Author: sanitelevision

ଶାଳପତ୍ର ଦନାରେ ୫ଟି ଦହିବରା ସାଙ୍ଗକୁ ଦି’ ଚାମଚ୍‌ ଆଳୁଦମ୍‌, ଘୁଗୁନି । ଉପରେ ଛଣା ସେଉ, କଟା ପିଆଜ ଓ କିଛି ଧନିଆପତ୍ର । କଟକ ମାନେ ଦହିବରା ଆଉ ଦହିବରା ମାନେ ଭାଇଚାରା , ଆଉ ଭାଇଚାରା କହିଲେ ସିଲଭରସିଟିର ଶୋଭାର ବଢାଏ |ତେବେ ବର୍ତ୍ତମାନର ବଜାର ଭାଷାରେ କଟକର ଏହି ପ୍ରସିଦ୍ଧ ‘ଷ୍ଟ୍ରିଟ୍‌ଫୁଡ୍‌’ର ଆର୍ଥିକ କାରବାର କେତେ ତାହା ହୁଏତ ଅନେକ ହିସାବ କରିନଥିବେ । ଆଖି ଖୋସି ହୋଇଗଲା ଭଳି ହିସାବ ହେଉଛି କେବଳ କଟକ ସହରରେ ବାର୍ଷିକ ୨୦ କୋଟି ଟଙ୍କାର ଦହିବରା-ଆଳୁଦମ୍‌ କାରବାର ହୁଏ । ଏ ସହରରେ ଏମିତି ଦହିବରା ବ୍ୟବସାୟୀ ରହିଛନ୍ତି ଯେଉଁମାନଙ୍କ ମାସିକ ଆୟ ୩ ଲକ୍ଷରୁ ଅଧିକ । ପୁଣି ସେମାନଙ୍କ ବେପାର ସମୟ ମାତ୍ର ଦୁଇରୁ ତିନି ଘଣ୍ଟା । କଟକର ଗଳି କନ୍ଦିରୁ ବାହାରି ସାରା ବିଶ୍ୱସ୍ତରରେ ପ୍ରତିଟି ଓଡିଆଙ୍କୁ ଗର୍ବିତ କରିଛି ଦହିବରା…

Read More

ମାଣ୍ଡିଆ ଚାଷୀଙ୍କ ପାଖରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରାପଡ଼ିଲେ କୁନ୍ଦୁଲି ଲ୍ୟାମ୍ପସ ମ୍ୟାନେଜର ସତ୍ୟରଞ୍ଜନ ଚାଲାଣ । ଶୁକ୍ରବାର କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ କୁନ୍ଦୁଲି ଲ୍ୟାମ୍ପର ଦାୟିତ୍ୱରେ ଥିବା ସତ୍ୟରଞ୍ଜନ ଚାଲାଣ ଜଣେ ଚାଷୀଙ୍କ ପାଖରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଚାଲାଣ ମାଣ୍ଡିଆ କିଣିବାକୁ ବସ୍ତା ପିଛା ୪୫ ଟଙ୍କା ନେବାକୁ କହିଥିଲେ। ଏହିପରି ଭାବେ ୧୧୭ ବସ୍ତା ପାଇଁ ୩ ହଜାର ଟଙ୍କା ଲାଞ୍ଚ ଦେବାକୁ ଦାବି କରିଥିଲେ। ଲାଞ୍ଚ ଅର୍ଥ ନ ଦେଲେ ମାଣ୍ଡିଆ କିଣାହେବ ନାହିଁ ବୋଲି ରୋକଠୋକ ଶୁଣାଇଦେଇଥିଲେ। ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ଟିମ୍‌କୁ ଜଣାଇଥିଲେ । ଏ ସମ୍ପର୍କରେ ଜାଣିବାକୁ ପାଇ ଭିଜିଲାନ୍ସ ଟିମ୍‌ ପୂର୍ବରୁ ଛକି ବସିଥିଲା । କୁନ୍ଦୁଲି LAMPCS ସ୍ଥିତ ଅଫିସ୍‌ରେ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ୍‌ ଚଢାଉ କରି ତାଙ୍କୁ ଅଟକ କରିଛି ।…

Read More

ଆରପାରିରେ ପ୍ରସିଦ୍ଧ ଅଭିନେତା ଉତ୍ତମ ମହାନ୍ତି । ଶୋକସନ୍ତପ୍ତ ପରିବାର, ପ୍ରଶଂସକ ଉତ୍ତମଙ୍କୁ ଶେଷ ବିଦାୟ ଦେଇଛନ୍ତି । ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଉତ୍ତମ ମହାନ୍ତିଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇ ଥିଲା । ଉତ୍ତମଙ୍କୁ ମୁଖାଗ୍ନୀ ଦେଇଛନ୍ତି ପୁଅ ବାବୁସାନ୍ । ଶ୍ମଶାନ ବାହାରେ ସମର୍ଥକଙ୍କ ପ୍ରବଳ ଗହଳି ଲାଗିଛି। ଅଫେରା ରାଇଜରେ ଉତ୍ତମ ମହାନ୍ତିଙ୍କୁ ଝୁରୁଛନ୍ତି ପରିବାର ଏବଂ ପ୍ରଶଂସକ । ମାତ୍ର ୬୭ ବୟସରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଏହି ଏଭରଗ୍ରୀନ ଷ୍ଟାର । ୭୦ ଦଶକରେ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ ଉତ୍ତମ ମହାନ୍ତି। ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ। ଏପରି କି ନିଖୁଣ ଅଭିନୟ ଲାଗି ସେ ଶ୍ରେଷ୍ଠ ଅଭିନେତା ଭାବେ ୩ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର, ଇନ୍ଦିରାଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଥିଲେ।

