ବଢ଼ୁଥିବା ଖରାକୁ ଦେଖି ସତର୍କ ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ବିଭାଗ। ହିଟ୍ ୱେଭର ମୁକାବିଲା ଓ ଏଥିପାଇଁ ଆଗୁଆ ପ୍ରସ୍ତୁତି ପାଇଁ ଚିଠିରେ କୁହାଯାଇଛି । ସ୍କୁଲରେ ଯେପରି ପାନୀୟ ଜଳ ସୁବିଧା ରହିବ, ତାହା ସୁନିଶ୍ଚିତ କରାଇବାକୁ କୁହାଯାଇଛି। ଏହାସହ ସ୍କୁଲ ପରିସରରେ ଥିବା ନଳକୂପ ଯଦି ଖରାପ ହୋଇଥାଏ, ତାହେଲେ ତାକୁ ତୁରନ୍ତ ସଜାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ କର୍ତ୍ତପକ୍ଷ ଯଥେଷ୍ଟ ଓଆରଏସ୍ ପ୍ୟାକେଟ୍ ରଖିବେ ଓ ଦରକାର ବେଳେ ଛାତ୍ରଛାତ୍ରୀଙ୍କୁ ପିଇବାକୁ ଦେବେ ।ସ୍କୁଲ ସମୟରେ ବାହାରେ ପିଲାମାନେ ଯେପରି ନବୁଲିବେ ସେଥିପ୍ରତି ଶିକ୍ଷକଓ ଶିକ୍ଷୟିତ୍ରୀମାନେ ଧ୍ୟାନ ରଖିବେ। ସେହିପରି ପିଲାଏ ସ୍କୁଲ ଗଲାବେଳେ ଯେପରି ପାଣି ବୋତଲ ନେଇ ଯିବେ, ତାହା ସୁନିଶ୍ଚିତ କରାଇବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାସହ ସ୍କୁଲ ସମୟରେ ହିଟ୍ ୱେଭରୁ ବର୍ତିବାର ଉପାୟ ବିଷୟରେ ପିଲାମାନଙ୍କୁ ସ୍କୁଲ…
Author: sanitelevision
ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ରାଜ୍ୟର ବିଭିନ୍ନ ଜିଲାରେ SI ଏବଂ ଅନ୍ୟାନ୍ୟ ସମକକ୍ଷ ପଦବୀ ପାଇଁ ପରୀକ୍ଷା ତାରିଖ ପ୍ରକାଶ କରିଛି। ମୋଟ ୯୩୩ଟି ପଦବୀ ପାଇଁ ପରୀକ୍ଷା ହେବ। ମାର୍ଚ୍ଚ ୮ ଓ ୯ରେ ଅନୁଷ୍ଠିତ ହେବ ପରୀକ୍ଷା । ବିଭିନ୍ନ ଜିଲ୍ଲା କେନ୍ଦ୍ରରେ ଓଏମଆର ସିଟ୍ ରେ ପରୀକ୍ଷା ହେବ । ପରୀକ୍ଷାର୍ଥୀମାନଙ୍କୁ ମାର୍ଚ୍ଚ ୧ ତାରିଖରୁ ଓଡ଼ିଶା ପୋଲିସ ୱେବସାଇଟ୍ ରୁ ଆଡମିଟ୍ କାର୍ଡ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଇଛି । ଓଡ଼ିଶା ପୋଲିସ ରିକ୍ୟୁରମେଣ୍ଟ ବୋର୍ଡ ଏହି ପରୀକ୍ଷା ପରିଚାଳନା କରିବ ।
ଆଜି ଜାଗର । ଦେବାଦି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ। ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ। ଆଠଗଡ଼ର ଆରାଧ୍ୟ ବାବା ଧବଳେଶ୍ୱରଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଜମିଛି । କେତକୀ ଫୁଲରେ ସଜେଇ ହୋଇ ବଡ଼ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ବଲାଙ୍ଗୀରର ହରିଶଙ୍କର, ଢେଙ୍କାନାଳର କପିଳାସ, ଆରଡ଼ିର ଆଖଣ୍ଡଳମଣି, କୋରାପୁଟର ଗୁପ୍ତେଶ୍ବର ପୀଠ ସମେତ ରାଜ୍ୟର ସମସ୍ତ ଶୈବପୀଠରେ ମହାଶିବରାତ୍ରୀ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ସେପଟେ ଜାଗର ପାଇଁ ଶ୍ରୀ ଲିଙ୍ଗରାଜ ମନ୍ଦିର ରେ ଭକ୍ତଙ୍କ ପ୍ରବଳ ଭିଡ଼ । ମନ୍ଦିର ମୁଖ୍ୟ ଫାଟକ ଠାରୁ ଆରମ୍ଭ ହୋଇ ବଢେଇବାଙ୍କ ଛକ ପର୍ୟ୍ୟନ୍ତ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାଇ…
