମା ଗେଟ୍ ପଟୁ ଗାଡ଼ି ପାଇଁ କଟକଣା କରାଯାଇଛି। ବଢ଼େଇବାଙ୍କରେ ଅଟକି ବିଏମ ସ୍କୁଲ୍ ପଡ଼ିଆରେ ପାର୍କିଂ କରିବେ। ସେହିପରି କେଦାର ଗୌରୀ ପଟୁ ଆସିଲେ ତରଙ୍ଗ କ୍ଲବ୍ ପଛରେ ପାର୍କିଂ କରିବେ।ସୁରକ୍ଷା ଦୃଷ୍ଟିରୁ ସ୍ଵତନ୍ତ୍ର ଭାବେ ସିସି ଟିଭିର ବ୍ୟବସ୍ଥା ହେବ । ସେହିଭଳି ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ । ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୨ ଟା ୩୦ ରୁ ହେବ ଦ୍ଵାର ଖୋଲା…

Read More

ଓଡ଼ିଶାରେ ମଙ୍ଗଳବାର ମୃଦୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆଜି ସକାଳ ୬ଟା ୧୦ରେ ରାଜଧାନୀ ଭୁବନେଶ୍ୱର, ବାଲେଶ୍ୱର, ପାରାଦୀପରେ ଭୂକମ୍ପ ଅନୁଭୂତ ହୋଇଛି। ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳର ରହିଥିବାବେଳେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ରହିଛି। ୨ରୁ ୩ ସେକେଣ୍ଡ ଯାଏଁ ଝଟକା ଅଭୁଭୂତ ହୋଇଥିବା ସୂଚନା ରହିଛି । ସେହିପରି ବ୍ରହ୍ମପୁରଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି। ତେବେ ଏହି ଭୂକମ୍ପର କୌଣସି କ୍ଷୟକ୍ଷତି ଖବର ବର୍ତ୍ତମାନ ସୁଦ୍ଧା ହସ୍ତକ୍ଷେପ ହୋଇନାହିଁ।

Read More

ମହାଶିବରାତ୍ରି ହେଉଛି ହିନ୍ଦୁମାନଙ୍କର ଏକ ବଡ଼ ପର୍ବ। ଶିବରାତ୍ରି ଭଗବାନ ଶିବଙ୍କୁ ସମର୍ପିତ। ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳନ କରାଯାଏ । ଚଳିତବର୍ଷ ୨୬ ଫେବୃଆରୀ ୨୦୨୫ ବୁଧବାର ଦିନ ପଡ଼ୁଛି ମହାଶିବରାତ୍ରି । ଏହି ଦିନ ମହାଦେବଙ୍କ ଆଶୀର୍ବାଦ ପାଇବା ଏବଂ ତାଙ୍କୁ ପ୍ରସନ୍ନ କରିବା ପାଇଁ ସାରା ଦେଶରେ ଅଗଣିତ ଶିବ ଭକ୍ତ ଉପବାସ କରନ୍ତି। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଶିବରାତ୍ରୀରେ ଉପବାସ ପାଳନ କରିବା ଦ୍ବାରା ଜଣେ ଭକ୍ତଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ। ସେଥିପାଇଁ ଲକ୍ଷ ଲକ୍ଷ ଶିବ ଭକ୍ତ ଉପବାସ କରିଥାନ୍ତି । ଏମିତି କି ଅନେକ ଭକ୍ତ ନିର୍ଜଳା ଉପବାସ ମଧ୍ୟ କରିଥାନ୍ତି । ଶିବରାତ୍ରି ବ୍ରତ କରିବା ବେଳେ କେତେକ ଜିନିଷ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିଥାଏ ।ବ୍ରତ ଦିନ ସକାଳୁ ଉଠି ସ୍ନାନାଦି କର୍ମ ସାରି ଘରେ କିମ୍ବା ମନ୍ଦିରକୁ ଯାଇ ଭଗବାନ…

Read More