Read More

ପୁରୀରେ ନବମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଛି। ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଉଦ୍‌ଘାଟନ କରିଛନ୍ତି। ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଅଛନ୍ତି। ଏହି ସ୍ବାସ୍ଥ୍ୟ ସମ୍ମିଳନୀ ୨ ଦିନ ଚାଲିବ।ତେବେ ଏହି ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀରେ ସ୍ବାସ୍ଥ୍ୟ ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ୨ ବର୍ଷ ଭିତରେ ପୂରଣ ହେବ ସମସ୍ତ ଡାକ୍ତର ଓ ପାରା ମେଡିକାଲ ପଦବୀ । ଓଡ଼ିଶାରେ ୨୦୦ଟି ଡେ’ କେୟାର କ୍ୟାନ୍ସର ହସ୍ପିଟାଲ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

Read More

ପ୍ରିୟଜନ ଏବଂ ପ୍ରଶଂସକଙ୍କୁ ବିଦାୟ ଦେଇ ଆଜି ଚିରନିଦ୍ରାରେ ସୋଇଯାଇଛନ୍ତି ୯୦ ଦଶକର ସରପଞ୍ଚ ବାବୁ ତଥା ଓଲିଉଡ ଦୁନିଆର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତି । ଏବେ ତାଙ୍କ ପାର୍ଥିବ ଶରୀରକୁ ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ଅନ୍ତିମ ବିଦାୟ ଦେଉଚନ୍ତି, ପ୍ରିୟଜନ ଏବଂ ପରିବାରବର୍ଗ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ତାଙ୍କ ଶେଷ ଦର୍ଶନ କରିବା ସହ ଅମରଆତ୍ମାର ସଦଗତି ପାଇଁ କାମନା କରିଛନ୍ତି । ଏଥିସହିତ ଏଭଳି ଦୁଃଖଦ ସମୟରେ ଉତ୍ତମଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।ଦିଲ୍ଲୀ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିକ ଶରୀର । ପାର୍ଥିକ ଶରୀରକୁ ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାରସ୍ଥିତି ବାସଭବନକୁ ନିଆଯାଇଛି । ବାସଭବନରେ କରୁଛନ୍ତି ଅନ୍ତିମ ଦର୍ଶନ । ବାସଭବନରେ ଉତ୍ତମଙ୍କ ଶେଷଯାତ୍ରା ପାଇଁ କୋକେଇ…

Read More

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ସୂଚନା । ମାର୍ଚ୍ଚ ୮ ରେ ଏକା ଥରକେ କୋଟିଏ ମହିଳାଙ୍କୁ କରାଯିବ ଆର୍ଥିକ ସ୍ୱାବଲମ୍ବୀ । ବ୍ରହ୍ମପୁର ଠାରେ କୋଟିଏ ମହିଳାଙ୍କୁ ସୁଭଦ୍ରାର ଦ୍ଵୀତିୟ କିସ୍ତି ପ୍ରଦାନ କରାଯିବ । ଆନ୍ତର୍ଜାତିୟ ମହିଳା ଦିବସରେ ସଶକ୍ତ ହେବେ ମହିଳା। ଏକ କୋଟିରୁ ଅଧିକ ମହିଳାଙ୍କ ପାଖରେ ପହଞ୍ଚିବ ସୁଭଦ୍ରା ଟଙ୍କା ।ଏନେଇ ପ୍ରଭାତୀ ପରିଡା କହିଛନ୍ତି, ମାର୍ଚ୍ଚ ୮ ରେ ମିଳିବ ସୁଭଦ୍ରା ଟଙ୍କା। ଆମେ କହିଥିଲୁ । ସୁଭଦ୍ରା ଏକ କୋଟି ମହିଳାଙ୍କ ପାଖରେ ପହଞ୍ଚିବ । ମାର୍ଚ୍ଚ ୮ ତାରିଖରେ ଏକା ଥରକେ କୋଟିଏ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବି କରାଯିବ । ବ୍ରହ୍ମପୁର ଠାରେ କୋଟିଏ ମହିଳାଙ୍କୁ ସୁଭଦ୍ରାର ଦିତ୍ୱୀୟ କିସ୍ତି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Read More

ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ସରିଛି ଗଣ ଅଣ୍ଡାଦାନ । ଏହି ସମୟ ମଧ୍ୟରେ ୬ ଲକ୍ଷ ୯୮‌ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇଥିଲେ । ଫେବୃଆରୀ ୧୬ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି କଇଁଛଙ୍କ ଗଣ ଅଣ୍ଡାଦାନ ହୋଇଥିଲା । ସାରା ବିଶ୍ୱରେ ଏବେ ଚର୍ଚ୍ଚାକୁ ଆସିଛି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ । ଚଳିତବର୍ଷ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ ଋଷିକୁଲ୍ୟା ମୁହାଣକୁ ଅଣ୍ଡାଦାନ ପାଇଁ ଆସିଥିଲେ । ପ୍ରାୟ ୮ ଦିନ ଧରି ଚାଲିଥିଲା ଗଣଅଣ୍ଡାଦାନ ପ୍ରକ୍ରିୟା । ଏହି ସମୟ ସୀମା ମଧ୍ୟରେ ପ୍ରାୟ ୬ ଲକ୍ଷ ୯୮‌ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇ ସର୍ବକାଳୀନ ରେକର୍ଡ କରିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ଗଣ ଅଣ୍ଡାଦାନ କେବଳ ଗଞ୍ଜାମ ଋଷିକୁଲ୍ୟା ମୁହାଣ…

Read More

ସତ୍ୟନଗରରେ ହେବ ଶେଷକୃତ୍ୟ । ଶୁକ୍ରବାର ଦିନ ୧୧.୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ଉତ୍ତମଙ୍କ ପାର୍ଥିବ ଶରୀର । ଏହାପରେ ଭୁବନେଶ୍ବର ସ୍ଥିତ ବାସଭବନକୁ ଆସିବ ମରଶରୀର । ସେଠାରେ ଶେଷ ଦର୍ଶନ ପାଇଁ ସେଠାରେ ୩ରୁ ୪ ଘଣ୍ଟା ରହିବ ମରଶରୀର । ସତ୍ୟନଗର ଶ୍ମଶାନରେ ହେବ ଉତ୍ତମଙ୍କ ଶେଷକୃତ୍ୟ । ତେବେ ସ୍ୱାମୀଙ୍କୁ ହରାଇ ମେଦାନ୍ତ ହସ୍ପିଟାଲରୁ ଫେରିଛନ୍ତି ଅପରାଜିତା । ବିମାନବନ୍ଦରରୁ ସିଧା ଜଗନ୍ନାଥ ବିହାର ସ୍ଥିତ ବାସଭବନକୁ ଯାଇଛନ୍ତି ଅପରାଜିତା । ଛାତିରେ କୋହ ଓ ଆଖିରେ ଲୁହକୁ ଚାପି ଧରି ଫେରିଛନ୍ତି ଅପରାଜିତା । ଉତ୍ତମଙ୍କ ଶୋକରେ ଭାଙ୍ଗିପଡ଼ିଛନ୍ତି ସେ । ଶାନ୍ତ୍ୱନା ଜଣାଇବା ପାଇଁ ଘରେ ବନ୍ଧୁ ଓ ପ୍ରିୟଜନଙ୍କ ଭିଡ଼ ଦେଖିବାକୁ ମିଳିଛି ।

Read More

ଓଲିଉଡ୍‌ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି। ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ଗୁରୁଗାଓଁ ‌ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପ‌ରଲୋକ ହୋଇଛି। ଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତଥା କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । କଳା ଜଗତରେ ଏହା ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଅନେକ ଚଳଚ୍ଚିତ୍ରରେ ସେ ଛାଡ଼ି ଯାଇଥିବା ଛାପ ଲୋକଙ୍କ ହୃଦୟରେ ତାଙ୍କୁ ଚିର ଅମର କରି ରଖିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ବୋଲି କହିଛନ୍ତି ନବୀନ |

Read More

ଆରପାରିରେ ଓଲିଉଡ୍‌ର ଭେଟେରାନ୍‌ ଆକ୍ଟର ଉତ୍ତମ ମହାନ୍ତି । ୬୭ ବର୍ଷ ବୟସରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଆଖି ବୁଜିଛନ୍ତି ଉତ୍ତମ ମହାନ୍ତି । ତେବେ ଉତ୍ତମଙ୍କ ଦେହାନ୍ତରେ ପୁରା ଓଲିଉଡ୍‌ରେ ଖେଳିଯାଇଛି ଶୋକର ଛାୟା ।ମୁଖ୍ୟମନ୍ତ୍ରୀ,, ଉପ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀ ଆଦି ଅନେକ ବ୍ୟକ୍ତି ନିଜ ନିଜର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ଅଭିନେତାଙ୍କ ସହିତ ଅତ୍ୟନ୍ତ ଭଲ ସମ୍ପର୍କ ଥିଲା ଏବଂ ତାଙ୍କ ଅନେକ ସିନେମା ତାଙ୍କୁ ପ୍ରଭାବିତ କରିଛି। ତାଙ୍କ ମରଶରୀର ଦିଲ୍ଲୀରୁ ଭୁବନେଶ୍ୱର ଆସିବା ଦିଗରେ ସମସ୍ତ ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖମନ୍ତ୍ରୀ ବାବୁସାନଙ୍କୁ କହିଛନ୍ତି ।

Read More