ବଲିଉଡ ଷ୍ଟାର ଗୋବିନ୍ଦା ଏବଂ ତାଙ୍କ ସ୍ତ୍ରୀ ସୁନୀତା ଆହୁଜା ୩୭ ବର୍ଷର ବୈବାହିକ ଜୀବନ ପରେ ଛାଡପତ୍ର ନେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ୩୦ ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କୁ ଗୋବିନ୍ଦା ଡେଟ୍ କରୁଥିବା ଆଲୋଚନା ହେଉଛି। ଯଦିଓ ଦମ୍ପତି ଏହି ଖବରକୁ ନିଶ୍ଚିତ କରିନାହାଁନ୍ତି, ତଥାପି କଳ୍ପନାଜଳ୍ପନା ଚାଲିଛି। ମିଳିଥିବା ଖବର ଅନୁଯାୟୀ, ଦୀର୍ଘ ଦିନରୁ ଗୋବିନ୍ଦା ଓ ସୁନୀତାଙ୍କ ବୈବାହିକ ଜୀବନ ସ୍ୱଭାବିକ ନାହିଁ । ଏହି ଦମ୍ପତି ୧୧ ମାର୍ଚ୍ଚ ୧୯୮୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଉଭୟଙ୍କ ଜୀବନରେ ଅନେକ ଉତ୍ଥାନ-ପତ୍ତନ ଦେଖାଯାଇଥିଲା । ମାତ୍ର ବର୍ତ୍ତମାନ ଅଲଗା ହେବା ନେଇ ଖବର ଜୋର ଧରିଛି । ଛାଡପତ୍ର ଓ ଏହାର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ଉଭୟଙ୍କ ନିକଟରୁ ମିଳିନାହିଁ ।ଗୋବିନ୍ଦାଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୮ ନିୟୁତ ଡଲାର ଅର୍ଥାତ୍ ୧୫୦ କୋଟି ଟଙ୍କା। ଗୋବିନ୍ଦାଙ୍କ…
ହଟ୍ଟଗୋଳ, ବିରୋଧ ପରେ ବି ଦିଲ୍ଲୀ ବିଧାନସଭାରେ ଆଗତ ହେଲା ସିଏଜି ରିପୋର୍ଟ । ସିଏଜି ରିପୋର୍ଟ ଗୃହରେ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଯାହା ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୋଲ ଖୋଲିଛି । ଦିଲ୍ଲୀ ଅବକାରୀ ନୀତିକୁ ନେଇ ଏହି ଅଡିଟ୍ ରିପୋର୍ଟ ୨୦୧୭-୨୦୧୮ରୁ ୨୦୨୦-୨୦୨୧ ପର୍ଯ୍ୟନ୍ତ ଚାରୋଟି ଅବଧିରେ ରହିଛି । ମଦ ନୀତି ପରିବର୍ତ୍ତନ ଯୋଗୁ ୨୦୦୨ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ତଥ୍ୟରେ କୁହାଯାଇଛି । ୨୦୧୭-୧୮ ରୁ ୨୦୨୦-୨୧ ପର୍ଯ୍ୟନ୍ତ, ଚାରି ବର୍ଷ ମଧ୍ୟରେ ମଦ ଲାଇସେନ୍ସଗୁଡ଼ିକୁ ପୁନଃ ଟେଣ୍ଡର କରିବାରେ ବିଫଳ ହୋଇଥିଲେ ପୂର୍ବ ସରକାର । ଯେଉଁ କାରଣରୁ ଦିଲ୍ଲୀ ସରକାର ପ୍ରାୟ ୮୯୦ କୋଟି ଟଙ୍କାର ରାଜସ୍ୱ କ୍ଷତିର ସମ୍ମୁଖୀନ ହୋଇଛି। ସେହିପରି ଜୋନାଲ ଲାଇସେନ୍ସଧାରୀଙ୍କୁ ଦିଆଯାଇଥିବା ଛାଡ ଉପରେ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ନ ନିଆଯିବା ଯୋଗୁଁ, ୯୪୧ କୋଟି ଟଙ୍କାର…
ଚୋରି କରିବାକୁ ଆସି କୂଅରେ ପଡିଲା ଚୋର। ରାତି ସାରା କୂଅ ଭିତରେ ଥିବା ଚୋରକୁ ଆଜି ସକାଳୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । କେନ୍ଦୁଝର ଚମ୍ପୁଆ ବ୍ଲକ ବାରିଆ ଥାନା ଅନ୍ତର୍ଗତ ଝାଲିଆବେଡା ଗାଁରେ ଘଟିଛି ଏଭଳି ଘଟଣା । ଗାଁ ଲୋକ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଉଦ୍ଧାର କରିଥିଲେ । ପୋଲିସ ଚୋରକୁ କୂଅରୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରୁଛି । ଯୁବକ ଜଣକ ମୟୁରଭଞ୍ଜ ଜିଲ୍ଲା ହାଟବାଦଡା ଦେଓଗାଁର ଅରୁଣ ମହାନ୍ତ । ପୋଲିସ ନିକଟରେ ଛେଳି ଚୋରି କରିବାକୁ ଆସିଥିବା ସ୍ଵୀକାର କରିଛି ଅଭିଯୁକ୍ତ। ତେବେ ଚୋରି କରିବାକୁ ଆସିଥିବା ବ୍ୟକ୍ତିଙ୍କୁ ମାନବିକତା ଦେଖାଇଛନ୍ତି ଗ୍ରାମବାସୀ । ତାକୁ କୂଅରୁ ବାହାର କରିବା ସହ ନିଆଁ ଶେକ ଦେଇଥିଲେ। ରାତିସାରା ପାଣିରେ ରହିଥିବାରୁ ଅଭିଯୁକ୍ତ ଜଣକ ଅସୁସ୍ଥ ହୋଇ ପଡିଥିଲେ।
ଫେବୃଆରୀ ୨୮ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ପୁରୀରେ ଜାତୀୟ ସ୍ଵାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ।ଶେଷଥର ପାଇଁ ନଡ୍ଡା ଗତବର୍ଷ ସେପ୍ଟେମ୍ବର ୨୬ରେ ଓଡ଼ିଶା ଗସ୍ତ କରିଥିଲେ । ଏହି ଗସ୍ତବେଳେ ନଡ୍ଡା ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଅନ୍ୟପଟେ ଭାଜପା ରାଜ୍ୟ ସଭାପତି କିଏ ହେବେ ସେନେଇ ଚୟନ ହୋଇନାହିଁ। ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଭାଜପା ରାଜ୍ୟ ସଭାପତି ନାଁ ହେବ ଘୋଷଣା କରାଯିବ।
୨୦୨୫ ମାର୍ଚ୍ଚ ୮ ତାରିଖରେ, ଅନ୍ତର୍ଜାତୀୟ ମହିଳା ଦିବସ ସହିତ ସୁଭଦ୍ରା ଯୋଜନା ଅଧୀନରେ ଓଡ଼ିଶାର ପ୍ରାୟ ୧ କୋଟି ଯୋଗ୍ୟ ମହିଳା ୫,୦୦୦ ଟଙ୍କାର ଦ୍ୱିତୀୟ କିସ୍ତି ପାଇବେ। ଏ ନେଇ ଇସାରା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇସାରିଥିବା ବେଳେ ଆଉ ୨ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା । ଭାଗ୍ୟବାନ ୨ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତର ଶେଷ ପର୍ଯ୍ୟାୟ ଟଙ୍କା ମିଳିବ । ୨ ଲକ୍ଷ ମହିଳାଙ୍କୁ ମାର୍ଚ୍ଚ ୮ ତାରିଖ ପୂର୍ବରୁ ହିଁ ସୁଭଦ୍ରା ପ୍ରଥମ କିସ୍ତି ମିଳିବା ନେଇ ସୂଚନା ଦେଇସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ସେପଟେ ମହିଳାଙ୍କ ନେତୃତ୍ୱାଧୀନ ସଶକ୍ତିକରଣ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସୁଭଦ୍ରା ପ୍ଲସ କାର୍ଯ୍ୟକାରୀ କରିବେ ସରକାର। ଏଥିରେ ‘କିଶୋରୀ ସୁଭଦ୍ରା’, ସୁଭଦ୍ରା ସଞ୍ଚୟ’, ‘ସୁଭଦ୍ରା ସଖି, ‘ସୁଭଦ୍ରା ଯାତ୍ରୀ’, ‘ସୁଭଦ୍ରା ସଂଘ’…
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ। ଦିଲ୍ଲୀରେ ୧୯୮୪ରେ ହୋଇଥିବା ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ସଜ୍ଜନଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ। ତେବେ ଦଣ୍ଡାଦେଶ ପୂର୍ବରୁ ସଜ୍ଜନ କୁମାର ଦଣ୍ଡ କୋହଳ କରିବା ପାଇଁ ଅପିଲ୍ କରିଥିଲେ । ସେ ଦଲିଲରେ କହିଥିଲେ ଏହି ମାମଲାରେ ମୋତେ ଫାଶୀ ଦଣ୍ଡାଦେଶ ଶୁଣାଇବାର କୌଣସି ଆଧାର ନାହିଁ । ସେ ଆହୁରି କହିଥିଲେ, ମୁଁ ୮୦ ବର୍ଷର ହୋଇଛି । ବଢୁଥିବା ବୟସ ସହିତ ଅନେକ ରୋଗ ସମସ୍ୟା ମଧ୍ୟ ରହିଛି । ୨୦୧୮ରୁ ଜେଲରେ ବନ୍ଦ ରହିଛି । ସେବେଠାରୁ ମୋତେ କୌଣସି ପାରୋଲ ମିଳିନାହିଁ । ଶିଖ୍ ସମ୍ପ୍ରଦାୟର କିଛି ସଦସ୍ୟ ସଜ୍ଜନ କୁମାରଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲେ। ଗତ ଫେବୃଆରୀ ୧୨ରେ ରାଉସ୍ ଆଭେନ୍ୟୁ କୋର୍ଟ କଂଗ୍ରେସ ନେତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।ଏହି ମାମଲା ୧୯୮୪ ମସିହା ନଭେମ୍ବର…
ନିମାପଡ଼ା ବ୍ଲକ୍ ନହନ୍ତରା ହାଇ ସ୍କୁଲରେ ପରୀକ୍ଷା ଦେଉଥିବା ସମୟରେ ଧରାପଡିଛି ନକଲି ପରୀକ୍ଷାର୍ଥୀ । ପରୀକ୍ଷା ଦେଉଥିବା ସମୟରେ ସୁପରିଟେଣ୍ଡଙ୍କ ଦ୍ଵାରା ଧରାପଡ଼ିଥିଲା ଛାତ୍ର ଜଣକ । ଏହାପରେ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ନିମାପଡ଼ା ପୋଲିସ । ପରୀକ୍ଷାର୍ଥୀ ଜଣଙ୍କ ହେଉଛନ୍ତି ସାକ୍ଷୀଗୋପାଳ ଡାଙ୍ଗୁରାର ରାଜା ଭୋଇ । ନିମାପଡା ବ୍ଲକ୍ ସଲଙ୍ଗ ପଂଚାୟତରେ ଥିବା ମଧୁବନ ଶିକ୍ଷାଶ୍ରମ ହାଇସ୍କୁଲ ଶେଖ୍ ମୁସିଲିମ୍ ଉଦିନଙ୍କ ନାଁରେ ରାଜା ପରୀକ୍ଷା ଦେଉଥିଲେ । ତେବେ ପରୀକ୍ଷା ସମୟରେ ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନକରିବାରୁ ସନ୍ଦେହ ହୋଇଥିଲା । ଏହାପରେ ତାଙ୍କୁ ଥାନାରେ ଜିମା ଦିଆଯାଇଥିବା ବେଳେ ପୋଲିସ୍ ରାଜାଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଥିବା ଜଣାପଡ଼ୁଛି ।









